Posted inଜାତୀୟ

ହୋଇଗଲା ଫାଇନାଲ! ଏହି ହେବେ ଲୋକ ସଭା ବାଚସ୍ପତି

ନୂଆଦିଲ୍ଲୀ,୨୫।୬: ସର୍ବସମ୍ମତି କ୍ରମେ ଲୋକ ସଭା ବାଚସ୍ପତି ଚୟନ କରାଯିବ। ବାଚସ୍ପତି ପଦ ପାଇଁ ନିର୍ବାଚନରର ସମ୍ଭାବନା ବହୁତ କମ ବୋଲି ବିବେଚନା କରାଯାଉଛି। ସୂଚନାନୁସାରେ, ବିରୋଧୀ ମଇଦାନକୁ ପ୍ରାର୍ଥୀ ଓହ୍ଲାଇବ ନାହିଁ। ତେବେ ଏନଡିଏ ପକ୍ଷରୁ ଓମ୍‌ ବିର୍ଲା ପୁଣିଥରେ ବାଚସ୍ପତି ପ୍ରାର୍ଥୀ ହୋଇପାରନ୍ତି।

ଲୋକ ସଭା ବାଚସ୍ପତି ଏବଂ ଉପ ବାଚସ୍ପତି ପଦ ପାଇଁ ସହମତି ସୃଷ୍ଟି କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କୁ ସରକାର ଦାୟିତ୍ୱ ଦେଇଛନ୍ତି। ରାଜନାଥ ସିଂ ବିରୋଧୀ ଦଳ ସହ କଥା ହେଉଛନ୍ତି।

ସୋମବାର ୧୮ ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା। ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଭାଜପାର ବରିଷ୍ଠ ଏମ୍‌ପି ଭର୍ତ୍ତୁହରି ମହାତାବଙ୍କୁ ପ୍ରୋଟେମ ବାଚସ୍ପତି ଭାବରେ ଶପଥ ଗ୍ରହଣ କରାଇଥିଲେ। ପ୍ରୋଟେମ ବାଚସ୍ପତିଙ୍କ ଶପଥ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ନବ ନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିଥିଲେ। ଅଧିବେଶନର ଦ୍ୱିତୀୟ ଦିନରେ ଅବଶିଷ୍ଟ ଏମ୍‌ପିମାନେ ଶପଥ ଗ୍ରହଣ କରିବେ। ବୁଧବାର ନୂଆ ଲୋକ ସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ବାଚସ୍ପତି ରେସ୍‌ରେ ଓମ୍‌ ବିର୍ଲା, ଭର୍ତ୍ତୁହରି ମହାତାବ, ରାଧାମୋହନ ସିଂ, ଡି.ପୁରନ୍ଦେଶ୍ୱରୀ ଅଛନ୍ତି। ତେବେ
ଆଗରେ ଓମ୍‌ ବିର୍ଲାଙ୍କ ନାଁ ରହିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମାଙ୍କ ଅବସରକୁ ନେଇ ମା’ କଲେ ବଡ଼ ଖୁଲାସା: କହିଲେ ଏମିତି କଥା

ନୂଆଦିଲ୍ଲୀ,୬।୭: ୨୦୨୪ ଟି-୨୦ ବିଶ୍ୱକପ ଜିତିବା ପରେ ରୋହିତ ଶର୍ମା ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଥିଲେ। କିନ୍ତୁ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠିଛି...

ପ୍ରବଳ ବର୍ଷା, ୨୪ ଘଣ୍ଟାରେ ଘଡ଼ଘଡ଼ିରେ ୯ ଜଣଙ୍କ ମୃତ୍ୟୁ

ପାଟନା, ୦୬।୦୭: ପ୍ରବଳ ବର୍ଷା କାରଣରୁ ବିହାରର କିଛି ଜିଲା ଜଳାର୍ଣ୍ଣବ ହୋଇଛି । ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ମଧ୍ୟ ହୋଇଛି । ଫଳରେ...

‘ପ୍ରଧାନମନ୍ତ୍ରୀ-ଶିକ୍ଷାମନ୍ତ୍ରୀ ଅସମ୍ବେଦନଶୀଳ’, ସରକାରଙ୍କୁ ଟାର୍ଗେଟ କଲେ ଜୟରାମ

ନୂଆଦିଲ୍ଲୀ,୬।୭: ନିଟ ୟୁଜି ପରୀକ୍ଷା ସହିତ ଜଡିତ ଏକ ବଡ ଅପଡେଟ ଆସିଛି। ସ୍ନାତକୋତ୍ତର ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇଁ ନିଟ ୟୁଜି କାଉନସିଲିଂକୁ ସ୍ଥଗିତ...

ପୋଷ୍ଟପୋନ ହେଲା ନିଟ ୟୁଜି କାଉନସେଲିଂ, ଶୀଘ୍ର ଘୋଷଣା ହେବ ନୂଆ ତାରିଖ

ନୂଆଦିଲ୍ଲୀ,୬।୭: ନିଟ ୟୁଜି ୨୦୨୪ର କାଉନସେଲିଂକୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛ। ଏଥିପାଇଁ ଅଲ ଇଣ୍ଡିଆ କୋଟା (ଏଆଇକ୍ୟୁ) ସିଟ କାଉନସେଲିଂ ଶନିବାର ଅର୍ଥାତ୍‌...

ଅଗ୍ନିବୀର vs ଯବାନ: ମିଳେ କେତେ ଦରମା, ଶହୀଦ ପରେ ମିଳିଥାଏ କି ସୁବିଧା

ନୂଆଦିଲ୍ଲୀ,୬।୭: ଦେଶରେ ଅଗ୍ନିବୀର ଯୋଜନାକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ଏହି ଯୋଜନାକୁ ସରକାର ଦେଶ ପାଇଁ ଲାଭକାରୀ କହୁଥିବାବେଳେ ବିରୋଧୀ ଲଗାତାର ଏହାକୁ...

ଲାଲୁଙ୍କୁ ଟାର୍ଗେଟ କଲେ ଚିରାଗ

ନୂଆଦିଲ୍ଲୀ,୬।୭: ରାଷ୍ଟ୍ରୀୟ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସରେ ଲାଲୁ ଯାଦବ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ କେନ୍ଦ୍ର ସରକାର ଦୁର୍ବଳ ଏବଂ...

ମୁଁ ବିଶ୍ୱରେ ଅଛି, ଗିରଫ କରିବା କଥା ଯଦି ଆସନ୍ତୁ, ଚ୍ୟାଲେଞ୍ଜ ଦେଲେ ମହୁଆ

କୋଲକାତା,୬।୭: ଟିଏମସି ଏମପି ମହୁଆ ମୋଇତ୍ର ବର୍ତ୍ତମାନ ଏକ ନୂଆ ଅସୁବିଧାରେ ପଡ଼ିଛନ୍ତି। ନ୍ୟାସନାଲ କମିଶନ ଫର ଓମେନ (ଏନସିଡବ୍ଲୁ) ଅଧ୍ୟକ୍ଷ ରେଖା ଶର୍ମାଙ୍କ ବିରୋଧରେ...

ମାତ୍ର ୧୦ଟଙ୍କା ନିବେଶ କରି ହେବେ ମାଲାମାଲ, ଆବଶ୍ୟକ ସମୟରେ ମିଳିବ ୧୬ ଲକ୍ଷ

ନୂଆଦିଲ୍ଲୀ,୬।୭: ଯେଉଁମାନେ ସବୁବେଳେ ଭବିଷ୍ୟତ ବିଷୟରେ ଚିନ୍ତିତ, ସେମାନଙ୍କୁ ଏହି ଖବର ଆଶ୍ୱସ୍ତି ଦେଇପାରେ। କାରଣ ଡାକଘର ଯୋଜନା ଆପଣଙ୍କୁ ଆବଶ୍ୟକ ସମୟରେ ୧୬ଲକ୍ଷ ଟଙ୍କା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri