Posted inଜାତୀୟ

ହାତରେ ସମ୍ବିଧାନ ଧରି ଶପଥ ନେଲେ ରାହୁଲ, ଭାଜପା ଏମପି କହିଲେ ‘ଜୟ ଶ୍ରୀରାମ’

ନୂଆଦିଲ୍ଲୀ,୨୫।୬: ମଙ୍ଗଳବାର ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ନେତା ତଥା ଏମପି ରାହୁଲ ଗାନ୍ଧୀ ସଂସଦର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀ ସମ୍ବିଧାନର ଏକ ନକଲ ସହିତ ଶପଥ ଗ୍ରହଣ କରିବାକୁ ଆସିଥିଲେ। ଶପଥ ଗ୍ରହଣ କରିବା ପରେ ରାହୁଲ ଗାନ୍ଧୀ ଜୟ ହିନ୍ଦ ଏବଂ ଜୟ ସମ୍ବିଧାନର ସ୍ଲୋଗାନ ଦେଇଥିଲେ। ଯେତେବେଳେ ରାହୁଲ ଗାନ୍ଧୀ ଶପଥ ଗ୍ରହଣ କରିବା ପରେ ଦସ୍ତଖତ କରିବାକୁ ଯାଉଥିଲେ, ସେତେବେଳେ ଗୃହରେ ଉପସ୍ଥିତ ଥିବା ଭାରତୀୟ ଜନତା ପାର୍ଟି(ଭାଜପା)ର ଏମପିମାନେ ଜୟ ‘ଶ୍ରୀ ରାମ’ ସ୍ଲୋଗାନ ଦେଇଥିଲେ।

ସୂଚନାଯୋଗ୍ୟ, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିରୋଧୀ ଏମପି ସମ୍ବିଧାନର ଏକ ନକଲ ଦେଖାଇଥିଲେ। ଏଥି ସହ ରାହୁଲ ଗାନ୍ଧୀ ଏଥର ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି। ତେବେ ଏହାପୂର୍ବରୁ ସେ କେରଳରେ ୱାୟନାଡ ଏବଂ ଉତ୍ତରପ୍ରଦେଶର ଆମେଠୀରୁ ଲୋକ ସଭାରେ ପ୍ରତିନିଧିତ୍ୱ କରିଛନ୍ତି। ଯେତେବେଳେ ରାହୁଲ ଗାନ୍ଧୀଙ୍କ ନାମ ଶପଥ ପାଇଁ ଡକାଗଲା, ସେତେବେଳେ କଂଗ୍ରେସ ସଦସ୍ୟମାନେ ସେମାନଙ୍କ ସ୍ଥାନରେ ଠିଆ ହୋଇ ’‘ଯୋଡୋ ଯୋଡୋ, ଭାରତ ଯୋଡୋ’ର ସ୍ଲୋଗାନ ଦେବା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କୁ ସେନାର ଜବାବ; ଅଗ୍ନିବୀରଙ୍କ ପରିବାରକୁ ଦିଆଯାଇଛି ୯୮.୩୯ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୩ା୭: ବୁଧବାର ଲୋକ ସଭାରେ ରାହୁଲ ଗାନ୍ଧୀ କରିଥିବା ଅଭିଯୋଗର ଜବାବ ରଖିଛି ଭାରତୀୟ ସେନା। ରାହୁଲ ଗାନ୍ଧୀ କହିଥିଲେ ଯେ, ଶହୀଦ ଅଗ୍ନିବୀର କର୍ମଚାରୀଙ୍କ...

ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୩ା୭:କେନ୍ଦ୍ରର ମୋଦି ସରକାର ବୁଧବାର ସୁରକ୍ଷା, ଅର୍ଥନୀତି ଓ ରାଜନୈତିକ ବ୍ୟାପାର ସମ୍ପର୍କିତ କମିଟି ଗଠନ କରିଛନ୍ତି। ଏକ ସରକାରୀ ବିଜ୍ଞପ୍ତି ଅନୁସାରେ ଦେଶର ସର୍ବୋଚ୍ଚ...

ମିଛ କହିଛନ୍ତି ରାଜନାଥ, ରାହୁଲ ଗାନ୍ଧୀ ଦେଲେ ପ୍ରମାଣ

ନୂଆଦିଲ୍ଲୀ,୩।୭: ବିରୋଧୀ ଦଳ ଲଗାତାର ଅଗ୍ନିବୀର ଯୋଜନାକୁ ନେଇ କେନ୍ଦ୍ରରେ ମୋଦି ସରକାରଙ୍କୁ ଘେରୁଛନ୍ତି। ସୋମବାର ମଧ୍ୟ ଲୋକସଭାରେ ଏ ସମ୍ପର୍କରେ ବିତର୍କ ହୋଇଥିଲା। ଅଗ୍ନିବୀର...

ପରାଜୟ ପରେ ବିରୋଧୀ କ୍ୟାମ୍ପରେ ବିଜେଡି; ମୋଦିଙ୍କ ଭାଷଣ ସମୟରେ ଇଣ୍ଡିଆ ମେଣ୍ଟ ସହିତ କଲା କକ୍ଷତ୍ୟାଗ

ଭୁବନେଶ୍ୱର,୩।୭: ପୂର୍ବରୁ ସଂସଦରେ ଅନେକ ଥର ଭାଜପାକୁ ସମର୍ଥନ କରୁଥିବା ବିଜୁ ଜନତା ଦଳ ବୁଧବାର ଇଣ୍ଡିଆ ମେଣ୍ଟ ପଦ ରାସ୍ତାରେ ଯୋଗ ଦେଇଛି। ରାଷ୍ଟ୍ରପତିଙ୍କ...

‘ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଅତ୍ୟନ୍ତ ଦୁଃଖଦାୟକ’

ରାଞ୍ଚତ୍,୩ା୭:ସଦ୍ୟ ଜେଲରୁ ଫେରିଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନ୍‌ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହାର ୫ ମାସ ପୂର୍ବରୁ ଝାଡ଼ଖଣ୍ଡ...

ଭୋଲେ ବାବାଙ୍କ ନାଁରେ ରହିଛି ଯୌନ ନିର୍ଯାତନା ମାମଲା

ହାଥରସ୍‌,୩ା୭: ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ହୋଇଥିବା ଏକ ସତ୍‌ସଙ୍ଗରେ ଦଳାଚକଟା ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିବା ଯେତିକି ଦୁଃଖଦାୟକ ନୁହେଁ, ତା’ଠୁ...

ଦଳାଚକଟା ଘଟଣାରେ ଆସିଲା ଭୋଲେ ବାବାଙ୍କ ପ୍ରଥମ ପ୍ରତିକ୍ରିୟା

ହାଥରସ୍‌,୩ା୭:ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ଅପରାହ୍ନରେ ସତ୍‌ସଙ୍ଗ ଚାଲିଥିବାବେଳେ ଦଳାଚକଟା ଘଟି ୧୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସାରା ଦେଶରେ ଚହଳ...

ଇସ୍ତଫା ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ,

ରାଞ୍ଚି,୩।୭: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି ଚମ୍ପାଇ ସୋରେନ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ ଜେଲ୍ରୁ ଫେରିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri