ରେକର୍ଡ ସ୍ତରରେ ଏନ୍‌ଏସ୍‌ଇ ନିଫ୍ଟି

ନୂଆଦିଲ୍ଲୀ,୨୭।୬ (ଅଭୟ ଦାଶ): ଘରୋଇ ଶେୟାର ବଜାର କାରବାରରେ ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନୂତନ ରେକର୍ଡ ସହ ସର୍ବୋଚ୍ଚ ସ୍ତରରେ ରହିଛନ୍ତି। ଏପରିକି ୩୦ ଶେୟାର ବିଶିଷ୍ଟ ବିଏସ୍‌ଇ ସେନ୍‌ସେକ୍ସ ଅଲ୍‌ ଟାଇମ ହାଇ ବା ସର୍ବୋଚ୍ଚ ସ୍ତର (୭୮,୬୭୪.୨୫ଅଙ୍କ)ରେ ପହଞ୍ଚତ୍ଥିଲାବେଳେ ଏନ୍‌ଏସ୍‌ଇ ନିଫ୍ଟି ମଧ୍ୟ ନୂତନ ରେକର୍ଡ ସହ ୨୪,୦୦୦ (୨୩,୮୬୮.୮୦)ଅଙ୍କର ନିକଟବର୍ତ୍ତୀ ହୋଇଛି।

ଉଲ୍ଲେଖଯୋଗ୍ୟ, ବୁଧବାର ଏନ୍‌ଏସ୍‌ଇର ନିଫ୍ଟି ୫୦ର କାରବାର ପ୍ରାରମ୍ଭରେ ସର୍ବୋଚ୍ଚ ଅଙ୍କ ଛୁଲଁଥିଲାବେଳେ ଶେଷ ବେଳକୁ ୨୩,୮୬୮.୮୦ ଅଙ୍କରେ କାରବାର ବନ୍ଦ କରିଥିଲାବେଳେ ବିଏସ୍‌ଇ ସେନ୍‌ସେକ୍ସ କାରବାର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁଜ ସ୍ତରରେ ରହିଥିଲାବେଳେ ପ୍ରାରମ୍ଭରେ ସେନ୍‌ସେକ୍ସ ଅଲ ଟାଇମ ହାଇ ପହଞ୍ଚତ୍ଥିଲାବେଳେ ୭୮,୬୭୪.୨୫ଅଙ୍କରେ କାରବାର ଶେଷ କରିଥିଲା। ସେହିଭଳି ବିଏସ୍‌ଇ ସେନ୍‌ସେକ୍ସର କାରବାର ୦.୯୦% ବୃଦ୍ଧି ଘଟିଥିବାବେଳେ ଏନ୍‌ଏସ୍‌ଇ ନିଫ୍ଟି ୫୦ରେ ମଧ୍ୟ ୦.୭୨ % ବୃଦ୍ଧି ହୋଇଛି। ଏପରିକି ବିଏସ୍‌ଇ ସ୍ମଲକ୍ୟାପ ଏବଂ ବିଏସ୍‌ଇ ମିଡ୍‌କ୍ୟାପ କାରବାର ସାମାନ୍ୟ ବୃଦ୍ଧି ପାଇଥିଲା। ଏପରିକି ନିଫ୍ଟି ମିଡ୍‌କ୍ୟାପ ୧୨୨.୭୫ ପଏଣ୍ଟ ବା ୦.୨୨% ହ୍ରାସ ପାଇଥିଲାବେଳେ ନିଫ୍ଟି ସ୍ମଲକ୍ୟାପ ୦.୯୦ ପଏଣ୍ଟ ବା ୦.୦୧% ବୃଦ୍ଧି ଘଟିଥିଲା। ଅପରପକ୍ଷରେ ନିଫ୍ଟି ବ୍ୟାଙ୍କିଙ୍ଗ୍‌ (ବ୍ୟାଙ୍କ)ର କାରବାର ସର୍ବୋଚ୍ଚ ସ୍ତର ଛୁଇଁଥିଲାବେଳେ କାରବାର ଶେଷ ସୁଦ୍ଧା ୨୬୪.୫୦ ପଏଣ୍ଟ ବୃଦ୍ଧି ବା ୦.୫୦% ବୃଦ୍ଧି ପାଇ ୫୩,୦୦୦ (୫୨,୮୭୦.୫୦ ଅଙ୍କ ) ଅଙ୍କ ନିକଟବର୍ତ୍ତୀ ହୋଇଥିଲା ବୋଲି ଶେୟାର ବଜାର ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

ସେହିପରି ବିଏସ୍‌ଇ ସେନ୍‌ସେକ୍ସ ପଞ୍ଜୀକୃତ ନିବେଶକଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌(ଆର୍‌ଆଇଏଲ୍‌) ସର୍ବାଧିକ ଲାଭବାନ୍‌ ହୋଇଥିଲାବେଳେ ଭାରତୀ ଏୟାରଟେଲ, ଅଲ୍‌ଟ୍ରାଟେକ୍‌ ସିମେଣ୍ଟ, ଆଇସିଆଇସିଆଇ ବ୍ୟାଙ୍କ, ମିଡିଆ, ଅଏଲ ଆଣ୍ଡ ଗ୍ୟାସ୍‌ ଭଳି ନିବେଶକମାନେ ମଧ୍ୟ ପ୍ରାୟ ଲାଭବାନ୍‌ ହୋଇଛନ୍ତି।

ଏପରିକି ସେକ୍ଟେରାଲ କ୍ଷେତ୍ରରେ ଅଟୋ, ଆଇଟି, ଟେଲିକମ୍‌, ମେଟାଲ, ଏଫ୍‌ଏମ୍‌ସିଜି, ଫାର୍ମା, ହେଲ୍‌ଥ କେୟାର ଏବଂ ଘରୋଇ ବ୍ୟାଙ୍କ ସମେତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭଳି ନିବେଶ ସଂସ୍ଥାର ନିବେଶ ପୂର୍ବଦିନ ଅପେକ୍ଷା ଯଥେଷ୍ଟ ପରିମାଣରେ ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ଏହିଦିନ ଉପସ୍ଥାପନ ହେବ କେନ୍ଦ୍ର ବଜେଟ, କିରେନ ରିଜିଜୁ କଲେ ଘୋଷଣା

ନୂଆଦିଲ୍ଲୀ,୬।୭: କେନ୍ଦ୍ର ବଜେଟ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଶନିବାର ତାରିଖ ଘୋଷଣା କରିଛନ୍ତି। ସେ ଆଜି ଏକ୍ସରେ ପୋଷ୍ଟ କରି...

ଏନ୍‌ଏମ୍‌ଡିସି ପରିଦର୍ଶନକଲେ କେନ୍ଦ୍ର ଇସ୍ପାତ ସଚିବ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ସଂସ୍ଥା ତଥା ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ(ଏନ୍‌ଏମ୍‌ଡିସି) ଲିମିଟେଡ୍‌ର ହାଇଦ୍ରାବାଦର ପାଟନଚେରୁସ୍ଥିତ ନ୍ୟୁ ଷ୍ଟେଟ୍‌ ଅଫ୍‌ ଆର୍ଟ...

୨୦୩୧-୩୨ସୁଦ୍ଧା ୩୮୪ଜିଡ଼ବ୍ଲ୍ୟୁ ଶକ୍ତି ଚାହିଦା ଆକଳନ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ଓଡ଼ିଶା ଶଖା ପକ୍ଷରୁ ଭୁବନେଶ୍ୱର ଠାରେ ପୂର୍ବାଞ୍ଚଳରେ ବିକଳ୍ପ ଶକ୍ତି ଉସତ୍ର ସୁଚିନ୍ତିତ ତଥା...

ବଜାରରେ ବଜାଜ୍‌ର ଫ୍ରିଡମ୍‌୧୨୫

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ବଜାଜ୍‌ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କମ୍ପ୍ରେସ୍‌ଡ ନ୍ୟାଚୁରାଲ ଗ୍ୟାସ୍‌ ବା ସିଏନ୍‌ଜି ବାଇକ୍‌ ‘ଫ୍ରିଡମ...

ଇସ୍‌ରାଏର ଚାର୍ଟରିଂ ସେରିମନି

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ହିଟିଂ, ରେଫ୍ରିଜରେଟିଂ ଆଣ୍ଡ ଏୟାର କଣ୍ଡିସ୍‌ନିଂ ଇଞ୍ଜିନିୟର୍ସ (ଆଇଏସ୍‌ଏଚ୍‌ଏଆର୍‌ଏଇ ବା ଇସ୍‌ରାଏ)ର ଭୁବନେଶ୍ୱର ଚାପ୍ଟର ପକ୍ଷରୁ...

ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ମନ୍‌ସୁନ୍‌ ସେଲ୍‌

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପୂର୍ବ ଭାରତର ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ବହୁ ପ୍ରତୀକ୍ଷିତ ଅଫର ‘ମନ୍‌ସୁନ୍‌...

ବ୍ୟବସାୟ ସମ୍ପ୍ରସାରଣକୁ ସର୍ବାଧିକ ଗୁରୁତ୍ୱ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): କିସ୍‌ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲେରି ପକ୍ଷରୁ ଭୁବନେଶ୍ୱରଠାରେ ଏକ ଦିନିକିଆ ଗ୍ରାହକ ସମ୍ମିଳନୀ (ରିଟେଲ ପାର୍ଟନରମାନଙ୍କ ପାଇଁ ଏକ ବ୍ୟବସାୟିକ...

ମାଲାବାରରେ ମାଇନ ଡାଇମଣ୍ଡ ଶୋ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡର ବହୁ ପ୍ରତୀକ୍ଷିତ ‘ଡାଇମଣ୍ଡ ’ ଶୋ ସର୍ବଭାରତୀୟ ସ୍ତରରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମାଲାବାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri