ଅନ୍ଧ ବିଶ୍ୱାସର କରୁଣ ପରିଣତି: ଗୁଣିଆକୁ ଭରଷା କରି ଚାଲିଗଲା ଜୀବନ

ହାଟଡିହୀ,୨୫l୬(ଶୁଭକାନ୍ତ ନାୟକ): ଅନ୍ଧ ବିଶ୍ୱାସର କରୁଣ ପରିଣତି ପୁଣି ଦେଖିବାକୁ ମିଳିଛି। ଘରେ ଶୋଇଥିବା ଅବସ୍ଥାରେ ଜଣେ ଆଦିବାସୀ ଯୁବକଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା । ବିଷ ଝାଡିବାକୁ ଗୁଣିଆ ସାଜିଥିଲା ଭରଷା । ପରିବାର ଲୋକ ଗୁଣିଆ ପାଖକୁ ଯାଇଥିଲେ । ପ୍ରାୟ ୪ ଘଣ୍ଟାର କସରତ ପରେ ଶେଷରେ ଯୁବକଙ୍କୁ ମେଡିକାଲ ନେଇଥିଲେ ପରିବାର ଲୋକେ। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା କେନ୍ଦୁଝର ଜିଲା ନନ୍ଦିପଦା ଥାନା ଜାବିନପୁର ଗାଁରେ ଦେଖିବାକୁ ମିଳିଛି ।

ଗ୍ରାମର ସ୍ବର୍ଗତ ମଥୁରା ମୁଣ୍ଡାଙ୍କ ପୁଅ ମାନସ ମୁଣ୍ଡା(୩୦) ସୋମବାର ରାତିରେ ଘରେ ଶୋଇଥିଲେ। ସେତିକିବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା । ତେବେ ସ୍ଥାନୀୟ ଅଞ୍ଚଳରେ ସଚେତନତା ଅଭାବ ଯୋଗୁ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଜଣେ ଗୁଣିଆ ନିକଟକୁ ନେଇ ଯାଇଥିଲେ। ସେଠାରେ ବିଷ ଝାଡିବାକୁ ଦୀର୍ଘ ୪ ଘଣ୍ଟା ପ୍ରୟାସ ପରେ ଅବସ୍ଥା ଗୁରୁତର ହେବାରୁ ମାନସଙ୍କୁ ଶାଳନିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ଆନନ୍ଦପୁର ମେଡିକାଲ ନେଇ ଯିବାକୁ କହିବା ପରେ ମଙ୍ଗଳବାର ଭୋର ପ୍ରାୟ ୫ ଟାରେ ମାନସଙ୍କୁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଗୁଣିଆ ପାଖରେ ସମୟ ନଷ୍ଟ ନ କରି ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ମାନସଙ୍କ ଜୀବନ ବଞ୍ଚି ଯାଇଥାନ୍ତା ବୋଲି ସ୍ଥାନୀୟ କେତେକ ଲୋକେ କହିଛନ୍ତି। ନନ୍ଦିପଦା ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୧୦/୨୦୨୪) ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାକୁ ଦାଦନ ଖଟିବାକୁ ଆସି ରାସ୍ତା ନିର୍ମାଣବେଳେ ଚାଲିଗଲା ଜୀବନ

ପଟ୍ଟାଙ୍ଗି,୫।୦୭(ଶରତ ଧଳ): ନିଜ ପରିବାରଙ୍କୁ ବାହାର ରାଜ୍ୟରେ ଛାଡ଼ି ଓଡିଶାରେ ପହଞ୍ଚି କିଛି ରୋଜଗାର କରିବା ସ୍ବପ୍ନ ଦେଖି ଆସିଥିଲେ। ହେଲେ ଲାଲ ବିହାରୀ ମହାରଣାଙ୍କୁ...

ଭିଜିଲାନ୍ସ ଜାଲରେ ତହସିଲଦାର

ରାୟଗଡ଼ା,୫।୭(ଆଶିଷ ରଞ୍ଜନ ପଣ୍ଡା): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାୟଗଡ଼ା ଜିଲା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ। ତାଙ୍କ ସରକାରୀ ଗାଡି ଭିତରୁ ଜବତ କରାଯାଇଛି ୧...

ମା’ଙ୍କ ନାକ କାଟି ବନ୍ଧା ହେଲେ ପୁଅ

ସେମିଳିଗୁଡା/ସୁନାବେଡା,୫ା୭(ବାସୁଦେବ ବରାଡ଼/କୃତ୍ତିବାସ): ମା’ଙ୍କ ନାକ କାଟି ବନ୍ଧା ହୋଇଛନ୍ତି ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ସେମିଳିଗୁଡା ଉପରସାହି ଆମ୍ବେଡକର ନଗରରେ। ଏନେଇ ମା’ ଭାନୁ...

ମୁଖ୍ୟମନ୍ତ୍ରୀଙ୍କୁ ଖରାପ ବ୍ୟବହାର ଦେଖାଇଥିବା ଆଇଆଇସିଙ୍କୁ ବଦଳି

ପାରଳାଖେମୁଣ୍ଡି,୫ା୭(ଗିରିଧାରୀ ପରିଛା): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପୂର୍ବରୁ ଥାନାରେ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା କେନ୍ଦୁଝର ଆଇଆଇସି ତ୍ରିନାଥ ସେଠୀଙ୍କୁ ଗଜପତି ଜିଲାକୁ ବଦଳି...

ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ଏମ୍‌ପି

କେନ୍ଦୁଝର,୫।୭(ନରେଶ ଚନ୍ଦ୍ର ପଟ୍ଟନାୟକ), ନିର୍ବାଚନରେ ବିଜୟ ପରେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ସାଂସଦୀୟ କ୍ଷେତ୍ରର ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କ ମୌଳିକ ସମସ୍ୟା ବୁଝୁଛନ୍ତି।...

ପର୍ଯ୍ୟଟକଙ୍କୁ ଧରି ଯାଉଥିବା ମିନି ବସ୍‌ ଓଲଟିଲା

ଭଞ୍ଜନଗର,୫।୭: ଗଞ୍ଜାମ ଜିଲା ସୋରଡ଼ା ଥାନା ଖୁଣ୍ଟେଶ୍ବରୀ ପାହାଡ଼ ଉପରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ପର୍ଯ୍ୟଟକଙ୍କୁ ଧରି ଯାଉଥିବା ଏକ ମିନି ବସ୍‌ ପାହାଡ଼...

ରାଜ୍ୟ ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ

ପୁରୁଷୋତ୍ତମପୁର,୫।୭(ସିମାଞ୍ଚଳ ମିଶ୍ର) ସର୍ବଭାରତୀୟ ସ୍ତରରେ ୟୁପିଏସ୍‌ସି ଦ୍ବାରା ପରିଚାଳିତ ସିଡିଏସ୍‌(ଇଣ୍ଡିଆନ ମିଲିଟାରୀ ପରୀକ୍ଷା)ରେ ଗଞ୍ଜାମ ଜିଲା ପୁଷୋତ୍ତମପୁର ଏନ୍‌ଏସି ୱାର୍ଡନଂ ୯ ରଥ ସାହିର ସ୍ବନ୍ଦନଦାଶ...

୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଶିଶୁପୁତ୍ର ଉଦ୍ଧାର

ପାରାଦୀପ,୫ା୭: ଜଗତ୍‌ସିଂହପୁର ଜିଲା ପାରାଦୀପରେ ୩ ଦିନର ନବଜାତ ଶିଶୁପୁତ୍ରଙ୍କୁ ୧ ଲକ୍ଷ ଟଙ୍କାରେ ଜଣେ ଅସହାୟ ମହିଳା ବିକ୍ରିକରି ଦେଇଥିଲେ। ହେଲେ ବିକ୍ରି ହୋଇଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri