ଏସ୍‌ସିବିରେ ରୋଗୀ, ଡାକ୍ତରଙ୍କ ସହ ଆଲୋଚନା କଲେ ସ୍ବାସ୍ଥ୍ୟମନ୍ତ୍ରୀ

କଟକ,୨୫।୬(ଶିଳ୍ପା ପ୍ରିୟଦର୍ଶିନୀ): ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଙ୍ଗଳବାର ଏସ୍‌ସିବି ମେଡିକାଲ ଗସ୍ତ କରିଛନ୍ତି। ମେଡିକାଲରେ ସମସ୍ତ ବିଭାଗ ଭ୍ରମଣ କରିବା ସହ ଏସ୍‌ସବି ଅଧିକ୍ଷକ ଏବଂ ବରିଷ୍ଠ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ନୂଆ ସରକାର ଗଠନ ହେବା ପରେ ରାଜ୍ୟରେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆସିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଡାକ୍ତରଙ୍କୁ ସୁରକ୍ଷା ସହ ଉନ୍ନତମାନର ରୋଗୀ ସେବା ଯୋଗାଇଦେବାକୁ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ରୋଗୀ ଓ ଡାକ୍ତରମାନଙ୍କ ମଧ୍ୟରେ ଯେପରି ଭଲ ସମ୍ପର୍କ ରହିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ଯେପରି ଡାକ୍ତର ରୋଗୀଙ୍କ ପ୍ରତି ଭଲ ବ୍ୟବହାର କରିବେ ସେନେଇ ଅଧିକ ଯତ୍ନବାନ ହେବାକୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଗମୀ ଦିନରେ ଯେପରି ଚିକିତ୍ସା ବ୍ୟବସ୍ଥାରେ ସୁଧାର ଆସିବ ସେନେଇ ଏକ ସ୍ବତନ୍ତ୍ର ରୋଡ଼ମ୍ୟାପ ପ୍ରସ୍ତୁତ କରାଯିବ। ଏସସିବିରେ ଡାକ୍ତର ଅଭାବ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଉଛି। ଏହାବ୍ୟତୀତ ଏସ୍‌ସିବି ସମ୍ପ୍ରସାରଣ ପ୍ରୋଜେକ୍ଟ ଉପରେ ଆଲୋଚନା ପରେ ସ୍ଥିତି ଅନୁଧ୍ୟାନ କରାଯାଇ କାର୍ଯ୍ୟର ସମୀକ୍ଷା କରାଯିବ। ଏହାସହ କୋରାପୁଟ, ରାୟଗଡ଼ା ଓ କଳାହାଣ୍ଡିରେ ଡିପ୍‌ଥେରିଆ ଆୟତ୍ତରେ ରହିଛି ଓ ସମ୍ବଲପୁରରେ ଜଣ୍ଡିସ ବ୍ୟାପିବା ଉପରେ ଜିଲାପାଳଙ୍କ ସହ ଆଲୋଚନା କରାଯାଇଥିବା ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନ ଭଣ୍ଡାର ଖୋଲିବାକୁ ନେଇ ଆସିଲା ବଡ଼ ନିଷ୍ପତ୍ତି

ପୁରୀ, ୬।୭: ପୁରୀରେ ବସିଥିବା ରତ୍ନ ଭଣ୍ଡାର ଯାଞ୍ଚ କମିଟିର ବୈଠକରେ ଆଜି ରତ୍ନଭଣ୍ଡାର ଚାବି ଉପରେ ଫୋକସ କରାଯାଇଛି । ଚାବି ମଳିବା ପରେ...

‘ଏକ ପେଡ୍‌ ମା’ କେ ନାମ୍‌’ ଅଭିଯାନରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ: ବିଧାନସଭା ପରିସରରେ ଲଗାଇଲେ ଏହି ଗଛ

ଭୁବନେଶ୍ୱର,୬।୭(ଅସମାପିକା ସାହୁ): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଓଡ଼ିଶା ବିଧାନସଭା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଓଡ଼ିଶାରେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ: ୯ ଦିନ ରହିବେ ପୁରୀରେ

ଭୁବନେଶ୍ୱର,୭।୬: ଓଡ଼ିଶାରେ ପହଞ୍ଚିଛନ୍ତି ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ। ରଥଯାତ୍ରାରେ ସେ ୯ ଦିନ ପୁରୀରେ ରହିବା ସହ ବିଭିନ୍ନ ଆଧାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।...

ଗୋଟିଏ ଦିନ ପରେ ରଥଯାତ୍ରା, ସିଂହଦ୍ୱାର ସମ୍ମୁଖରେ ଲାଗିଲା ୩ରଥ

ପୁରୀ,୬।୭: ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ। ଆଜ୍ଞାମାଳ ବିଜେ ପରେ ଶ୍ରୀଜିଉଙ୍କ ତିନି ରଥକୁ ଶ୍ରୀମନ୍ଦିର ସାମ୍ନାକୁ ଅଣାଯାଇଛି। ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା।...

ସରକାରଙ୍କୁ BJDର ଟାର୍ଗେଟ୍‌, ପ୍ରମିଳା କହିଲେ ଆନ୍ଦୋଳନ କରିବୁ

ଭୁବନେଶ଼୍ବର, ୦୬।୦୭: ନିର୍ବାଚନ ସମୟରେ ଓଡ଼ିଶାବାସୀଙ୍କୁ ଭାରତୀୟ ଜନତା ପାର୍ଟି ଦେଇଥିବା ପ୍ରତିଶ୍ରୁତିକୁ ନେଇ ବିଜୁ ଜନତା ଦଳର ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟସଚେତକ...

ଗାନ୍ଧୀଛକରେ ବିକ୍ଷୋଭ: ରାହୁଲଙ୍କ ବିରୋଧରେ ଥାନାରେ ଏତଲା

ରୂପସା, ୬।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେବସେନା ପକ୍ଷରୁ ସ୍ଥାନୀୟ ଗାନ୍ଧୀଛକ ନିକଟରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ଏମ୍‌ପି...

ଘରକୁ ପଶିଗଲା ଟ୍ରକ୍‌: ଚାଲିଗଲା ବୃଦ୍ଧାଙ୍କ ଜୀବନ

ରାଇରଙ୍ଗପୁର,୬।୭: ମୟୁରଭଞ୍ଜ ଜିଲା ରାଇରଙ୍ଗପୁରରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ ଟକ୍ର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଘର ଭିତରକୁ...

ବିପୁଳ ନିଶା ସାମଗ୍ରୀ ଜବତ, ଜଣେ ଗିରଫ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାର ଏକ ଘର ଭିତରୁ ୫୦୦ ବୋତଲ କଫସିରପ ଜବତ ହୋଇଛି। କେଶବ ନଗର ଘରେ ଟାଉନ ଥାନା ପୋଲିସର ଅତର୍କିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri