ବାରିପଦାରୁ ଗଡ଼ିଲା ୧୪ ସରକାରୀ ବସ୍‌, ଗଡୁନି ଘରୋଇ ବସ୍‌

ବାରିପଦା,୨୩ା୬: ବାରିପଦା,୨୩ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ ଜିଲାରେ ସରକାରୀ ବସ୍‌ ସେବା ରବିବାରଠାରୁ ଆରମ୍ଭ ହୋଇଛି। ବସ୍‌ ମାଲିକ ସଂଘର ଧର୍ମଘଟ ଯୋଗୁ ଶୁକ୍ରବାର ରାତିରୁ ବସ୍‌ ଚଳାଚଳ ବନ୍ଦ  ପରେ ଜିଲା ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛି। ରବିବାର ସକାଳୁ ଓଏସ୍‌ଆର୍‌ଟିସି ପକ୍ଷରୁ ୧୪ଟି ଲକ୍ଷ୍ମୀ ବସ୍‌ ବିଭିନ୍ନ ରୁଟ୍‌ରେ ପ୍ରଶାସନ ପକ୍ଷରୁ ଚଳାଚଳ ଆରମ୍ଭ। ଅଧିକ ବସ୍‌ ଆବଶ୍ୟକ ଅନୁସାରେ ମଗାଯାଇଛି ବୋଲି ଆରଟିଓ ବିଶ୍ବରାଜ ବେହେରା କହିଛନ୍ତି। ଅପରପକ୍ଷରେ ଅନ୍ୟ ସଂଘ ତଥା ବାହାର ଜିଲା ଓ ରାଜ୍ୟ ବସ୍‌ ସ୍ବାଭାବିକ ଭାବେ ଜିଲାରେ ଚଳାଚଳ କରୁଛି। ସେହିପରି ଘଟଣାର ସମାଧାନ ପନ୍ଥା ବାହାର ପାଇଁ ପୁଣି ଆଜି ମାଲିକ ସଂଘ ସହିତ ପ୍ରଶାସନର ବୈଠକ ବସିବ ବୋଲି ଜଣାପଡ଼ିଛି। ତା’ପୂର୍ବରୁ ସଂଘ ନିଷ୍ପତ୍ତି ପାଇଁ ଜୋନ୍‌ସ୍ତରୀୟ ବସମାଲିକ ସଂଘର ବୈଠକ ବସିବ।


ସୂଚନାଯୋଗ୍ୟ, ଏକ ବସ୍‌ ଚଳାଚଳ ସମୟ ନିର୍ଘଣ୍ଟକୁ କେନ୍ଦ୍ର କରି ଶୁକ୍ରବାର ଦୁଇଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଥିଲା। ଏଥିରେ ଉଭୟ ପକ୍ଷର ୮ଜଣ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ଉଭୟପକ୍ଷର ଅଭିଯୋଗ କ୍ରମେ ପୋଲିସ ୨ଟି ମାମଲା ରୁଜୁ କରି ୧୦ଜଣଙ୍କୁ ଗିରଫ ପୂର୍ବକ ଶନିବାର କୋର୍ଟ ଚାଲାଣ କରିଛି। ତେବେ ମାଲିକ ସଂଘର ସାଧାରଣ ସମ୍ପାଦକଙ୍କ ସହିତ ୪ଜଣଙ୍କ ନାମରେ ଜାଣିଶୁଣି ସଙ୍ଗୀନ ଦଫା ଲଗାଯାଇଥିବାରୁ ସେମାନଙ୍କ ଜାମିନ ମିଳିପାରିନି। ସେମାନେ ଜାମିନରେ ନ ଆସିବା ପର୍ଯ୍ୟନ୍ତ ବସ୍‌ ଚଳାଚଳ ସମ୍ଭବପର ନୁହେଁ ଦର୍ଶାଇ ମାଲିକ ସଂଘ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ୍‌ ଚଳାଚଳ ନିଜ ପକ୍ଷରୁ ବନ୍ଦ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନଭଣ୍ଡାର ଖୋଲିବ କି ନାହିଁ ଜଷ୍ଟିସ୍‌ ଅରିଜିତ୍‌ ପଶାୟତ ଦେଲେ ଏହି ବଡ଼ ସୂଚନା

ପୁରୀ,୪ା୭: ଆସନ୍ତା ୮ ତାରିଖରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବାକୁ କୁହାଯାଇଥିବା ବେଳେ ଏବେ ରତ୍ନଭଣ୍ଡାର ତଦାରଖ ଜଷ୍ଟିସ୍‌ ଅରିଜିତ ପଶାୟତ ଏନେଇ ଏକ ବଡ଼ ସୂଚନା...

ମହିଳାଙ୍କ ମୁଣ୍ଡଗଣ୍ଡି ଅଲଗା କରି ରାସ୍ତାରେ ଫିଙ୍ଗିଦେଲେ ପଡ଼ୋଶୀ

ବାରିପଦା,୪ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ କେନ୍ଦୁଡିହା ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ...

ଟ୍ରକ୍‌ ପଛରେ ପିଟି ହେଲା କାର୍‌: ଚାଲିଗଲା ସ୍ତ୍ରୀ-ସ୍ବାମୀଙ୍କ ଜୀବନ, ଅନ୍ୟ ୨ ଜଣ ଗୁରୁତର

ଯାଜପୁର,୪ା୭: ଯାଜପୁର ଜିଲା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥର ପାଣିକୋଇଲି ଛକ ଶର୍ମା ପେଟ୍ରୋଲ ପମ୍ପ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଟ୍ରେଲର ଚାଳକଙ୍କ ଜୀବନ ଗଲା

ପାଟଣା,୪ା୭(ବୀରକିଶୋର ଦାଶ): ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁବାର ଜଣେ ଟ୍ରେଲର ଚାଳକଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ପାଟଣା ବ୍ଲକ ୪୯ ନମ୍ବର ମୁମ୍ବାଇ କୋଲକାତା...

ଗାଁ ମୁଣ୍ଡରୁ ମିଳିଲା ଭିଏଲ୍‌ଡବ୍ଲ୍ୟୁଙ୍କ ମୃତଦେହ

ଚୌଦ୍ୱାର,୪ା୭: କଟଜ ଜିଲା ଚୌଦ୍ବାର ଥାନା ଆଗ୍ରାହାଟ ପଞ୍ଚାୟତର ଏକ ଗାଁ ମୁଣ୍ଡରୁ ଜଣେ ଭିଏଲ୍‌ଡବ୍ଲ୍ୟୁଙ୍କ ମୃତଦେହ ଜବତ ହୋଇଛି। ମୃତକ ଜଣକ ଗଦାଧର ଗୁରୁ...

ପୋଖରୀରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ

ଦିଗପହଣ୍ଡି,୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ଗୁରୁବାର ଭୋରରୁ ପୋଖରୀରେ ବୁଡ଼ି ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ...

ଆଖି ବାନ୍ଧି କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି l ଘରେ କେହି ନ...

ପ୍ରଥମ ସ୍ତ୍ରୀ ଫେରି ଅଦିନରେ ପାଳିଲେ ସାବିତ୍ରୀ ବ୍ରତ, ଚିନ୍ତାରେ ଦ୍ୱିତୀୟ ସ୍ତ୍ରୀ

ସାଲେପୁର,୪।୭(ଅରବିନ୍ଦ ଭୂୟଁା)ପ୍ରଥମ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଛାଡପତ୍ର ଦେଇ ଅନ୍ୟତ୍ର ପଳାଇ ଯିବାର ୧୫ ବର୍ଷ ପରେ ସ୍ବାମୀ ପାଖକୁ ଫେରି ଅଦିନରେ ସାବିତ୍ରୀ ବ୍ରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri