ପ୍ରଭାବ ଦେଖାଇଲେ ଜୟନାରାୟଣ

ସମ୍ବଲପୁର,୨୬।୬(ଭବାନୀ ଶଙ୍କର ଭୋଇ): ଦୀର୍ଘ ୫ ଥର ସମ୍ବଲପୁରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ନିଜର ଖାସ ଅନ୍ଦାଜ ପାଇଁ ସାରା ରାଜ୍ୟରେ ପରିଚିତ। ବିଜେଡି -ଭାଜପା ମିଳିତ ସରକାରରେ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବାବେଳେ ପରେ ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଘେରି ସଶକ୍ତ ବିରୋଧୀ ଦଳର ନେତା ଭୂମିକା ନିଭେଇ ଚର୍ଚ୍ଚାକୁ ଆସିଥିଲେ । ତାଙ୍କର ପଞ୍ଚମ ପାଳିରେ ଭାଜପା ସରକାରରେ ଦଳର ବରିଷ୍ଠ ଏବଂ ଅନୁଭବୀ ବିଧାୟକ ଭାବେ ସେ ମନ୍ତ୍ରୀ ହେବେ ବୋଲି ସମସ୍ତେ ଆଶା ରଖିଥିଲେ। ହେଲେ କୌଣସି କାରଣରୁ ମନ୍ତ୍ରୀ ପଦ ପାଇଲେ ନାହିଁ। ଏହା ପରେ ତାଙ୍କର ସମର୍ଥକ ନିରାଶ ହେଲେ। ଗତ କିଛି ବର୍ଷ ହେବ ଅସୁସ୍ଥତା କାରଣରୁ ସେ କିଛି ଦିନ ଚିକିତ୍ସାଧୀନ ରହି ସାମାଜିକ ଜୀବନରୁ ଦୂରେଇ ଯାଇଥିଲେ। ତେବେ ନିର୍ବାଚନର କିଛି ଦିନ ପୂର୍ବରୁ ସେ ତାଙ୍କର ପୁରୁଣା ସ୍ଥିତିକୁ ଫେରିଥିବା ନେଇ ସମର୍ଥକ ଦାବି କରୁଥିଲେ। ବିଧାନସଭା ନିର୍ବାଚନ ପରେ ମଙ୍ଗଳବାର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସହ ପ୍ରଶାସନର ବିଭିନ୍ନ ବିଭାଗ ସହ ସମୀକ୍ଷା ବୈଠକରେ ଜୟନାରାୟଣ ନିଜର ପତିଆରା ଜାହିର କରି ବିଭିନ୍ନ ବିଭାଗର ଖାମଖିଆଲ କାର୍ଯ୍ୟଧାରାକୁ ଲୋକଲୋଚନକୁ ଆଣିଥିଲେ। ପୂର୍ବରୁ ମଧ୍ୟ ବିଧାୟକ ଥିବା ସମୟରେ ଲୋକଙ୍କ ବିଭିନ୍ନ ଅସୁବିଧା ବିଷୟରେ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ତାଗିତା କରୁଥିଲେ। ହେଲେ ବିରୋଧୀ ଦଳରେ ରହିଥିବା କାରଣରୁ ଅଧିକାରୀମାନେ ଖାମଖିଆଲ ମନୋଭାବ ପୋଷଣ କରୁଥିବା ଦେଖାଯାଉଥିଲା। ହେଲେ ଏବେ ସେ ସରକାରୀ ଦଳରେ ଆଉ ପୁରୁଣା ଫର୍ମରେ। ବିଭିନ୍ନ ବିଭାଗର ବିକାଶ କାମର ସମୀକ୍ଷା କରିବା ସମୟରେ ଅନେକ ଅଧିକାରୀ ଖାମଖିଆଲ ଭାବରେ ବିନା ତଥ୍ୟରେ ସମୀକ୍ଷା ବୈଠକକୁ ଆସିଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଜୟନାରାୟଣ ସିଧାସଳଖ ଅଧିକାରୀଙ୍କୁ ତାଗିଦା କରୁଥିଲେ ତଥ୍ୟ ନାହିଁ ତ କାହିଁକି ଆସିଛ। ଜଳସେଚନ ବିଭାଗର ଅଧିକାରୀ ଧୋବିଜୋର ନାଳା ସଫେଇ ଜାରି ରହିଥିବା ନେଇ ଖାମଖିଆଲ ଭାବେ ତଥ୍ୟ ଦେଇଥିଲେ। ଧୋବିଯୋରରୁ କେବଳ ଉପରେ ଭାସୁଥିବା ଦଳଗୁଡିକୁ ସଫା କରାଯାଉଥିବାବେଳେ ନାଳାରେ ଜମା ହୋଇଥିବା ମାଟି ଆଦୌ ଉଠାଯାଉ ନ ଥିବା ଅଭିଯୋଗ ହେଉଛି। ଜୟନାରାୟଣ ମିଶ୍ର ପଚାରିଥିଲେ, ଏବେ କେଉଁଠି ସଫା ହେଉଛି, ସେକଥା କୁହ ଆଉ ବୈଠକ ପରେ ଯାଇ ଦେଖିବା ଆପଣଙ୍କ ବିଭାଗର କାମ କେମିତି ଚାଲିଛି। ନାଳ ସଫା ଠିକ ଭାବରେ କରାଯାଉନାହିଁ। କାଲି ବନ୍ୟା ହେଲେ ଆମେ କି ଉତ୍ତର ଦେବୁ। ପୁଣି ପୂର୍ତ୍ତ ବିଭାଗର ରାସ୍ତା ନିର୍ମାଣ ହେଉକି ସ୍ବରେଜ ବିଭାଗର କାମକୁ ନେଇ ସମୀକ୍ଷା ସମୟରେ ଜନସାଧାରଣଙ୍କ ଅସନ୍ତୋଷକୁ ନେଇ ଅଧିକାରୀମାନଙ୍କୁ ତାଗିଦା କରିଥିଲେ। ନବୀନ ସରକାର ଷ୍ଟାଡିୟମକୁ ଭାଙ୍ଗି ୩୦୦ କୋଟି ଟଙ୍କାରେ ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ ଘୋଷଣା କରିଥିଲେ। ତରବରିଆ ଭାବେ ଆଖପାଖର ସମସ୍ତ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିଦେଇଥିଲେ। ଜୟନାରାୟଣ ପଚାରିଥିଲେ, କେତେ ଟଙ୍କା ଆସିଛି ଆଉ ବର୍ତ୍ତମାନର ସ୍ଥିତ କଣ। ସବୁକିଛି ଯୋଜନାରେ ଅଟକିଥିବା ଜାଣିବା ପରେ ସବୁ ବିଭାଗୀୟ କାର୍ଯ୍ୟାଳୟକୁ ନିଜ ପୁରୁଣା ଜାଗାକୁ ଫେରାଇ ଆଣିବାକୁ ପ୍ରଶାସନକୁ କହିଥିଲେ। ୫୫ ନମ୍ବର ଜାତୀୟ ରାଜପଥ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଏବଂ ରାସ୍ତାର ଅବସ୍ଥା ସୁଧୁରିଥିବା ନେଇ ଜାତୀୟ ରାଜପଥ ପ୍ରକଳ୍ପ ଅଧିକାରୀ ତଥ୍ୟ ଦେଇଥିଲେ। ଏହା ପରେ ଜାତୀୟ ରାଜପଥ ଅଧିକାରୀ ଖୁବ୍‌ଶୀଘ୍ର କାମ ସାରିବା ନେଇ କାର୍ଯ୍ୟ କରିବେ ବୋଲି କହିଥିଲେ। ଏବେ ଜୟନାରାୟଣ ପୁରୁଣା ଫର୍ମକୁ ଫେରିବା ପରେ ବହୁ ଦିନରୁ ସମ୍ବଲପୁରରେ ଚାଲିଥିବା ଅଫିସର ବେଖାତିର ମନୋଭାବ ଦୂର ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ: ୯ ଦିନ ରହିବେ ପୁରୀରେ

ଭୁବନେଶ୍ୱର,୭।୬: ଓଡ଼ିଶାରେ ପହଞ୍ଚିଛନ୍ତି ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ। ରଥଯାତ୍ରାରେ ସେ ୯ ଦିନ ପୁରୀରେ ରହିବା ସହ ବିଭିନ୍ନ ଆଧାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।...

ଗୋଟିଏ ଦିନ ପରେ ରଥଯାତ୍ରା, ସିଂହଦ୍ୱାର ସମ୍ମୁଖରେ ଲାଗିଲା ୩ରଥ

ପୁରୀ,୬।୭: ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ। ଆଜ୍ଞାମାଳ ବିଜେ ପରେ ଶ୍ରୀଜିଉଙ୍କ ତିନି ରଥକୁ ଶ୍ରୀମନ୍ଦିର ସାମ୍ନାକୁ ଅଣାଯାଇଛି। ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା।...

ଗାନ୍ଧୀଛକରେ ବିକ୍ଷୋଭ: ରାହୁଲଙ୍କ ବିରୋଧରେ ଥାନାରେ ଏତଲା

ରୂପସା, ୬।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେବସେନା ପକ୍ଷରୁ ସ୍ଥାନୀୟ ଗାନ୍ଧୀଛକ ନିକଟରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ଏମ୍‌ପି...

ଘରକୁ ପଶିଗଲା ଟ୍ରକ୍‌: ଚାଲିଗଲା ବୃଦ୍ଧାଙ୍କ ଜୀବନ

ରାଇରଙ୍ଗପୁର,୬।୭: ମୟୁରଭଞ୍ଜ ଜିଲା ରାଇରଙ୍ଗପୁରରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ ଟକ୍ର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଘର ଭିତରକୁ...

ବିପୁଳ ନିଶା ସାମଗ୍ରୀ ଜବତ, ଜଣେ ଗିରଫ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାର ଏକ ଘର ଭିତରୁ ୫୦୦ ବୋତଲ କଫସିରପ ଜବତ ହୋଇଛି। କେଶବ ନଗର ଘରେ ଟାଉନ ଥାନା ପୋଲିସର ଅତର୍କିତ...

ରାତିପାହିଲେ ଘୋଷଯାତ୍ରା; ତିନି ରଥକୁ ବିଜେ ହେଲା ଆଜ୍ଞାମାଳ

ପୁରୀ, ୫।୭(ଅଜିତ୍‌ କୁମାର ମହାନ୍ତି): ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତେଣୁ ପରମ୍ପରା ଅନୁଯାୟୀ, ଶନିବାର ରଥଖଳାରୁ ଶ୍ରୀମନ୍ଦିର ନିକଟକୁ ତିନିରଥ ଟଣାହେବ। ପଟି ଦିଆଁଙ୍କଠାରୁ...

କୁସୁମା ବଙ୍ଗଳା କାହାର: ବଢ଼ୁଛି ଚର୍ଚ୍ଚା, ସ୍ପଷ୍ଟୀକରଣ ରଖିଲେ…

ଯାଜପୁର,୬।୭: ଯାଜପୁର କୁସୁମାରେ ଥିବା ବିବାଦୀୟ ବଙ୍ଗଳାକୁ ନେଇ ଚର୍ଚ୍ଚା ବଢ଼ୁଥିବା ବେଳେ ଏଗୁଡିକ କାହାର ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ତେବେ ଶନିବାର...

ରତ୍ନ ଭଣ୍ଡାର ଖୋଲିବା ନେଇ ଜଗତଗୁରୁ  ଶଙ୍କରାଚାର୍ଯ୍ୟଙ୍କ ବିସ୍ଫୋରକ ବୟାନ: କହୁକହୁ କହିଦେଲେ…

ଭୁବନେଶ୍ୱର,୬।୭: ରତ୍ନ ଭଣ୍ଡାର ଖୋଲିବା ନେଇ ପୁରୀ ଶଙ୍କରାଚାର୍ଯ୍ୟ ଏକ ବଡ଼ ଏବଂ ବିସ୍ଫୋରକ ବୟାନ ଦେଇଛନ୍ତି। ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି,‘ସୁପ୍ରିମକୋର୍ଟଙ୍କ ଜଜମେଣ୍ଟ ଅଛି, ଯେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri