Posted inଜାତୀୟ

କହୁ କହୁ ଏମିତି କହିଦେଲେ କେଜ୍‌ରିଓ୍ବାଲ୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୨୬।୬:ସିବିଆଇ ଦ୍ୱାରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଗିରଫ କରାଯାଇଥିଲା। ଏହା ଉପରେ ମୁଖ୍ୟମନ୍ତ୍ରୀ ସ୍ତ୍ରୀ ସୁନୀତା କେଜ୍‌ରିୱାଲ କହିଛନ୍ତି, ଏହା ଏକ ଆଇନ ନୁହେଁ। ଏହା ଏକଛତ୍ରବାଦୀ ଶାସନ ଏବଂ ଜରୁରିକାଳୀନ ପରିସ୍ଥିତି। କେଜ୍‌ରିୱାଲଙ୍କୁ ରିମାଣ୍ଡରେ ନେବାକୁ ସିବିଆଇ ଦାବି କରିଛି।
ସୋସିଆଲ ମିଡିଆ ପୋଷ୍ଟରେ ସୁନୀତା କହିଛନ୍ତି, ଅରବିନ୍ଦ କେଜ୍‌ରିୱାଲଙ୍କୁ ଜୁନ ୨୦ରେ ଜାମିନ ମିଳିଥିଲା। ସଙ୍ଗେ ସଙ୍ଗେ ଇଡି ଏହା ଉପରେ ଷ୍ଟେ ଲଗାଇଥିଲେ। ପରଦିନ ସିବିଆଇ ତାଙ୍କୁ ଅଭିଯୁକ୍ତ କରିଥିଲା ଏବଂ ଆଜି ତାଙ୍କୁ ଗିରଫ କରିଛି। ସମଗ୍ର ସିଷ୍ଟମ ଚେଷ୍ଟା କରୁଛି ସେହି ବ୍ୟକ୍ତିଙ୍କୁ ବାହାରକୁ ନ ଆସିବା ପାଇଁ। ଏହା ଆଇନ୍‌ ନୁହେଁ, ଏକଛତ୍ରବାଦୀ ଶାସନ। ଏହା ଜରୁରିକାଳୀନ ପରିସ୍ଥିତି।
ତିହାର ଜେଲରୁ କେଜ୍‌ରିୱାଲଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହା ପରେ ସିବିଆଇ ତାଙ୍କୁ ଗିରଫ କରିବାକୁ ଅନୁମତି ମାଗିଥିଲା। ଏକ୍ସାଇଜ ପଲିସି ମାମଲାରେ କେଜ୍‌ରିୱାଲ ଜେଲରେ ଅଛନ୍ତି। ଇଡି ଏହି ଘଟଣାର ଅନୁସନ୍ଧାନ କରୁଛି।
ସିବିଆଇ କୋର୍ଟଙ୍କୁ ଅନୁରୋଧ କରିଛି ଯେ ସିଏମଙ୍କୁ ପଚରାଉଚରା କରିବାର ଆବଶ୍ୟକତା ରହିଛି। ଏହି ମାମଲାରେ ପ୍ରମାଣ ଏବଂ ଅନ୍ୟ ଅଭିଯୁକ୍ତଙ୍କ ସହ କେଜ୍‌ରିଓ୍ବାଲ୍‌ଙ୍କ ମୁହାଁମୁହିଁ ହେବାର ଆବଶ୍ୟକତା ରହିଛି ବୋଲି ଅନୁସନ୍ଧାନକାରୀ ସଂସ୍ଥା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୩ା୭:କେନ୍ଦ୍ରର ମୋଦି ସରକାର ବୁଧବାର ସୁରକ୍ଷା, ଅର୍ଥନୀତି ଓ ରାଜନୈତିକ ବ୍ୟାପାର ସମ୍ପର୍କିତ କମିଟି ଗଠନ କରିଛନ୍ତି। ଏକ ସରକାରୀ ବିଜ୍ଞପ୍ତି ଅନୁସାରେ ଦେଶର ସର୍ବୋଚ୍ଚ...

ମିଛ କହିଛନ୍ତି ରାଜନାଥ, ରାହୁଲ ଗାନ୍ଧୀ ଦେଲେ ପ୍ରମାଣ

ନୂଆଦିଲ୍ଲୀ,୩।୭: ବିରୋଧୀ ଦଳ ଲଗାତାର ଅଗ୍ନିବୀର ଯୋଜନାକୁ ନେଇ କେନ୍ଦ୍ରରେ ମୋଦି ସରକାରଙ୍କୁ ଘେରୁଛନ୍ତି। ସୋମବାର ମଧ୍ୟ ଲୋକସଭାରେ ଏ ସମ୍ପର୍କରେ ବିତର୍କ ହୋଇଥିଲା। ଅଗ୍ନିବୀର...

ପରାଜୟ ପରେ ବିରୋଧୀ କ୍ୟାମ୍ପରେ ବିଜେଡି; ମୋଦିଙ୍କ ଭାଷଣ ସମୟରେ ଇଣ୍ଡିଆ ମେଣ୍ଟ ସହିତ କଲା କକ୍ଷତ୍ୟାଗ

ଭୁବନେଶ୍ୱର,୩।୭: ପୂର୍ବରୁ ସଂସଦରେ ଅନେକ ଥର ଭାଜପାକୁ ସମର୍ଥନ କରୁଥିବା ବିଜୁ ଜନତା ଦଳ ବୁଧବାର ଇଣ୍ଡିଆ ମେଣ୍ଟ ପଦ ରାସ୍ତାରେ ଯୋଗ ଦେଇଛି। ରାଷ୍ଟ୍ରପତିଙ୍କ...

‘ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଅତ୍ୟନ୍ତ ଦୁଃଖଦାୟକ’

ରାଞ୍ଚତ୍,୩ା୭:ସଦ୍ୟ ଜେଲରୁ ଫେରିଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନ୍‌ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହାର ୫ ମାସ ପୂର୍ବରୁ ଝାଡ଼ଖଣ୍ଡ...

ଭୋଲେ ବାବାଙ୍କ ନାଁରେ ରହିଛି ଯୌନ ନିର୍ଯାତନା ମାମଲା

ହାଥରସ୍‌,୩ା୭: ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ହୋଇଥିବା ଏକ ସତ୍‌ସଙ୍ଗରେ ଦଳାଚକଟା ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିବା ଯେତିକି ଦୁଃଖଦାୟକ ନୁହେଁ, ତା’ଠୁ...

ଦଳାଚକଟା ଘଟଣାରେ ଆସିଲା ଭୋଲେ ବାବାଙ୍କ ପ୍ରଥମ ପ୍ରତିକ୍ରିୟା

ହାଥରସ୍‌,୩ା୭:ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ଅପରାହ୍ନରେ ସତ୍‌ସଙ୍ଗ ଚାଲିଥିବାବେଳେ ଦଳାଚକଟା ଘଟି ୧୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସାରା ଦେଶରେ ଚହଳ...

ଇସ୍ତଫା ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ,

ରାଞ୍ଚି,୩।୭: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି ଚମ୍ପାଇ ସୋରେନ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ ଜେଲ୍ରୁ ଫେରିବା ପରେ...

ଭାରତର ଦେଶୀ ଟୁଇଟର୍‌ ‘କୁ’ ବନ୍ଦ: ବିରାଟ କୋହଲିଙ୍କ ସମେତ ବଡ଼ ବଡ଼ ରାଜନେତା କରୁଥିଲେ ବ୍ୟବହାର

ନୂଆଦିଲ୍ଲୀ,୩।୭: ଏଲନ ମସ୍କଙ୍କ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସ (ପୁରୁଣା ନାମ ଟୁଇଟର୍‌) ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାରତର ହୋମଗ୍ରାଉଣ୍ଡ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ‘କୁ’(KOO)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri