ଅବ୍ୟବସ୍ଥା ଘେରରେ ପ୍ରଭୁ ଗୋରେଖନାଥ ପୀଠ

ରଘୁନାଥପୁର,୨୫ା୬(ରାଜେନ୍ଦ୍ର ନାରାୟଣ ସିଂହ): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରସିଦ୍ଧ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠର ମହିମା ସୁଦୂର ପ୍ରସାରୀ। ଦୈନନ୍ଦିନ ବହୁ ହଜାର ଭକ୍ତ ପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି। ମାତ୍ର ଏଠାରେ ଅନେକ ଅବ୍ୟବସ୍ଥା ଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ମନ୍ଦିର ସମ୍ମୁଖ ମୁଖଶାଳାରେ ଫାଟ ସୃଷ୍ଟିହେବାରୁ ବର୍ଷାପାଣି ଉକ୍ତ ଫାଟ ଦେଇ ତଳେ ଲହଡ଼ି ମାରୁଛି। ଫଳରେ ପ୍ରଭୁଙ୍କ ସେବାନୀତି କରିବାରେ ସମସ୍ୟା ହେଉଛି।

ଉଦ୍‌ବୃତ ବର୍ଷାଜଳ ନିଷ୍କାସନ ପାଇଁ ପୀଠ ପରିସରରେ ସ୍ବତନ୍ତ୍ର ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ଚଟାଣରେ ପାଣି ଜମିରହୁଛି। ଏଥିଯୋଗୁ ଯାତ୍ରୀମାନଙ୍କୁ ପାଣି ଭିତରେ ପଶି ଯିବାକୁ ପଡ଼ୁଛି। ସେହିପରି ପୀଠ ମଧ୍ୟରେ ଥିବା ପୋଖରୀଟି ଆବର୍ଜନାମୟ ହୋଇପଡ଼ିଛି। ଦୁର୍ଗନ୍ଧରେ ନାକ ଫାଟିପଡୁଛି। ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଗତ ତିନିବର୍ଷ ତଳୁ ପୀଠ ପ୍ରଶାସନ ପକ୍ଷରୁ ଉଦ୍ୟମ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ତାହା ଆରମ୍ଭ ନ ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ୯ ମାସ ତଳୁ ୫-ଟି ଅନୁଦାନରେ ପ୍ରଭୁଙ୍କ ଭୋଗ, ଦୀପ ଓ ଅନ୍ୟାନ୍ୟ ଦୋକାନ ଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ୯୦ ପ୍ରତିଶତ କାର୍ଯ୍ୟ ହୋଇଛି। ମାତ୍ର ବାକିଥିବା ଭୋଗ ପ୍ରସ୍ତୁତ ଗୃହ ଓ ଟାଇଲବିଛା ଭଳି କିଛି କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି।

ପୀଠରେ ଦୋକାନଗୃହ ନିଲାମ ନେଇଥିବା ବ୍ୟକ୍ତିମାନେ ନୂତନ ଗୃହକୁ ଆସିପାରୁନାହାନ୍ତି। ଆଗକୁ ଶ୍ରାବଣ ଜଳାଭିଷେକ ନିମନ୍ତେ ଲକ୍ଷାଧିକ ମାନସିକଧାରୀଙ୍କ ସମାଗମ ହେବ। ଯଦି ଉପଯୁକ୍ତ ସମୟ ମଧ୍ୟରେ ନିଲାମଧାରୀଙ୍କୁ ଦୋକାନଗୃହ ଦିଆ ନ ଯାଏ ତା’ହାଲେ ବେପାରରେ ନିଶ୍ଚିତ କ୍ଷତି ହେବ ବୋଲି ନିଲାମଧାରୀମାନେ କହିଛନ୍ତି। ଅନ୍ୟପକ୍ଷେ ନିର୍ମାଣ କାର୍ଯ୍ୟ ପାଇଁ ପୀଠ ପରିସରରେ ଗୋଡ଼ି, ବାଲି ଓ ଟାଇଲ ଇତ୍ୟାଦି ଗଦାହୋଇ ରହିଛି। ଏହା ପୀଠକୁ ଆସୁଥିବା ଯାତ୍ରୀଙ୍କ ଯାତାଯାତରେ ସମସ୍ୟା ସୃଷ୍ଟି କରୁଛି। ସେହିପରି ଅହରହ ଜଳୁଥିବା ଧୁନିକୁଣ୍ଡ ଭାଙ୍ଗିରୁଜି ଯାଇଥିବାବେଳେ ଏହାର ମରାମତି ହେଉନାହିଁ। ମନ୍ଦିର ପଛପାର୍ଶ୍ୱ ପାଦୁକା କୁଣ୍ଡରୁ ଦୁର୍ଗନ୍ଧ ବାହାରୁଛି। କୁଣ୍ଡରୁ ପାଣି ନିଷ୍କାସନ ହୋଇପାରୁ ନ ଥିବାରୁ ଏଥିରେ ଫୁଲପତ୍ର ପଚି ଉତ୍କଟ ଗନ୍ଧ ହେଉଛି। ଉକ୍ତ କୁଣ୍ଡଟି ସ୍ବତନ୍ତ୍ର ଭାବେ ନିର୍ମାଣ କରାଯିବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ଅଦ୍ୟାବଧି ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ସେହିପରି ପୀଠରେ ମୁଗୁନି ପଥରରେ ନିର୍ମିତ ଗଣେଶ ମୂର୍ତ୍ତି ଗତ ୭ ବର୍ଷ ତଳୁ ପୀଠ ପରିସରରେ ଗୁଡ଼ାହୋଇ ରହିଛି। ଏହାକୁ ସ୍ଥାପନ ପାଇଁ କାହାର ଆନ୍ତରିକତା ପ୍ରକାଶ ପାଉ ନ ଥିବାରୁ ଭକ୍ତଙ୍କ ମନରେ ନୈରାଶ୍ୟଭାବ ସୃଷ୍ଟି କରିଛି।

ସେହିଭଳି ପ୍ରବେଶ ପଥ କେରେକେରା ଛକରୁ ପ୍ରଭୁଙ୍କ ପୀଠକୁ ପଡ଼ିଥିବା ରାସ୍ତାକୁ ବିଭିନ୍ନ ସ୍ଥାନରେ ସଙ୍କୁଚିତ କରିଦିଆଯାଇଛି। ଏହାଦ୍ୱାରା ପର୍ବପର୍ବାଣି ସମୟରେ ଟ୍ରାଫିକ ଜାମ୍‌ ଭଳି ସ୍ଥିତି ସୃଷ୍ଟି ହେଉଛି। ଲୋକେ ଘଣ୍ଟା ଘଣ୍ଟା ଧରି ଭିଡ଼ରେ ଫସି ରହୁଛନ୍ତି। ଉକ୍ତ ରାସ୍ତାକୁ ଉନ୍ମୁକ୍ତ କରିବା ପାଇଁ ଅନେକଥର ଅଞ୍ଚଳବାସୀଙ୍କ ପକ୍ଷରୁ ତହସିଲ ପ୍ରଶାସନକୁ ଅନୁରୋଧ କରାଯାଇଛି, ହେଲେ କୌଣସି ସୁଫଳ ମିଳି ନ ଥିବା ଗ୍ରାମବାସୀ କହିଛନ୍ତି। ବହୁବିଧ ସମସ୍ୟା ଉପରେ ଦୃଷ୍ଟିଦେଇ ଏହାର ସମାଧାନ କରିବା ପାଇଁ ଭକ୍ତ, ଅଞ୍ଚଳର ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ପକ୍ଷରୁ ଜିଲାପାଳ, ଦେବୋତ୍ତର ଆୟୁକ୍ତ, ଆଇନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଖୋର୍ଦ୍ଧା,୬।୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବୋଲଗଡ଼ କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ପ୍ରଧାନ ଲାଞ୍ଚ ନେଇ ଧରା ପଡ଼ିଛନ୍ତି। ସୂଚନାଯୋଗ୍ୟ,ଏମ୍‌ପି ପାଣ୍ଠି ବିନିଯୋଗରେ ବୋଲଗଡ ବ୍ଲକ...

୮ରେ ବନ୍ଦ ରହିବ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର,୬।୭: ରବିବାର ବିଶ୍ୱପ୍ରଶିଦ୍ଧ ରଥଯାତ୍ରା। ଚଳିତବର୍ଷ ରଥଯାତ୍ରା ୨ଦିନ ହେଉଥିବାରୁ ଜୁଲାଇ ୮ ତାରିଖ ଛୁଟି ଘୋଷଣା କରାଯାଇଛି। ୮ ତାରିଖରେ ସମସ୍ତ ସରକାରୀ ଏବଂ...

ରତ୍ନ ଭଣ୍ଡାର ଖୋଲିବାକୁ ନେଇ ଆସିଲା ବଡ଼ ନିଷ୍ପତ୍ତି

ପୁରୀ, ୬।୭: ପୁରୀରେ ବସିଥିବା ରତ୍ନ ଭଣ୍ଡାର ଯାଞ୍ଚ କମିଟିର ବୈଠକରେ ଆଜି ରତ୍ନଭଣ୍ଡାର ଚାବି ଉପରେ ଫୋକସ କରାଯାଇଛି । ଚାବି ମଳିବା ପରେ...

‘ଏକ ପେଡ୍‌ ମା’ କେ ନାମ୍‌’ ଅଭିଯାନରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ: ବିଧାନସଭା ପରିସରରେ ଲଗାଇଲେ ଏହି ଗଛ

ଭୁବନେଶ୍ୱର,୬।୭(ଅସମାପିକା ସାହୁ): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଓଡ଼ିଶା ବିଧାନସଭା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଓଡ଼ିଶାରେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ: ୯ ଦିନ ରହିବେ ପୁରୀରେ

ଭୁବନେଶ୍ୱର,୭।୬: ଓଡ଼ିଶାରେ ପହଞ୍ଚିଛନ୍ତି ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ। ରଥଯାତ୍ରାରେ ସେ ୯ ଦିନ ପୁରୀରେ ରହିବା ସହ ବିଭିନ୍ନ ଆଧାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।...

ଗୋଟିଏ ଦିନ ପରେ ରଥଯାତ୍ରା, ସିଂହଦ୍ୱାର ସମ୍ମୁଖରେ ଲାଗିଲା ୩ରଥ

ପୁରୀ,୬।୭: ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ। ଆଜ୍ଞାମାଳ ବିଜେ ପରେ ଶ୍ରୀଜିଉଙ୍କ ତିନି ରଥକୁ ଶ୍ରୀମନ୍ଦିର ସାମ୍ନାକୁ ଅଣାଯାଇଛି। ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା।...

ସରକାରଙ୍କୁ BJDର ଟାର୍ଗେଟ୍‌, ପ୍ରମିଳା କହିଲେ ଆନ୍ଦୋଳନ କରିବୁ

ଭୁବନେଶ଼୍ବର, ୦୬।୦୭: ନିର୍ବାଚନ ସମୟରେ ଓଡ଼ିଶାବାସୀଙ୍କୁ ଭାରତୀୟ ଜନତା ପାର୍ଟି ଦେଇଥିବା ପ୍ରତିଶ୍ରୁତିକୁ ନେଇ ବିଜୁ ଜନତା ଦଳର ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟସଚେତକ...

ଗାନ୍ଧୀଛକରେ ବିକ୍ଷୋଭ: ରାହୁଲଙ୍କ ବିରୋଧରେ ଥାନାରେ ଏତଲା

ରୂପସା, ୬।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେବସେନା ପକ୍ଷରୁ ସ୍ଥାନୀୟ ଗାନ୍ଧୀଛକ ନିକଟରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ଏମ୍‌ପି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri