୪୯ ବର୍ଷ ବୟସରେ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି ଅମିଶା

ମୁମ୍ବାଇ: ଫିଲ୍ମ ଗଦର-୨ର ସଫଳତା ପରଠାରୁ ବଲିଉଡ ଅଭିନେତ୍ରୀ ଅମିଶା ପଟେଲ ଖଉବ ଚର୍ଚ୍ଚାରେ ଅଛନ୍ତି। ଗଦର ୨ ପରେ ଅଭିନେତ୍ରୀ ସବୁଠି ଛାଇ ହୋଇ ରହିଛନ୍ତି। ସେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ଥାଆନ୍ତି ଏବଂ ତାଙ୍କ ଫଲୋୟର୍ସଙ୍କ ପାଇଁ କିଛି ନା କିଛି ଶେୟାର କରୁଥାଆନ୍ତି। ଆସ୍କ ମି ସେସନ ଜରିଆରେ ଅମିଶା ପ୍ରଶଂସକଙ୍କ ସହ କଥାବାର୍ତ୍ତା କରନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କୁ ତାଙ୍କ ବିବାହ ଯୋଜନା ବିଷୟରେ କହିଥିଲେ।
ଜଣେ ୟୁଜର ଅମିଶାଙ୍କୁ ପଚାରିଥିଲେ ଯେ ତାଙ୍କୁ ୪୯ବର୍ଷ, ସେ ବିବାହ କରିବାର କୌଣସି ଯୋଜନା ଅଛି କି? ଅମିଶା ଏହି ପ୍ରଶ୍ନର ଉତ୍ତର ଅତି ମଜାଦାର ଅନ୍ଦାଜରେ ଦେଇଥିଲେ। ବଲିଉଡ ଭାଇଜାନ ସଲମାନ ଖାଁ ସିଙ୍ଗଲ ଥିବାରୁ ସେ ମଧ୍‌ୟ ତାଙ୍କୁ ବିବାହ କରିବାକୁ ଚାହୁଁଥିବା କହିଥିଲେ।
ଅମିଶା ଉତ୍ତର ଦେଲେ- ’ସଲମାନ ବିବାହିତ ନୁହଁନ୍ତି ଏବଂ ମୁଁ ବି ନୁହେଁ। ଆପଣ ଭାବୁଛନ୍ତି କି ଆମେ ବିବାହ କରିବା ଉଚିତ୍‌। ଆପଣଙ୍କର ଆମ ପାଇଁ କ’ଣ କି ପଏଣ୍ଟ ବିବାହ ନା ଫିଲ୍ମ ପ୍ରୋଜେକ୍ଟ? ଅମେଶା ଆହୁରି ଲେଖିଛନ୍ତି- ମୁଁ ବିବାହ କରିବାକୁ ବହୁତ ଦିନ ଧରି ପ୍ରସ୍ତୁତ ଅଛି, ହେଲେ ପୁଅଟିଏ ମିଳୁନାହିଁ।
ଅମିଶା ପଟେଲଙ୍କ ଗଦର ୨ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିଛି। ଏହି ମୁଭିଟି ୬୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲା। ଏଥିରେ ତାରା ସିଂ ଏବଂ ସକିନାଙ୍କ ଯୋଡିକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ। ଗଦର ୨ ର ସଫଳତା ପରେ ପ୍ରଶଂସକମାନେ ବର୍ତ୍ତମାନ ଗଦର-୩କୁ ଅପେକ୍ଷା କରିଛନ୍ତି। ଗଦର ପ୍ରଥମ ଭାଗର ୨୨ ବର୍ଷ ପରେ, ନିର୍ମାତାମାନେ ଏହାର ଦ୍ୱିତୀୟ ଭାଗ ଆଣିଲେ। ଯାହା ଏକ ସୁପରହିଟ ବୋଲି ପ୍ରମାଣିତ ହୋଇଥିଲା। ବିଶେଷ କଥା ହେଉଛି ଅମିଶା ପଟେଲ ମଧ୍ୟ ଗଦର ୩ର ଏକ ଅଂଶ ହେବେ। ଗଦର ୨ ହିଟ ହେବା ପରେ ନିର୍ମାତା ଏହାର ତୃତୀୟ ଭାଗ ଘୋଷଣା କରିଥିଲେ। ଗଦର-୨ ପରଠାରୁ ଅମିଶା କୌଣସି ପ୍ରୋଜେକ୍ଟରେ ଦେଖା ଦେଇନାହାଁନ୍ତି। ବର୍ତ୍ତମାନ ପ୍ରଶଂସକମାନେ ତାଙ୍କ ଆଗାମୀ ପ୍ରୋଜେକ୍ଟଗୁଡିକ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ପାଇଁ ଇମୋଶନାଲ୍‌ ନୋଟ୍‌ ଲେଖିଲେ ବିରାଟ କୋହଲି

ବାର୍ବାଡୋସ୍‌,୧।୭: ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଭାରତ ଚାମ୍ପିଅନ୍‌ ହୋଇଛି। ବିରାଟ କୋହଲି ସମଗ୍ର ସିରିଜରେ ତାଙ୍କ ଫର୍ମ...

ଭାଜପା ବିଧାୟକଙ୍କ ଧମକ ପରେ ଶୋ’ ବାତିଲ କଲେ ହାସ୍ୟ ଅଭିନେତା

ହାଇଦ୍ରାବାଦ, ୩୦।୬: ଷ୍ଟାଣ୍ଡ୍‌ଅପ୍‌ ହାସ୍ୟ ଅଭିନେତା ଡାନିଏଲ ଫର୍ନାଡିଜ୍‌ ରବିବାର ହାଇଦ୍ରାବାଦରେ ହେବାକୁ ଥିବା ତାଙ୍କର ଶୋ’କୁ ସୁରକ୍ଷାଜନିତ କାରଣରୁ ବାତିଲ କରିଛନ୍ତି। ହାଇଦ୍ରାବାଦରେ ଡାନିଏଲଙ୍କୁ...

‘ମୁଁ ଯେତେବେଳେ ମ୍ୟାଚ୍‌ ଦେଖେ, ଭାରତ ହାରିଯାଏ’

ବମ୍ବେ: ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷ ଆଇସିସି ଟି୨୦ ବିଶ୍ୱକପ୍‌ ଜିତି ନେଇଛି। ପୁରା ଦେଶ ଏହି ବିଜୟକୁ ସେଲିବ୍ରେଟ୍‌ କରୁଥିବା ବେଳେ ବଲିଉଡର...

ମ୍ୟାଚ୍‌ ଜିତିବା ପରେ ଭାବବିହ୍ବଳ ହେଲେ ବିରାଟ, ଅନୁଷ୍କାଙ୍କୁ ଭିଡିଓ କଲ୍‌ କରି କହିଲେ…

ବାର୍ବାଡୋସ/ମୁମ୍ବାଇ,୩୦ା୬: ୧୭ ବର୍ଷ ପରେ ଭାରତ ଟି-୨୦ ବିଶ୍ୱକପ୍‌ ଟ୍ରଫି ଜିତିଛି। ଜୁନ୍‌ ୨୯ରେ ବାର୍ବାଡୋସର କେନ୍ସିଙ୍ଗଟନ ଓଭାଲ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ସୋନାକ୍ଷୀଙ୍କ ବିବାହର ୫ ଦିନ ପରେ ଶତ୍ରୁଘ୍ନ ସିହ୍ନା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବମ୍ବେ: ଗତ କିଛି ଦିନ ଧରି ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜର ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପ୍ରେମିକ ଜାହିର ଇକବାଲଙ୍କୁ ସେ ବିବାହ...

ଆଶା ଭୋସଲେଙ୍କ ପାଦ ଧୋଇ ଆଶୀର୍ବାଦ ନେଲେ ସୋନୁ, ୟୁଜର୍ସ କହିଲେ ନେତା…

ମୁମ୍ବାଇ,୨୯।୬: ବଲିଉଡ ଗାୟକମାନଙ୍କ ବିଷୟରେ ଉଲ୍ଲେଖ କରାଯାଉଥିବା ବେଳେ ଏଥିରେ ଭେଟେରାନ ଗାୟକ ଆଶା ଭୋସଲେଙ୍କ ନାମ ଅନ୍ତର୍ଭୂକ୍ତ କରାଯାଇ ନ ଯିବା କେବେ ବି...

କଳ୍‌କୀ ପାର୍ଟ-୨’ରେ ଆସିବ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଚକ୍ରର ଝଡ଼…

ନୂଆଦିଲ୍ଲୀ,୨୯।୬: ବଡ଼ ପରଦାରେ ଦର୍ଶକଙ୍କ ମନ ଜିଣୁଛି ରିବେଲ ଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ସିନେମା ‘କଳକୀ ୨୮୯୮ ଏଡି’। ମହାଭାରତ ଯୁଦ୍ଧର ଶେଷ ମୁହୂର୍ତ୍ତରୁ...

ପ୍ରେମ, ଏକତାର ବାର୍ତ୍ତା ଦେଉଛନ୍ତି ଏଲ୍‌ଜିବିଟିକ୍ୟୁ+

ଜୁନ୍‌ ୧ରୁ ୩୦ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ‘ପ୍ରାଇଡ୍‌ ମାସ’ ଭାବେ ପାଳନ କରାଯାଉଛି। ଏହି ସମୟରେ ବିଭିନ୍ନ ସ୍ଥାନରେ ଏଲ୍‌ଜିବିଟିକ୍ୟୁ+ କମ୍ୟୁନିଟିମାନେ ପ୍ରାଇଡ୍‌ ୱାକ୍‌, ପରେଡ୍ସ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri