ସେପ୍ଟେମ୍ବର ୬ରେ ‘ଏମର୍ଜେନ୍ସି’ ରିଲିଜ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ତଥା ହିମାଚଳ ପ୍ରଦେଶର ମଣ୍ଡିରୁ ନବନିର୍ବାଚିତ ଏମ୍‌ପି କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ଫିଲ୍ମ ‘ଏମର୍ଜେନ୍ସି’ ଆସନ୍ତା ସେପ୍ଟେମ୍ବର ୬ରେ ରିଲିଜ୍‌ ହେବା ନେଇ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ଅଷ୍ଟାଦଶ ଲୋକ ସଭାର ପ୍ରଥମ ଦିନରେ କଙ୍ଗନା ଏମ୍‌ପି ଭାବେ ଶପଥ ନେବାର ଗୋଟିଏ ଦିନ ପରେ ଏହି ଘୋଷଣା କରାଯାଇଛି। ପୂର୍ବରୁ ଏହି ପଲିଟିକାଲ ଡ୍ରାମା ଫିଲ୍ମର ରିଲିଜ୍‌ ଡେଟ୍‌କୁ ଅନେକବାର ସ୍ଥଗିତ ରଖାଯାଇଥିଲା।

କଙ୍ଗନା ଏହି ଫିଲ୍ମରେ ଅଭିନୟ କରିବା ସହ ଏହାର ନିର୍ଦ୍ଦେଶନା ଓ ପ୍ରଯୋଜନା ମଧ୍ୟ ଦେଇଛନ୍ତି। ଫିଲ୍ମରେ ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଫିଲ୍ମ ରିଲିଜ୍‌ ନେଇ ଘୋଷଣା କରିବାବେଳେ ଏମର୍ଜେନ୍ସିର ସମୟକୁ ସ୍ବାଧୀନ ଭାରତର କଳା ଅଧ୍ୟାୟ ରୂପେ ସେ ବର୍ଣ୍ଣନା କରିଛନ୍ତି। ଏହି ଫିଲ୍ମରେ କଙ୍ଗନାଙ୍କ ସହ ଅଭିନେତା ଅନୁପମ ଖେର, ଶ୍ରେୟାସ ତଲପଡ଼େ, ମିଲିନ୍ଦ ସୋମନ, ସ୍ବର୍ଗତ ସତୀଶ କୌଶିକ ଓ ଅଭିନେତ୍ରୀ ମହିମା ଚୌଧୁରୀ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି। ଜି ଷ୍ଟୁଡିଓଜ୍‌ ଓ କଙ୍ଗନାଙ୍କ ମଣିକର୍ଣ୍ଣିକା ଫିଲ୍ମସ୍‌ ବ୍ୟାନରରେ ଏହି ଚଳଚ୍ଚିତ୍ରର ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ପାଇଁ ଇମୋଶନାଲ୍‌ ନୋଟ୍‌ ଲେଖିଲେ ବିରାଟ କୋହଲି

ବାର୍ବାଡୋସ୍‌,୧।୭: ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଭାରତ ଚାମ୍ପିଅନ୍‌ ହୋଇଛି। ବିରାଟ କୋହଲି ସମଗ୍ର ସିରିଜରେ ତାଙ୍କ ଫର୍ମ...

ଭାଜପା ବିଧାୟକଙ୍କ ଧମକ ପରେ ଶୋ’ ବାତିଲ କଲେ ହାସ୍ୟ ଅଭିନେତା

ହାଇଦ୍ରାବାଦ, ୩୦।୬: ଷ୍ଟାଣ୍ଡ୍‌ଅପ୍‌ ହାସ୍ୟ ଅଭିନେତା ଡାନିଏଲ ଫର୍ନାଡିଜ୍‌ ରବିବାର ହାଇଦ୍ରାବାଦରେ ହେବାକୁ ଥିବା ତାଙ୍କର ଶୋ’କୁ ସୁରକ୍ଷାଜନିତ କାରଣରୁ ବାତିଲ କରିଛନ୍ତି। ହାଇଦ୍ରାବାଦରେ ଡାନିଏଲଙ୍କୁ...

‘ମୁଁ ଯେତେବେଳେ ମ୍ୟାଚ୍‌ ଦେଖେ, ଭାରତ ହାରିଯାଏ’

ବମ୍ବେ: ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷ ଆଇସିସି ଟି୨୦ ବିଶ୍ୱକପ୍‌ ଜିତି ନେଇଛି। ପୁରା ଦେଶ ଏହି ବିଜୟକୁ ସେଲିବ୍ରେଟ୍‌ କରୁଥିବା ବେଳେ ବଲିଉଡର...

ମ୍ୟାଚ୍‌ ଜିତିବା ପରେ ଭାବବିହ୍ବଳ ହେଲେ ବିରାଟ, ଅନୁଷ୍କାଙ୍କୁ ଭିଡିଓ କଲ୍‌ କରି କହିଲେ…

ବାର୍ବାଡୋସ/ମୁମ୍ବାଇ,୩୦ା୬: ୧୭ ବର୍ଷ ପରେ ଭାରତ ଟି-୨୦ ବିଶ୍ୱକପ୍‌ ଟ୍ରଫି ଜିତିଛି। ଜୁନ୍‌ ୨୯ରେ ବାର୍ବାଡୋସର କେନ୍ସିଙ୍ଗଟନ ଓଭାଲ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ସୋନାକ୍ଷୀଙ୍କ ବିବାହର ୫ ଦିନ ପରେ ଶତ୍ରୁଘ୍ନ ସିହ୍ନା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବମ୍ବେ: ଗତ କିଛି ଦିନ ଧରି ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜର ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପ୍ରେମିକ ଜାହିର ଇକବାଲଙ୍କୁ ସେ ବିବାହ...

ଆଶା ଭୋସଲେଙ୍କ ପାଦ ଧୋଇ ଆଶୀର୍ବାଦ ନେଲେ ସୋନୁ, ୟୁଜର୍ସ କହିଲେ ନେତା…

ମୁମ୍ବାଇ,୨୯।୬: ବଲିଉଡ ଗାୟକମାନଙ୍କ ବିଷୟରେ ଉଲ୍ଲେଖ କରାଯାଉଥିବା ବେଳେ ଏଥିରେ ଭେଟେରାନ ଗାୟକ ଆଶା ଭୋସଲେଙ୍କ ନାମ ଅନ୍ତର୍ଭୂକ୍ତ କରାଯାଇ ନ ଯିବା କେବେ ବି...

କଳ୍‌କୀ ପାର୍ଟ-୨’ରେ ଆସିବ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଚକ୍ରର ଝଡ଼…

ନୂଆଦିଲ୍ଲୀ,୨୯।୬: ବଡ଼ ପରଦାରେ ଦର୍ଶକଙ୍କ ମନ ଜିଣୁଛି ରିବେଲ ଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ସିନେମା ‘କଳକୀ ୨୮୯୮ ଏଡି’। ମହାଭାରତ ଯୁଦ୍ଧର ଶେଷ ମୁହୂର୍ତ୍ତରୁ...

ପ୍ରେମ, ଏକତାର ବାର୍ତ୍ତା ଦେଉଛନ୍ତି ଏଲ୍‌ଜିବିଟିକ୍ୟୁ+

ଜୁନ୍‌ ୧ରୁ ୩୦ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ‘ପ୍ରାଇଡ୍‌ ମାସ’ ଭାବେ ପାଳନ କରାଯାଉଛି। ଏହି ସମୟରେ ବିଭିନ୍ନ ସ୍ଥାନରେ ଏଲ୍‌ଜିବିଟିକ୍ୟୁ+ କମ୍ୟୁନିଟିମାନେ ପ୍ରାଇଡ୍‌ ୱାକ୍‌, ପରେଡ୍ସ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri