Posted inଫୁରସତ

୧୦୫ ବର୍ଷ ବୟସରେ ମାଷ୍ଟର ଡିଗ୍ରୀ ହାସଲ କଲେ ମହିଳା, ସାରା ବିଶ୍ୱ ଏବେ କରୁଛି ପ୍ରଶଂସା

ୱାଶିଂଟନ: ସାଧାରଣତଃ କଲେଜ ପଢ଼ା ସରିଯିବା ପରେ ଆଉ କେହି ପଢ଼ିବାକୁ ପସନ୍ଦ କରି ନ ଥାନ୍ତି। ପଢ଼ିବା ପାଇଁ ଆଉ ବୟସ ନ ଥିବା କହି ଅଧିକାଂଶ ଲୋକ ନିଜ କର୍ମ କ୍ଷେତ୍ରକୁ ଫୋକସ୍‌ କରି ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି। ତେବେ ନିକଟରେ ଆମେରିକାର ଜଣେ ମହିଳା ପାଠପଢା ଛାଡିବାର ଦୀର୍ଘ ୮ ଦଶନ୍ଧି ପରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସମସ୍ତଙ୍କୁ ଚକିତ କରିଛି। ୧୦୫ ବର୍ଷ ବୟସରେ ଜୀବନର ଶେଷ ଅବସ୍ଥାରେ ଏହି ମହିଳା ଜଣକ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ତାଙ୍କର ଦୃଢ଼ ଇଚ୍ଛା ଶକ୍ତି ଓ ମନୋବଳ ଆଗରେ ବୟସ ହାର ମାନିଥିବା ପ୍ରମାଣିତ ହୋଇଛି। ସାରା ବିଶ୍ୱ ଏବେ ଏହି ମହିଳାଙ୍କ ଦୃଢ଼ ଆତ୍ମବିଶ୍ୱାସ, ସାହସ ତଥା ପଢ଼ା ପାଇଁ ରହିଥିବା ଭଲପାଇବା ଓ ଦୁର୍ବଳତାକୁ ପ୍ରଶଂସା କରୁଛି।

ହିସ୍‌ଲୋପ ନାମ୍ନୀ ଏହି ୧୦୫ ବର୍ଷୀୟା ଆମେରିକୀୟ ମହିଳା ନାମ ଲେଖାଇବାର ଦୀର୍ଘ ୮୪ ବର୍ଷ ପରେ ‘ଷ୍ଟାନ୍‌ଫୋର୍ଡ ଗ୍ରାଜୁଏଟ ସ୍କୁଲ୍‌ ଅଫ୍‌ ଏଜୁକେଶନ(ଜିଏସ୍‌ଇ)’ରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସେ ୧୯୪୦ରେ ‘ଷ୍ଟାନ୍‌ଫୋର୍ଡ ଜିଏସ୍‌ଇ’ର ଶିକ୍ଷା ବିଭାଗରେ ନାମ ଲେଖାଇବା ସହ ଠିକ୍‌ ସମୟରେ ନିଜ କୋର୍ସ ମଧ୍ୟ ପୂରା କରିଥିଲେ। ତେବେ ସେ ଏହି ବିଶ୍ୱବିଦ୍ୟାଳୟରେ ନିଜର ଅନ୍ତିମ ମାଷ୍ଟର ଥେସିସ୍‌ ଜମା କରିବା ପୂର୍ବରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା ଓ ତାଙ୍କର ଡିଗ୍ରୀ ପାଇବା ସ୍ବପ୍ନ ଅଧାରେ ରହିଯାଇଥିଲା। ସେତେବେଳେ ବର୍ଜିନିଆଙ୍କ ପ୍ରେମିକଙ୍କୁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯୋଗଦେବାକୁ ଡକରା ଆସିଥିଲା ଓ ସେ ଯୁଦ୍ଧରେ ସାମିଲ ହୋଇଥିଲେ। ଫଳରେ ବର୍ଜିନିଆ ମଧ୍ୟ ତାଙ୍କ ପ୍ରେମିକଙ୍କୁ ବିବାହ କରିବା ପାଇଁ ପଢା ଅଧାରୁ ଛାଡିଥିଲେ। ପରେ ବର୍ଜିନିଆ ତାଙ୍କ ପ୍ରେମିକଙ୍କୁ ବିବାହ କରିବା ସହ ନିଜ ପରିବାରର କାର୍ଯ୍ୟ ତଥା ତାଙ୍କ ପିଲାମାନଙ୍କ ଦେଖାଶୁଣା କରିଥିଲେ।

ନିକଟରେ ‘ଷ୍ଟାନ୍‌ଫୋର୍ଡ ଜିଏସ୍‌ଇ’ ପକ୍ଷରୁ ସ୍ନାତକୋତ୍ତର ପାଇଁ ଥେସିସ୍‌ର ଆବଶ୍ୟକତାକୁ ସମାପ୍ତ କରି ଦିଆଯାଇଛି। ଫଳରେ ବର୍ଜିନିଆ ରେକର୍ଡ ୧୦୫ ବର୍ଷ ବୟସରେ ମାଷ୍ଟର ଡିଗ୍ରୀ ହାସଲ କରିପାରିଛନ୍ତି। ଶୁକ୍ରବାର ତାଙ୍କୁ ‘ଷ୍ଟାନ୍‌ଫୋର୍ଡ ଜିଏସ୍‌ଇ’ର ଡିନ୍‌ ଡାନିଏଲ୍‌ ସ୍ବାର୍ଟଜ୍‌ ସ୍ନାତକୋତ୍ତର ଡିଗ୍ରୀ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଭର୍ଜିନିଆ ହିସଲପ୍‌ ଶିକ୍ଷା ବିଷୟରେ ମାଷ୍ଟର ଅଫ୍‌ ଆର୍ଟସ୍‌ ଡିଗ୍ରୀ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡ୍ୟାଙ୍କ ଲୁହ ଛଳଛଳ ଆଖିର ଫଟୋ ପୋଷ୍ଟ କରି ଏମିତି ଲେଖିଲେ ଆନନ୍ଦ ମହିନ୍ଦ୍ରା

ଟି -୨୦ବିଶ୍ୱକପ୍‌ ୨୦୨୪ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସୋସିଆଲ ମିଡିଆରେ ମଜାକ୍‌ ଉଡା ଯାଇଥିଲା। ମାତ୍ର ୨୦୨୪ ଟି -୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି...

ଜେଜେ ବୟସର ବ୍ୟକ୍ତିଙ୍କ ସହ ହେଲା ପ୍ରେମ: ଭିଡିଓ ଶେୟାର କରି ଏପରି କହିଲେ ଯୁବତୀ, ଥରେ ଶୁଣିଲେ… 

ବର୍ତ୍ତମାନ  ସମୟରେ ଯେ କେହି ରାତାରାତି ଭାଇରାଲ ହେବାକୁ ସର୍ବଦା ଚେଷ୍ଟା  ଚଲାଇଛନ୍ତି। ଏ ନେଇ ଇନ୍‌ଷ୍ଟାଗ୍ରାମ୍‌ ରିଲ୍‌ରେ ସେମାନେ ସମ୍ପର୍କ ଯୋଡ଼ି ସେସବୁକୁ ସୋସିଆଲ...

ପ୍ରବଳ ବର୍ଷା ପରେ ରାସ୍ତାରେ ବୁଲୁଛି କୁମ୍ଭୀର, ଲୋକେ ଭୟଭୀତ

ମୁମ୍ବାଇ,୧।୭: ମୌସୁମୀ ଆସିବା ପରେ ମହାରାଷ୍ଟ୍ରର ଉପକୂଳ ଅଞ୍ଚଳ ରତ୍ନଗୀରିରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ପରେ ରାସ୍ତାରେ କୁମ୍ଭୀର ଚାଲୁଥିବାର...

କ୍ରେଡିଟ୍‌ କାର୍ଡରୁ ସିମ୍‌ କାର୍ଡ ଯାଏ… ଜୁଲାଇ ପହିଲାରୁ ବଦଳିଯିବ ଏସବୁ ନିୟମ, ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୩୦।୬: ଶେଷ ହେବାକୁ ଯାଉଛି ଜୁନ୍‌। ସୋମବାରଠାରୁ ଆରମ୍ଭ ହେବ ଜୁଲାଇ। ଏହି ମାସରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି, ଯାହାର ସିଧା ପ୍ରଭାବ ପକେଟ...

ପ୍ରଥମ ରୋଜଗାର ଟଙ୍କାରେ ମା’ର ବନ୍ଧାପଡ଼ିଥିବା ହାରକୁ ମୁକୁଳାଇଥିଲି: ମନମୋହନ

ଛଅପ୍ରାଣୀଙ୍କୁ ନେଇ ଆମ ପରିବାର। ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି ଥିଲେ ବାପା। ଗାଁ ବଜାର କ୍ୟାବିନ୍‌ରେ ଲୁଗା କପଡ଼ାର ଛୋଟ ଖୁଚୁରା ଦୋକାନଟିଏ। ଯେନତେନ ପ୍ରକାରରେ...

ପ୍ରେମ, ଏକତାର ବାର୍ତ୍ତା ଦେଉଛନ୍ତି ଏଲ୍‌ଜିବିଟିକ୍ୟୁ+

ଜୁନ୍‌ ୧ରୁ ୩୦ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ‘ପ୍ରାଇଡ୍‌ ମାସ’ ଭାବେ ପାଳନ କରାଯାଉଛି। ଏହି ସମୟରେ ବିଭିନ୍ନ ସ୍ଥାନରେ ଏଲ୍‌ଜିବିଟିକ୍ୟୁ+ କମ୍ୟୁନିଟିମାନେ ପ୍ରାଇଡ୍‌ ୱାକ୍‌, ପରେଡ୍ସ,...

ଜାତୀୟ ପରିସଂଖ୍ୟାନ ଦିବସ

ଭାରତରେ ଜାତୀୟ ପରିସଂଖ୍ୟାନ ଦିବସ ପ୍ରତିବର୍ଷ ଜୁନ୍‌ ୨୯ରେ ପାଳନ କରାଯାଏ। ପରିସଂଖ୍ୟାନ ଏବଂ ଅର୍ଥନୈତିକ ଯୋଜନା କ୍ଷେତ୍ରରେ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସଙ୍କ ଅବଦାନକୁ...

୬୩ ବର୍ଷ ପରେ ସ୍କୁଲରୁ ମିଳିଲା ୧୯୫୭ରେ ହଜିଥିବା ଛାତ୍ରୀଙ୍କ ପର୍ସ, ଏହା ଭିତରେ ଥିବା ଜିନିଷ ଆଶ୍ଚର୍ଯ୍ୟ କଲା ସଭିଙ୍କୁ!

ବେଳେ ବେଳେ ଆମର ଏମିତି କିଛି ଛୋଟମୋଟ ଜିନିଷଗୁଡିକ ହଜି ଯାଇଥାଏ ଯାହାକୁ ଆମେ ବହୁତ ଖୋଜୁ, କିନ୍ତୁ ଯେତେବେଳେ ଆମେ ସେଗୁଡ଼ିକୁ ପାଉ ସେତେବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri