ଗହମ ଷ୍ଟକ୍‌ ପାଇଁ ସୀମା ନିର୍ଦ୍ଧାରିତ

ଭୁବନେଶ୍ୱର,୨୫।୬(ଅନୁରାଧା ମହାରଣା): ସାମଗ୍ରିକ ଖାଦ୍ୟ ନିରାପତ୍ତାକୁ ନିୟନ୍ତ୍ରଣ କରିବା ଏବଂ ବେଆଇନ ମହଜୁଦ ରୋକିବା ପାଇଁ ଭାରତ ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟବସାୟୀ, ହୋଲସେଲର, ରିଟେଲର, ବିଗ ଚେନ ରିଟେଲର ଏବଂ ପ୍ରୋସେସରମାନଙ୍କ ପାଇଁ ପ୍ରଯୁଜ୍ୟ ଗହମ ଉପରେ ଷ୍ଟକ ସୀମା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିର୍ଦ୍ଦିଷ୍ଟ ଖାଦ୍ୟ ସାମଗ୍ରୀ ଉପରେ ଲାଇସେନ୍ସ ଆବଶ୍ୟକତା, ଷ୍ଟକ ସୀମା ଏବଂ ଚଳପ୍ରଚଳ ପ୍ରତିବନ୍ଧକ (ସଂଶୋଧନ) ଆଦେଶ ଲାଗୁ ହୋଇଛି। ସୋମବାରଠାରୁ ଏହା କାର୍ଯ୍ୟକାରୀ ହୋଇଥିବାବେଳେ ଏହା ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଲାଗୁ ହେବ। ଷ୍ଟକ ସୀମା ପ୍ରତ୍ୟେକ ସଂସ୍ଥା ପାଇଁ ବ୍ୟକ୍ତିଗତ ଭାବେ ଲାଗୁ ହେବ। ବ୍ୟବସାୟୀ ବା ହୋଲସେଲର ୩୦୦୦ ମେଟ୍ରିକ ଟନ୍‌, ରିଟେଲର୍‌ ତଥା ପ୍ରତ୍ୟେକ ରିଟେଲ ଆଉଟଲେଟ ପାଇଁ ୧୦ ମେଟ୍ରିକ ଟନ୍‌, ବିଗ ଚେନ ରିଟେଲର୍‌ ପ୍ରତ୍ୟେକ ଆଉଟଲେଟ ପାଇଁ ୧୦ ମେଟ୍ରିକ ଟନ୍‌ ଏବଂ ସମସ୍ତ ଡିପୋ ଓ ପ୍ରୋସେସରରେ ୩୦୦୦ ମେଟ୍ରିକ ଟନ୍‌ ପର୍ଯ୍ୟନ୍ତ ଷ୍ଟକ୍‌ ରଖିପାରିବେ। ପ୍ରକ୍ରିୟାକାରୀଙ୍କ ପାଇଁ ଆର୍ଥିକ ବର୍ଷ ୨୦୨୪-୨୫ର ଅବଶିଷ୍ଟ ମାସ ସହିତ ମାସିକ ସଂସ୍ଥାପିତ କ୍ଷମତା(ଏମ୍‌ଆଇସି)କୁ ଗୁଣନ କରି ଏହାର ୭୦ ପ୍ରତିଶତ ନିର୍ଦ୍ଧାରିତ କରାଯାଇଛି। ଉପରୋକ୍ତ ଭଳି ସମ୍ପୃକ୍ତ ଆଇନଗତ ସଂସ୍ଥାଗୁଡ଼ିକୁ ଷ୍ଟକ ସ୍ଥିତି ଘୋଷଣା କରିବାକୁ ପଡ଼ିବ ଏବଂ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ପୋର୍ଟାଲ https://evegoils.nic.in/wsp/loginରେ ନିୟମିତ ଭାବେ ଅପଡେଟ ଦେବାକୁ ପଡ଼ିବ ଏବଂ ଯଦି ସେମାନଙ୍କ ପାଖରେ ଥିବା ଷ୍ଟକ୍‌ ନିର୍ଦ୍ଧାରିତ ସୀମାଠାରୁ ଅଧିକ ହୁଏ ତେବେ ସେମାନଙ୍କୁ ଏହି ବିଜ୍ଞପ୍ତି ଜାରି ହେବାର ୩୦ ଦିନ ମଧ୍ୟରେ ନିର୍ଦ୍ଧାରିତ ଷ୍ଟକ ସୀମାକୁ ଆଣିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଦେଶୀ ଟୁଇଟର୍‌ ‘କୁ’ ବନ୍ଦ: ବିରାଟ କୋହଲିଙ୍କ ସମେତ ବଡ଼ ବଡ଼ ରାଜନେତା କରୁଥିଲେ ବ୍ୟବହାର

ନୂଆଦିଲ୍ଲୀ,୩।୭: ଏଲନ ମସ୍କଙ୍କ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସ (ପୁରୁଣା ନାମ ଟୁଇଟର୍‌) ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାରତର ହୋମଗ୍ରାଉଣ୍ଡ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ‘କୁ’(KOO)...

ଏହି ଦିନ ଲଞ୍ଚ୍‌ ହେବ ଦୁନିଆର ପ୍ରଥମ ସିଏନ୍‌ଜି ବାଇକ୍‌: ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ତ୍ୱ

ନୂଆଦିଲ୍ଲୀ,୩।୭: ଦେଶର ପ୍ରସିଦ୍ଧ ବାଇକ ନିର୍ମାତା ବଜାଜ ଅଟୋ ଖୁବ ଶୀଘ୍ର ଦେଶରେ ପ୍ରଥମ ସିଏନ୍‌ଜି ବାଇକ ଲଞ୍ଚ କରିବାକୁ ଯାଉଛି। ଏହି ବାଇକ ୧୨୫...

ଆଦାନୀ ଗ୍ରୁପର ୧୩ ଲକ୍ଷ କୋଟିର କ୍ଷତି କରି ଏତେ କୋଟି ଟଙ୍କା ଆୟ କରିଛି ହିଣ୍ଡେନବର୍ଗ, ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୩।୭: ଗତ ବର୍ଷ ଜାନୁଆରୀରେ ଆମେରିକାର ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡେନବର୍ଗ ଆଦାନୀ ଗ୍ରୁପ ଉପରେ ବଡ଼ ଅଭିଯୋଗ ଆଣିଥିଲା। ଯେଉଁଥିରେ ଆଦାନୀ ଗ୍ରୁପକୁ ବଡ଼ କ୍ଷତି...

ଆଜିଠାରୁ ମହଙ୍ଗା ହେଲା ମୋବାଇଲ ରିଚାର୍ଜ

ଭୁବନେଶ୍ୱର,୩।୭(ଅଭୟ ଦାଶ): ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀଗୁଡ଼ିକ ବିଭିନ୍ନ କାରଣ ଦର୍ଶାଇ ୨୦୨୪ ଜୁଲାଇ ୩ରୁ ନୂଆ ତାରିଫ୍‌ ପ୍ଲାନ୍‌ ଲାଗୁ କରିବାକୁ ଘୋଷଣା କରିଛନ୍ତି।...

ବଜେଟ୍‌ ପୂର୍ବରୁ ଶେୟାର ମାର୍କେଟ୍‌ରେ ରେକର୍ଡ, ୮୦ ହଜାର ଟପିଲା ସେନ୍‌ସେକ୍ସ

ମୁମ଼୍ବାଇ, ୨ା୭: ମଙ୍ଗଳବାର ଭାରତର ଶେୟାର ମାର୍କେଟ୍‌ ନୂଆ ସ୍ତରରେ ପହଞ୍ଚି ରେକର୍ଡ କରିଛି । ପ୍ରଥମଥର ପାଇଁ ବମ଼୍େବ ଷ୍ଟକ୍‌ ଏକ୍ସଚେଞ୍ଜର ୩୦ ଶେୟାର...

ଫିଟ୍‌ନେସ୍‌ ଚ୍ୟାଲେଞ୍ଜ ଜରିଆରେ ଡକ୍ଟର୍ସ ଡେ ପାଳିତ

ଭୁବନେଶ୍ୱର,୨।୭: (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲ କଟକ ପକ୍ଷରୁ ଜାତୀୟ ଡାକ୍ତର ଦିବସ (ଡକ୍ଟର୍ସ ଡେ)...

୭୬ତମ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଡେ

ଭୁବନେଶ୍ୱର,୨।୭: (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ପ୍ରତିଷ୍ଠାନ ତଥା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଅଫ୍‌ ଇଣ୍ଡିଆ (ଆଇସିଏଆଇ)ର ଭୁବନେଶ୍ୱର ଶାଖା ପକ୍ଷରୁ ସୋମବାର ୭୬ତମ...

ଜୁନ୍‌ରେ ଖସିଲା ୟୁପିଆଇ କାରବାର

ଭୁବନେଶ୍ୱର,୨।୭(ଅନୁରାଧା ମହାରଣା): ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) କାରବାରର ପରିମାଣ ଏବଂ ମୂଲ୍ୟ ମେ’ ମାସ ତୁଳନାରେ ଜୁନରେ ସାମାନ୍ୟ ହ୍ରାସ ପାଇଛି। ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri