Posted inଖେଳ

ଆୟୋଜକ ୱେଷ୍ଟଇଣ୍ଡିଜକୁ ହରାଇ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ,୨୪।୬: ଏକ ରୋମାଞ୍ଚକର ମ୍ୟାଚରେ ଆୟୋଜକ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା। ସୋମବାର ନର୍ଥ ସାଉଣ୍ଡର ସାର୍ ଭିଭିଆନ୍ ରିଚାର୍ଡସ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଡିଏଲଏସ ନିୟମ ଅନୁଯାୟୀ ୩ ୱିକେଟ୍ ଜିତିଥିଲା।

ଡିଏଲଏସ ନିୟମ ଅନୁସାରେ ଦକ୍ଷିଣ ଆଫ୍ରିକାକୁ ମ୍ୟାଚ ଜିତିବା ପାଇଁ ୧୭ ଓଭରରେ ୧୨୩ ରନ୍ ଆବଶ୍ୟକ ଥିଲା। ଯାହାକୁ ଦଳ ୫ ବଲ ବାକି ଥାଇ ହାସଲ କରି ନେଇଥିଲା। ଏହି ବିଜୟ ସହିତ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ ପ୍ରଥମ ଦଳ ଭାବେ ଇଂଲଣ୍ଡ ଟିମ୍ ସେମିଫାଇନାଲକୁ ଯାଇ ସାରିଛି। ଦକ୍ଷିଣ ଆଫ୍ରିକା ଗ୍ରୁପ-୨ରେ ୬ ପଏଣ୍ଟ ସହିତ ଶୀର୍ଷରେ ରହିଥିଲାବେଳେ ଇଂଲଣ୍ଡ ୪ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲା।

ଏହି ମ୍ୟାଚ୍ ସମୟରେ ଦକ୍ଷିଣ ଆଫ୍ରିକାର ଇନିଂସରେ ଦ୍ୱିତୀୟ ଓଭର ଚାଲିଥିବା ସମୟରେ ବର୍ଷା ହୋଇଥିଲା। ସେହି ସମୟରେ ଆଫ୍ରିକୀୟ ଦଳର ସ୍କୋର ଦୁଇଟି ୱିକେଟ୍ ହରାଇ ୧୫ ରନ୍ ଥିଲା ଏବଂ ଦଳ ଅସୁବିଧାରେ ଥିବା ଅନୁଭବ ହେଉଥିଲା। କିନ୍ତୁ ଯେତେବେଳେ ବର୍ଷା ବନ୍ଦ ହେବା ପରେ ଖେଳ ଆରମ୍ଭ ହେଲା, ଓଭର ଏବଂ ଟାର୍ଗେଟ କମାଇ ଦିଆଯାଇଥିଲା। ଦକ୍ଷିଣ ଆଫ୍ରିକା ପାଇଁ ଟ୍ରଷ୍ଟାନ୍ ଷ୍ଟବ୍ସ ଚାରିଟି ଚୌକ ସହାୟତାରେ ୨୭ ବଲରେ ୨୯ ରନ୍ ସଂଗ୍ରହ କରିଥିଲେ। ଯେଉଁଠାରେ ହେନ୍ରିଚ୍ କ୍ଲାସେନ୍ ୨୨ ରନ୍ ସଂଗ୍ରହ କରିଥିଲେ।

ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ଶେଷ ଓଭରରେ ପାଞ୍ଚ ରନ୍ ସ୍କୋର କରିବା ଆବଶ୍ୟକ ଥିଲା। ଶେଷ ଓଭର ପକାଇବାକୁ ଆସିଥିବା ଓବେଡ ମ୍ୟାକକୋଇଙ୍କ ଓଭରର ପ୍ରଥମ ବଲରେ ଛକା ମାରି ମାର୍କୋ ଜାନସେନ୍ ଦକ୍ଷିଣ ଆଫ୍ରିକା ଦଳକୁ ବିଜୟ ପ୍ରଦାନ କରିଥିଲେ। ଜାନସେନ୍ ୨୧ ରନ୍ ସ୍କୋର କରିଥିଲେ। ୱେଷ୍ଟଇଣ୍ଡିଜ୍ ପାଇଁ ରୋଷ୍ଟନ୍ ଚେଜ୍ ସର୍ବାଧିକ ତିନୋଟି ୱିକେଟ୍ ନେଇଥିଲେ। ଏବଂ ଆଣ୍ଡ୍ରେ ରସେଲ ଏବଂ ଅଲଜାରି ଜୋସେଫ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ,

ଏହାପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ପରେ ୱେଷ୍ଟଇଣ୍ଡିଜ୍ ୨୦ ଓଭରରେ ଆଠ ୱିକେଟ୍ ହରାଇ ୧୩୫ ରନ୍ ସଂଗ୍ରହ କରିଥିଲା। ୱେଷ୍ଟଇଣ୍ଡିଜ୍ ପାଇଁ ନିକୋଲାସ୍ ପୁରାନ୍ ୪୨ ବଲରେ ୫୨ ରନର ଚମତ୍କାର ଇନିଂସ ଖେଳିଥିଲେ, ଯେଉଁଥିରେ ତିନୋଟି ଚୌକ ଓ ଦୁଇଟି ଛକା ଥିଲା। ସେହିପରି ଓପନର ବ୍ୟାଟର କାଇଲ୍ ମାୟର୍ସ ୩ ଚୌକ ଓ ଦୁଇଟି ଛକା ସହାୟତାରେ ୩୪ ବଲରେ ୩୫ ରନ୍ ସଂଗ୍ରହ କରିଥିଲେ। ଆଣ୍ଡ୍ରେ ରସେଲ (୧୫) ଏବଂ ଅଲଜାରୀ ଜୋସେଫ (୧୧ ଞ୍ଚ) ମଧ୍ୟ ଦୁଇ ଅଙ୍କରେ ପହଞ୍ଚିବାରେ ସଫଳ ହୋଇଥିଲେ। ଆଫ୍ରିକା ପାଇଁ ଚାଇନମ୍ୟାନ ବୋଲର ତାବ୍ରେଜ ଶାମସି ୨୭ ରନ୍ ବ୍ୟୟ କରି ତିନୋଟି ୱିକେଟ୍ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କେଶବ ମହାରାଜ, ମାର୍କୋ ଜାନସେନ୍, କାଗିସୋ ରାବାଡା ଏବଂ ଆଡେନ ମାର୍କ୍ରାମ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭିଏତନାମରେ ତ୍ରିରାଷ୍ଟ୍ରୀୟ ଖେଳିବ ଭାରତ

ନୂଆଦିଲ୍ଲୀ, ୩।୭: ଭାରତୀୟ ଫୁଟବଲ ଦଳ ଭିଏତନାମ ଯାଇ ଏକ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଖେଳିବ। ଏଥିରେ ତୃତୀୟ ଦଳଭାବେ ଲେବାନନ ଅଂଶଗ୍ରହଣ କରିବ। ଫିଫା ଓ୍ବିଣ୍ଡୋକୁ...

ବିଶ୍ୱଚାମ୍ପିୟନ୍‌ ଖେଳାଳିଙ୍କୁ କରାଯିବ ଜୋରଦାର ସ୍ବାଗତ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ଲାଇଭ୍‌ ଶୋ’

ନୂଆଦିଲ୍ଲୀ,୩।୭: ଭାରତୀୟ ଦଳ ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧୭ ବର୍ଷ ପରେ ଟିମ ଇଣ୍ଡିଆ ଟାଇଟଲ ହାସଲ...

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ: ଏହି ତାରିଖରେ ଖେଳାଯାଇପାରେ ମ୍ୟାଚ୍‌

ନୂଆଦିଲ୍ଲୀ,୩।୭: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ମାର୍ଚ୍ଚ ୧ରେ ଖେଳାଯିବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା...

ମୋଦିଙ୍କୁ ଭେଟିବେ ଟିମ୍‌ ଇଣ୍ଡିଆର ଖେଳାଳି: ବିଶ୍ୱଚାମ୍ପିୟନ୍‌ ଟିମ୍‌ର ଏମିତି ହେବ ଗ୍ରାଣ୍ଡ୍‌ ଓ୍ବେଲ୍‌କମ୍‌

ବାର୍ବାଡୋସ୍‌,୩।୭: ଟି-୨୦ ବିଶ୍ୱକପ୍‌ ଟାଇଟଲ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ଟିମ ଇଣ୍ଡିଆ ନେବା ପାଇଁ ବିସିସିଆଇ ଏକ ସ୍ବତନ୍ତ୍ର...

ବିଶ୍ୱର ନମ୍ବର-୧ ଅଲରାଉଣ୍ଡର ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୩।୭: ଆଇସିସି ବୁଧବାର ଟି-୨୦ ରାଙ୍କିଙ୍ଗ ପ୍ରକାଶ କରିଛି। ଭାରତୀୟ ଟି-୨୦ ଦଳର ଉପ-ଅଧିନାୟକ ତଥା ତାରକା ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର...

ଶେଷରେ ଭାରତ ଫେରୁଛନ୍ତି ଚାମ୍ପିୟନ୍‌ ଟିମ୍‌: ବିମାନରେ ଟ୍ରଫି ସହ ଫଟୋ କ୍ରେଜ୍‌

ବାର୍ବାଡୋସ୍‌,୩।୭: ଶେଷରେ ଓ୍ବେଷ୍ଟଇଣ୍ଡିଜ୍‌ରୁ ଭାରତୀୟ ଦଳ ଘରକୁ ଫେରୁଛି। ବାର୍ବାଡୋସ୍‌ରେ ଘୂର୍ଣ୍ଣିବଳୟ ବେରିଲ ଯୋଗୁ ଭାରତୀୟ ଦଳ ସେଠାରେ ଅଟକି ରହିଥିଲେ। ବର୍ତ୍ତମାନ ଏୟାର ଇଣ୍ଡିଆର...

ପତ୍ନୀ ଅନୁଷ୍କାଙ୍କୁ ମନେ ପକାଇଲେ କୋହଲି, ତୁରନ୍ତ ଫୋନ୍‌ କରି କଲେ ଏହି କାମ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୩।୭: ଟି-୨୦ ବିଶ୍ୱକପ୍‌ ଟ୍ରଫି ଜିତିବା ପରେ ଭାରତୀୟ ଦଳ ବାର୍ବାଡୋସରେ ଫସି ରହିଛନ୍ତି। ଭାରତ ଟି -୨୦ ବିଶ୍ୱକପ୍‌ ୨୦୨୪ର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ...

ଇତିହାସ ରଚିଲେ ବୁମ୍‌ରା, ଗୋଟିଏ ରନ୍‌ ନକରି ମଧ୍ୟ ହେଲେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌

ନୂଆଦିଲ୍ଲୀ, ୦୩।୦୭: ଆଇସିସି ଟି-୨୦ ବିଶ଼୍ବକପ୍‌ରେ ବୋଲରମାନଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ଦେଖିବାକୁ ମିଳିଥିବା ବେଳେ ବ୍ୟାଟ୍ସମ୍ୟାନ୍‌ମାନଙ୍କ ପାଇଁ ଟୁର୍ଣ୍ଣାମେଣ୍ଟ ସେତେ ଭଲ ନଥିଲା । ତଥାପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri