Posted inରାଜ୍ୟ

ପାଣିପାଗ ବିଭାଗର ଆକଳନ, ୨୬ରୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ଼୍ବର, ୨୩।୬: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଫଳରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଏନେଇ ଅଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ୨୦ ଜିଲାକୁ ବିଜୁଳି, ଘଡ଼ଘଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୬ ତାରିଖ ଅର୍ଥାତ ବୁଧବାର ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ରାଜ୍ୟର ୨୪ଟି ଜିଲାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ପର୍ଶ କରିଛି। ପାଗ ଅନୁକୂଳ ଥିବାରୁ ମୌସୁମୀ ପୁଣି ସକ୍ରିୟା ହେବା ସହ ବିଭିନ୍ନ ଜିଲାକୁ ପ୍ରବେଶ କରୁଛି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ସାମ୍ଭାବ୍ୟ ବନ୍ୟା ପାଇଁ ଉଚ୍ଚସ୍ତରୀୟ ବୈଠକ ଗତକାଲି ଡକାଇଥିଲେ । ବନ୍ୟା ନିୟନ୍ତ୍ରଣ ଲାଗି ଏବେଠୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ଜଳ ସମ୍ପଦ ବିଭାଗର ବିଳମ୍ବିତ ପ୍ରକଳ୍ପ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ବିଭାଗୀୟ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବନ୍ୟା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟିଆ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଦୁର୍ବଳ ନଦୀବନ୍ଧ ଅଧିକ ସୁଦୃଢ଼ କରିବା ଓ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନଭଣ୍ଡାର ଖୋଲିବ କି ନାହିଁ ଜଷ୍ଟିସ୍‌ ଅରିଜିତ୍‌ ପଶାୟତ ଦେଲେ ଏହି ବଡ଼ ସୂଚନା

ପୁରୀ,୪ା୭: ଆସନ୍ତା ୮ ତାରିଖରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବାକୁ କୁହାଯାଇଥିବା ବେଳେ ଏବେ ରତ୍ନଭଣ୍ଡାର ତଦାରଖ ଜଷ୍ଟିସ୍‌ ଅରିଜିତ ପଶାୟତ ଏନେଇ ଏକ ବଡ଼ ସୂଚନା...

ମହିଳାଙ୍କ ମୁଣ୍ଡଗଣ୍ଡି ଅଲଗା କରି ରାସ୍ତାରେ ଫିଙ୍ଗିଦେଲେ ପଡ଼ୋଶୀ

ବାରିପଦା,୪ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ କେନ୍ଦୁଡିହା ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ...

ଟ୍ରକ୍‌ ପଛରେ ପିଟି ହେଲା କାର୍‌: ଚାଲିଗଲା ସ୍ତ୍ରୀ-ସ୍ବାମୀଙ୍କ ଜୀବନ, ଅନ୍ୟ ୨ ଜଣ ଗୁରୁତର

ଯାଜପୁର,୪ା୭: ଯାଜପୁର ଜିଲା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥର ପାଣିକୋଇଲି ଛକ ଶର୍ମା ପେଟ୍ରୋଲ ପମ୍ପ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ...

ଆଣ୍ଠୁ ମାଡ଼ି ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୭: ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ଫୁଲ ଓ ରଙ୍ଗୋଲିରେ ସଜେଇ ହୋଇଥିଲା ଲୋକସେବା ଭବନ।   ତେବେ ଗୁରୁବାର ବିଧିବଦ୍ଧ ଭାବେ ଲୋକସେବା ଭବନରୁ କାର୍ଯ୍ୟ ଆରମ୍ଭ...

‘ଓଡ଼ିଆ ଭାଷାରେ ହେବ ସରକାରୀ କାର୍ଯ୍ୟ’

ଭୁବନେଶ୍ୱର,୪ା୭: ଲୋକସେବା ଭବନରେ ବିଧିବଦ୍ଧ ଭାବରେ ଗୁରୁବାର କାର୍ଯ୍ୟଭାର ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହି ସମୟରେ ଓଡ଼ିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାରକୁ...

ଆଜିଠୁ ଲୋକସେବା ଭବନରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ

ଭୁବନେଶ୍ୱର,୪।୭: ଲୋକସେବା ଭବନରେ ଆଜି ପ୍ରଥମ ଥର ପାଇଁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପୂଜାର୍ଚ୍ଚନା ପରେ ମୁଣ୍ଡିଆ ମାରି ସେ ଲୋକସେବା...

ଆଖି ବାନ୍ଧି କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି l ଘରେ କେହି ନ...

ପ୍ରଥମ ସ୍ତ୍ରୀ ଫେରି ଅଦିନରେ ପାଳିଲେ ସାବିତ୍ରୀ ବ୍ରତ, ଚିନ୍ତାରେ ଦ୍ୱିତୀୟ ସ୍ତ୍ରୀ

ସାଲେପୁର,୪।୭(ଅରବିନ୍ଦ ଭୂୟଁା)ପ୍ରଥମ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଛାଡପତ୍ର ଦେଇ ଅନ୍ୟତ୍ର ପଳାଇ ଯିବାର ୧୫ ବର୍ଷ ପରେ ସ୍ବାମୀ ପାଖକୁ ଫେରି ଅଦିନରେ ସାବିତ୍ରୀ ବ୍ରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri