ଓଜନ ବଢାଏ ଏହି ଖରାପ ଅଭ୍ୟାସ

ନିଶାଦ୍ରବ୍ୟ ସେବନ ଏଭଳି ଏକ ଖରାପ ଅଭ୍ୟାସ ଯାହା ଅଯଥାରେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। କେବଳ ସେତିକି ନୁହେଁ, ଏଥିପାଇଁ ଅକାଳ ମୃତ୍ୟୁର ସାମ୍‌ନା କରିବାକୁ ପଡ଼ିପାରେ। ତେଣୁ ଏଭଳି କୁଅଭ୍ୟାସକୁ ବର୍ଜନ କରିବା ଆବଶ୍ୟକ। ଏହା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏଥିରୁ ସାମୟିକ ଆନନ୍ଦ ମିଳିପାରେ, ହେଲେ ସେମାନଙ୍କୁ ଏଭଳି ଏକ ଦୁନିଆକୁ ଏହା ଟାଣିନିଏ, ଯେଉଁଠୁ ଫେରି ଆସିବା ସହଜ ହୋଇ ନ ଥାଏ। ଏହାର ଅପକାରୀ ଗୁଣ ବିଷୟରେ ଅନେକ ଅଳ୍ପ ବହୁତ ଜାଣନ୍ତି। ଯଦି ଜଣେ ବ୍ୟକ୍ତି ନିୟମିତ ନିଶାଦ୍ରବ୍ୟ ସେବନ କରନ୍ତି, ତେବେ ପରବର୍ତ୍ତୀ ସମୟରେ ସେ ମେଦବହୁଳତା ବା ଓଜନ ବୃଦ୍ଧି ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏ ନେଇ ନିକଟରେ ଓ୍ବାଶିଂଟନ୍‌ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ନିୟମିତ ଏଭଳି ଅଭ୍ୟାସ ସହ ଜଡିତ କେତେକ ବ୍ୟକ୍ତିଙ୍କର ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଓଜନ ପରୀକ୍ଷା କରି ସେମାନେ ଏକ କଥା ଜାଣିପାରିଛନ୍ତି। ତେଣୁ ଓଜନକୁ ସନ୍ତୁଳିତ ରଖିବାକୁ ହେଲେ ନିଜର ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ। ତା’ସହ ନିଜର ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମକୁ ନିଶ୍ଚୟ ସାମିଲ କରନ୍ତୁ। ଏହାବ୍ୟତୀତ ନିଶାଦ୍ରଦ୍ୟ ସେବନ ଅଭ୍ୟାସକୁ ବର୍ଜନ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କିଡ୍‌ନୀ ଫେଲ୍‌ ହେଲେ ଦେଖାଦିଏ ଏସବୁ ଲକ୍ଷଣ

କିଡ୍‌ନୀ ଏପରି ଏକ ଅଙ୍ଗ, ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ପ୍ରତିଶତ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ...

ବାତ ବ୍ୟାଧିର ଉପଚାର

ମାନବ ଶରୀର ତ୍ରିଦୋଷ (ବାତ, ପିତ୍ତ, କଫ)ର ବିକୃତି କାରଣରୁ ବ୍ୟାଧି ଉତ୍ପନ୍ନ ହୁଏ। ବାତ ବିକୃତି କାରଣରୁ ପକ୍ଷାଘାତ (ପାରାଲିସିସ୍‌), ଆମବାତ (ରୁମାଟଏଡ୍‌ ଆଥର୍‌ରାଇଟିସ୍‌),...

ଡାକ୍ତରୀ ଜୀବନ

ମଣିଷ ସୃଷ୍ଟିର ଇତିହାସ ଯେତେ ପୁରୁଣା, ହୁଏତ ସେତିକି ପୁରୁଣା ରୋଗୀ ଆଉ ଚିକିତ୍ସକଙ୍କ ମଧ୍ୟରେ ସମ୍ପର୍କ। ତେଣୁ ମୁନିଋଷି, ଦାର୍ଶନିକ, ରାଜା ମହାରାଜା, ଏପରିକି...

ଏହି ୪ ଗୁଣ ମହିଳାଙ୍କ ଭିତରେ ଥିଲେ ଭାଗ୍ୟବାନ ହୁଅନ୍ତି ସ୍ବାମୀ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଚନ୍ଦ୍ରଗୁପ୍ତଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ...

ସୁଖ-ସମୃଦ୍ଧି ସହ ଏସବୁ ସମସ୍ୟାରୁ ମୁକ୍ତି ଦିଏ ଲୁଣ, ଜାଣନ୍ତୁ କ’ଣ କୁହେ ବାସ୍ତୁ…

ଲୁଣକୁ କେବଳ ଖାଦ୍ୟରେ ବ୍ୟବହାର କରାଯାଏ ତାହା ନୁହେଁ, ସୁଖ-ସମୃଦ୍ଧି ବୃଦ୍ଧି ହେଉ ଅବା ଶରୀରର ଥକାପଣକୁ ଦୂର କରିବାରେ ବି ଏହାର ଥାଏ ଅନେକ...

କେବଳ ଘରର ସୌନ୍ଦର୍ଯ୍ୟ ନୁହେଁ, ଐଶ୍ୱର୍ଯ୍ୟ ବୃଦ୍ଧି କରେ ଏସବୁ ଇଣ୍ଡୋର୍‌ ପ୍ଲାଣ୍ଟ, ଜାଣନ୍ତୁ…

ଇଣ୍ଡୋର୍‌ ପ୍ଲାଣ୍ଟ କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରେନାହିଁ ଘର ପରିବେଶକୁ ବିଶୁଦ୍ଧ କରିବା ସହ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ କରିଥାଏ। ତେବେ ଏମିତି...

ଘରକୁ ନାଶ କରିଦେବ ଏହି ଗଛର ଛାଇ, ସାଜିପାରେ ଅକାଳ ମୃତ୍ୟୁର କାରଣ

ବେଳେବେଳେ ଘର ନିର୍ମାଣ କରିବା ସମୟରେ ଆମ ଚାରିପାଖରେ ଉପସ୍ଥିତ ଜିନିଷ ପ୍ରତି ଧ୍ୟାନ ଦେଇନଥାଉ । ଏହି କାରଣରୁ,ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ...

ଧନଠାରୁ ଅଧିକ ମୂଲ୍ୟବାନ ଏହି ୩ ଜିନିଷ; ଟଙ୍କା ପଛରେ ଦୌଡ଼ି କେବେ ହରାନ୍ତୁ ନାହିଁ

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନରେ ସବୁଠାରୁ ଅଧିକ ମହତ୍ୱ ଧନର ରହିଛି। ଚାଣକ୍ୟ କୁହନ୍ତି ଟଙ୍କା ଥିଲେ ବ୍ୟକ୍ତି ନିଜର ଆବଶ୍ୟକତା ଅନୁସାରେ ପ୍ରତ୍ୟେକଟି ଜିନିଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri