Posted inଜାତୀୟ

ଏନ୍‌ଇଇଟି ବିଭ୍ରାଟ: ବିହାର, ମହାରାଷ୍ଟ୍ର ପରେ ଦିଲ୍ଲୀ ଲିଙ୍କ୍‌

ନୂଆଦିଲ୍ଲୀ,୨୪ା୬: ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବିହାର, ଏବଂ ମହାରାଷ୍ଟ୍ର ପରେ ଦିଲ୍ଲୀର ସମ୍ପୃକ୍ତି ଥିବା ପଦାକୁ ଆସିଛି। ବିହାର ପୋଲିସର ଆର୍ଥତ୍କ ଅପରାଧ ଶାଖା (ଇଓୟୁ) ଏହି ମାମଲାରେ ଏପର୍ଯ୍ୟନ୍ତ ୧୮ ଜଣଙ୍କୁ ଗିରଫ କରିଛି। ପ୍ରଶ୍ନପତ୍ର ପ୍ରଘଟରେ ମହାରାଷ୍ଟ୍ରର ୨ଜଣ ସ୍କୁଲ୍‌ ଶିକ୍ଷକ ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ସେମାନଙ୍କ ବିରୋଧରେ ଲାଟୁର ଥାନାରେ ଏତଲା ଦାଏର ହୋଇଛି।

ରବିବାର ନାଣ୍ଡେଡ୍‌ର ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଶିକ୍ଷକ ସଞ୍ଜୟ ତୁକାରାମ ଯାଦବ ଏବଂ ଜଲିଲ ଉମରଖାନ ପଠାନ୍‌ଙ୍କୁ ଉଠାଇ ନେଇଥିଲା। ସେମାନେ ଜିଲା ପରିଷଦ ସ୍କୁଲ୍‌ରେ ଶିକ୍ଷକତା କରିବା ସହ ଲାଟୁରରେ ଘରୋଇ କୋଚିଂ ସେଣ୍ଟର ଚଳାଉଥିଲେ।

ସେମାନଙ୍କ ଫୋନ୍‌ରୁ ବହୁ ଛାତ୍ରୀଛାତ୍ରଙ୍କ ଆଡମିଟ୍‌ କାର୍ଡ ଏବଂ ହ୍ବାଟ୍ସଆପ୍‌ ଚାଟ୍‌ ମିଳିଛି। ଏମାନଙ୍କର ଦିଲ୍ଲୀ ସହ ନିୟମିତ ଯୋଗାଯୋଗ ରହିଥିଲା। ଦିଲ୍ଲୀର ଗଙ୍ଗାଧର ନାମକ ବ୍ୟକ୍ତି ସେମାନଙ୍କୁ କେତେଜଣ ପରୀକ୍ଷାର୍ଥୀଙ୍କ ସହ ଯୋଗାଯୋଗ କରାଇବାରେ ସହାୟତା କରିଥିଲେ। ଏହି ପରୀକ୍ଷାର୍ଥୀମାନେ ଗ୍ୟାରେଣ୍ଟିଯୁକ୍ତ ସଫଳତା ପାଇଁ ମୋଟା ଅଙ୍କର ଟଙ୍କା ଦେବାକୁ ରାଜି ଥିଲେ। ଏତଲାରେ ଗଙ୍ଗାଧରଙ୍କ ସମେତ ନାଣ୍ଡେଡ୍‌ କୋଚିଂ ସେଣ୍ଟରର ପ୍ରଶିକ୍ଷକ ଇରାନା କୋଙ୍ଗଲଓ୍ବାରଙ୍କ ନାଁ ରହିଛି। ବିହାର ପୋଲିସ ଗିରଫ କରିଥିବା ୪ଜଣ ଛାତ୍ର ପରୀକ୍ଷାର ଦିନକ ପୂର୍ବରୁ ପ୍ରଶ୍ନପତ୍ର ପାଇଥିବା ସ୍ବୀକାର କରିଥିଲେ। ପ୍ରଶ୍ନପତ୍ର ଲିକ୍‌ ପଛରେ ‘ସଲ୍‌ଭର ଗ୍ୟାଙ୍ଗ୍‌’ର ଭୂମିକା ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଅନୁମତି ଦିଆ ନ ଯାଏ, ତେବେ…

ନୂଆଦିଲ୍ଲୀ,୫।୧୦: ଲଦ୍ଦାଖର ଜଳବାୟୁ କାର୍ଯ୍ୟକର୍ତ୍ତା ବା କ୍ଲାଇମେଟ ଆକ୍ଟିଭିଷ୍ଟ ସୋନମ ୱାଙ୍ଗଚୁକ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଘୋଷଣା କରିଛନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ...

ଭାଜପାର ବଡ଼ ଆକ୍ସନ: ଦଳରୁ ବିଦା ହେଲେ ୪ ବଡ଼ ନେତା

ଚଣ୍ଡିଗଡ,୫।୧୦: ହରିୟାଣାରେ ଆଜି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଅପରପକ୍ଷରେ ଭାଜପା ଚାରିଜଣ ନେତାଙ୍କୁ ଦଳରୁ ବହିଷ୍କାର କରିଛି। ଏହି ଚାରିଜଣ ହିସାର ବିଧାନସଭା ଠାରୁ...

‘ଯୁବକ ଯଦି ହୁଡିଯାଆନ୍ତି ତେବେ ଦେଶର ଅବସ୍ଥା,’ଆପତ୍ତିଜନକ ବୟାନକୁ ନେଇ…

ନୂଆଦିଲ୍ଲୀ,୫।୧୦: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ କାର୍ଯ୍ୟକ୍ରମରେ ମହନ୍ତ ୟତି ନରସିଂହାନନ୍ଦ ପୈଙ୍ଗାମ୍ବର ମହମ୍ମଦ ଏବଂ କୁରାନ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି, ଯାହା ପରେ ସାରା...

ଶ୍ରୀଲଙ୍କା ସହ ମିଶି ଚାଇନାକୁ ପାନେ ଦେବ ଭାରତ: ଜୟଶଙ୍କରଙ୍କୁ ଭେଟିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି କହିଲେ…

ନୂଆଦିଲ୍ଲୀ,୫।୧ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଅନୁରା କୁମାରା ଡିସାନାଇକେଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଚାଲିଥିବା...

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୫।୧୦: ଜମ୍ମୁ କଶ୍ମୀରରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କ ଯୋଜନା ପଣ୍ଡ ହୋଇଛି। ସୁରକ୍ଷା ବାହିନୀ ଦ୍ୱାରା ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନାନୁସାରେ,...

ଡଲ୍‌ଫିନ୍‌ ହସିପାରନ୍ତି

ନୂଆଦିଲ୍ଲୀ,୫ା୧୦(ପି.ଟି.): ଡଲ୍‌ଫିନ୍‌ଗୁଡ଼ିକ ଖେଳିବା ସମୟରେ ପାଟି ଖୋଲା ରଖି ପରସ୍ପରକୁ ସେମାନଙ୍କ ଭାବନା ବ୍ୟକ୍ତ କରିଥାନ୍ତି। ଅନେକ ସମୟରେ ସେମାନଙ୍କର ଏହି ଅଭିବ୍ୟକ୍ତି ‘ହସ’ ହୋଇପାରେ ବୋଲି...

ସରକାର ବିରୋଧୀ ଲେଖା ପାଇଁ ଖବରଦାତାଙ୍କ ନାଁରେ ମାମଲା କରନାହିଁ

ନୂଆଦିଲ୍ଲୀ,୫ା୧୦: ସରକାରଙ୍କ ପ୍ରତି ସମାଲୋଚନାମୂଳକ ଲେଖା ପାଇଁ ଖବରଦାତାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ନ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତରପ୍ରଦେଶ ସରକାରଙ୍କୁ ତାଗିଦ କରିଛନ୍ତି।...

ଅମେଠିରେ ଦଳିତ ପରିବାରର ୪ ଜଣଙ୍କୁ ହତ୍ୟା

ଆମେଠି,୫ା୧୦(ପି.ଟି.): ଉତ୍ତରପ୍ରଦେଶର ଅମେଠିରେ ଜଣେ ସ୍କୁଲ ଶିକ୍ଷକ, ତାଙ୍କ ସ୍ତ୍ରୀ ଓ ୨ ଝିଅଙ୍କୁ ସେମାନଙ୍କ ଭଡ଼ାଘରେ ଗୁରୁବାର ଗୁଳିକରି ହତ୍ୟା କରାଯାଇଛି। ସେମାନଙ୍କ ପ୍ରତି ଯଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri