ଆଫଗାନିସ୍ତାନ କ୍ରିକେଟରେ ସୁବର୍ଣ୍ଣ ଅଧ୍ୟାୟ

କିଙ୍ଗ୍‌ଷ୍ଟନ, ୨୬।୬: ଆଫଗାନିସ୍ତାନ କ୍ରିକେଟ ଇତିହାସରେ ଯୋଡ଼ିହୋଇଛି ସୁବର୍ଣ୍ଣ ଅଧ୍ୟାୟ। ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି ରଶିଦ ଖାଁଙ୍କ ନେତୃତ୍ୱାଧୀନ ଏହି ଦଳ। ଆଫଗାନିସ୍ତାନ ପାଇଁ କୌଣସି ଆଇସିସି ବିଶ୍ୱକପ୍‌ର ସେମିଫାଇନାଲରେ ଏହା ପ୍ରଥମ ପ୍ରବେଶ। ଅତୀତରେ ଯୁଦ୍ଧର ପ୍ରଭାବ, ରାଜନୈତିକ ଅସ୍ଥିରତା ଏବଂ କ୍ରିକେଟର ଦୃଢ଼ ଭିତ୍ତି ନ ଥିଲେ ମଧ୍ୟ ଦଳର ଏହି ସଫଳତା ଦେଶର କ୍ରିକେଟ ପ୍ରେମୀଙ୍କୁ ଉଲ୍ଲସିତ କରିଛି। ମଙ୍ଗଳବାର ଏଠାରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଅନ୍ତିମ ସୁପର-୮ ମ୍ୟାଚରେ ଆଫଗାନିସ୍ତାନ ଡକ୍‌ଓ୍ବର୍ଥ ଲୁଇସ (ଡିଏଲ୍‌ଏସ୍‌) ନିୟମରେ ବାଂଲାଦେଶକୁ ୮ ରନରେ ପରାସ୍ତ କରି ଏହି ଗୌରବ ଅର୍ଜନ କରିଛି। ଲୋ ସ୍କୋରିଂ ମ୍ୟାଚରେ ଆଫଗାନିସ୍ତାନ ୨୦ ଓଭରରେ ୫ ଉଇକେଟ ହରାଇ ୧୧୫ ରନ କରିଥିଲା। ବାଂଲାଦେଶ ଇନିଂସ ବର୍ଷା ଯୋଗୁ ଏକାଧିକଥର ବାଧାପ୍ରାପ୍ତ ହୋଇଥିବାରୁ ମ୍ୟାଚକୁ ୧୯ ଓଭର ବିଶିଷ୍ଟ କରାଯାଇ ୧୧୪ ରନ ଟାର୍ଗେଟ ଦିଆଯାଇଥିଲା।

ମାତ୍ର ବାଂଲାଦେଶ ୧୭.୫ ଓଭରରେ ୧୦୫ ରନକରି ଅଲ୍‌ଆଉଟ ହୋଇଥିଲା। ଦଳର ଘଡ଼ିସନ୍ଧି ମୁହୂର୍ତ୍ତରେ ଉଇକେଟ ବାହାରକରି ଆଫଗାନିସ୍ତାନକୁ ବିଜୟ ସ୍ବାଦ ଚଖାଇଥିବା ଦ୍ରୁତ ବୋଲର ନଭିନ-ଉଲ-ହକ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ପୂର୍ବରୁ ଆଫଗାନିସ୍ତାନ କେବେହେଲେ ଟି୨୦ ବିଶ୍ୱକପ୍‌ର ଦ୍ୱିତୀୟ ରାଉଣ୍ଡ ଅତିକ୍ରମ କରିପାରି ନ ଥିଲା। ୨୦୦୭ ଓ ୨୦୦୯ରେ ଖେଳି ନ ଥିବାବେଳେ ୨୦୧୦, ୨୦୧୨ ଓ ୨୦୧୪ରେ ପ୍ରଥମ ରାଉଣ୍ଡ ଏବଂ ୨୦୧୬, ୨୦୨୧ ଓ ୨୦୨୨ରେ ଦ୍ୱିତୀୟ ରାଉଣ୍ଡରୁ ବିଦାୟ ନେଇଥିଲା। ଏଥର କିନ୍ତୁ ଦଳ ସେମିଫାଇନାଲରେ ପ୍ରବେଶ କରି ବିଶ୍ୱ କ୍ରିକେଟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ୨୭ ତାରିଖରେ ହେବାକୁଥିବା ସେମିଫାଇନାଲରେ ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ।

ଟସ୍‌ ଜିତି ବ୍ୟାଟିଂ ନେଇଥିବା ଆଫଗାନିସ୍ତାନ ରମାନୁଲ୍ଲା ଗୁରବାଜ ଓ ଇବ୍ରାହିମ୍‌ ଜଡ୍ରାନଙ୍କ ମାଧ୍ୟମରେ ଭଲ ଆରମ୍ଭ କରିଥିଲା। ପିଚ୍‌ ସ୍ଲୋ ଥିବାରୁ ଦ୍ରୁତ ହାରରେ ରନ ସଂଗ୍ରହ ହୋଇପାରି ନ ଥିଲେ ମଧ୍ୟ ଦୁହେଁ ଓପନିଂ ଯୋଡ଼ିରେ ୫୯ ରନ ଯୋଗ କରିଥିଲେ। ଗୁରବାଜ ଦଳ ପକ୍ଷରୁ ସର୍ବାଧିକ ୪୩ ରନ କରିଥିଲେ। ମିଡଲ ଅର୍ଡର ବିଫଳତା ଯୋଗୁ ସ୍କୋର ୩ ଅଙ୍କ ସ୍ପର୍ଶ କରିବା ଆଶଙ୍କାରେ ଥିଲା। ମାତ୍ର ଶେଷ ଭାଗରେ ରଶିଦ ଖଁା ୧୯ ରନକରି ଅପରାଜିତ ରହିବାରୁ ଦଳୀୟ ସ୍କୋର ୧୧୫ରେ ପହଞ୍ଚତ୍ଥିଲା। ବାଂଲାଦେଶ ପକ୍ଷରୁ ରିଶଦ ହୋସେନ ୩ଟି ଉଇକେଟ ନେଇଥିଲେ। ୧୧୬ ରନ ବିଜୟ ଲକ୍ଷ୍ୟ ଥିଲେ ହେଁ ବାଂଲାଦେଶ ପକ୍ଷରୁ ଲିଟନ ଦାସଙ୍କ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟର ଆତ୍ମସମର୍ପଣ ଭଳି ପ୍ରଦର୍ଶନ କରିଥିଲେ।

ଲିଟନ ଲଢ଼ୁଆ ଇନିଂସ ଖେଳି ଗୋଟିଏ ପଟରେ ୫୪ ରନକରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିବାବେଳେ ଅନ୍ୟ ପଟରେ ନିୟମିତ ବ୍ୟବଧାନରେ ଉଇକେଟ ପତନ ବାଂଲାଦେଶ ପାଇଁ ବିପର୍ଯ୍ୟୟ ଡାକି ଆଣିଥିଲା। ୮ ଜଣ ବ୍ୟାଟର ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିତ୍ଲେ। ୧୧.୪ ଓଭରରେ ବାଂଲାଦେଶ ୭ ଉଇକେଟ ହରାଇ ୮୧ ରନ କରିଥିବାବେଳେ ବର୍ଷା ଆରମ୍ଭ ହୋଇଥିଲା। ଫଳରେ ମ୍ୟାଚକୁ ୧୯ ଓଭରକୁ ହ୍ରାସ କରାଯାଇଥିଲା ଏବଂ ଟାର୍ଗେଟ ୧୧୪ ରଖାଯାଇଥିଲା। ଏହାପରେ ବର୍ଷା ଯୋଗୁ ଏକାଧିକ ଥର ଖେଳ ବାଧାପ୍ରାପ୍ତ ହୋଇଥିବାବେଳେ ମ୍ୟାଚ ବିଭିନ୍ନ ଦଳ ସପକ୍ଷକୁ ଢଳିଥିଲା। ମାତ୍ର ୧୮ତମ ଓଭରର ୪ର୍ଥ ଓ ୫ମ ବଲ୍‌ରେ ନଭିନ-ଉଲ-ହକ୍‌ କ୍ରମାଗତ ତାସକିନ ଅହମଦ ଓ ମୁସ୍ତାଫିଜୁର ରହମନଙ୍କୁ ଆଉଟ କରି ଆଫଗାନିସ୍ତାନକୁ ଅବିଶ୍ୱସନୀୟ ବିଜୟ ଭେଟି ଦେଇଥିଲେ। ନଭିନ ଓ ରଶିଦ ଖାଁ ୪ଟି ଲେଖାଏ ଉଇକେଟ ନେଇଥିଲେ। ଫଜଲକ୍‌ ଫାରୁକି ଓ ଗୁଲବଦିନ ନାଇବଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା।

ସଂକ୍ଷିପ୍ତ ସ୍କୋର
ଆଫଗାନିସ୍ତାନ ୨୦ ଓଭରରେ ୧୧୫/୫ (ରମାନୁଲ୍ଲା ଗୁରବାଜ-୪୩, ରଶିଦ ଖାଁ-୧୯*, ରିଶଦ ହୋସେନ-୩/୨୬, ତାସକିନ ଅହମଦ-୧/୧୨, ମୁସ୍ତାଫିଜୁର ରହମନ-୧/୧୭)। ଡକ୍‌ଓ୍ବର୍ଥ ଲୁଇସ ନିୟମରେ ବାଂଲାଦେଶ ଆଗରେ ୧୯ ଓଭରରେ ୧୧୪ ବିଜୟ ଲକ୍ଷ୍ୟ। ବାଂଲାଦେଶ ୧୭.୫ ଓଭରରେ ୧୦୫/ଅଲ୍‌ଆଉଟ (ଲିଟନ ଦାସ-୫୪*, ନଭିନ ଉଲ୍‌ ହକ୍‌-୪/୨୬, ରଶିଦ ଖାଁ-୪/୨୩, ଫଜଲକ୍‌ ଫାରୁକି-୧/୧୫, ଗୁଲବଦିନ ନାଇବ-୧/୧/୫)।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତଙ୍କ ପରେ କିଏ କରିବେ ଓପନିଙ୍ଗ୍‌, ଲିଷ୍ଟରେ ଅଛି ଏହି ୫ ନାଁ…

ନୂଆଦିଲ୍ଲୀ,୧।୭: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ୍‌ 2024 ଟାଇଟଲ ଜିତିଛି। ଗୋଟିଏ ପଟେ ଟିମ ଇଣ୍ଡିଆ ବିଶ୍ୱ ଚାମ୍ପିୟନହୋଇଥିବା ଅନ୍ୟପଟେ...

ଦକ୍ଷିଣ ଆଫ୍ରିକାକୁ ୧୦ ଓ୍ବିକେଟରେ ହରାଇଲା ଭାରତୀୟ ମହିଳା କ୍ରିକେଟ ଟିମ

ମୁମ୍ବାଇ,୧।୭: ଏକମାତ୍ର ମହିଳା ଟେଷ୍ଟ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଟିମ୍‌ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଟିମ୍‌କୁ ୧୦ ୱିକେଟରେ ହରାଇଛି। ଚେନ୍ନାଇର ଏମଏ...

ବିରାଟ, ରୋହିତ, ଜାଡେଜାଙ୍କ ପରେ ଏବେ ଏହି ଖେଳାଳି ନେଇପାରନ୍ତି ଅବସର, ବିଶ୍ୱକପରେ ଦେଇଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୧।୭: ଟି -୨୦ ବିଶ୍ୱକପ ୨୦୨୪ରେ, ଟିମ ଇଣ୍ଡିଆ ଆଇସିସି ଟ୍ରଫିର ଅନ୍ତ ଘଟାଇ ଟାଇଟଲ ଜିତିଛି। ଭାରତର ଏହି ବିଜୟ ପରେ ବିରାଟ କୋହଲି...

ଆଇସିସି ଶ୍ରେଷ୍ଠ ଏକାଦଶରେ ଭାରତୀୟ ଖେଳାଳିଙ୍କ ଜଲଓ୍ବା: ୬ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧।୭: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଦ୍ୱାରା ଆୟୋଜିତ ଟି-୨୦ ବିଶ୍ୱକପ ଭାରତ ଜିତିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଐତିହାସିକ...

ବିଶ୍ୱଚାମ୍ପିୟନ୍‌ ହେବାପରେ ବି ଖୁସିନାହାନ୍ତି ରାହୁଲ ଦ୍ରାବିଡ: ଟିମ୍‌ ଛାଡିବା ପୂର୍ବରୁ କୋହଲିଙ୍କୁ କଲେ ଖାସ୍‌ ଅପିଲ୍‌

ନୂଆଦିଲ୍ଲୀ,୧।୭: ଟିମ ଇଣ୍ଡିଆ ୨୦୨୪ ଟି-୨୦ ବିଶ୍ୱକପ ଚାମ୍ପିୟନ୍‌ ହୋଇଛି। ଏହା ଭାରତ ପାଇଁ ଦ୍ୱିତୀୟ ଟି-୨୦ ବିଶ୍ୱକପ ଟାଇଟଲ ଥିଲା। ଏହାପୂର୍ବରୁ ଭାରତୀୟ ଦଳ...

ଚିନ୍ତାରେ ଟିମ ଇଣ୍ଡିଆର ପ୍ରଶଂସକ, ହୋଟେଲରେ ଫସି ରହିଛନ୍ତି ଖେଳାଳି, ଫଟୋ ଶେୟାର କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧।୭: ଆଇସିସି ଟି -୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ଘରକୁ ଫେରିବାରେ ବିଳମ୍ବ ହେଉଛି। ବାରବାଡୋସରେ ଖରାପ ପାଗ ଯୋଗୁଁ ସମସ୍ତ...

କୋହଲି-ରୋହିତଙ୍କ ପାଇଁ ଏମିତି କହିଦେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୧।୭: ଟି-୨୦ ବିଶ୍ୱକପ ୨୦୨୪ର ଫାଇନାଲ୍‌ ମ୍ୟାଚ ରୋମାଞ୍ଚକର ଥିଲା। ଏହି ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଭାରତ ଫାଇନାଲ ମ୍ୟାଚକୁ...

ହୋଟେଲରେ ଲାଇନ ଲଗେଇ ପେପର ପ୍ଲେଟରେ ଖାଇବାକୁ ବାଧ୍ୟ ହେଲେ ଭାରତୀୟ ଖେଳାଳି!

ନୂଆଦିଲ୍ଲୀ,୧।୭: ଭାରତୀୟ କ୍ରିକେଟ ଦଳ ଆଇସିସି ଟି -୨୦ ବିଶ୍ୱକପ ଟାଇଟଲ ଜିତି ନିଜର ୧୧ ବର୍ଷର ଅପେକ୍ଷାକୁ ଶେଷ କରିଛି। ରୋହିତ ଶର୍ମାଙ୍କ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri