ଲକ୍ଷାଧିକ ଦରମା ସହ ମିଳିଥାଏ ଅନେକ ସୁବିଧା, ଜାଣନ୍ତୁ ନିର୍ବାଚିତ ଏମ୍‌ପିମାନଙ୍କ ଦରମା କେତେ? କ’ଣ ସେମାନେ ଦିଅନ୍ତି ଟିକସ…

୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ସଦସ୍ୟମାନେ ଶପଥ ନେଇଛନ୍ତି। କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଏମ୍‌ପିମାନଙ୍କୁ ଶପଥ ପାଠ କରାଇଛନ୍ତି। ତେବେ ଜୁନ ୨୪ରୁ ଆରମ୍ଭ ହୋଇଥିବା ସଂସଦ ଜୁଲାଇ ୩ ଯାଏ ଚାଲିବ। ଏସବୁ ମଧ୍ୟରେ ଲୋକମାନଙ୍କ ମନରେ ପ୍ରଶ୍ନ ରହିଛି ଯେ ଏମ୍‌ପିମାନଙ୍କୁ କ’ଣ କ’ଣ ସୁବିଧା ମିଳିଥାଏ? ସେମାନଙ୍କର ଦରମା କେତେ? କ’ଣ ସେମାନେ ବି ଟିକସ ଦେଇଥାନ୍ତି ? ଇତ୍ୟାଦି…

ଏମ୍‌ପିଙ୍କ ଦରମା କେତେ?
ସଂସଦର ଅଧିବେଶନରେ ଭାଗ ନେଲେ ଏମ୍‌ପିମାନଙ୍କୁ ଦୈନିକ ପାଉଣା ମିଳିଥାଏ। ସଦସ୍ୟ ଭାବେ(ବେତନ,ଭତ୍ତା,ପେନସନ) ଅଧିନିୟମ୧୯୫୪ ମୁତାବକ ଏମ୍‌ପିଙ୍କୁ ଦରମା ଏବଂ ଅନ୍ୟ ସୁବିଧା ମିଳିଥାଏ। କେବଳ ଦରମା କଥା କହିଲେ ଏମ୍‌ପିମାନଙ୍କୁ ମାସକୁ ୧ ଲକ୍ଷ ଟଙ୍କା ମିଳିଥାଏ। ଏହାଛଡ଼ା ବିଭିନ୍ନ ପ୍ରକାର ଭତ୍ତା ଏବଂ ପେନସନ ସୁବିଧା ମିଳିଥାଏ।

ଦରମା ବୃଦ୍ଧିର ନିୟମ:
ପ୍ରତି ୫ ବର୍ଷ ପରେ ଏମ୍‌ପିମାନଙ୍କ ଦରମା ଏବଂ ଦୈନିକ ଭତ୍ତା ବୃଦ୍ଧି ପାଇପାରେ। ଏପ୍ରିଲ ୧, ୨୦୨୩ଠାରୁ ଲାଗୁ ହୋଇଥିବା ନିୟମ ମୁତାବକ ଏମ୍‌ପିଙ୍କ ଦରମା ଏବଂ ଦୈନିକ ଭତ୍ତା ପ୍ରତି ୫ ବର୍ଷରେ ବୃଦ୍ଧି ପାଇବାର ପ୍ରାବଧାନ ରହିଛି। ଏମ୍‌ପିଙ୍କୁ କାର୍ଯ୍ୟାଳୟ ଖର୍ଚ୍ଚ ଏବଂ ନିର୍ବାଚନମଣ୍ଡଳୀର ଭତ୍ତା ମଧ୍ୟ ମିଳିଥାଏ। ଏହାଛଡ଼ା ଟେଲିଫୋନ୍‌,ଇଣ୍ଟରନେଟ୍‌ ଏବଂ ଚିକିତ୍ସା ସୁବିଧା ମିଳିଥାଏ। ଯଦି କୌଣସି ଏମ୍‌ପିଙ୍କୁ ଚିକିତ୍ସା ଲାଗି ବେସରକାରୀକୁ ରେଫର କରାଯାଇଥାଏ। ତେବେ ତାଙ୍କର ସମ୍ପୂର୍ଣ୍ଣ ଖର୍ଚ୍ଚ ସରକାର ବହନ କରନ୍ତି।

ସଡ଼କ ପଥରେ ଯିବା ଲାଗି ମିଳେ ଭତ୍ତା:
ଏମ୍‌ପିଙ୍କୁ ସଡ଼କ ପଥ ଦେଇ ଯାତ୍ରା କରିବା ଲାଗି ଭତ୍ତା ମିଳିଥାଏ। ଏମିତିରେ ପ୍ରତି କିମି ପିଛା ୧୬ଟଙ୍କା ସେମାନେ ପାଇଥାନ୍ତି। ଏମ୍‌ପିମାନେ ନିର୍ବାଚନମଣ୍ଡଳୀ ଭତ୍ତା ଭାବେ ୭୦,୦୦୦ ଟଙ୍କା ଏବଂ କାର୍ଯ୍ୟାଳୟ ଖର୍ଚ୍ଚ ପାଇଁ ୬୦,୦୦୦ ପ୍ରତି ମାସରେ ମିଳିଥାଏ। ଏହାଛଡ଼ା ଏମ୍‌ପିମାନଙ୍କୁ ଘର,ସୁରକ୍ଷାକର୍ମୀ ଏବଂ କେୟାରଟେକର ଆଦିର ସୁବିଧା ମିଳିଥାଏ। ଏହାଛଡ଼ା ଅବସର ପରେ ମଧ୍ୟ ପେନସନ ମିଳିଥାଏ।

କ’ଣ ଏମ୍‌ପିମାନେ ଦେଇଥାନ୍ତି ଟିକସ?
ହଁ, ଏମ୍‌ପିମାନଙ୍କୁ ଦରମା ଉପରେ ଟିକସ ଦେବାକୁ ପଡ଼ିଥାଏ। କେବଳ ଏମ୍‌ପି କାହିଁକି ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ମଧ୍ୟ ନିଜ ଦରମା ଉପରେ ଟିକସ ଦେଇଥାନ୍ତି। ବେତନ ବ୍ୟତିତ ମିଳୁଥିବା ସରକାରୀ ଭତ୍ତା ଉପରେ ଟିକସ ଦେବାକୁ ପଡ଼ି ନ ଥାଏ। ବର୍ଷକୁ ସେମାନେ ୧୨ ଲକ୍ଷ ପାଉଥିବାବେଳେ ଏହା ଉପରେ ଟିକସ ଭରିଥାନ୍ତି।

ଟ୍ରେନ ଯାତ୍ରାର ସୁବିଧା:
ଜଣେ ଏମ୍‌ପିଙ୍କୁ ଟ୍ରେନରେ ମାଗଣା ଯାତ୍ରାର ସୁବିଧା ମିଳିଥାଏ। ଏଥିଲାଗି ତାଙ୍କୁ ବିଧିବଦ୍ଧ ଭାବେ ପାସ୍‌ ମିଳିଥାଏ। ଫଳରେ ଏମ୍‌ପି ଫାଷ୍ଟ ଏସି ଅଥବା ଏଗ୍ଜିକ୍ୟୁଟିଭ୍‌ ଶ୍ରେଣୀରେ ମାଗଣାରେ ଯାତ୍ରା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ଲାମେଣ୍ଟ ଅଭିମୁଖେ ଶୋଭାଯାତ୍ରାରେ ବାହାରିବେ ଛାତ୍ର

ନୂଆଦିଲ୍ଲୀ,୧ା୭: ଏନ୍‌ଇଇଟି-ୟୁଜି ସମେତ ପିଜି ଏବଂ ୟୁଜିସି ନେଟ୍‌ ପରୀକ୍ଷାରେ ହୋଇଥିବା ଅନିୟମିତତା ପ୍ରତିବାଦରେ ଦିଲ୍ଲୀର ଯନ୍ତରମନ୍ତରଠାରେ ଧାରଣାରେ ବସିଥିବା ଛାତ୍ରୀଛାତ୍ର ସେମାନଙ୍କ ଦାବିକୁ ନେଇ...

କିଏ ହେବେ ବିରୋଧୀଙ୍କ ଉପବାଚସ୍ପତି ପ୍ରାର୍ଥୀ, ଚର୍ଚ୍ଚାରେ ଏହି ନେତା

ନୂଆଦିଲ୍ଲୀ,୧।୭: ଲୋକ ସଭାର ଉପବାଚସ୍ପତି ପଦ ପାଇଁ ବିରୋଧୀ ପ୍ରାର୍ଥୀଙ୍କ ନାମ ଏ ପର୍ଯ୍ୟନ୍ତ ସ୍ଥିର କରାଯାଇ ନଥିଲେ ମଧ୍ୟ ୟୁପିର ଅଯୋଧ୍ୟା ଆସନରୁ ସମାଜବାଦୀ...

ପାଣ୍ଡ୍ୟାଙ୍କ ଲୁହ ଛଳଛଳ ଆଖିର ଫଟୋ ପୋଷ୍ଟ କରି ଏମିତି ଲେଖିଲେ ଆନନ୍ଦ ମହିନ୍ଦ୍ରା

ଟି -୨୦ବିଶ୍ୱକପ୍‌ ୨୦୨୪ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସୋସିଆଲ ମିଡିଆରେ ମଜାକ୍‌ ଉଡା ଯାଇଥିଲା। ମାତ୍ର ୨୦୨୪ ଟି -୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି...

ମେଧା ପାଟକରଙ୍କୁ ୫ ମାସ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ, ଲଗାଇଲେ ୧୦ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୧।୭: ବର୍ତ୍ତମାନର ଦିଲ୍ଲୀ ଏଲଜି ଭି.କେ ସାକ୍ସେନାଙ୍କ ଦ୍ୱାରା ହୋଇଥିବା ମାନହାନି ମାମଲାରେ ସାମାଜିକ କାର୍ଯ୍ୟକର୍ତ୍ତା ମେଧା ପାଟକରଙ୍କୁ କୋର୍ଟ ୫ ମାସ କାରାଦଣ୍ଡରେ ଦଣ୍ଡିତ...

ବିଧାନପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧।୭: ଭାରତୀୟ ଜନତା ପାର୍ଟି (ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ସୋମବାର ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଘୋଷିତ...

ଅଗ୍ନିବୀର ଯୋଜନାକୁ ନେଇ ଏମିତି କହିଲେ ରାହୁଲ ଗାନ୍ଧୀ, ରାଜନାଥ କହିଲେ…

ନୂଆଦିଲ୍ଲୀ,୧।୭:ବିଭିନ୍ନ ପ୍ରସଙ୍ଗକୁ ନେଇ ଲୋକ ସଭାରେ ସୋମବାର ହଟ୍ଟଗୋଳ ଜାରି ରହିଛି। ଅଗ୍ନିବୀର ଯୋଜନା ବିଷୟରେ ଆଲୋଚନା କରି ରାହୁଲ ଗାନ୍ଧୀ କହିଛନ୍ତି, ମୁଁ ଜଣେ...

ଇଣ୍ଡିଆ ମେଣ୍ଟ ଗୁଜରାଟରେ ଭାଜପାକୁ ହରାଇବ: ରାହୁଲ

ନୂଆଦିଲ୍ଲୀ,୧।୭: ସୋମବାର ସଂସଦ ଅଧିବେଶନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି ଗୁଜୁରାଟରେ ଇଣ୍ଡିଆ ମେଣ୍ଟ...

ଜେଜେ ବୟସର ବ୍ୟକ୍ତିଙ୍କ ସହ ହେଲା ପ୍ରେମ: ଭିଡିଓ ଶେୟାର କରି ଏପରି କହିଲେ ଯୁବତୀ, ଥରେ ଶୁଣିଲେ… 

ବର୍ତ୍ତମାନ  ସମୟରେ ଯେ କେହି ରାତାରାତି ଭାଇରାଲ ହେବାକୁ ସର୍ବଦା ଚେଷ୍ଟା  ଚଲାଇଛନ୍ତି। ଏ ନେଇ ଇନ୍‌ଷ୍ଟାଗ୍ରାମ୍‌ ରିଲ୍‌ରେ ସେମାନେ ସମ୍ପର୍କ ଯୋଡ଼ି ସେସବୁକୁ ସୋସିଆଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri