Posted inଜାତୀୟ

ସିବିଆଇ ରିମାଣ୍ଡରେ କେଜ୍‌ରିଓ୍ବାଲ ମାଗିଲେ ଗୀତା, ଘରର ଖାଦ୍ୟ ଏବଂ ବେଲ୍ଟ

ନୂଆଦିଲ୍ଲୀ,୨୭।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବୁଧବାର ୩ ଦିନ ସିବିଆଇ ରିମାଣ୍ଡରେ ପଠାଯାଇଛି। ଦିଲ୍ଲୀର ରାଉସ୍‌ ଆଭିନ୍ୟୁ କୋର୍ଟ ସିବିଆଇଙ୍କୁ କେଜରିଓ୍ବାଲଙ୍କ ରିମାଣ୍ଡ ଦେବା ସହ ତାଙ୍କର କିଛି ଅନୁରୋଧକୁ ସ୍ବୀକାର କରିନିଆଯାଇଛି। ରିମାଣ୍ଡ ସମୟରେ ସେ ନିଜର ଚଷମା, ଔଷଧ ନେବା, ଘରର ଖାଦ୍ୟ ଖାଇବା, ଗୀତାର ଗୋଟିଏ ବହି ରଖିବା ଏବଂ ନିଜ ପତ୍ନୀ ଏବଂ ସମ୍ପର୍କୀୟଙ୍କ ସହ ପ୍ରତ୍ୟେହ ଘଣ୍ଟାଇ ଲେଖାଏ ଭେଟି ପାରିବାର ଅନୁମତି ରହିଛି। କେବଳ ଏତିକି ନୁହେଁ ତାଙ୍କର ଗୋଟିଏ ବେଲ୍ଟ ଦରକାର ଥିବାରୁ ତାହା ଯୋଗାଇ ଦିଆଯାଇଛି।

ଇଡି ପକ୍ଷରୁ ରୁଜୁ ହୋଇଥିବା ମାମଲାରେ କେଜ୍‌ରିଓ୍ବାଲ ଜେଲରେ ଥିଲେ। ସେଠାରେ ସେ ଆବଶ୍ୟକ ଜିନିଷ ତାଲିକାରେ ନିଜର ବେଲ୍ଟ ଲେଖିବା ଭୁଲିଯାଇଥିଲେ। ଏଣୁ ତିହାଡ଼ ଜେଲ ଯିବା ସମୟରେ ତାଙ୍କ ପ୍ୟାଣ୍ଟ ଧରିବାକୁ ପଡ଼ିଥିଲା, ଯାହାକି ଲଜ୍ଜାଜନକ ବୋଧ ହୋଇଥିଲା। ଏଣୁ ଅଦାଲତ ତାଙ୍କର ବେଲ୍ଟ ରଖିବାର ଅନୁରୋଧକୁ ସ୍ବୀକାର କରିନେଇଛନ୍ତି। ତେବେ ଜୁନ ୨୯ରେ କେଜରିଓ୍ବାଲଙ୍କୁ ପୁଣିଥରେ କୋର୍ଟରେ ହାଜର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହାଥରସ ଘଟଣାକୁ ନେଇ ଆସିଲା ‘ଭୋଲେ ବାବା’ ଙ୍କ ପ୍ରଥମ ବୟାନ, କହିଲେ…

ଲକ୍ଷ୍ନୌ,୬।୭: ହାଥରସ ଦୁର୍ଘଟଣା ସମ୍ପର୍କରେ ବାବା ସୁରଜପାଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ଏହି ଘଟଣାରେ ସେ ଅତ୍ୟନ୍ତ ଦୁଃଖିତ। ପ୍ରଶାସନରେ ଲୋକଙ୍କ ବିଶ୍ୱାସ...

ପ୍ରଶାସନିକ ବିଫଳତାରୁ ଦଳାଚକଟା

ହାଥରସ୍‌,୬ା୭: ଉତ୍ତରପ୍ରଦେଶର ହାଥ୍‌ରସ୍‌ ଜିଲାରେ ଭୋଲେ ବାବାଙ୍କ ସତ୍‌ସଙ୍ଗ କାର୍ଯ୍ୟକ୍ରମ ବେଳେ ଦଳାଚକଟା ଘଟି ୧୨୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଲୋକ ସଭାର ବିରୋଧୀ ଦଳ ନେତା...

ରାଜ୍ୟ ସଭାରୁ କେଶବ ରାଓଙ୍କ ଇସ୍ତଫା

ହାଇଦ୍ରାବାଦ,୬ା୭: ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଛାଡ଼ି କଂଗ୍ରେସରେ ଯୋଗଦେବାର ଦିନକ ପରେ କେ. କେଶବ ରାଓ ରାଜ୍ୟ ସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ...

ସମଲିଙ୍ଗୀ ବିବାହ ରାୟ ସମୀକ୍ଷା ଆବେଦନ ଶୁଣାଣି ୧୦ରେ

ନୂଆଦିଲ୍ଲୀ,୬ା୭: ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବାକୁ ସୁପ୍ରିମକୋର୍ଟ ଗତବର୍ଷ ଅକ୍ଟୋବର ୧୭ରେ ମନା କରିଦେଇଥିଲେ। ଉକ୍ତ ରାୟର ସମୀକ୍ଷା ପାଇଁ ହୋଇଥିବା ଆବେଦନର ଶୁଣାଣି ଆସନ୍ତା ୧୦ରେ...

ବିଏସ୍‌ପିର ତାମିଲନାଡ଼ୁ ଅଧ୍ୟକ୍ଷଙ୍କୁ ନିର୍ମମ ହତ୍ୟା, ୬ ଜଣ ଘେରିଯାଇ ନେଇଗଲେ ଜୀବନ

ଚେନ୍ନାଇ,୫।୭: ତାମିଲନାଡ଼ୁ ବିଏସ୍‌ପିର ପ୍ରଦେଶ ଅଧ୍ୟକ୍ଷ ଆର୍ମଷ୍ଟ୍ରଙ୍ଗଙ୍କୁ ଚେନ୍ନାଇରେ ହତ୍ୟା କରାଯାଇଛି। ତାଙ୍କ ଉପରେ ଆକ୍ରମଣ ହେବା ପରେ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।...

ଅନ୍ୟର ଜମିରେ ଚାଷ କରୁଛନ୍ତି କି? ଜାଣନ୍ତୁ କ’ଣ ଏଭଳି ଭାଗଚାଷୀଙ୍କୁ ମିଳିବ ପିଏମ୍‌ କିଷାନ ଟଙ୍କା…

ନୂଆଦିଲ୍ଲୀ,୫।୭: ଦେଶର କୃଷକମାନଙ୍କୁ ଆର୍ଥିକ ଭାବେ ସହାୟତା କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା’ ଚାଲୁ ରହିଛି। ଏହି...

ବିଜେଡି ରାଜ୍ୟ ସଭା ଏମପି ମୁନା ଖାନ୍‌ଙ୍କ ଦମଦାର୍‌ ଭାଷଣ, ପ୍ରଶଂସା କଲେ ଧନକର, ଟାର୍ଗେଟରେ ଥିଲେ ମୋଦି

ଭୁବନେଶ୍ୱର,୫।୭: ରାଜ୍ୟ ସଭାରେ ବଦଳିଛି ବିଜୁ ଜନତା ଦଳର ଆଭିମୁଖ୍ୟ। ଆକ୍ରାମଣତ୍ମକ ଢଙ୍ଗରେ ଶାସକ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରୁଛନ୍ତି ବିଜେଡି ଏମପି। ପୂର୍ବରୁ...

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପୁଣି ଗିରଫ ହେଲେ କ’ଣ କେଜ୍‌ରିଓ୍ବାଲଙ୍କ ରାସ୍ତାରେ ଚାଲିବେ? ସାମ୍ନାରେ ରହିଛି ଏହି ୩ ବିକଳ୍ପ

ରାଞ୍ଚି,୫।୭: କଥିତ ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ହେଲେ ତାଙ୍କ ରାସ୍ତାର କଣ୍ଟା ଏଯାଏ ସଫା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri