Posted inଜାତୀୟ

ପାର୍ଲାମେଣ୍ଟ ଅଭିଯାନ ବେଳେ ବହୁ ଛାତ୍ରୀଛାତ୍ର ଅଟକ

ନୂଆଦିଲ୍ଲୀ,୨୫ା୬: ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଚଳିତ ବର୍ଷ ଅନୁଷ୍ଠିତ ଏନ୍‌ଇଇଟି-ୟୁଜି ପରୀକ୍ଷାରେ ବ୍ୟାପକ ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ପ୍ରତିବାଦରେ ସୋମବାର ପାର୍ଲାମେଣ୍ଟ ଅଭିଯାନ ବେଳେ ୨ ଡଜନ୍‌ରୁ ଅଧିକ ଛାତ୍ରୀଛାତ୍ରଙ୍କୁ ପୋଲିସ ଅଟକ ରଖିଛି। ସେମାନଙ୍କ ମଧ୍ୟରେ କଂଗ୍ରେସ ସ୍ବୀକୃତିପ୍ରାପ୍ତ ଛାତ୍ର ସଂଗଠନ ନ୍ୟାଶନାଲ ଷ୍ଟୁଡେଣ୍ଟସ୍‌ ୟୁନିୟନ ଅଫ୍‌ ଇଣ୍ଡିଆ (ଏନ୍‌ଏସ୍‌ୟୁଆଇ) ସଦସ୍ୟ ରହିଛନ୍ତି। ଏନ୍‌ଇଇଟି-ୟୁଜି ଅନିୟମିତତା ଏବଂ ୟୁଜିସି-ନେଟ୍‌ ପରୀକ୍ଷା ବାତିଲର ପ୍ରତିବାଦରେ ଛାତ୍ରୀଛାତ୍ର ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଷ୍ଟାଦଶ ଲୋକ ସଭାର ପ୍ରଥମ ଅଧିବେଶନ ସୋମବାର ଆରମ୍ଭ ହୋଇଥିବାବେଳେ ଏନ୍‌ଇଇଟି ବିଭ୍ରାଟ ପ୍ରତିବାଦରେ ଏନ୍‌ଏସ୍‌ୟୁଆଇ ସଦସ୍ୟମାନେ ପାର୍ଲାମେଣ୍ଟ ଅଭିଯାନ ପାଇଁ ଯୋଜନା କରିଥିଲେ। ଏଥିପାଇଁ ସେମାନେ ଯନ୍ତରମନ୍ତରଠାରେ ବହୁସଂଖ୍ୟାରେ ଏକାଠି ହୋଇଥିଲେ। ବିକ୍ଷୋଭ ପୂର୍ବରୁ ପୋଲିସ ଉକ୍ତ ଅଞ୍ଚଳରେ ବ୍ୟାରିକେଡ୍‌ ଲଗାଇବା ସହ ବ୍ୟାପକ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଥିଲା। କେତେକ ଛାତ୍ର ବ୍ୟାରିକେଡ୍‌ ଅତିକ୍ରମ କରିବାକୁ ଉଦ୍ୟମ କରିବାରୁ ପୋଲିସ ସେମାନଙ୍କୁ ଧରିନେଇ ବିଭିନ୍ନ ଥାନାରେ ଅଟକ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡଲ୍‌ଫିନ୍‌ ହସିପାରନ୍ତି

ନୂଆଦିଲ୍ଲୀ,୫ା୧୦(ପି.ଟି.): ଡଲ୍‌ଫିନ୍‌ଗୁଡ଼ିକ ଖେଳିବା ସମୟରେ ପାଟି ଖୋଲା ରଖି ପରସ୍ପରକୁ ସେମାନଙ୍କ ଭାବନା ବ୍ୟକ୍ତ କରିଥାନ୍ତି। ଅନେକ ସମୟରେ ସେମାନଙ୍କର ଏହି ଅଭିବ୍ୟକ୍ତି ‘ହସ’ ହୋଇପାରେ ବୋଲି...

ସରକାର ବିରୋଧୀ ଲେଖା ପାଇଁ ଖବରଦାତାଙ୍କ ନାଁରେ ମାମଲା କରନାହିଁ

ନୂଆଦିଲ୍ଲୀ,୫ା୧୦: ସରକାରଙ୍କ ପ୍ରତି ସମାଲୋଚନାମୂଳକ ଲେଖା ପାଇଁ ଖବରଦାତାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ନ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତରପ୍ରଦେଶ ସରକାରଙ୍କୁ ତାଗିଦ କରିଛନ୍ତି।...

ଅମେଠିରେ ଦଳିତ ପରିବାରର ୪ ଜଣଙ୍କୁ ହତ୍ୟା

ଆମେଠି,୫ା୧୦(ପି.ଟି.): ଉତ୍ତରପ୍ରଦେଶର ଅମେଠିରେ ଜଣେ ସ୍କୁଲ ଶିକ୍ଷକ, ତାଙ୍କ ସ୍ତ୍ରୀ ଓ ୨ ଝିଅଙ୍କୁ ସେମାନଙ୍କ ଭଡ଼ାଘରେ ଗୁରୁବାର ଗୁଳିକରି ହତ୍ୟା କରାଯାଇଛି। ସେମାନଙ୍କ ପ୍ରତି ଯଦି...

ଅଦାଲତ ଅବମାନନା କରି ଘର ଭାଙ୍ଗିଲେ ନିର୍ମାଣ ନିର୍ଦ୍ଦେଶ ଦିଆଯିବ

ନୂଆଦିଲ୍ଲୀ,୫ା୧୦(ପି.ଟି.): ଅଦାଲତଙ୍କ ନିର୍ଦ୍ଦେଶର ଅବମାନନା କରି ଯଦି ଅଧିକାରୀ କାହାର ଘର ଭାଙ୍ଗନ୍ତି, ତେବେ ତାଙ୍କୁ ଉକ୍ତ ଘର ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ସୁପ୍ରିମକୋର୍ଟ...

ଆଜି ୯.୪ କୋଟି ଚାଷୀଙ୍କ ଆକାଉଣ୍ଟକୁ ଯିବ ପିଏମ୍‌-କିଷାନ ଟଙ୍କା: ଜାଣନ୍ତୁ କେମିତି କରିବେ ଚେକ୍‌

ନୂଆଦିଲ୍ଲୀ,୫ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍‌-କିଷାନ ଯୋଜନାର ୧୮ତମ କିସ୍ତି ବାବଦରେ ୨୦ ହଜାର କୋଟି ଟଙ୍କା ପ୍ରଦାନ କରିବେ। ଦେଶର ୯.୪ କୋଟିରୁ...

ହରିୟାଣାର ୯୦ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ, ଲୋକଙ୍କ ମଧ୍ୟରେ ଅଦ୍ଭୁତ ଉତ୍ସାହ

ଚଣ୍ଡିଗଡ଼,୫।୧୦: ହରିୟାଣା ବିଧାନସଭା ଆସନ ପାଇଁ ହେବାକୁ ଥିବା ଭୋଟ ଗ୍ରହଣର ଅପେକ୍ଷାର ଅନ୍ତ ହୋଇଛି। ଶନିବାର ସକାଳୁ ସମସ୍ତ ୯୦ ଟି ଆସନ ପାଇଁ...

ମଙ୍କିପକ୍ସ ଟେଷ୍ଟିଂ କିଟ୍‌କୁ ଡବ୍ଲ୍ୟୁଏଚ୍‌ଓର ମଞ୍ଜୁରୀ

ନୂଆଦିଲ୍ଲୀ,୫ା୧୦:ମଙ୍କିପକ୍ସ ରୋଗ ଚିହ୍ନଟ ପାଇଁ ପ୍ରଥମ ଟେଷ୍ଟିଂ କିଟ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମଞ୍ଜୁରୀ ପ୍ରଦାନ କରିଛି। ମଙ୍କିପକ୍ସ ଭୂତାଣୁରୁ ସୃଷ୍ଟି ହେଉଥିବା ଏହି...

ୟୁପି ମର୍ମନ୍ତୁଦ ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ମିର୍ଜାପୁର,୪ା୧୦: ଉତ୍ତରପ୍ରଦେଶର ମିର୍ଜାପୁରରେ  ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟରକୁ ଟ୍ରକ୍‌ ଧକ୍କା ଦେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୩ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri