ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧିକୁ ଗୁରୁତ୍ୱ

ଭୁବନେଶ୍ୱର,୨୬।୬(ଅସମାପିକା ସାହୁ): ସହରାଞ୍ଚଳର ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବା ପାଇଁ ଅଧିକାରୀମାନେ ‘ଟିମ୍‌ୱର୍କ’ କରିବାକୁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ମଙ୍ଗଳବାର ଲୋକସେବା ଭବନର କନ୍‌ଭେନ୍‌ଶନ ହଲ୍‌ରେ ସହରାଞ୍ଚଳ ପ୍ରଶାସନର ପ୍ରାଥମିକତା ନେଇ ପୌର ଅଧିକାରୀମାନଙ୍କ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଏହା କହିଛନ୍ତି। ମନ୍ତ୍ରୀ ପୌରସଂସ୍ଥାରେ ବ୍ୟାପକ ପରିମାଣରେ ବୃକ୍ଷରୋପଣ କରିବା ସହିତ ସ୍ବଚ୍ଛ ଭାରତ ଅଭିଯାନର ଆଭିମୁଖ୍ୟ ଅନୁଯାୟୀ ରାସ୍ତାଘାଟକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ସେହିଭଳି ସହରାଞ୍ଚଳ ବିଶେଷକରି ଚିକିତ୍ସାଳୟରୁ ବାହାରୁଥିବା ବର୍ଜ୍ୟଗୁଡ଼ିକ ଜଳଉତ୍ସକୁ ଦୂଷିତ କରୁଥିବାରୁ ଏଦିଗରେ ପଦକ୍ଷେପ ଗ୍ରହଣ ପାଇଁ କହିଛନ୍ତି। ବିଭାଗୀୟ ଅଧିକାରୀମାନେ କାର୍ଯ୍ୟାଳୟରେ ବସି ନ ରହି କ୍ଷେତ୍ର ଗସ୍ତରେ ଯିବାକୁ ମନ୍ତ୍ରୀ ପରାମର୍ଶ ଦେବା ସହିତ ପ୍ରତ୍ୟେକ ଦିନ ଅତିକମ୍‌ରେ ତିନି ଚାରି ଘଣ୍ଟା ୱାର୍ଡ ପରିଦର୍ଶନ ପାଇଁ କହିଛନ୍ତି।
ସେହିଭଳି ସହରାଞ୍ଚଳରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ରକ୍ଷଣାବେକ୍ଷଣ ସମ୍ପୃକ୍ତ ନିର୍ମାଣକାରୀ ସଂସ୍ଥା ଓ ଠିକାଦାରମାନେ କରିବା ଉପରେ ମନ୍ତ୍ରୀ ଜୋର ଦେଇଛନ୍ତି। ଏମାନେ ଅତିକମ୍‌ରେ ତିନି ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କରିବେ। ଯଦି ଏଥିରେ କେହି ଖିଲାପ କରନ୍ତି, ତେବେ ସେମାନଙ୍କ ବିରୋଧରେ ଫୌଜଦାରି ମୋକଦ୍ଦମା ରୁଜୁ କରାଯିବ ବୋଲି ମନ୍ତ୍ରୀ ଚେତାଇ ଦେଇଛନ୍ତି। ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ଜି. ମାଥିଭାଥନନ ରାଜ୍ୟରେ ସହରାଞ୍ଚଳ ବିକାଶ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ନୂତନ ସରକାର ସହରୀ ବିକାଶ ନିମନ୍ତେ ଯେଉଁ କାର୍ଯ୍ୟକ୍ରମ ସ୍ଥିର କରିବେ, ସେଥିପାଇଁ ‘ଟିମ୍‌ ଅର୍ବାନ’ ପ୍ରସ୍ତୁତ ଥିବା ସେ କହିଥିଲେ। କୌଣସି ସହରରେ ନୂଆ ବର୍ଜ୍ୟ ଜମା କରିବାକୁ ଅନୁମତି ଦିଆଯିବ ନାହିଁ। ପ୍ରତ୍ୟେକ ସହର ବର୍ଜ୍ୟମୁକ୍ତ ହେବା ପାଇଁ ଉଦ୍ୟମ କରାଯିବ। ବର୍ଷାଋତୁରେ ଡ୍ରେନ୍‌ରେ ଦୁର୍ଘଟଣା ପ୍ରତି ସତର୍କ ରହିବାକୁ କୁହାଯାଇଛି। ଯେଉଁଠାରେ ସ୍ଲାବ ପକାଯାଇ ପାରୁନାହିଁ ସେ ସବୁ ସ୍ଥାନରେ ବାଡ଼ ବୁଲାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବିଭାଗ ତରଫରୁ ପ୍ରତ୍ୟେକ ପୌରସଂସ୍ଥାକୁ ମାର୍ଗଦର୍ଶିକା ପଠାଯାଇଛି। ଯଦି କୌଣସି ସ୍ଥାନରେ ଦୁର୍ଘଟଣା ଘଟେ, ତେବେ ସେହି ସ୍ଥାନ ଦାୟିତ୍ୱରେ ଥିବା ଯନ୍ତ୍ରୀମାନଙ୍କୁ ଦାୟୀ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଏହି ପ୍ରଶିକ୍ଷଣ କର୍ମଶାଳାରେ ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ, ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ସୁଡାର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ସାରଦା ପ୍ରସାଦ ପଣ୍ଡା ପ୍ରମୁଖ ବରିଷ୍ଠ ପଦାଧିକାରୀ କର୍ମଶାଳାରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା, ରାଜ୍ୟରେ ଗଡ଼ିବ ଏତିକି ଟ୍ରେନ୍‌

ପୁରୀ,୩ା୭: ପୁରୀ ରଥଯାତ୍ରା ପାଇଁ ରାଜ୍ୟରେ ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍‌। ବିଶ୍ୱପ୍ରସିଦ୍ଧ ଏହି ରଥଯାତ୍ରା ପାଇଁ ୩୧୫ରୁ ଊର୍ଦ୍ଧ୍ୱ ସ୍ବତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା କରାଯାଇଛି। ପୂର୍ବତଟ...

ପରାଜୟ ପରେ ବିରୋଧୀ କ୍ୟାମ୍ପରେ ବିଜେଡି; ମୋଦିଙ୍କ ଭାଷଣ ସମୟରେ ଇଣ୍ଡିଆ ମେଣ୍ଟ ସହିତ କଲା କକ୍ଷତ୍ୟାଗ

ଭୁବନେଶ୍ୱର,୩।୭: ପୂର୍ବରୁ ସଂସଦରେ ଅନେକ ଥର ଭାଜପାକୁ ସମର୍ଥନ କରୁଥିବା ବିଜୁ ଜନତା ଦଳ ବୁଧବାର ଇଣ୍ଡିଆ ମେଣ୍ଟ ପଦ ରାସ୍ତାରେ ଯୋଗ ଦେଇଛି। ରାଷ୍ଟ୍ରପତିଙ୍କ...

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସମୀର ଦାଶଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର, ୩।୭(ସୁନିତ୍‌ ମିଶ୍ର): ଓଏଏସ୍‌ ଅଫିସର ତଥା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁବିକାଶ ବିଭାଗର ଅଣ୍ଡର ସେକ୍ଟ୍ରେଟାରି ସମୀର ଦାଶ ଯିଏ କି ପୂର୍ବରୁ...

ଓଏସ୍‌ଏସ୍‌ସି ପରୀକ୍ଷାର୍ଥୀଙ୍କୁ ଅପହରଣ ପରେ ଲୁଟ୍‌: ଦୁଇ ଗିରଫ

କଟକ,୩ା୭(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ(ଓଏସଏସସି) ପରୀକ୍ଷା ଦେବାକୁ ଆସିଥିବା ଜଣେ ପରୀକ୍ଷାର୍ଥୀ ଅପହରଣ ପରେ ଲୁଟ୍‌ର ଶିକାର ହୋଇଛନ୍ତି। ପରୀକ୍ଷାର୍ଥୀଙ୍କ ଘର କେନ୍ଦୁଝର...

୨ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୩ା୭(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକ୍‌ମା ଜିଲା ପୋଲିସ ନିକଟରେ ୨ ମାଓବାଦୀ ବୁଧବାର ଆତ୍ମସମର୍ପଣ କରଛନ୍ତି । ଏ ସମ୍ପର୍କରେ ସୁକ୍‌ମା ପୋଲିସ ଦେଇଥିବା ସୂଚନା...

ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ହେବନି ସ୍ଥାୟୀ ନିର୍ମାଣ: ହାଇକୋର୍ଟ

କଟକ,୩ା୭ (କାର୍ତ୍ତିକ ସାହୁ): ପୁରୀ ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ମୁଖ୍ୟ ରାସ୍ତା ପାର୍ଶ୍ୱରେ କୌଣସି ସ୍ଥାୟୀ ନିର୍ମାଣ ହେବ ନାହିଁ। ଏପରିକି ବ୍ୟବସାୟିକ ଉଦ୍ଦେଶ୍ୟରେ...

ଗର୍ଭ ଧାରଣ କଲା ଧଳା ବାଘୁଣୀ ମୌସୁମୀ, ନନ୍ଦନକାନନ ପାଇଁ ଆଶା ସଞ୍ଚାର

ଭୁବନେଶ୍ୱର,୩।୭: ନନ୍ଦନକାନନ ପାଇଁ ନୂଆ ଅଶାର ସଞ୍ଚାର ସୃଷ୍ଟି କରିଛି ଧଳା ବାଘୁଣୀ ମୌସୁମୀ। ଅଗଷ୍ଟ ୫, ୨୦୧୬ ରେ ଜନ୍ମ ହୋଇଥିବା ମୌସୁମୀ ଗର୍ଭଧାରଣ...

ଟ୍ରେଲର ପଛରେ ପିଟିହେଲା କାର୍‌: ୨ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ଗୋପାଳପୁର,୩ା୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଧିନସ୍ଥ ୧୬ ନଂ ଜାତୀୟ ରାଜପଥ ଗୋପାଳପୁର ଓଭରବ୍ରିଜ୍‌ ନିକଟରେ ବୁଧବାର ଅପରାହ୍ନରେ ଟ୍ରେଲର ପଛରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri