ଦିନକ ପାଇଁ ଆଇପିଏସ୍‌ ଅଫିସର ହେଲେ ୯ ବର୍ଷର ବାଳକ, କାରଣ ଜାଣିଲେ ଆଖିରେ ଆସିବ ଲୁହ

ଲକ୍ଷ୍ନୌ,୨୭ା୬: ବାରାଣସୀର ଜଣେ ୯ ବର୍ଷର ନାବାଳକ ଦିନକ ପାଇଁ ଆଇପିଏସ୍‌ ଅଫିସର ହୋଇଛନ୍ତି। ଏହି ଘଟଣା ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ରଣବୀର ଭାରତୀ ନାମକ କୁନି ବାଳକଙ୍କ ଇଚ୍ଛା ଥିଲା, ସେ ଦିନେ ଆଇପିଏସ୍‌ ଅଫିସର ହେବେ। ମାତ୍ର ତାଙ୍କୁ ବ୍ରେନ୍‌ ଟ୍ୟୁମର ହୋଇଛି। ତେଣୁ ସେ ତାଙ୍କର ସ୍ବପ୍ନକୁ ସାକାର କରିବା ପାଇଁ ଦିନଟିଏ ହେଉ ପଛେ ଆଇପିଏସ୍‌ ଅଫିସର ସାଜି ବଡ଼ ଦାୟିତ୍ୱ ହାତକୁ ନେଇଛନ୍ତି। ବର୍ତ୍ତମାନ ସେ ଉତ୍ତରପ୍ରଦେଶର ମହାମାନା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବାରାଣସୀ ଜୋନ୍‌ ଏଡିଜି ଅଫିସରେ ସେ ଦିନକ ପାଇଁ ଏହି ଦାୟିତ୍ୱ ନେଇଛନ୍ତି।

ଏଡିଜି ଜୋନ୍‌ ବାରାଣସୀ ପକ୍ଷରୁ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ କୁନି ବାଳକଙ୍କ ଇଚ୍ଛା ପୂରଣ ବିଷୟରେ ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଅଛି, ୯ ବର୍ଷୀୟ ରଣବୀର ଭାରତୀ ବାରାଣସୀର ମହାମାନା କର୍କଟ ହସ୍ପିଟାଲରେ ବ୍ରେନ୍‌ ଟ୍ୟୁମର ପାଇଁ ଚିକିତ୍ସିତ ହେଉଛନ୍ତି। ଏଭଳି ପରିସ୍ଥିତିରେ ରଣବୀର ଜଣେ ଆଇପିଏସ୍‌ ଅଧିକାରୀ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ, ତେଣୁ #adgzonevaranasi କାର୍ଯ୍ୟାଳୟରେ ଶିଶୁର ଇଚ୍ଛା ପୂରଣ ହୋଇଥିଲା।

ଏଥିରେ ଚାରୋଟି ଭିଜୁଆଲ ରହିଛି। ତିନୋଟି ଫଟୋରେ ତାଙ୍କୁ ଖାକି ପୋଷାକ ପିନ୍ଧିଥିବା ଏକ କ୍ୟାବିନ ଭିତରେ ବସିଥିବାର ଦେଖାଯାଇଛି। ଭିଡିଓରେ ସେ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଭେଟିବା ଏବଂ ହାତ ହଲାଉଥିବାର ମଧ୍ୟ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କୁ ସେନାର ଜବାବ; ଅଗ୍ନିବୀରଙ୍କ ପରିବାରକୁ ଦିଆଯାଇଛି ୯୮.୩୯ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୩ା୭: ବୁଧବାର ଲୋକ ସଭାରେ ରାହୁଲ ଗାନ୍ଧୀ କରିଥିବା ଅଭିଯୋଗର ଜବାବ ରଖିଛି ଭାରତୀୟ ସେନା। ରାହୁଲ ଗାନ୍ଧୀ କହିଥିଲେ ଯେ, ଶହୀଦ ଅଗ୍ନିବୀର କର୍ମଚାରୀଙ୍କ...

ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୩ା୭:କେନ୍ଦ୍ରର ମୋଦି ସରକାର ବୁଧବାର ସୁରକ୍ଷା, ଅର୍ଥନୀତି ଓ ରାଜନୈତିକ ବ୍ୟାପାର ସମ୍ପର୍କିତ କମିଟି ଗଠନ କରିଛନ୍ତି। ଏକ ସରକାରୀ ବିଜ୍ଞପ୍ତି ଅନୁସାରେ ଦେଶର ସର୍ବୋଚ୍ଚ...

ମିଛ କହିଛନ୍ତି ରାଜନାଥ, ରାହୁଲ ଗାନ୍ଧୀ ଦେଲେ ପ୍ରମାଣ

ନୂଆଦିଲ୍ଲୀ,୩।୭: ବିରୋଧୀ ଦଳ ଲଗାତାର ଅଗ୍ନିବୀର ଯୋଜନାକୁ ନେଇ କେନ୍ଦ୍ରରେ ମୋଦି ସରକାରଙ୍କୁ ଘେରୁଛନ୍ତି। ସୋମବାର ମଧ୍ୟ ଲୋକସଭାରେ ଏ ସମ୍ପର୍କରେ ବିତର୍କ ହୋଇଥିଲା। ଅଗ୍ନିବୀର...

ପରାଜୟ ପରେ ବିରୋଧୀ କ୍ୟାମ୍ପରେ ବିଜେଡି; ମୋଦିଙ୍କ ଭାଷଣ ସମୟରେ ଇଣ୍ଡିଆ ମେଣ୍ଟ ସହିତ କଲା କକ୍ଷତ୍ୟାଗ

ଭୁବନେଶ୍ୱର,୩।୭: ପୂର୍ବରୁ ସଂସଦରେ ଅନେକ ଥର ଭାଜପାକୁ ସମର୍ଥନ କରୁଥିବା ବିଜୁ ଜନତା ଦଳ ବୁଧବାର ଇଣ୍ଡିଆ ମେଣ୍ଟ ପଦ ରାସ୍ତାରେ ଯୋଗ ଦେଇଛି। ରାଷ୍ଟ୍ରପତିଙ୍କ...

‘ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଅତ୍ୟନ୍ତ ଦୁଃଖଦାୟକ’

ରାଞ୍ଚତ୍,୩ା୭:ସଦ୍ୟ ଜେଲରୁ ଫେରିଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନ୍‌ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହାର ୫ ମାସ ପୂର୍ବରୁ ଝାଡ଼ଖଣ୍ଡ...

କର୍ମଚାରୀଙ୍କ ଦରମା ବଢ଼ାଇବାରୁ ଦୋକାନୀଙ୍କୁ ଜେଲ

ନେପିଡୋ,୩।୭:ମ୍ୟାନ୍‌ମାରରେ ଜଣେ ଦୋକାନୀ ତାଙ୍କ କର୍ମଚାରୀଙ୍କ ଦରମା ବୃଦ୍ଧି କରିଥିବାରୁ ତାଙ୍କୁ ଜେଲ ପଠାଯାଇଛି। ମ୍ୟାନ୍‌ମାରର ମୁଦ୍ରାସ୍ଫୀତି ବୃଦ୍ଧି ପାଉଥିବା ବେଳେ ଉକ୍ତ ଦୋକାନୀ ଜଣକ...

ଭୋଲେ ବାବାଙ୍କ ନାଁରେ ରହିଛି ଯୌନ ନିର୍ଯାତନା ମାମଲା

ହାଥରସ୍‌,୩ା୭: ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ହୋଇଥିବା ଏକ ସତ୍‌ସଙ୍ଗରେ ଦଳାଚକଟା ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିବା ଯେତିକି ଦୁଃଖଦାୟକ ନୁହେଁ, ତା’ଠୁ...

ଦଳାଚକଟା ଘଟଣାରେ ଆସିଲା ଭୋଲେ ବାବାଙ୍କ ପ୍ରଥମ ପ୍ରତିକ୍ରିୟା

ହାଥରସ୍‌,୩ା୭:ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ଅପରାହ୍ନରେ ସତ୍‌ସଙ୍ଗ ଚାଲିଥିବାବେଳେ ଦଳାଚକଟା ଘଟି ୧୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସାରା ଦେଶରେ ଚହଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri