ଭୁବନେଶ୍ୱର,୨୫।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ତଥା ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସର ନୂତନ ଅଧ୍ୟକ୍ଷ ( ନ୍ୟୁ ଚେୟାରମ୍ୟାନ) ଭାବେ ଅଖିଲ ଗୁପ୍ତା ନିକଟରେ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ଭାରତୀ ଏଣ୍ଟରପ୍ରାଇଜେସ୍ର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ଏପରିକି ଗୁପ୍ତା ଦୀର୍ଘ ୪୦ ବର୍ଷ ଧରି ବିଭିନ୍ନ ଘରୋଇ ସଂସ୍ଥା ଓ ବୀମା କମ୍ପାନୀଗୁଡିକରେ ଦକ୍ଷତାର ସହିତ କାର୍ଯ୍ୟ କରିଛନ୍ତି। ସେହିଭଳି ଦେଶର ପ୍ରମୁଖ ଘରୋଇ ଟେଲିକମ କମ୍ପାନୀ ‘ଭାରତୀ ଏୟାରଟେଲ୍’ର ଅଭିବୃଦ୍ଧିରେ ଗୁପ୍ତା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଏପରିକି ରୂପାନ୍ତରିତ ଅଭିଯାନ ପରିକଳ୍ପନା କରି ତାହାକୁ ସଫଳତାର ସହ କାର୍ଯ୍ୟକାରୀ କରିବାର ଗୁପ୍ତାଙ୍କର ଅତୁଳନୀୟ ଅବଦାନ ରହିଛି, ସେ ତାଙ୍କ କ୍ୟାରିୟର୍ରେ ୱାରବଗ୍ ପିନ୍କସ୍, ଟାମାସେକ୍, କେକେଆର, କତାର ଫାଉଣ୍ଡେଶନ ଏଣ୍ଡାଓମେଣ୍ଟ, ଏଆଇଏଫ୍, ସେକ୍ୟୁଆ କ୍ୟାପିଟାଲ୍ ଭଳି ଅଗ୍ରଣୀ ନିବେଶକଙ୍କ ସହ ସହଯୋଗିତା ସ୍ଥାପନ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଭାରତୀ ଏୟାରଟେଲ୍, ଭାରତୀ ଇନଫ୍ରାଟେଲ୍ ଓ ଏୟାରଟେଲ୍ ଆଫ୍ରିକାକୁ ମଧ୍ୟ ସେ ସଫଳତାର ସହ ଷ୍ଟକ୍ ବଜାରରେ ତାଲିକାଭୁକ୍ତ କରାଇଥିଲେ।
ଏ ସମ୍ପର୍କରେ ଭାରତୀ ଆକ୍ସା ଲାଇଫ୍ ଇନସ୍ୟୁରାନ୍ସର ଅଧ୍ୟକ୍ଷ ଅଖିଲ୍ ଗୁପ୍ତା କହିଛନ୍ତି, ଭାରତୀ ଆକ୍ସା ଲାଇଫ୍ ଇନସ୍ୟୁରାନ୍ସର ନେତୃତ୍ୱ ନେଇ ମୁଁ ଗର୍ବିତ, କାରଣ ଆମ ପାଖରେ ଅଭିନବତା ଏବଂ ଉପଭୋକ୍ତାଙ୍କ ବୀମା ବିନିଯୋଗ ସହିତ ସ୍ଥାୟୀ ଅଭିବୃଦ୍ଧିର ଗଭୀର ବୁଝାମଣା ଉପଯୋଗ କରିବାର ଏକ ବିରାଟ ସୁଯୋଗ ରହିଛି।
ଭାରତୀ ଆକ୍ସା ଲାଇଫ୍ ଇନସ୍ୟୁରାନ୍ସକୁ ସୁଦୃଢ଼ କରିବା ପାଇଁ ସମର୍ପିତ ଏକ ପ୍ରତିଭାଶାଳୀ ଏବଂ ଉତ୍ସାହୀ ଟିମ୍ ରହିଛି। ଏପରିକି ଆମର ଗ୍ରାହକ ଏବଂ ଶିଳ୍ପସଂସ୍ଥାର ବିଶ୍ୱସ୍ତ ଅଂଶୀଦାର ଭାବେ କାମ କରିବାକୁ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ନିର୍ଦ୍ଦେଶକଙ୍କ ସହ ବା ବୋର୍ଡ ସହ କାମ କରିବାକୁ ମୁଁ ଉତ୍ସାହିତ ଅଛି।
![](https://www.dharitri.com/wp-content/uploads/2024/07/Untitled-16.jpg)
ଏନ୍ଏମ୍ଡିସି ପରିଦର୍ଶନକଲେ କେନ୍ଦ୍ର ଇସ୍ପାତ ସଚିବ
ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ସଂସ୍ଥା ତଥା ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ(ଏନ୍ଏମ୍ଡିସି) ଲିମିଟେଡ୍ର ହାଇଦ୍ରାବାଦର ପାଟନଚେରୁସ୍ଥିତ ନ୍ୟୁ ଷ୍ଟେଟ୍ ଅଫ୍ ଆର୍ଟ...
![](https://www.dharitri.com/wp-content/uploads/2024/07/Untitled-15.jpg)
୨୦୩୧-୩୨ସୁଦ୍ଧା ୩୮୪ଜିଡ଼ବ୍ଲ୍ୟୁ ଶକ୍ତି ଚାହିଦା ଆକଳନ
ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇସିସି)ର ଓଡ଼ିଶା ଶଖା ପକ୍ଷରୁ ଭୁବନେଶ୍ୱର ଠାରେ ପୂର୍ବାଞ୍ଚଳରେ ବିକଳ୍ପ ଶକ୍ତି ଉସତ୍ର ସୁଚିନ୍ତିତ ତଥା...
![](https://www.dharitri.com/wp-content/uploads/2024/07/Untitled-14.jpg)
ବଜାରରେ ବଜାଜ୍ର ଫ୍ରିଡମ୍୧୨୫
ଭୁବନେଶ୍ୱର ,୬।୭ (ଅଭୟ ଦାଶ): ବଜାଜ୍ ଅଟୋ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କମ୍ପ୍ରେସ୍ଡ ନ୍ୟାଚୁରାଲ ଗ୍ୟାସ୍ ବା ସିଏନ୍ଜି ବାଇକ୍ ‘ଫ୍ରିଡମ...
ଇସ୍ରାଏର ଚାର୍ଟରିଂ ସେରିମନି
ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ୍ ସୋସାଇଟି ଅଫ୍ ହିଟିଂ, ରେଫ୍ରିଜରେଟିଂ ଆଣ୍ଡ ଏୟାର କଣ୍ଡିସ୍ନିଂ ଇଞ୍ଜିନିୟର୍ସ (ଆଇଏସ୍ଏଚ୍ଏଆର୍ଏଇ ବା ଇସ୍ରାଏ)ର ଭୁବନେଶ୍ୱର ଚାପ୍ଟର ପକ୍ଷରୁ...
![](https://www.dharitri.com/wp-content/uploads/2024/07/Untitled-13-1.jpg)
ଲାଲ୍ଚାନ୍ଦ୍ ଜୁଏଲର୍ସର ମନ୍ସୁନ୍ ସେଲ୍
ଭୁବନେଶ୍ୱର ,୬।୭ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପୂର୍ବ ଭାରତର ପ୍ରମୁଖ ଗହଣା ବ୍ରାଣ୍ଡ୍ ଲାଲ୍ଚାନ୍ଦ୍ ଜୁଏଲର୍ସର ବହୁ ପ୍ରତୀକ୍ଷିତ ଅଫର ‘ମନ୍ସୁନ୍...
![](https://www.dharitri.com/wp-content/uploads/2024/07/Kisna.jpg)
ବ୍ୟବସାୟ ସମ୍ପ୍ରସାରଣକୁ ସର୍ବାଧିକ ଗୁରୁତ୍ୱ
ଭୁବନେଶ୍ୱର ,୬।୭ (ଅଭୟ ଦାଶ): କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲେରି ପକ୍ଷରୁ ଭୁବନେଶ୍ୱରଠାରେ ଏକ ଦିନିକିଆ ଗ୍ରାହକ ସମ୍ମିଳନୀ (ରିଟେଲ ପାର୍ଟନରମାନଙ୍କ ପାଇଁ ଏକ ବ୍ୟବସାୟିକ...
![](https://www.dharitri.com/wp-content/uploads/2024/07/Untitled-12-1.jpg)
ମାଲାବାରରେ ମାଇନ ଡାଇମଣ୍ଡ ଶୋ
ଭୁବନେଶ୍ୱର ,୬।୭ (ଅଭୟ ଦାଶ): ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡର ବହୁ ପ୍ରତୀକ୍ଷିତ ‘ଡାଇମଣ୍ଡ ’ ଶୋ ସର୍ବଭାରତୀୟ ସ୍ତରରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମାଲାବାର...
![](https://www.dharitri.com/wp-content/uploads/2024/07/Untitled-11-1.jpg)
ବୈଦେଶିକ ମୁଦ୍ରାଭଣ୍ଡାରରେ ୧.୭୧ ବିଲିୟନ ଡଲାର ହ୍ରାସ
ଭୁବନେଶ୍ୱର,୬।୭(ଅନୁରାଧା ମହାରଣା): ଦେଶରେ ବୈଦେଶିକ ମୁଦ୍ରାଭଣ୍ଡାରରେ ହ୍ରାସ ଘଟିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଶୁକ୍ରବାର ତଥ୍ୟ ପ୍ରକାଶକରି କହିଛି, ଚଳିତବର୍ଷ ଜୁନ୍ ଶେଷ ସପ୍ତାହରେ ୧.୭୧୩ ବିଲିୟନ...
Archives
![Why Dharitri](https://www.dharitri.com/wp-content/themes/dharitri/images/1.jpeg)