Posted inଖେଳ

ଶେଷ ସୁପର-୮ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି

ଗ୍ରସ ଆଇସ୍ଲେଟ, ୨୪।୬: ଗ୍ରସ ଆଇସ୍ଲେଟ, ସେଣ୍ଟ ଲୁସିଆସ୍ଥିତ ଡାରେନ ସାମି ଜାତୀୟ କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ଶେଷ ସୁପର-୮ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇ ଭାରତ ବ୍ୟାଟିଂ କରିବ।

ସୁପର-୮ ମ୍ୟାଚ୍‌ରେ ଭାରତ ଏପର୍ଯ୍ୟନ୍ତ ଖେଳିଥିବା ୨ଟିଯାକ ମ୍ୟାଚ ଜିତି ୪ ପଏଣ୍ଟ ସହ ଗ୍ରୁପ-୧ ଟେବୁଲର ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ରବିବାର ଆଫଗାନିସ୍ତାନଠାରୁ ହାରିଯାଇଥିବାରୁ ଆଶଙ୍କାରେ ରହିଛି। ଏହି ଦଳ ୨ ମ୍ୟାଚରୁ ୧ ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ତୃତୀୟ ସ୍ଥାନରେ ଥିବା ଆଫଗାନିସ୍ତାନ ଏହାର ଶେଷ ସୁପର-୮ ମ୍ୟାଚ ବାଂଲାଦେଶ ବିପକ୍ଷରେ ଖେଳିବାର ଅଛି। ଯଦି ଆସନ୍ତା ମ୍ୟାଚ୍ରେ ଭାରତ ନିକଟରୁ ଅଷ୍ଟ୍ରେଲିଆ ହାରେ ଏବଂ ବାଂଲାଦେଶ ବିପକ୍ଷରେ ଆଫଗାନିସ୍ତାନ ବିଜୟ ହାସଲ କରେ ତେବେ ଭାରତ ଓ ଆଫଗାନିସ୍ତାନ ସେମିଫାଇନାଲରେ ପ୍ରବେଶ କରିବେ। ବାଂଲାଦେଶ ଏପର୍ଯ୍ୟନ୍ତ ଶ୍ରେଷ୍ଠ ପ୍ରଦର୍ଶନ କରିପାରି ନ ଥିବାରୁ ଆଫଗାନିସ୍ତାନର ଆଶା ବଢ଼ିଛି। ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ଅପରାଜେୟ ରହିଥିବା ଭାରତ ବିଜୟ ବଜାୟ ରଖି ସେମିଫାଇନାଲ ପ୍ରବେଶ ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସର୍ଭେରେ ଖୁଲାସା: ଧୋନୀଙ୍କ ସିଏସ୍‌କେ ନା ରୋହିତଙ୍କ ଏମ୍‌ଆଇ, ଜାଣନ୍ତୁ କିଏ ଆଇପିଏଲର ସବୁଠାରୁ ଲୋକପ୍ରିୟ ଟିମ୍‌

ନୂଆଦିଲ୍ଲୀ,୫।୧୦: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ, ପ୍ରତ୍ୟେକ ଦଳର ପ୍ରଶଂସକମାନେ ସେମାନଙ୍କ ଦଳକୁ ସବୁଠାରୁ ଲୋକପ୍ରିୟ ବୋଲି ବିବେଚନା କରନ୍ତି, କିନ୍ତୁ ନିକଟରେ ହୋଇଥିବା ଏକ...

ମହିଳା ଟି ୨୦ ବିଶ୍ୱକପରେ ଦୁର୍ଘଟଣା, ଗୁରୁତର ଆହତ ହେଲେ ଖେଳାଳି

ନୂଆଦିଲ୍ଲୀ,୫।୧୦: ଶୁକ୍ରବାର ୱେଷ୍ଟଇଣ୍ଡିଜ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଆଇସିସି ମହିଳା ଟି -୨୦ ବିଶ୍ୱକପ୍ର ତୃତୀୟ ମ୍ୟାଚରେ ଏକ ଦୁର୍ଘଟଣା ଘଟିଛି। ଦକ୍ଷିଣ...

ମହିଳା ଟି୨୦ ବିଶ୍ୱକପ: ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ

ଦୁବାଇ, ୪।୧୦: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପରେ ଭାରତ ପରାଜୟ ସହ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ହରମନପ୍ରୀତ କୌରଙ୍କ ଦଳ...

ଓଡ଼ିଶା ରଣଜୀ ଦଳ ଘୋଷିତ: ଗୋବିନ୍ଦ ପୋଦ୍ଦାର ଅଧିନାୟକ

ଭୁବନେଶ୍ୱର, ୪।୧୦ (ତପନ ସ୍ବାଇଁ): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଘରୋଇ କ୍ରିକେଟର ସର୍ବୋଚ୍ଚ ଟୁର୍ନାମେଣ୍ଟ ରଣଜୀ ଟ୍ରଫି ୨୦୨୪-୨୫ ସିଜନର ପ୍ରଥମ ୨ଟି ମ୍ୟାଚ...

ସାହାଣୀ କପ ଫୁଟବଲ: ରାଉରକେଲାକୁ ହରାଇ ବରଗଡ଼ ଫାଇନାଲରେ

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ଓ ବରଗଡ଼ ଜିଲା କ୍ରୀଡ଼ା ସଂସଦର ମିଳିତ ଆୟୋଜନରେ ଅନୁଷ୍ଠିତ...

ରିଷଭ ପନ୍ତଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ନୂଆଦିଳ୍ଲୀ,୪।୧୦:ଭାରତୀୟ କ୍ରିକେଟର୍‌ ରିଷଭ ପନ୍ତ ଆଜି ୨୮ ବର୍ଷରେ ପଦାର୍ପଣ କରିଛନ୍ତି। ପନ୍ତ ୪ ଅକ୍ଟୋବର ୧୯୯୭ରେ ଉତ୍ତରାଖଣ୍ଡର ରୁର୍‌କିରେ ଜନ୍ମଗ୍ରହଣ କରିଥିଲେ। ପନ୍ତ ନିଜର...

କାଙ୍ଗାଳ ପାକିସ୍ତାନ: ୪ ମାସ ହେବ କ୍ରିକେଟର୍‌ଙ୍କୁ ମିଳିନି ଦରମା

ଇସଲାମାବାଦ୍‌,୪।୧୦: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ରେ ବିବାଦ ଶେଷ ହେବାର ନାଁ ଧରୁନି। ପାକିସ୍ତାନର ଅନେକ ତାରକା ଖେଳାଳିଙ୍କୁ ଗତ ଚାରିମାସ ଧରି ଦରମା ଦିଆଯାଇ...

ଶାମିଙ୍କ ଉପରେ ବଡ଼ ଅଭିଯୋଗ ଆଣିଲେ ପତ୍ନୀ ହସିନ ଜହାଁ, ଝିଅଙ୍କ…

ନୂଆଦିଲ୍ଲୀ,୪।୧୦: ଭାରତୀୟ ତାରକା ବୋଲର୍‌ ମହମ୍ମଦ ଶାମିଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି ପତ୍ନୀ ହସିନ ଜହାଁ। ଝିଅ ଆୟରାଙ୍କ ପାସପୋର୍ଟ କରିବାକୁ ଶାମି ସହଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri