Posted inଜାତୀୟ

NEET ପେପର ଲିକ୍‌କୁ ନେଇ ରାଷ୍ଟ୍ରପତି କହିଲେ…

ନୂଆଦିଲ୍ଲୀ,୨୭ା୬: ୧୮ତମ ଲୋକ ସଭାର ଚତୁର୍ଥ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାର୍ଲାମେଣ୍ଟର ଉଭୟ ଗୃହ ରାଜ୍ୟ ସଭା ଏବଂ ଲୋକ ସଭାକୁ ସମ୍ବୋଧିତ କରିଛନ୍ତି। ରାଷ୍ଟ୍ରପତି ନିଟ୍‌ ପେପର ଲିକ୍‌କୁ ନେଇ ମଧ୍ୟ ତାଙ୍କ ଅଭିଭାଷଣ ରଖିଛନ୍ତି।

ରାଷ୍ଟ୍ରପତି କହିଛନ୍ତି, ପରୀକ୍ଷାରେ କୌଣସି ପ୍ରକାର ପ୍ରତିବନ୍ଧକ ରହିବା ଠିକ୍‌ ନୁହେଁ। ନିକଟରେ ସରକାର ପେପର ଲିକ୍‌ ଘଟଣାର ନିରପେକ୍ଷ ତଦନ୍ତ ଏବଂ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ମଧ୍ୟ ଅନେକ ରାଜ୍ୟରେ ପେପର ଲିକ୍‌ ମାମଲା ସାମ୍ନାକୁ ଆସିଛି। ପରୀକ୍ଷାରେ ପାରଦର୍ଶିତା ଓ ନିରପେକ୍ଷତା ନିହାତି ଜରୁରୀ। ପରୀକ୍ଷା ପରିଚାଳନାରେ ଜଡ଼ିତ ସଂସ୍ଥାରେ ସଂସ୍କାର ଅଣାଯିବା ପାଇଁ ଉଦ୍ୟମ ହେଉଛି। ଏହା ବିରୋଧରେ ଦଳ ରାଜନୀତିଠାରୁ ଊର୍ଦ୍ଧ୍ୱରେ ରହି କାମ କରିବା ଉଚିତ୍‌। ନିରପେକ୍ଷ ଯାଞ୍ଚ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ରାଷ୍ଟ୍ରପତି କହିଛନ୍ତି।

ଏଥିସହିତ ରାଷ୍ଟ୍ରପତି ପାର୍ଲାମେଣ୍ଟର ମିଳିିତ ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି ଯେ, ଦେଶରେ ପୁଣିଥରେ ସ୍ଥିର ଓ ବହୁମତ ସରକାର ଗଠନ ହୋଇଛି। ୧୦ ବର୍ଷର ସୁଶାସନ ଉପରେ ଏହା ଲୋକଙ୍କ ମୋହର। ରାଜ୍ୟର ବିକାଶରେ ଦେଶର ବିକାଶ ଏହି ବିଶ୍ବାସରେ ଆଗକୁ ବଢ଼ିବ। ଅର୍ଥନୀତିରେ ଦେଶ ବିଶ୍ବର ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି। ସମାଜର ସବୁ ବର୍ଗଙ୍କ ପାଖରେ ବିକାଶ ପହଞ୍ଚିବ କହିଲେ ରାଷ୍ଟ୍ରପତି। ସମସ୍ତଙ୍କ ବିକାଶ ଦ୍ବାରା ହିଁ ଏକ ବିକଶିତ ଭାରତ ସମ୍ଭବ ହେବ। ଗରିବ, ଚାଷୀ, ମହିଳା, ଯୁବ ବର୍ଗଙ୍କ ବିକାଶ ପାଇଁ ଧ୍ୟାନ ଦିଆଯାଉଛି। ସରକାରଙ୍କ ସବୁ ଯୋଜନାର ଲାଭ ସମସ୍ତଙ୍କ ନିକଟରେ ପହଞ୍ଚାଯିବ। ଏଥର କଶ୍ମୀର ଘାଟିରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି। ଚାରି ଦଶକରୁ ଏଠାରେ ଭୋଟିଂ ପ୍ରତିଶତ କମ୍ ରହୁଥିଲା। ଏବେ ତୃତୀୟ ସ୍ଥାନରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି। ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ମୋ ସରକାର ଗୁରୁତ୍ବ ଦେଇଛି। ଆଗାମୀ ବଜେଟରେ ଐତିହାସିକ ପଦକ୍ଷେପ ଦେଖିବାକୁ ମିଳିବ। ମୋ ସରକାର ଆରମ୍ଭରୁ ଏମ୍ଏସ୍‌ପି ବୃଦ୍ଧି କରିଛନ୍ତି। ମୋ ସରକାର ଉପରେ ଲୋକେ ତୃତୀୟ ଥର ଭରସା କଲେ। ଲୋକେ ଜାଣିଛନ୍ତି ସେମାନଙ୍କ ଆକାଂକ୍ଷା ମୋ ସରକାର ପୂରଣ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ଘେରରେ କାଜିରଙ୍ଗା ଜାତୀୟ ଉଦ୍ୟାନ; ୧୧୪ ବନ୍ୟଜନ୍ତୁ ମୃତ

ଗୁଆହାଟୀ, ୬।୭: ଆସାମ ବନ୍ୟା ବିଭୀଷିକାରୁ ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନ ବାଦ୍‌ ପଡ଼ିନାହିଁ। ଏହି ଭୟଙ୍କର ବନ୍ୟାରେ କାଜିରଙ୍ଗା ଜାତୀୟ ଉଦ୍ୟାନର ୧୧୪ ବନ୍ୟଜନ୍ତୁଙ୍କର...

ଜମ୍ମୁ-କଶ୍ମିରରେ ଏନକାଉଣ୍ଟର; ଦୁଇ ଯବାନ ଶହୀଦ, ୪ ଆତଙ୍କୀ ନିପାତ

ନୂଆଦିଲ୍ଲୀ,୬।୭: ଦକ୍ଷିଣ କଶ୍ମିର କୁଲଗାମ ଜିଲାରେ ସେନା ଏବଂ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟରରେ ଦୁଇ ଯବାନ ଶହୀଦ ହୋଇଛନ୍ତି। ସେନାର ପ୍ରତିଜବାବରେ ଚାରି ଆତଙ୍କୀ ମଧ୍ୟ...

ପ୍ରଥମ ଦେଖାରେ ପଡ଼ିଥିଲେ ପ୍ରେମରେ, ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ନେବା ବେଳେ ସ୍ମୃତିକୁ ମନେ ପକାଇ କାନ୍ଦିଲେ ଶହୀଦ ଅଂଶୁମାନଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୬ା୭: ସେନା ମେଡିକାଲ କୋର୍‌ର କ୍ୟାପଟେନ ଅଂଶୁମାନ ସିଂ ଶହୀଦ ହେବା ପରେ ତାଙ୍କୁ କୀର୍ତ୍ତିଚକ୍ର ପୁରସ୍କାର ପ୍ରଦାନ କରାଯାଇଛି। ଏକ ଧଳା ଶାଢ଼ି ପିନ୍ଧି...

ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା: ତଳେ ବହୁ ଲୋକ ଚାପି ହୋଇଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି

ଗାନ୍ଧୀନଗର,୬ା୭: ଗୁଜରାଟର ସୁରଟରେ ଶନିବାର ଏକ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଫଳରେ ଅନେକ ଲୋକ ଏହା ତଳେ ଫସି ରହିଥିବା ଅନୁମାନ କରାଯାଉଛି।...

ରାଜନୈତିକ ଭବିଷ୍ୟତ ଶେଷ ହୋଇଯିବା ଭୟରେ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିଲେନି ମୋଦି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୬।୭: ରାମମନ୍ଦିର ପ୍ରତିଷ୍ଠା କରି ସମସ୍ତ ହିନ୍ଦୁ ସଂପ୍ରଦାୟ ଭାଜପା ସପକ୍ଷରେ ଥିବା ଅନୁମାନରେ ଅଯୋଧ୍ୟାରୁ ଲୋକ ସଭା ନିର୍ବାଚନ ଲଢ଼ିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି, କହିଲେ ରଣନୀତିକ ଭାଗିଦାରୀକୁ…

ନୂଆଦିଲ୍ଲୀ,୬ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମରଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି। ଏଥିସହିତ ମୋଦି ଷ୍ଟାର୍ମରଙ୍କୁ ଅଭିନନ୍ଦନ...

ଆସିବ ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍‌

ନୂଆଦିଲ୍ଲୀ,୬ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍‌ ଆସିବ। ଏହି ବଜେଟ୍‌ ଆସନ୍ତା ୨୩ ତାରିଖରେ ଉପସ୍ଥାପନ କରାଯିବ ବୋଲି ଶନିବାର କେନ୍ଦ୍ରୀୟ...

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସରିଲା ସିବିଆଇ ଯାଞ୍ଚ, ମୁଖ୍ୟମନ୍ତ୍ରୀଙ୍କୁ ନେଇ ଅଧିକାରୀ କହିଲେ…

ମୁମ଼୍ବାଇ, ୬।୭: ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତି ମାମଲା ଯାଞ୍ଚ କରୁଥିବା କେନ୍ଦ୍ର ତଦନ୍ତକାରୀ ସଂସ୍ଥା ସିବିଆଇ ତଦନ୍ତ ଶେଷ କରିଛି । ଶନିବାର ସିବିଆଇ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri