ବଢିବ କି ବବିଙ୍କ ଅଡୁଆ!

ଭୁବନେଶ୍ୱର,୨୬।୬: ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନ ପରିସରରେ ପରିବର୍ଦ୍ଧିତ ନିର୍ମାଣକୁ ଗତ କିଛିଦିନ ହେବ ଭଙ୍ଗା ଯାଉଛି। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହି ଖବର ପ୍ରକାଶ ପାଇବା ପରେ ସାଧାରଣ ପ୍ରଶାସନ ବିଭାଗର ୩ ଜଣ ଅଧିକାରୀ ମଙ୍ଗଳବାର ଅପରାହ୍ନରେ ଉକ୍ତ ସରକାରୀ କ୍ବାର୍ଟର୍ସରେ ପହଞ୍ଚି ବାସଭବନ ଭିତର ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ସାଧାରଣ ପ୍ରଶାସନ ବିଭାଗ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ନିୟମ ଭାଙ୍ଗି ଅବୈଧ ନିର୍ମାଣ କରିଥିବାରୁ ତାଙ୍କଠୁ ଧାର୍ଯ୍ୟ ଭଡ଼ାର ୫ଗୁଣ ମଧ୍ୟ ଆଦାୟ କରିବା ପାଇଁ ଖୁବଶୀଘ୍ର ନୋଟିସ ପଠାଇବ ବୋଲି ଜଣାପଡିଛି। ଏହାସହିତ ବବି କାହା ଅନୁମତିରେ କ୍ୱାର୍ଟର୍ସର ପାଚେରୀ ଭାଙ୍ଗି ତାଙ୍କୁ ଆବଂଟିତ କ୍ୱାର୍ଟର୍ସରେ ମିଶାଇଥିଲେ ସେ ନେଇ ମଧ୍ୟ ସାଧାରଣ ପ୍ରଶାସନ ବିଭାଗ ଖୋଳତା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡୁ ଧରି ବଡ଼ଦାଣ୍ଡ ସଫା କଲେ ଭାଜପା ଏମ୍‌ପି: କହିଲେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗକୁ…

ପୁରୀ,୬।୭: ରବିବାର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ତିନି ରଥ ପ୍ରସ୍ତୁତ। ରଥଯାତ୍ରାକୁ ଦୃଷ୍ଟିରେ ରଖି ଶନିବାର ବଡଦାଣ୍ଡରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ବବିଙ୍କ ନାଁରେ ମିଛ ଖବର ପ୍ରସାରଣ କରି ଅଡୁଆରେ ନିର୍ଦ୍ଧିଷ୍ଟ ଗଣମାଧ୍ୟମ, ଜାଣନ୍ତୁ କ’ଣ ରହିଛି … 

ଭୁବନେଶ୍ୱର,୬।୭: ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ମିଛ ଓ ଭିତ୍ତିହୀନ ଖବର ପରିବେଷଣ କରିବାରୁ ଏକ ଟିଭି ଚ୍ୟାନେଲ୍‌କୁ ନୋଟିସ୍‌ ଜାରି...

ଶରଧାବାଲି ସଫେଇ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି: ଝାଡୁ କରିବାର କାରଣ ବଖାଣିଲେ…

ପୁରୀ,୬।୭: ଆଉ ମାତ୍ର ଦିନକ ପରେ ରଥଯାତ୍ରା। ଏଥିପାଇଁ ସବୁକିଛି ପ୍ରସ୍ତୁତ ସରିଛି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶରଧାବାଲିରେ ପହଞ୍ଚି ସଫେଇ କରିଛନ୍ତି।...

ସକ୍ରିୟ ରହିଛି ଘୂର୍ଣ୍ଣିବଳୟ: ଆଜି ଏହି ୪ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୬।୭: ସକ୍ରିୟ ରହିଛି ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ। ପ୍ରଭାବରେ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ତେବେ ଆଜି...

ଆଜି ବସିବ ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ, କେବେ ଖୋଲିବ ରତ୍ନଭଣ୍ଡାର ହୋଇପାରେ ଘୋଷଣା

ଭୁବନେଶ୍ୱର,୬।୭: ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଆଜି ବସିବ। ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଠାରେ ଏହି ବୈଠକ ଅନୁଷ୍ଠିତ ହେବ। ପୂର୍ବତନ...

ମନ୍ଦ ଉଦ୍ଦେଶ୍ୟ ନେଇ ରତ୍ନଭଣ୍ଡାର କମିଟି ଭଙ୍ଗାଯାଇଛି: ବିଜେଡି

ଭୁବନେଶ୍ୱର,୬ା୭(ଅନିଲ ଦାସ/ସୁନିତ୍‌ ମିଶ୍ର): ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟର ନବଗଠିତ ଭାଜପା ସରକାର ଗୁରୁବାର ୧୬ଜଣିଆ କମିଟି ଗଠନ କରିଛନ୍ତି। ତେବେ ସରକାରଙ୍କ ଏହି ପଦକ୍ଷେପକୁ...

ସମସ୍ତ ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ହେଲେ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର, ୬।୭(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଶୁକ୍ରବାର ଭୁବନେଶ୍ୱର, କଟକ ସମେତ ଅନ୍ୟ ୭ ସହରର ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷଙ୍କୁ ହଟାଇଛନ୍ତି। ଗୃହନିର୍ମାଣ ଓ ନଗର...

ବିଜୟପାଲ ସିଂ ତୋମାର ଭାଜପାର ଓଡ଼ିଶା ପ୍ରଭାରୀ

ଭୁବନେଶ୍ୱର, ୬।୭(ସୁନିତ୍‌ ମିଶ୍ର): ଭାଜପା ପକ୍ଷରୁ ଶୁକ୍ରବାର ବିଭିନ୍ନ ରାଜ୍ୟ ଲାଗି ପ୍ରଭାରୀ ଏବଂ ସହପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ସେହି କ୍ରମରେ ଓଡ଼ିଶା ପାଇଁ ମଧ୍ୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri