Posted inUncategorized

କମ୍ପାନୀ କରିବା ନାଁରେ ୪୦ ଲକ୍ଷ ଠକି ଦମ୍ପତି ଗିରଫ

ପାଟକୁରା, ୨୫ା୬ (ରବୀନ୍ଦ୍ରନାଥ ବାରିକ): ଔଷଧ କାରବାରରୁ ଧରମ ଭାଇ କରି ହାତରେ ରାକ୍ଷୀ ବାନ୍ଧି ଥିଲେ। ସହଭାଗିତାରେ ଔଷଧ କମ୍ପାନୀ କରି ଜଣେ ଯୁବକ ୪୦ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଛନ୍ତି। ଶେଷରେ ଠକିଥିବା ଅଭିଯୁକ୍ତ ଦମ୍ପତିଙ୍କୁ ପୋଲିସ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି।

କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ଅନ୍ତର୍ଗତ ମାର୍ଶାଘାଇ ବ୍ଲକ ବଛରାଇ ଗାଁର ମଣିଭୂଷଣ ପରିଡାଙ୍କ ପୁଅ ସନ୍ତୋଷ କୁମାର ପରିଡା ମେଡିସିନ ଡିଷ୍ଟ୍ରିବୁଟର ଭାବେ କାମ କରନ୍ତି। ସେ ବିଭିନ୍ନ କମ୍ପାନୀର ଔଷଧ ବାହାର ରାଜ୍ୟରୁ ଆଣି ବ୍ୟବସାୟ କରିଥାନ୍ତି।

କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ଅଞ୍ଚଳର ବନମାଳୀ ମିଶ୍ରଙ୍କ ପୁଅ ବିଭୂକଲ୍ୟାଣ ମିଶ୍ର ନାମକ ଜଣେ ଯୁବକଙ୍କ ସହିତ ସନ୍ତୋଷଙ୍କ ମେଡ଼ିସିନ ବ୍ୟବସାୟ ମାଧ୍ୟମରେ ସାକ୍ଷାତ ହୋଇଥିଲା। ବିଭୂକଲ୍ୟାଣ ଉତ୍ତରାଖଣ୍ଡ ହରିଦ୍ୱାର ଅଞ୍ଚଳର ଏକ ମେଡିସିନ କମ୍ପାନୀରେ ମାନବସମ୍ବଳ ମ୍ୟାନେଜର ଭାବେ କାମ କରୁଥିଲେ। ସନ୍ତୋଷ ଓ ବିଭୂକଲ୍ୟାଣଙ୍କ ମଧ୍ୟରେ ମେଡିସିନ କ୍ରୟ ବିକ୍ରୟକୁ ନେଇ ସୁସମ୍ପର୍କ ଗଢ଼ିଥିଲା। ସନ୍ତୋଷ ବ୍ୟବସାୟ କାମରେ ହରିଦ୍ୱାର ଯାଇଥିବାବେଳେ ବିଭୂକଲ୍ୟାଣଙ୍କ ପରିବାର ସହ ମଧ୍ୟ ତାଙ୍କର ସୁସମ୍ପର୍କ ସ୍ଥାପନ ହୋଇଥିଲା। ବିଭୂକଲ୍ୟାଣଙ୍କ ସ୍ତ୍ରୀ ବୀଣା ସନ୍ତୋଷଙ୍କୁ ଧରମ ଭାଇ କରିଥିଲେ। ତାଙ୍କ ହାତରେ ରାକ୍ଷୀ ମଧ୍ୟ ବାନ୍ଧିଥିଲେ। ସନ୍ତୋଷ ମଧ୍ୟ ଭାଇଭଉଣୀ ସମ୍ପର୍କକୁ ନେଇ ବିଭୂକଲ୍ୟାଣ ଆଉ ତାଙ୍କ ସ୍ତ୍ରୀ ବୀଣାଙ୍କ ଉପରେ ବିଶ୍ୱାସ କରିବାକୁ ଲାଗିଥିଲେ। ଆଉ ଯାହାର ଫାଇଦା ଉଠାଇଥିଲେ ଉଭୟ ସ୍ତ୍ରୀସ୍ବାମୀ। ସନ୍ତୋଷଙ୍କୁ ପାର୍ଟନରସିପରେ ଏକ ମେଡିସିନ କମ୍ପାନୀ କରିବାକୁ ପ୍ରବର୍ତ୍ତାଇ ଥିଲେ। ସନ୍ତୋଷ ମଧ୍ୟ ତାଙ୍କ କଥାକୁ ବିଶ୍ୱାସ କରିଥିଲେ।

ଘର କେନ୍ଦ୍ରାପଡ଼ାର ଚଉଦକୁଲାଟ ଅଞ୍ଚଳରେ ହୋଇଥିବାରୁ ସେ ସହଜରେ ତାଙ୍କ କଥାକୁ ଗ୍ରହଣ କରି ନେଇଥିଲେ। ସନ୍ତୋଷଙ୍କୁ ବିଭୂକଲ୍ୟାଣ ଆଉ ଜଣେ ଯୁବକ ସାଙ୍ଗ ରାହୁଲ ଯୋଶୀଙ୍କ ସହିତ ଭେଟ କରାଇଥିଲେ। ଆଉ ରାହୁଲ ଉତ୍ତରାଖଣ୍ଡ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବୋଲି କହିଥିଲେ। ଆଉ ସିଏ ଆମକୁ ମେଡିସିନ କମ୍ପାନୀ କରିବାରେ ସାହାଯ୍ୟ କରିବେ ବୋଲି କହିଥିଲେ।

ବିଭୂକଲ୍ୟାଣ ସନ୍ତୋଷଙ୍କୁ କହିଥିଲେ, କମ୍ପାନୀ କରିବାକୁ ହେଲେ ଅର୍ଥର ଆବଶ୍ୟକତା ଅଛି ଆଉ ତୁମେ ୫୦ ଲକ୍ଷ ଟଙ୍କା ଦିଅ। ଆଉ ଅବଶିଷ୍ଟ ୫୦ ଲକ୍ଷ ଦେବି ବୋଲି ବିଭୂକଲ୍ୟାଣ କହିଥିଲେ। ସନ୍ତୋଷ କିଛି ନ ବୁଝିଶୁଝି ଟଙ୍କା ଦେବାକୁ ରାଜି ହୋଇଥିଲେ। ବିଭୂକଲ୍ୟାଣ ସନ୍ତୋଷଙ୍କୁ ଦେଉଥିବା ଭିନ୍ନ ଭିନ୍ନ ଆକାଉଣ୍ଟ ନମ୍ବରରେ ଟଙ୍କା ଦେବା ଆରମ୍ଭ କରି ଦେଇଥିଲେ। ଦୀର୍ଘ ୪ବର୍ଷ ତଳୁ ଟଙ୍କା ଦେଇ ଆସୁଥିବା ସନ୍ତୋଷଙ୍କୁ ବିଭୂକଲ୍ୟାଣ ଭରସା ଦେବା ପାଇଁ ମିଛ ତଥ୍ୟ ଓ ଭିଡିଓ କଲ ମାଧ୍ୟମରେ ମେଡ଼ିସିନ କମ୍ପାନୀ ନିର୍ମାଣ ହେଉଥିବା ମିଛ ଚିତ୍ର ଦେଖାଉଥିଲେ। ସନ୍ତୋଷ ପାଖାପାଖି ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବିଭୂକଲ୍ୟାଣ ଓ ସ୍ତ୍ରୀ ବୀଣା ଓ ସହଯୋଗୀ ରାହୁଲ ଯୋଶୀଙ୍କ ଆକାଉଣ୍ଟରେ ଜମା କରି ସାରିଥିଲେ। କିନ୍ତୁ ସନ୍ତୋଷ ଦେଉଥିବା ଅର୍ଥ ତାଙ୍କୁ ମିଛ ପ୍ରଲୋଭନ ଦେଖାଇ ଲୁଟା ଯାଇଛି ବୋଲି ଅନୁଭବ କଲା ବେଳକୁ ସବୁକିଛି ଶେଷ ହୋଇଯାଇଥିଲା।

ଆଉ ସନ୍ତୋଷ କଣ କରିବେ ବୋଲି ତାଙ୍କ ମୁଣ୍ଡ କାମ କରି ନ ଥିଲା। ସନ୍ତୋଷ ଭାଙ୍ଗି ନ ପଡି ଧର୍ଯ୍ୟର ସହିତ ଆଇନର ଆଶ୍ରୟ ନେଇଥିଲେ। ସେ ପାଟକୁରା ଥାନାରେ ଅଭିଯୋଗ କରିବା ସହିତ ଏସ୍‌ପି ଓ ଏସ୍‌ଡିପିଓ, ଡିଜି, ଆଇଜିଙ୍କୁ ଭେଟି ଦୋଷୀ କେମିତି ଦଣ୍ଡ ପାଇବେ ସେ ନେଇ ଆବଶ୍ୟକ ପଦକ୍ଷେପ ଆରମ୍ଭ କରି ଦେଇଥିଲେ। ଶେଷରେ ପାଟକୁରା ଥାନା ସବ୍‌ଇନ୍ସପେକ୍ଟର ବିଶ୍ୱଜିତ ଭୋଇ ଓ କନେଷ୍ଟବଳ ରଲିକା ଦାସ ଏବଂ ସ୍ପେଶାଲ ସ୍କ୍ବାଡ୍‌ର ଦୁଇଜଣ ଅଧିକାରୀ ମୁଖ୍ୟ ଅଭିଯୁକ୍ତ ଠକ୍‌ ବିଭୂକଲ୍ୟାଣଙ୍କ ମୋବାଇଲକୁ ଟ୍ରାକ୍‌ କରି ଉତ୍ତରାଖଣ୍ଡର ହରିଦ୍ୱାରଠାରେ ପହଞ୍ଚତ୍ ଥିଲେ। ମୁଖ୍ୟ ଅଭିଯୁକ୍ତ ବିଭୂକଲ୍ୟାଣ ଓ ସହଯୋଗୀ ରାହୁଲଙ୍କୁ ଗିରଫ କରିଥିଲେ। ପରେ ବିଭୂକଲ୍ୟାଣଙ୍କ ସ୍ତ୍ରୀ ବୀଣାଙ୍କୁ କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଚଉଦକୁଲାଟର ତମାଳଶାସନ ଗଁାରୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ବିଭୂକଲ୍ୟାଣ ମିଶ୍ର ଓ ତାଙ୍କ ସ୍ତ୍ରୀ ବୀଣା ମିଶ୍ରଙ୍କୁ ପାଟକୁରା ପୋଲିସ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟପାଳଙ୍କ ସହ ଭେଟଘାଟ ସମୟରେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ: ଭେଙ୍କୟା

ଭୁବନେଶ୍ୱର, ୫।୧୦(ସୁନିତ୍‌ ମିଶ୍ର):ନିକଟରେ ଓଡ଼ିଶା ରାଜଭବନରେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପହଞ୍ଚି ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ...

ନେତାନ୍ୟାହୁ ବାଥରୁମରେ ଲୁଚାଇଥିଲେ ରେକର୍ଡ଼ିଂ ଡିଭାଇସ୍: ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବଡ଼ ଦାବି

ନୂଆଦିଲ୍ଲୀ,୪ା୧୦: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଦାବି କରିଛନ୍ତି ଯେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବ୍ୟବହାର କରିବା ପରେ ତାଙ୍କ ବ୍ୟକ୍ତିଗତ ବାଥରୁମରେ...

ବଡ଼ ଧରଣ ବିସ୍ଫୋରଣ: ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୫ ଶ୍ରମିକ ଗୁରୁତର

ଭୁବନେଶ୍ୱର,୨୭।୯: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଶନିବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଯୋଗୁ ୫ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...

ଦୌଡ଼ି ଯାଇ କୋହଲିଙ୍କ ପାଦ ଛୁଇଁଲେ ଗ୍ରାଉଣ୍ଡ୍‌ସମ୍ୟାନ୍‌: ଆଉ ତା’ପରେ…

ନୂଆଦିଲ୍ଲୀ,୨୮।୯: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ କାନପୁରରେ ଖେଳାଯାଉଛି। ପ୍ରଥମ ଦିନରେ ଖରାପ ପାଗ ହେତୁ କେବଳ ୩୫ ଓଭର ଖେଳାଯାଇଥିଲା। ପ୍ରଥମ...

ପୋଖରୀରେ ଭାସୁଛି ୨ ମୃତଦେହ: ପରିଚୟ ଖୋଜୁଛି ପୋଲିସ…

କଣ୍ଟାବାଞ୍ଜି,୨୪।୬: ବଲାଙ୍ଗୀର ଜିଲା ୫୯ ନମ୍ବର ଜାତୀୟ ରାଜପଥ ଭୋଇପଡ଼ା ବୁଲାଣି ପାଖ ଏକ ପୋଖରୀରେ ଭାସୁଛି ୨ ମୃତଦେହ। ଦୁର୍ଘଟଣା ପରେ ଦୁଇ ଯୁବକ...

ପାର୍ବଣ ପୂର୍ବରୁ ମିଶୋରେ ୮.୫ ଲକ୍ଷ ନୂଆ ନିଯୁକ୍ତି

ଭୁବନେଶ୍ୱର,୭।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ପାର୍ବଣ ପୂର୍ବରୁ ମିଶୋ ପ୍ରାୟ ୮.୫ ଲକ୍ଷ ନୂଆ ନିଯୁକ୍ତି (ଋତୁକାଳୀନ ଚାକିରି) ଦେବ...

ହୋଟେଲ ବାଥ୍‌ରୁମ୍‌ରେ ମହିଳାଙ୍କ ଭିଡିଓ କରୁଥିଲେ ଇଞ୍ଜିନିୟର, ପଡ଼ିଗଲେ ଧରା

ଭୁବନେଶ୍ୱର,୫ା୯: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲ ବାଥ୍‌ରୁମ୍‌ରେ ବୁଧବାର ଜଣେ ମହିଳା ଗାଧୋଉଥିବା ବେଳେ ଏହାର ଭିଡିଓ ଶୁଟ୍‌ କରି ଜଣେ...

ପ୍ୟାରିସ୍‌ ପାରାଲିମ୍ପିକ୍ସ: ଫାଇନାଲରେ ନୀତେଶ କୁମାର,ପଦକ ପକ୍କା କଲେ ମନୀଷା-ତୁଳସୀମତି

ପ୍ୟାରିସ୍‌,୧ା୯: ପ୍ୟାରିସ୍‌ରେ ଚାଲିଥିବା ପାରାଲିମ୍ପିକ୍ସ ୨୦୨୪ରେ ଭାରତୀୟ ପାରା ଶଟଲରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ରବିବାର ଏସ୍‌ଏଲ୍‌ ୩ ବର୍ଗର ଫାଇନାଲରେ ପ୍ରବେଶ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri