ରାହୁଲଙ୍କ ପାଇଁ ବିକ୍ରି ହେଲାଣି ୫ହଜାର ସମ୍ବିଧାନ କପି!

ନୂଆଦିଲ୍ଲୀ,୨୬।୬: ଲୋକ ସଭା ନିର୍ବାଚନ ସମୟରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଇଣ୍ଡିଆ ମେଣ୍ଟ ସମ୍ବିଧାନର କୋଟ ପକେଟ ସଂସ୍କରଣକୁ ପ୍ରତୀକ ଭାବରେ ବ୍ୟବହାର କରିଥିଲା। ସେବେଠାରୁ ଦେଶରେ ସମ୍ବିଧାନ ଏବଂ ଏହାର ପୁସ୍ତକ ପୁଣିଥରେ ଚର୍ଚ୍ଚାକୁ ଆସିଛି। ବିଶେଷ କରି ଏହି ସଂସ୍କରଣ ଲୋକପ୍ରିୟ ହୋଇପାରିଛି। ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ନିର୍ବାଚନ ସମୟରେ ଏହି କପି ଧରି ସବୁଠି ପ୍ରଚାର କରୁଥିଲେ। ଏହାପରେ ବିରୋଧୀ ଦଳର ସବୁ ଏମପି ଲୋକ ସଭାରେ ଶପଥ ଗ୍ରହଣ କରିବା ସମୟରେ ଏହି ସମ୍ବିଧାନର ପୁସ୍ତକକୁ ଧରି ଏକ ରେକର୍ଡ ସୃଷ୍ଟି କରିଛନ୍ତି।

ସମ୍ବିଧାନର କୋଟ ପକେଟ ସଂସ୍କରଣର ପ୍ରକାଶକ ଦାବି କରିଛନ୍ତି ଯେ ମାତ୍ର ତିନି ମାସ ମଧ୍ୟରେ ଏହାର ହଜାର ହଜାର କପି ବିକ୍ରି ହୋଇସାରିଛି। ଆସନ୍ତୁ ଜାଣିବା ଏହି ପୁସ୍ତକର ଦାମ୍‌ କେତେ ଓ ଗତ ତିନି ମାସ ମଧ୍ୟରେ ଏହି କପି କିଣିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି।

୧୮ତମ ଲୋକ ସଭାର ଉଦଘାଟନୀ ଅଧିବେଶନରେ ବିରୋଧୀଦଳ ନେତାମାନେ ସଂସଦରେ କଳା ଏବଂ ନାଲି କଭର୍‌ ଥିବା ଏକ ବହି ଧରି ଶପଥ ନେଇଥିଲେ। ଯାହାକୁ ଦେଶର ସବୁଠାରୁ ବଡ଼ ଗ୍ରନ୍ଥ ସମ୍ବିଧାନ କୁହାଯାଏ। ଏମପିମାନେ ଧରିଥିବା ଏହି ପୁସ୍ତକ ସମ୍ବିଧାନର ଏକ କୋଟ ପକେଟ ସଂସ୍କରଣ। ଯାହା ବର୍ତ୍ତମାନ ବହୁତ ଲୋକପ୍ରିୟ ହୋଇଛି। ଏହି ସଂସ୍କରଣ କେବଳ ରାହୁଲ ଗାନ୍ଧୀ ନୁହେଁ ଦେଶର ବହୁ ବଡ ବଡ଼ ନେତାଙ୍କ ହାତରେ ଦେଖିବାକୁ ମିଳିଥିଲା। ଏହି କାରଣରୁ ଏହି ପୁସ୍ତକ ଏବେ ଦେଶର ଯୁବପିଢିଙ୍କ ମଧ୍ୟରେ ଲୋକପ୍ରିୟ ହୋଇଛି।

ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଏହି ପୁସ୍ତକ ବର୍ତ୍ତମାନ ଏକ ଆଇକନ ପାଲଟିଛି ଏବଂ ଏହାର ଲୋକପ୍ରିୟତା ଏତେ ବୃଦ୍ଧି ପାଇଛି ଯେ ଗତ ତିନି ମାସ ମଧ୍ୟରେ ୫ହଜାର କପି ବିକ୍ରି ହୋଇଛି। ଏହି କୋଟ ପକେଟ ସଂସ୍କରଣର ପ୍ରକାଶକଙ୍କ ନାମ ହେଉଛି ଇଷ୍ଟର୍ନ ବୁକ କମ୍ପାନୀ। ଯାହାର ବିକ୍ରୟ କ୍ରମାଗତ ବଢିବାରେ ଲାଗିଛି। ସମ୍ବିଧାନର କୋଟ ପକେଟ ସଂସ୍କରଣ ପ୍ରଥମେ ୨୦୦୯ରେ EBC ଦ୍ୱାରା ମୁଦ୍ରିତ ହୋଇଥିଲା। ସେବେଠାରୁ ୧୬ଟି ସଂସ୍କରଣ ବାହାରିଛି। ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଇବିସି ପ୍ରକାଶକ ସୁମିତ ମଲିକ ଦାବି କରିଛନ୍ତି ଯେ ସେ ଗତ ତିନି ମାସ ମଧ୍ୟରେ ୫ହଜାର କପି ବିକ୍ରି ହୋଇଛି। ଯାହା ୨୦୨୩ରେ ବିକ୍ରି ହୋଇଥିବା ମୋଟ ସଂଖ୍ୟା ସହିତ ସମାନ।

ମଲିକ ଗଣମାଧ୍ୟମକୁ କହିଛନ୍ତି ଯେ, ଭାରତୀୟ ସମ୍ବିଧାନର ଆମର କୋଟ ପକେଟ ସଂସ୍କରଣର ଚାହିଦା ବଢିଛି। ନଗଦ ଷ୍ଟକ ଯେମିତିି ଆସୁଛି, ଏହାକୁ ତୁରନ୍ତ ବିକ୍ରି ହେଇଯାଉଛି। ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ୧୮ ତମ ଲୋକ ସଭାର ପ୍ରଥମ ଅଧିବେଶନ ପାଇଁ କଂଗ୍ରେସ ୪ଟି ବାକ୍ସର କପି କିଣିଛି। ମଲିକ ଆହୁରି କହିଛନ୍ତି ଯେ, ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଏହି ପୁସ୍ତକର ଏକ କପି ଦେଇଛନ୍ତି। ପୂର୍ବତନ ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲାନଙ୍କ ଦ୍ୱାରା ଲିଖିତ ପୁସ୍ତକର ପ୍ରାରମ୍ଭରେ ଦର୍ଶାଯାଇଛି ଯେ ଏହି ପୁସ୍ତକ ଆକାରରେ ଛୋଟ ହୋଇପାରେ କିନ୍ତୁ ମଣିଷ ଆକାର ପରି ବହୁତ ବଡ ।

ଇବିସି ଦ୍ୱାରା ପ୍ରକାଶିତ ଏହି କପିର ମୂଲ୍ୟ ୮୯୫ଟଙ୍କା। ଏହି ସଂସ୍କରଣରେ ୬୨୪ ପୃଷ୍ଠା ଅଛି। ଯଦି ଆପଣ ଏହି କପି ଅନଲାଇନରେ ଅର୍ଡର କରିବାକୁ ଚାହାଁନ୍ତି, ତେବେ ଆପଣ EBC ର ୱେବ ଷ୍ଟୋର ଭିଜିଟ କରି ଏହାକୁ ଅର୍ଡର କରିପାରିବେ। ଯେଉଁଠାରେ ଏହି ସଂସ୍କରଣର ମୂଲ୍ୟ ଅଫଲାଇନ ଠାରୁ ୧୦ ପ୍ରତିଶତ କମ ଅର୍ଥାତ ୮୦୬ ଟଙ୍କା ଅଟେ ବୋଲି ମଲିକ କହିଛନ୍ତି।

ଇବିସି ପକ୍ଷରୁ ଦାବି କରାଯାଇଛି ଯେ, ଗତ ୩ ମାସ ମଧ୍ୟରେ ୫ହଜାର କପି ବିକ୍ରି ହୋଇଛି। ଯଦି ଆକଳନ କରାଯାଏ ତେବେ ଲୋକମାନେ ଅଫଲାଇନରେ ଏହିବହି କିଣିବା ଦ୍ୱାରା ୪୪.୭୫ ଲକ୍ଷ ଟଙ୍କା ଆୟ ହୋଇଛି। ତେବେ ସମ୍ବିଧାନର ପକେଟ କପିର ଏପରି ବିକ୍ରିକୁ ଏକ ବଡ଼ କଥା ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କୁ ସେନାର ଜବାବ; ଅଗ୍ନିବୀରଙ୍କ ପରିବାରକୁ ଦିଆଯାଇଛି ୯୮.୩୯ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୩ା୭: ବୁଧବାର ଲୋକ ସଭାରେ ରାହୁଲ ଗାନ୍ଧୀ କରିଥିବା ଅଭିଯୋଗର ଜବାବ ରଖିଛି ଭାରତୀୟ ସେନା। ରାହୁଲ ଗାନ୍ଧୀ କହିଥିଲେ ଯେ, ଶହୀଦ ଅଗ୍ନିବୀର କର୍ମଚାରୀଙ୍କ...

ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୩ା୭:କେନ୍ଦ୍ରର ମୋଦି ସରକାର ବୁଧବାର ସୁରକ୍ଷା, ଅର୍ଥନୀତି ଓ ରାଜନୈତିକ ବ୍ୟାପାର ସମ୍ପର୍କିତ କମିଟି ଗଠନ କରିଛନ୍ତି। ଏକ ସରକାରୀ ବିଜ୍ଞପ୍ତି ଅନୁସାରେ ଦେଶର ସର୍ବୋଚ୍ଚ...

ମିଛ କହିଛନ୍ତି ରାଜନାଥ, ରାହୁଲ ଗାନ୍ଧୀ ଦେଲେ ପ୍ରମାଣ

ନୂଆଦିଲ୍ଲୀ,୩।୭: ବିରୋଧୀ ଦଳ ଲଗାତାର ଅଗ୍ନିବୀର ଯୋଜନାକୁ ନେଇ କେନ୍ଦ୍ରରେ ମୋଦି ସରକାରଙ୍କୁ ଘେରୁଛନ୍ତି। ସୋମବାର ମଧ୍ୟ ଲୋକସଭାରେ ଏ ସମ୍ପର୍କରେ ବିତର୍କ ହୋଇଥିଲା। ଅଗ୍ନିବୀର...

ପରାଜୟ ପରେ ବିରୋଧୀ କ୍ୟାମ୍ପରେ ବିଜେଡି; ମୋଦିଙ୍କ ଭାଷଣ ସମୟରେ ଇଣ୍ଡିଆ ମେଣ୍ଟ ସହିତ କଲା କକ୍ଷତ୍ୟାଗ

ଭୁବନେଶ୍ୱର,୩।୭: ପୂର୍ବରୁ ସଂସଦରେ ଅନେକ ଥର ଭାଜପାକୁ ସମର୍ଥନ କରୁଥିବା ବିଜୁ ଜନତା ଦଳ ବୁଧବାର ଇଣ୍ଡିଆ ମେଣ୍ଟ ପଦ ରାସ୍ତାରେ ଯୋଗ ଦେଇଛି। ରାଷ୍ଟ୍ରପତିଙ୍କ...

‘ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଅତ୍ୟନ୍ତ ଦୁଃଖଦାୟକ’

ରାଞ୍ଚତ୍,୩ା୭:ସଦ୍ୟ ଜେଲରୁ ଫେରିଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନ୍‌ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହାର ୫ ମାସ ପୂର୍ବରୁ ଝାଡ଼ଖଣ୍ଡ...

ଭୋଲେ ବାବାଙ୍କ ନାଁରେ ରହିଛି ଯୌନ ନିର୍ଯାତନା ମାମଲା

ହାଥରସ୍‌,୩ା୭: ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ହୋଇଥିବା ଏକ ସତ୍‌ସଙ୍ଗରେ ଦଳାଚକଟା ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିବା ଯେତିକି ଦୁଃଖଦାୟକ ନୁହେଁ, ତା’ଠୁ...

ଦଳାଚକଟା ଘଟଣାରେ ଆସିଲା ଭୋଲେ ବାବାଙ୍କ ପ୍ରଥମ ପ୍ରତିକ୍ରିୟା

ହାଥରସ୍‌,୩ା୭:ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ଅପରାହ୍ନରେ ସତ୍‌ସଙ୍ଗ ଚାଲିଥିବାବେଳେ ଦଳାଚକଟା ଘଟି ୧୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସାରା ଦେଶରେ ଚହଳ...

ଇସ୍ତଫା ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ,

ରାଞ୍ଚି,୩।୭: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି ଚମ୍ପାଇ ସୋରେନ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ ଜେଲ୍ରୁ ଫେରିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri