ସର୍ବୋଚ୍ଚ ସ୍ତରରେ ସେନ୍‌ସେକ୍ସ, ୨୪,୦୦୦ ପଏଣ୍ଟ ନିକବର୍ତ୍ତି ନିଫ୍ଟି

ନୂଆଦିଲ୍ଲୀ,୨୬।୬(ଅଭୟ ଦାଶ): ଚଳିତ ସାଧାରଣ ନିର୍ବାଚନ ଫଳାଫଳ ପରେ ଘରୋଇ ଶେୟାର ବଜାରର କାରବାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏପରିକି ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବା ବିଏସ୍‌ଇ ସେନ୍‌ସେକ୍ସ ଅଲ ଟାଇମ ହାଇ ବା ସର୍ବୋଚ୍ଚ ସ୍ତର (୭୮,୧୬୪.୭୧ଅଙ୍କ) ରେ ପହଞ୍ଚତ୍ଥିଲାବେଳେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ବା ଏନ୍‌ଏସ୍‌ଇ ନିଫ୍ଟର କାରବାର ମଧ୍ୟ ନୂତନ ରେକର୍ଡ ସହ ୨୪,୦୦୦ (୨୩,୭୫୪.୧୫) ଅଙ୍କର ନିକଟବର୍ତ୍ତୀ ହୋଇଛି।
ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ବିଏସ୍‌ଇ ସେନ୍‌ସେକ୍ସ କାରବାର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁଜ ସ୍ତରରେ ରହିଥିଲାବେଳେ ପ୍ରାରମ୍ଭରେ ସେନ୍‌ସେକ୍ସ ଅଲ୍‌ ଟାଇମ ହାଇ ୭୮,୧୬୪.୭୧ଅଙ୍କରେ ପହଞ୍ଚତ୍ଥିଲା ବେଳେ ୭୮,୦୫୩.୫୨ ଅଙ୍କରେ କାରବାର ଶେଷ କରିଥିଲା। ଏପରିକି ଏନ୍‌ଏସ୍‌ଇର ନିଫ୍ଟି ୫୦ର କାରବାର ପ୍ରାରମ୍ଭରେ ପ୍ରାୟ ୨୪,୦୦୦ (୨୩,୭୫୪.୧୫) ଅଙ୍କ ଛୁଲଁଥିଲାବେଳେ ଶେଷ ବେଳକୁ ୨୩,୭୨୧.୩୦ଅଙ୍କରେ କାରବାର ବନ୍ଦ କରିଥିଲା।
ସେହିଭଳି ବିଏସ୍‌ଇ ସେନ୍‌ସେକ୍ସ ୦.୯୨% ବୃଦ୍ଧି ଘଟିଥିବାବେଳେ ଏସ୍‌ଏନ୍‌ଇ ନିଫ୍ଟି ୫୦ରେ ୦.୭୮% ବୃଦ୍ଧି ହୋଇଛି। ଏପରିକି ବିଏସ୍‌ଇ ସ୍ମଲକ୍ୟାପ ୦.୯୨% ଏବଂ ବିଏସ୍‌ଇ ମିଡ୍‌କ୍ୟାପ ୦.୦୩% ବୃଦ୍ଧି ପାଇଥିବାବେଳେ ନିଫ୍ଟି ମିଡ୍‌କ୍ୟାପ ୦.୩୮% ହ୍ରାସ ପାଇଥିଲାବେଳେ ନିଫ୍ଟି ସ୍ମଲ୍‌କ୍ୟାପ ୦.୪୦% ଏବଂ ନିଫ୍ଟି ବ୍ୟାଙ୍କିଙ୍ଗ୍‌ (ବ୍ୟାଙ୍କ)ର କାରବାର ୧.୭୪% ବୃଦ୍ଧି ହୋଇଛି ବୋଲି ଶେୟାର ବଜାର ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ଅପରପକ୍ଷରେ ନିଫ୍ଟ ବ୍ୟାଙ୍କ ପ୍ରଥମ ଥର ପାଇଁ ରେକର୍ଡସ୍ତରର କାରବାର କରିଛି। ଏପରିକି ମଙ୍ଗଳବାର ନିଫ୍ଟ ବ୍ୟାଙ୍କ ୯୦୨.୦୫ ପଏଣ୍ଟ ବା ୧.୭୪% ବୃଦ୍ଧି ପାଇଁ ୫୨,୬୦୬.୦୦ ଅଙ୍କରେ କାରବାର ବନ୍ଦ କରିଥିଲାବେଳେ ସେକ୍ଟେରାଲ କ୍ଷେତ୍ରରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରର ଉଲ୍ଲେଖନୀୟ ସଫଳତା ଯୋଗୁ ଏହି ନୂଆ ମାଇଲଖୁଣ୍ଟ ହାସଲ ହୋଇଛି।
ସେହିପରି ବିଏସ୍‌ଇ ସେନ୍‌ସେକ୍ସ ପଞ୍ଜୀକୃତ ନିବେଶକଙ୍କ ମଧ୍ୟରେ ଆକ୍ସିସ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଭଳି ନିବେଶକମାନେ ସର୍ବାଧିକ ଲାଭବାନ ହୋଇଥିଲାବେଳେ ପାଓ୍ବାର ଗ୍ରୀଡ୍‌,ଟାଟା ଷ୍ଟିଲ୍‌ ଏସିଆନ ପେଣ୍ଟସ୍‌ ଭଳି ନିବେଶକ କ୍ଷତି ସହିଛନ୍ତି। ଏପରିକି ସେକ୍ଟେରାଲ କ୍ଷେତ୍ରରେ ଅଟୋ, ଆଇଟି, ଟେଲିକମ୍‌, ମେଟାଲ, ଏଫ୍‌ଏମ୍‌ସିଜି, ଫାର୍ମା, ହେଲ୍‌ଥ କେୟାର ଏବଂ ଘରୋଇ ବ୍ୟାଙ୍କ ସମେତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭଳି ନିବେଶ ସଂସ୍ଥାର ନିବେଶ ପୂର୍ବଦିନ ଅପେକ୍ଷା ଯଥେଷ୍ଟ ପରିମାଣରେ ବୃଦ୍ଧି ଘଟିଛି। ଚଳିତ ସପ୍ତାହ କାରବାରର ୨ୟ ଦିନର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ପ୍ରାୟ ୪୩୬ (୪୩୮.୮ଲକ୍ଷ କୋଟି) ଲକ୍ଷ କୋଟି ଟଙ୍କାରେ ପହଞ୍ଚଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର-ଜମି କିଣୁଥିବା ଲୋକଙ୍କୁ ଧୋକା ଦେଇପାରିବେନି ବିଲଡର୍ସ!

ନୂଆଦିଲ୍ଲୀ,୮।୭:ସମଗ୍ର ଦେଶରେ ବିଲଡର-କ୍ରେତା ଚୁକ୍ତିରେ ୟୁନିଫର୍ମ ନିୟମର ଜରୁରୀ ଆବଶ୍ୟକତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ସୋମବାର ସୁପ୍ରିମକୋର୍ଟ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଦେଶରେ...

ୟୁପି ବିହାର ଲୋକଙ୍କୁ କମ ଋଣ ଦିଆଯାଉ! କାହିଁକି ଏମିତି କହିଲା ଆରବିଆଇ

ନୂଆଦିଲ୍ଲୀ,୮।୭: ୟୁପି ଏବଂ ବିହାରରେ ଋଣ ବଣ୍ଟନ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବଡ ନିର୍ଦ୍ଦେଶ ଦେଇଛି। କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଏହି...

ଉଦ୍ୟୋଗ ପ୍ରତି ଉତ୍ସାହ ବଢ଼ାଇବାକୁ ଗୁରୁତ୍ୱ

ନୂଆଦିଲ୍ଲୀ,୮।୭: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସର୍ବବୃହତ୍‌ ନିର୍ମାଣ ଉପକରଣ ଉତ୍ପାଦକ କେସ୍‌ ଇଣ୍ଡିଆର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ଲିଡ୍‌ ଜରିଆରେ ଓଡ଼ିଶାର ଗ୍ରାମୀଣ...

ବିକଶିତ ଓଡ଼ିଶା ଗଠନରେ ଭାଗୀଦାର ହେବ ରୁଚି

ଭୁବନେଶ୍ୱର,୮ା୭(ଅଭୟ ଦାଶ): ବିଗତ ୪୯ବର୍ଷ ଧରି ସମାଜର ବିବିଧ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କୃତୀ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରି ରୁଚି ଏକ ମହନୀୟ ପରମ୍ପରା...

୨୦ରେ ‘ଆମାଜନ ପ୍ରାଇମ ଡେ’ ଶୁଭାରମ୍ଭ

ଭୁବନେଶ୍ୱର,୮ା୭ (ଅଭୟ ଦାଶ): ଆମାଜନ ଇଣ୍ଡିଆର ବହୁ ପ୍ରତୀକ୍ଷିତ ସେଲ୍‌ ‘ଆମାଜନ ପ୍ରାଇମ ଡେ ବା ଏପିଡିର ୮ମ ସଂସ୍କରଣର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।...

ଜୟଆଲୁକ୍କାସର ଅତୁଳନୀୟ ଅଳଙ୍କାର ବିକ୍ରି ଅଫର

ଭୁବନେଶ୍ୱର,୮।୭ (ଅଭୟ ଦାଶ):ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ’ର ବହୁ ପ୍ରତୀକ୍ଷିତ ଅଫର ତଥା ଅତୁଳନୀୟ ଅଳଙ୍କାର ବିକ୍ରି ସମ୍ପର୍କରେ...

ନୂଆ ନିୟମ ଆଣିବ ଏଫ୍‌ଏସ୍‌ଏସ୍‌ଏଆଇ

ଭୁବନେଶ୍ୱର,୮।୭(ଅନୁରାଧା ମହାରଣା):ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ(ଏଫ୍‌ଏସ୍‌ଏସ୍‌ଏଆଇ) ପ୍ୟାକେଜ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା କମ୍ପାନୀଗୁଡିକ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିବାକୁ ନିଷ୍ପତ୍ତି...

ପେଟିଏମ ମୋ ଝିଅ ଭଳି ଯାହାର ଆକ୍ସିଡେଣ୍ଟ ହୋଇଗଲା

ନୂଆଦିଲ୍ଲୀ,୭।୭: ୨୦୨୪ବର୍ଷ ଫିଣ୍ଟେକ ସେକ୍ଟରର ବୃହତ୍‌ କମ୍ପାନୀ ପେଟିଏମ ପାଇଁ ଖରାପ ବର୍ଷ ହୋଇଛି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ପେଟିଏମ ପେମେଣ୍ଟ ବ୍ୟାଙ୍କ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri