ମୌସୁମୀ ବର୍ଷାକୁ ଚାହିଁ ରହିଛି ଧାନଗଛ

ରସୁଲପୁର,୨୬ା୬(ରଞ୍ଜିତ ରାଉତ):: ପାଣିପାଗ ସୂଚନା ମୁତାବକ ରାଜ୍ୟର ପ୍ରତି ଜିଲାକୁ ମୌସୁମୀ ବାୟୁ ସ୍ପର୍ଶ କରିସାରିଛି। ହେଲେ ମୌସୁମୀର ସ୍ବଭାବକୁ ନେଇ ଚାଷୀମାନେ ଚିନ୍ତିତ ହୋଇପଡିଛନ୍ତି ା ପାଣିପାଗର ପରିବର୍ତ୍ତୀ ସ୍ଥିତିର ପ୍ରଭାବ ମୌସୁମୀ ବାୟୁକୁ ପ୍ରଭାବିତ କରିଛି ା ଚଳିତବର୍ଷ ମୌସୁମୀ ବାୟୁ ଶୁଷ୍କ ଭଳି ମନେ ହେଉଛି ା ଜୁନ୍‌ରେ ଆଶାନୁରୂପକ ବର୍ଷା ହୋଇନାହିଁ ା ଏଭଳି ସ୍ଥିତିରେ ଯାଜପୁର ଜିଲାର ରସୁଲପୁର ବ୍ଲକକୁ ମୌସୁମୀ ବାୟୁ ସ୍ପର୍ଶ କରିବାକୁ ୨ଦିନ ବିତିଗଲାଣି ା ଅଥଚ ପାଣିପାଗରେ ସେତେଟା ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ ା ଗ୍ରୀଷ୍ମ ପ୍ରଭାବ କମୁ ନାହିଁ କି ବାୟୁମଣ୍ଡଳରେ ଥଣ୍ଡା ଅନୁଭୂତ ହେଉନାହିଁ ା ବର୍ଷା ସମ୍ପୂର୍ଣ୍ଣ ଉଭାନ ହୋଇଯାଇଛି ା ଏଭଳି ସ୍ଥିତିରେ ଚାଷ କାର୍ଯ୍ୟ କେମିତି ଆଗେଇବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା ତେଣେ ଚାଷ ତରତର ନୀତିରେ ଅଧିକାଂଶ ସ୍ଥାନରେ ଚାଷୀ କ୍ଷେତରେ ଧାନ ବୁଣି ଦେଇଛି। କାଁ ଭାଁ ବର୍ଷାରେ କେତେକ ସ୍ଥାନରେ ଧାନ ଗଛ ଉଠି ଗଲାଣି ା ପାଣି ଅଭାବରୁ ଧାନଗଛ ବଢି ପାରୁନାହିଁ ା ଗଜାରୁ ବାହାରି ଦୁଇପତ୍ର ଧାରଣ କରିଥିବା ଧାନଗଛ ଓ ଚାଷୀ ମୌସୁମୀ ବର୍ଷାକୁ ଚାହିଁ ରହିଛନ୍ତି ା
ବର୍ଷା ହେବା ମାତ୍ରକେ ଧାନଗଛ ବଢିଯିବ। ଆଉ ସେହି ଅନୁସାରେ ଚାଷୀ ବେଉଷଣ କାର୍ଯ୍ୟ ଆରମ୍ଭ କରିବ। ଖରାରେ ଧାନ ବେଉଷଣ କାର୍ଯ୍ୟ ଆରମ୍ଭ କରିଦେଲେ ଛୋଟ ଧାନଗଛ ନଷ୍ଟ ହୋଇଯିବ ଚିନ୍ତାକରି ଚାଷୀ ବିଲକୁ ଯାଇପାରୁ ନାହିଁ ା ଫଳରେ ଆଶାନୁରୂପକ ଭାବେ ଚାଷକାର୍ଯ୍ୟ ଆଗେଇ ପାରୁନାହିଁ ା ଏଥର ପାଣିପାଗର ଅଜବ ସ୍ବଭାବକୁ ନେଇ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢିଛି ା ପାଣିପାଗର ସ୍ଥିତି ଯୋଗୁଁ ପରିବା ଦର ଆକାଶ ଛୁଆଁ ହୋଇଛି। ସମସ୍ତ ଅତ୍ୟାବଶକୀୟ ସାମଗ୍ରୀର ଦରଦାମ୍‌କୁ ବଜାର ଦର ପ୍ରଭାବିତ କରୁଛି ବୋଲି ଅଭିଯୋଗ ହୋଇଛି ା
ସୂଚନା ଅନୁଯାୟୀ, ଖରିଫ ଋତୁରେ ରସୁଲପୁର ବ୍ଲକର ଶତକଡା ୭୦ଭାଗ ଚାଷ ଜମିରେ ଧାନ ଚାଷ ହୋଇଥାଏ। ଚାଉଳର ବଜାର ଦରରେ ଅହେତୁକ ବୃଦ୍ଧି ଘଟିବା ସହ ଧାନର ସରକାରୀ ଦରରେ ବୃଦ୍ଧି ଘଟିଛି ା ଏହାକୁ ଦୃଷ୍ଟି ଦେଇ ଅଧିକାଂଶ ଚାଷୀ ଧାନଚାଷ ଉପରେ ଗୁୁରୁତ୍ୱ ଦେଉଛନ୍ତି ା ଉପରୋକ୍ତ ଅଞ୍ଚଳରେ ଚାଷ ଜମିରେ ମାଟିର ଉର୍ବରତା ଯୋଗୁଁ ଗୋଟିଏ କ୍ଷେତରେ ଏକାଧିକ ଫସଲ ଅମଳ କରିବାରେ ଚାଷୀମାନେ ସିଦ୍ଧହସ୍ତ ଅଟନ୍ତି। ଖରିଫରେ ସଅଳ କିସମର ଧାନକୁ ଅମଳ କରି ପରେ ପନିପରିବା ଚାଷ କରି ଲାଭବାନ ହେବାକୁ ଲକ୍ଷ୍ୟ ରଖିଥିବା ଚାଷୀମାନଙ୍କୁ ବର୍ଷା ନିରାଶ କରିଛି ା ପୂର୍ବ ବର୍ଷ ଭଳି ଚଳିତବର୍ଷ ଠିକ୍‌ ସମୟରେ ମୌସୁମୀ ବର୍ଷା ହେବ ବୋଲି ଆଶାକରି ଚାଷୀମାନେ କ୍ଷେତ ପ୍ରସ୍ତୁତ କରିଥିଲେ। ମାତ୍ର ମୌସୁମୀ ଆସିବାରେ ବିଳମ୍ବ ହେବା ଯୋଗୁ ଚାଷୀମାନଙ୍କ ଆଶା ପୂରଣ ହୋଇପାରିବ ନାହିଁ ବୋଲି ଚାଷୀମାନଙ୍କ ମଧ୍ୟରେ ଆଲୋଚନା ହେଉଛି ା ବିଶେଷ କରି ଓଡିଆମାନଙ୍କ ଗଣପର୍ବ ରଜ ପୂର୍ବରୁ ଧାନ ବୁଣାବୁଣି ହୋଇଥାଏ ା ଗୁଣ୍ଡିଚା ଯାତ୍ରା ବେଳକୁ ଧାନ ବିଲ ବଛାବଛି ଶେଷ ହୋଇଯିବା କଥା ା ରଜ ସରିବାକୁ ଗୋଟିଏ ସପ୍ତାହରୁ ଊର୍ଦ୍ଧ୍ୱ କାଳ ବିତିଗଲାଣି। ତଥାପି ଅନେକ ଧାନ କିଆରୀରେ ଗଛ ଉଠି ନାହିଁ ା ଏଭଳି ସ୍ଥିତିରେ ଧାନ ଅମଳର ଭବିଷ୍ୟତକୁ ନେଇ ଚାଷୀକୂଳ ସ୍ଥିର ନିଶ୍ଚିତ ହୋଇପାରୁନାହିଁ। ଏଭଳି ସ୍ଥିତିରେ ଜମିରୁ ଏକାଧିକ ଫସଲ ଅମଳ କରିବ କେମିତି ବୋଲି ଚାଷୀମାନେ ପ୍ରଶ୍ନ କରୁଛନ୍ତି ା ତେଣେ ଖରାଟିଆ ପନିପରିବା ଚାଷ ମଧ୍ୟ ଆଗେଇ ପାରୁନାହିଁ ା ପ୍ରଚଣ୍ଡ ରୌଦ୍ରତାପରେ ପରିବା ଗଛର ଫୁଲଫଳ ଶୁଖି ଯାଉଛି ା ଚାଷୀମାନେ ପରିବା କ୍ଷେତକୁ ଆବଶ୍ୟକ ମୁତାବକ ପାଣି ଯୋଗାଇ ପାରୁ ନ ଥିବାରୁ ଅମଳ ମଧ୍ୟ କମି ଯାଉଛି ା ଅଧିକ ଖର୍ଚ୍ଚ କରାଯାଉଛି, ହେଲେ ସେହି ମୁତାବକ ଉପତ୍ାଦନ ହୋଇପାରୁ ନ ଥିବାରୁ ଚାଷୀକୁ କ୍ଷତି ସହିବାକୁ ପଡୁଛି ା କ୍ଷେତର ଏଭଳି ସ୍ଥିତି ବଜାର ଦରକୁ ପ୍ରଭାବିତ କରୁଥିବା ବେଳେ ସାଧାରଣ ଲୋକଙ୍କ ଦୈନନ୍ଦିନ ତେଲଲୁଣ ସଂସାରର ଚଳଣିକୁ ପ୍ରଭାବିତ କରୁଛି ବୋଲି କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ମତବ୍ୟକ୍ତ କରିଛନ୍ତି ା ପରିବର୍ତ୍ତିତ ପାଣିପାଗ ସ୍ଥିତିରେ ସୁଧାର ଆଣିବାରେ କାହାର କ୍ଷମତା ନାହିଁ ବୋଲି ବିଭାଗୀୟ ଅଧିକାରୀମାନେ ମତ ରଖିଛନ୍ତି ା ମିଳିତ ପ୍ରୟାସରେ ଏଥିରେ ସୁଧାର ଅଣାଯାଇ ପାରିବ ା ସବୁ ବର୍ଗର ଲୋକମାନେ ପ୍ରକୃତି ପ୍ରେମୀ ହେବା ସହ ଅଧିକରୁ ଅଧିକ ଚାରା ରୋପଣ କରି ପରିବେଶରେ ସନ୍ତୁଳନ ଆଣିବାକୁ ପ୍ରୟାସ କଲେ ଏଭଳି ସ୍ଥିତିରେ ପରିବର୍ତ୍ତନ ଆସିପାରିବ ବୋଲି ପରିବେଶବିତ୍‌ମାନେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଆସୁ ନାହାନ୍ତି ଶିକ୍ଷୟିତ୍ରୀ, ଶିକ୍ଷକ: ୪ଦିନ ହେଲା ଝୁଲୁଛି ତାଲା

ଭଦ୍ରକ,୬।୭: ଭଦ୍ରକ ଜିଲା ବାସୁଦେବପୁରସ୍ଥିତି ଦଧିବାମନପୁର ସ୍କୁଲରେ ୪ଦିନ ହେଲା ତାଲା ଝୁଲୁଛି। ଫଳରେ ଛାତ୍ରୀଛାତ୍ରଙ୍କ ପାଠ ପଢା ବନ୍ଦ ରହିଛି। ଏନେଇ ଅଭିଭାବକ ମହଳରେ...

୮ରେ ବନ୍ଦ ରହିବ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର,୬।୭: ରବିବାର ବିଶ୍ୱପ୍ରଶିଦ୍ଧ ରଥଯାତ୍ରା। ଚଳିତବର୍ଷ ରଥଯାତ୍ରା ୨ଦିନ ହେଉଥିବାରୁ ଜୁଲାଇ ୮ ତାରିଖ ଛୁଟି ଘୋଷଣା କରାଯାଇଛି। ୮ ତାରିଖରେ ସମସ୍ତ ସରକାରୀ ଏବଂ...

ଓଡ଼ିଶାରେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ: ୯ ଦିନ ରହିବେ ପୁରୀରେ

ଭୁବନେଶ୍ୱର,୭।୬: ଓଡ଼ିଶାରେ ପହଞ୍ଚିଛନ୍ତି ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ। ରଥଯାତ୍ରାରେ ସେ ୯ ଦିନ ପୁରୀରେ ରହିବା ସହ ବିଭିନ୍ନ ଆଧାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।...

ଗୋଟିଏ ଦିନ ପରେ ରଥଯାତ୍ରା, ସିଂହଦ୍ୱାର ସମ୍ମୁଖରେ ଲାଗିଲା ୩ରଥ

ପୁରୀ,୬।୭: ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ। ଆଜ୍ଞାମାଳ ବିଜେ ପରେ ଶ୍ରୀଜିଉଙ୍କ ତିନି ରଥକୁ ଶ୍ରୀମନ୍ଦିର ସାମ୍ନାକୁ ଅଣାଯାଇଛି। ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା।...

ଗାନ୍ଧୀଛକରେ ବିକ୍ଷୋଭ: ରାହୁଲଙ୍କ ବିରୋଧରେ ଥାନାରେ ଏତଲା

ରୂପସା, ୬।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେବସେନା ପକ୍ଷରୁ ସ୍ଥାନୀୟ ଗାନ୍ଧୀଛକ ନିକଟରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ଏମ୍‌ପି...

ଘରକୁ ପଶିଗଲା ଟ୍ରକ୍‌: ଚାଲିଗଲା ବୃଦ୍ଧାଙ୍କ ଜୀବନ

ରାଇରଙ୍ଗପୁର,୬।୭: ମୟୁରଭଞ୍ଜ ଜିଲା ରାଇରଙ୍ଗପୁରରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ ଟକ୍ର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଘର ଭିତରକୁ...

ବିପୁଳ ନିଶା ସାମଗ୍ରୀ ଜବତ, ଜଣେ ଗିରଫ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାର ଏକ ଘର ଭିତରୁ ୫୦୦ ବୋତଲ କଫସିରପ ଜବତ ହୋଇଛି। କେଶବ ନଗର ଘରେ ଟାଉନ ଥାନା ପୋଲିସର ଅତର୍କିତ...

ରାତିପାହିଲେ ଘୋଷଯାତ୍ରା; ତିନି ରଥକୁ ବିଜେ ହେଲା ଆଜ୍ଞାମାଳ

ପୁରୀ, ୫।୭(ଅଜିତ୍‌ କୁମାର ମହାନ୍ତି): ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତେଣୁ ପରମ୍ପରା ଅନୁଯାୟୀ, ଶନିବାର ରଥଖଳାରୁ ଶ୍ରୀମନ୍ଦିର ନିକଟକୁ ତିନିରଥ ଟଣାହେବ। ପଟି ଦିଆଁଙ୍କଠାରୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri