ବିଜେଡି ଇତିହାସରେ ପ୍ରଥମ, ଲୋକ ସଭାରେ ନାହାନ୍ତି କେହି

ଭୁବନେଶ଼୍ବର, ୨୪।୬: ଲୋକ ସଭାର ୧୮ତମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ନବନିର୍ବାଚିତ ଏମ୍‌ପି ମାନେ ଶପଥ ଗ୍ରହଣ କରୁଛନ୍ତି । ହେଲେ ବିଜୁ ଜନତା ଦଳର ଇତିହାସରେ ପ୍ରଥମ କରି ଏକ ଘଟଣା ଘଟିଛି । ଲୋକ ସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ କାରଣରୁ ଆଜିର ଲୋକ ସଭା ଅଧିବେଶନରେ ବିଜେଡିର କେହି ସଦସ୍ୟ ନାହାନ୍ତି । ଓଡ଼ିଶାରେ ମୋଟ ୨୧ଟି ଲୋକସଭା ଆସନ ଥିବା ବେଳେ ସେଥିରୁ ୨୦ଟି ଆସନ ଅକ୍ତିୟାର କରିଛି ଭାରତୀୟ ଜନତା ପାର୍ଟି । ଅନ୍ୟପଟେ କୋରାପୁଟ ଲୋକ ସଭା ଆସନରୁ ସପ୍ତଗିରି ଉଲାକା କଂଗ୍ରେସରୁ ପୁନର୍ବାର ବିଜୟୀ ହୋଇ ଏମ୍‌ପି ହୋଇଛନ୍ତି ।

ଅନ୍ୟପଟେ, ସଂସଦରେ ଆଉ ନରମ ନୁହେଁ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିବ ବିଜୁ ଜନତା ଦଳ। ସୋମବାର ନବୀନ ନିବାସରେ ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳର ରାଜ୍ୟସଭା ଏମପି ମାନଙ୍କ ସହିତ ଆଲୋଚନା କରି ଚଳିତ ଅଧିବେଶନରେ ଦଳର ଆଭିମୁଖ୍ୟ କିପରି ରହିବ ତାହା ସ୍ଥିର କରିଛି ବିଜେଡି। ଓଡିଶାକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା, ଜାତୀୟ ରାଜପଥ, ଗ୍ରାମାଞ୍ଚଳରେ ପକ୍କା ଘର, ରେଲୱ ଓ ଯୋଗାଯୋଗ ପ୍ରସଙ୍ଗ ଉଠାଇବ ବିଜେଡି। ସଭାପତିଙ୍କ ସହିତ ବୈଠକ ପରେ ଖବରଦାତାଙ୍କ ସହିତ ଆଲୋଚନା କରି ବିଜେଡି ଏମପି ଶସ୍ମିତ ପାତ୍ର, ସୁଲତା ଦେଓ ଏବଂ ମୁନ୍ନା ଖାଁ କହିଛନ୍ତି।

ସୂଚନା ଥାଉକି, ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏନ୍‌ଡିଏ ସମର୍ଥନରେ ସରକାର ଗଠନ କରିଛି । ଏହାଛଡ଼ା ଦଳ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡିକୁ ପରାସ୍ତ କରି ପ୍ରଥମ ଥର ପାଇଁ ସରକାର ଗଢ଼ିଛି । ଅନ୍ୟପଟେ ୱାଇଏସ୍‌ଆର କଂଗ୍ରେସକୁ ହରାଇ ଆନ୍ଧ୍ର ପ୍ରଦେଶରେ ଭାଜପା, ଟିଡିପି ଏବଂ ଜନସେନା ମେଣ୍ଟ ସରକାର କରିଛି । ଏହି ଦୁଇ ଆଞ୍ଚଳିକ ଦଳ ଲୋକ ସଭା ନିର୍ବାଚନରେ ମଧ୍ୟ ଖରାପ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଏହି ଦୁଇ ଦଳଙ୍କ ପାଖରେ ଏବେ ମଧ୍ୟ ଭାଜପାକୁ ବିରୋଧ କରିବା ଏବଂ କୌଣସି ବିଲ୍‌ ପାସ୍‌ କରାଇନଦେବା ଭଳି କ୍ଷମତା ରହିଛି ।

ରାଜ୍ୟ ସଭାରେ ବର୍ତ୍ତମାନ ୱାଇଏସ୍‌ଆର କଂଗ୍ରେସର ୧୧ ଜଣ ଏମ୍‌ପି ଥିବାବେଳେ ବିଜୁ ଜନତା ଦଳର ୯ ଜଣ ଏମ୍‌ପି ଅଛନ୍ତି। ଅନ୍ୟପକ୍ଷରେ, ଦଶ ବର୍ଷ ଶାସନ କରିବା ପରେ ମଧ୍ୟ ଭାରତୀୟ ଜନତା ପାର୍ଟିର ସଂସଦର ଉପର ଗୃହରେ ସଂଖ୍ୟାଗରିଷ୍ଠତା ନାହିଁ । ଯଦି ଏହାର ସହଯୋଗୀ ଏମ୍‌ପିଙ୍କ ସଂଖ୍ୟା ଯୋଡ଼ି ଦିଆଯାଏ ତେବେ ବି ଏହା ବିଲ୍‌ ପାସ୍‌ କରିବାକୁ ସମର୍ଥ ନୁହେଁ ।

ରାଜ୍ୟ ସଭାର ମୋଟ ସଦସ୍ୟଙ୍କ ସଂଖ୍ୟା ୨୪୫ ହୋଇଥିବା ବେଳେ କୌଣସି ବିଲ ପାସ କରିବାକୁ, ୧୨୩ ଏମ୍‌ପିଙ୍କ ସମର୍ଥନ ଆବଶ୍ୟକ ହେବ । ବର୍ତ୍ତମାନ ସମସ୍ତ ଏନଡିଏ ସହଯୋଗୀ ଦଳର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ମାତ୍ର ୧୧୭, ଯାହା ସଂଖ୍ୟାଗରିଷ୍ଠତାଠାରୁ ୬ ସଦସ୍ୟ କମ୍‌। ଏଭଳି ପରିସ୍ଥିତିରେ, ୱାଇଏସ୍‌ଆର କଂଗ୍ରେସ କିମ୍ବା ବିଜୁ ଜନତା ଦଳ ବିନା ସମର୍ଥନରେ ଉପର ଗୃହରେ କୌଣସି ବିଲ ପାସ କରିବା ସହଜ ହେବ ନାହିଁ। ଆଗାମୀ ଦିନରେ ଅତି କମରେ ୬ଟି ଖାଲି ସିଟ ଜିତିବାକୁ ଭାଜପା ନିଶ୍ଚୟ ଚେଷ୍ଟା କରିବ । ତେବେ ସରକାର ହରାଇବା ପରେ ମଧ୍ୟ ଏବେ ବିି ୱାଇଏସ୍‌ର କଂଗ୍ରେସ ଏବଂ ବିଜୁ ଜନତା ଦଳ ରାଜ୍ୟସଭାରେ କ୍ଷମତାପୂର୍ଣ୍ଣ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ତ ସରକାରୀ ଜମି ଜବରଦଖଲ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୬।୭: ରାଜ୍ୟର ସମସ୍ତ ଜିଲାରେ ସରକାରୀ ଜମି ଜବରଦଖଲ ବଢି ଚାଲିଥିବା ବେଳେ ଚିନ୍ତା ପ୍ରକଟ କରିଛନ୍ତି ସରକାର। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜବରଦଖଲକୁ...

ସୋମବାର ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର, ୬ା୭(ଅସମାପିକା ସାହୁ) – ଚଳିତବର୍ଷ ଶ୍ରୀଜୀଉଙ୍କ ଗୁଣ୍ଡିଚା ଯାତ୍ରା ଦୁଇଦିନ ଧରି ଚାଲିବ। ରବିବାର ସାପ୍ତାହିକ ଛୁଟି ଥିବାବେଳେ ସୋମବାର ରାଜ୍ୟର ସମସ୍ତ ସ୍କୁଲ,...

ଟଙ୍କା ବ୍ୟାଗ୍‌ ଫିଙ୍ଗି ଦୌଡ଼ିଥିଲେ ତହସିଲଦାର, ଗୋଡ଼ାଇ ଧରିଲା ଭିଜିଲାନ୍ସ ଟିମ୍‌

ରାୟଗଡ଼ା,୬ା୭): ରାୟଗଡ଼ା ଜିଲା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ ଗିରଫ ହୋଇଛନ୍ତି। ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ...

ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ

ପୁରୀ,୬।୭: ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହି ପରିପ୍ରେକ୍ଷୀରେ ଶନିବାର ସିଂହଦ୍ୱାର ସମ୍ମୁଖରେ ଲାଗିଲା ତିନି ରଥ। ଆଜ୍ଞାମାଳ ବିଜେ ପରେ ଶ୍ରୀଜିଉଙ୍କ ତିନି ରଥକୁ...

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର, ୬।୭: ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଭୁବନେଶ୍ୱରରେ ହେବାକୁ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ...

ସ୍କୁଲ ଆସୁ ନାହାନ୍ତି ଶିକ୍ଷୟିତ୍ରୀ, ଶିକ୍ଷକ: ୪ଦିନ ହେଲା ଝୁଲୁଛି ତାଲା

ଭଦ୍ରକ,୬।୭: ଭଦ୍ରକ ଜିଲା ବାସୁଦେବପୁରସ୍ଥିତି ଦଧିବାମନପୁର ସ୍କୁଲରେ ୪ଦିନ ହେଲା ତାଲା ଝୁଲୁଛି। ଫଳରେ ଛାତ୍ରୀଛାତ୍ରଙ୍କ ପାଠ ପଢା ବନ୍ଦ ରହିଛି। ଏନେଇ ଅଭିଭାବକ ମହଳରେ...

ଆସିଲା ଖୁସିଖବର: ଜାଣନ୍ତୁ କେଉଁମାନେ ସାମିଲ ହେବେ ହେବେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ

ଭୁବନେଶ୍ୱର,୬।୭: କୃଷକଙ୍କ ପାଇଁ ଆସିଲା ଖୁସିଖବର। କୃଷକ ଭାଇ ମାନଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଯୋଗ୍ୟ...

କ୍ରୀଡ଼ା ପାଇଁ ସମର୍ପିତ ଓଡ଼ିଶା ସରକାର; ଚାମ୍ପିୟନ ମହିଳା ରଗ୍‌ବୀ ଦଳକୁ ରାତି ଅଧରେ କଲେ ସ୍ୱାଗତ

ଭୁବନେଶ୍ୱର, ୬।୭: ମହାରାଷ୍ଟ୍ରର ପୁଣେସ୍ଥିତ ବେଲଓ୍ବୋଡ଼ି ଷ୍ଟାଡିୟମରେ ଗୁରୁବାର ଉଦ୍‌ଯାପିତ ସର୍ବଭାରତୀୟ ସିନିୟର ମହିଳା ରଗ୍‌ବୀ ୭ ଏସ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ଦଳ ଚାମ୍ପିୟନ ହୋଇଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri