NEET ମାମଲାରେ ସାମ୍ନାକୁ ଆସିଲା ବଡ଼ ସତ, ୩୫ ଛାତ୍ରଙ୍କୁ…

ନୂଆଦିଲ୍ଲୀ, ୨୪।୬: NEET ପେପର୍‌ ଲିକ୍‌ ମାମଲାରେ ବଡ଼ ସତ ସାମ୍ନାକୁ ଆସିଛି । ଗିରଫ ହୋଇଥିବା ଚିଣ୍ଟୁ କୁମାରକୁ ପଚରାଉଚରା ବେଳେ ବିହାର ଅର୍ଥନୈତିକ ଅପରାଧ ଶାଖା ପୋଲିସ୍‌ ହାତରେ ବଡ଼ ସୂଚନା ଲାଗିଛି । ନିଟ୍‌ ପେପର ଲିକ୍‌ରେ ସାମିଲ୍‌ ଥିବା କିଛି ଲୋକଙ୍କ ନାମ ସେ କହିଛି । ପାଟନାର ଖୋମନି ଚକ୍‌ ସ୍ଥିତ ଲର୍ଡ ଏଣ୍ଡ୍‌ ପ୍ଲେ ସ୍କୁଲରେ ପାଖାପାଖି ୩୫ ଛାତ୍ରଙ୍କୁ ପ୍ରଶ୍ନ ପତ୍ର ଏବଂ ଉତ୍ତର ଘୋଷିବାକୁ ଦିଆଯାଇଥିଲା । ଏଠାରେ ଥିବା ୱାଇଫାଇ ପ୍ରିଣ୍ଟରରେ ୧୦-୧୨ କପି ପ୍ରିଣ୍ଟ କରାଯାଇଥିଲା । ପ୍ରଥମେ ବାୟୋଲୋଜିର ପ୍ରଶ୍ନ ଏବଂ ଉତ୍ତର ରକି ଜରିଆରେ ଆସିଥିଲା । ଏହାପରେ ଫିଜିକ୍ସ ଏବଂ ଶେଷରେ କେମେଷ୍ଟ୍ରିର ପେପର ଆସିଥିବା ସେ କହିଛି ।

ଏହି ମାମଲାର ମୁଖ୍ୟ ମାଷ୍ଟର ମାଇଣ୍ଡ୍‌ ଅତୁଲ ବତ୍ସ, ଅଂଶୁଲ ସିଂହ ସମେତ ଅନ୍ୟ ବ୍ୟକ୍ତିଙ୍କ ଜରିଆରେ ପ୍ରଶ୍ନ ଉତ୍ତର ପହଞ୍ଚିଥିଲା । ଅତୁଲ ଚିଣ୍ଟୁ ମାଧ୍ୟମରେ ବିହାରରେ ପ୍ରଶ୍ନ ପତ୍ର ପହଞ୍ଚାଇବା ପ୍ଲାନ୍‌ କରିଥିଲା । ରକି ବର୍ତ୍ତମାନ ରାଞ୍ଚିର ଚୁଟିଆ ଥାନା ଅଧିନ କଡରୁ ରୋଡ୍‌ ନିକଟରେ ଏକ ରେଷ୍ଟାରୁଣ୍ଟ କରି ଚଳୁଥିବା ଜଣାପଡ଼ିଛି । ବିହାର ପୋଲିସ୍‌ ଝାଡ଼ଖଣ୍ଡରେ ରକିକୁ ଖୋଜୁଥିବା ଜଣାପଡ଼ିଛି ।

ସୂଚନା ଥାଉକି, NEET -ୟୁଜି ପରୀକ୍ଷାରେ ଅନିୟିତତା ଓ ରେଜଲ୍ଟ ବିଭ୍ରାଟ ଘଟଣାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗ୍ରେସ୍‌ ମାର୍କ ପାଇଥିବା ୧,୫୬୩ ପରୀକ୍ଷାର୍ଥୀଙ୍କୁ ସାନି ପରୀକ୍ଷା ଦେବା ପାଇଁ ସୁଯୋଗ ଦିଆଯାଇଥିଲା। ପରୀକ୍ଷା ନ ଦେଲେ ଗ୍ରେସ୍‌ମାର୍କକୁ ବାଦ୍‌ ଦିଆଯାଇ ଅବଶିଷ୍ଟ ମାର୍କକୁ ସେମାନଙ୍କ ଫଳାଫଳ ବିବେଚନା କରାଯିବ ବୋଲି ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) କହିଥିଲା। ରବିବାର ଏହି ପିଲାମାନଙ୍କ ପାଇଁ ସାନି ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ୪୮ ପ୍ରତିଶତ ପରୀକ୍ଷା ଦେବାକୁ ଆସି ନାହାନ୍ତି। ମୋଟ ୮୧୩ ଜଣ ଛାତ୍ରୀଛାତ୍ର (୫୨ ପ୍ରତିଶତ) ପରୀକ୍ଷା ଦେଇଥିବାବେଳେ ୭୫୦ ଜଣ ଏହାକୁ ଏଡ଼ାଇ ଯାଇଥିବା ଏନ୍‌ଟିଏ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ୧,୫୬୩ ପିଲାଙ୍କ ପାଇଁ ଛତିଶଗଡ଼, ଗୁଜରାଟ, ହରିୟାଣା, ମେଘାଳୟ, ଚଣ୍ଡିଗଡ଼ରେ ୭ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଥିଲା। ଚଣ୍ଡିଗଡ଼ ଏକ୍‌ଜାମ୍‌ ସେଣ୍ଟରରେ ୨ ଜଣ ପରୀକ୍ଷା ଦେବାକୁ ଥିବାବେଳେ କେହି ଆସି ନ ଥିଲେ। ସେହିପରି ଛତିଶଗଡ଼ରେ ୬୦୨ ଜଣ ପରୀକ୍ଷାର୍ଥୀଙ୍କ ସ୍ଥାନରେ ୩୧୧ ଜଣ ଅନୁପସ୍ଥିତ ଥିବାବେଳେ ୨୯୧ ଜଣ ପରୀକ୍ଷା ଦେଇଥିଲେ। ଗୁଜରାଟର ପରୀକ୍ଷା କେନ୍ଦ୍ରରେ ମାତ୍ର ଜଣେ ପରୀକ୍ଷାର୍ଥୀ ଥିବାବେଳେ ସେ ମଧ୍ୟ ଅନୁପସ୍ଥିତ ରହିଥିଲେ। ମେଘାଳୟର ୪୬୪ ପିଲାଙ୍କ ମଧ୍ୟରୁ ୨୩୦ ଅନୁପସ୍ଥିତ ଥିବାବେଳେ ୨୩୪ ଜଣ ପୁନଃ ପରୀକ୍ଷା ଦେଇଛନ୍ତି।

ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ମେ’ ୫ରେ ଅନୁଷ୍ଠିତ ଏନ୍‌ଇଇଟି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଏବଂ ବ୍ୟାପକ ଅନିୟମିତତା ରିପୋର୍ଟ ମିଳିବା ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ରବିବାର ତଦନ୍ତ ଆରମ୍ଭ କରିଛି। ସିବିଆଇ ମାମଲା ରୁଜୁ କରିବା ପରେ ଏହାର ସ୍ବତନ୍ତ୍ର ଟିମ୍‌ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗୋଧ୍ରା ଓ ପାଟନା ଯାଇ ତନାଘନା ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମାଙ୍କ ଅବସରକୁ ନେଇ ମା’ କଲେ ବଡ଼ ଖୁଲାସା: କହିଲେ ଏମିତି କଥା

ନୂଆଦିଲ୍ଲୀ,୬।୭: ୨୦୨୪ ଟି-୨୦ ବିଶ୍ୱକପ ଜିତିବା ପରେ ରୋହିତ ଶର୍ମା ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଥିଲେ। କିନ୍ତୁ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠିଛି...

ପ୍ରବଳ ବର୍ଷା, ୨୪ ଘଣ୍ଟାରେ ଘଡ଼ଘଡ଼ିରେ ୯ ଜଣଙ୍କ ମୃତ୍ୟୁ

ପାଟନା, ୦୬।୦୭: ପ୍ରବଳ ବର୍ଷା କାରଣରୁ ବିହାରର କିଛି ଜିଲା ଜଳାର୍ଣ୍ଣବ ହୋଇଛି । ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ମଧ୍ୟ ହୋଇଛି । ଫଳରେ...

‘ପ୍ରଧାନମନ୍ତ୍ରୀ-ଶିକ୍ଷାମନ୍ତ୍ରୀ ଅସମ୍ବେଦନଶୀଳ’, ସରକାରଙ୍କୁ ଟାର୍ଗେଟ କଲେ ଜୟରାମ

ନୂଆଦିଲ୍ଲୀ,୬।୭: ନିଟ ୟୁଜି ପରୀକ୍ଷା ସହିତ ଜଡିତ ଏକ ବଡ ଅପଡେଟ ଆସିଛି। ସ୍ନାତକୋତ୍ତର ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇଁ ନିଟ ୟୁଜି କାଉନସିଲିଂକୁ ସ୍ଥଗିତ...

ପୋଷ୍ଟପୋନ ହେଲା ନିଟ ୟୁଜି କାଉନସେଲିଂ, ଶୀଘ୍ର ଘୋଷଣା ହେବ ନୂଆ ତାରିଖ

ନୂଆଦିଲ୍ଲୀ,୬।୭: ନିଟ ୟୁଜି ୨୦୨୪ର କାଉନସେଲିଂକୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛ। ଏଥିପାଇଁ ଅଲ ଇଣ୍ଡିଆ କୋଟା (ଏଆଇକ୍ୟୁ) ସିଟ କାଉନସେଲିଂ ଶନିବାର ଅର୍ଥାତ୍‌...

ଅଗ୍ନିବୀର vs ଯବାନ: ମିଳେ କେତେ ଦରମା, ଶହୀଦ ପରେ ମିଳିଥାଏ କି ସୁବିଧା

ନୂଆଦିଲ୍ଲୀ,୬।୭: ଦେଶରେ ଅଗ୍ନିବୀର ଯୋଜନାକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ଏହି ଯୋଜନାକୁ ସରକାର ଦେଶ ପାଇଁ ଲାଭକାରୀ କହୁଥିବାବେଳେ ବିରୋଧୀ ଲଗାତାର ଏହାକୁ...

ଲାଲୁଙ୍କୁ ଟାର୍ଗେଟ କଲେ ଚିରାଗ

ନୂଆଦିଲ୍ଲୀ,୬।୭: ରାଷ୍ଟ୍ରୀୟ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସରେ ଲାଲୁ ଯାଦବ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ କେନ୍ଦ୍ର ସରକାର ଦୁର୍ବଳ ଏବଂ...

ମୁଁ ବିଶ୍ୱରେ ଅଛି, ଗିରଫ କରିବା କଥା ଯଦି ଆସନ୍ତୁ, ଚ୍ୟାଲେଞ୍ଜ ଦେଲେ ମହୁଆ

କୋଲକାତା,୬।୭: ଟିଏମସି ଏମପି ମହୁଆ ମୋଇତ୍ର ବର୍ତ୍ତମାନ ଏକ ନୂଆ ଅସୁବିଧାରେ ପଡ଼ିଛନ୍ତି। ନ୍ୟାସନାଲ କମିଶନ ଫର ଓମେନ (ଏନସିଡବ୍ଲୁ) ଅଧ୍ୟକ୍ଷ ରେଖା ଶର୍ମାଙ୍କ ବିରୋଧରେ...

ମାତ୍ର ୧୦ଟଙ୍କା ନିବେଶ କରି ହେବେ ମାଲାମାଲ, ଆବଶ୍ୟକ ସମୟରେ ମିଳିବ ୧୬ ଲକ୍ଷ

ନୂଆଦିଲ୍ଲୀ,୬।୭: ଯେଉଁମାନେ ସବୁବେଳେ ଭବିଷ୍ୟତ ବିଷୟରେ ଚିନ୍ତିତ, ସେମାନଙ୍କୁ ଏହି ଖବର ଆଶ୍ୱସ୍ତି ଦେଇପାରେ। କାରଣ ଡାକଘର ଯୋଜନା ଆପଣଙ୍କୁ ଆବଶ୍ୟକ ସମୟରେ ୧୬ଲକ୍ଷ ଟଙ୍କା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri