ସରକାରୀ ଜାଗାରୁ ମୋରମ ଖୋଳି ଲୁଟୁଛନ୍ତି ମାଫିଆ, ଟାକ୍ଟର-ଜେସିବି ଜବତ

ହାଟଡିହୀ,୨୭ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ପୋଲିସ ମୋରମ ଏବଂ ପଥର ମାଫିଆମାନଙ୍କ ପାଇଁ ଏବେ କଣ୍ଟା ସାଜିଛି। ନିକଟରେ ହଦଗଡ଼ ହସ୍ତୀ ଅଭୟାରଣ୍ୟ ଥିବା ବେଳେ ଏହି ଥାନା ଅଞ୍ଚଳଟି ଉଭୟ ଭଦ୍ରକ ଏବଂ ବାଲେଶ୍ୱର ଜିଲାକୁ ସଂଲଗ୍ନ କରୁଛି। ଫଳରେ ମାଫିଆମାନେ ଚୋରା ମୋରମ ଏବଂ ପଥର ପରିବହନ କ୍ଷେତ୍ରରେ ସୁଗମ ହେଉଛି। ପୂର୍ବରୁ ହସ୍ତୀ ଅଭୟାରଣ୍ୟ, ଗ୍ରାମ୍ୟ ଜଙ୍ଗଲ, ସରକାରୀ ଜାଗା ଅଞ୍ଚଳଗୁଡ଼ିକରୁ ମୋରମ, ପଥର ଖୋଲି ଚୋରା ଚାଲାଣ ହେବାର ବହୁ ଉଦାହରଣ ରହିଛି। କିନ୍ତୁ ମାଫିଆମାନେ କେତେବେଳେ ଖସି ଯାଉଥିବା ବେଳେ ଆଉ କେତେବେଳେ ଧରା ମଧ୍ୟ ପଡ଼ି ଗିରଫ ହେଉଛନ୍ତି। ସୋସୋ ଅଞ୍ଚଳରେ ମାଫିଆମାନଙ୍କୁ ସାବାଡ଼ କରିବା ପାଇଁ ଆନନ୍ଦପୁର ଡିଏସ୍‌ପିଙ୍କ ତତ୍ତ୍ୱାବଧାନରେ ସୋସୋ ପୋଲିସ ଯାଞ୍ଚ ଏବଂ ଚଢ଼ାଉ ଜୋର୍‌ଦାର କରିଛି।  ବୁଧବାର ରାତିରେ ସୋସୋ ଥାନା ଅଧିକାରୀ ବିଜୟ କୁମାର ବିହାରୀ ଏବଂ ଅନ୍ୟ ପୋଲିସ କର୍ମଚାରୀ ଚଢ଼ାଉ କରି ୫ଟି ଟ୍ରାକ୍ଟର ଜବତ କରିଛନ୍ତି। ସେଥି ମଧ୍ୟରୁ ଚୋରା ମୋରମ ବୋଝେଇ ୩ଟି ଟ୍ରାକ୍ଟର ଅଛି। ମୋରମ ଖୋଳୁଥିବା ଏକ ଜେସିବି ମଧ୍ୟ ଜବତ ହୋଇଛି। ସମ୍ପୃକ୍ତ ଗାଡ଼ି ଚାଳକମାନଙ୍କୁ ଅଟକ ରଖାଯାଇଛି। ଆନନ୍ଦପୁର ଡିଏସ୍‌ପି ପ୍ରଶାନ୍ତ ବେହେରା କହିଛନ୍ତି ଯେ, ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଣସର ଘରେ  ମହାପ୍ରଭୁ:  ଆଜି ଶ୍ରୀଜିଉଙ୍କୁ ଲାଗି ହେବ ଦଶମୂଳ ମୋଦକ

ପୁରୀ,୨।୭: ଅଣସର ଘରେ  ମହାପ୍ରଭୁ। ତାଙ୍କୁ ସୁସ୍ଥ କରିବାକୁ ଲାଗିପଡ଼ିଛନ୍ତି ରାଜବୈଦ୍ୟ। ଏ ନେଇ ପବିତ୍ର ଏକାଦଶୀ ତିଥିରେ  ମଙ୍ଗଳବାର ଶ୍ରୀଜିଉମାନଙ୍କୁ ଦଶମୂଳ ମୋଦକ ଲାଗି...

ରଥଯାତ୍ରା ପାଇଁ ପୋଲିସ ଡିଜିଙ୍କ ସମୀକ୍ଷା:ନିୟୋଜିତ ହେବ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ, ୨ା୭(ଅଜିତ୍‌ କୁମାର ମହାନ୍ତି):ଆସନ୍ତା ୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଦୀର୍ଘ ୫୩ ବର୍ଷପରେ ଚଳିତ ବର୍ଷ ଗୋଟିଏ ଦିନରେ...

ମହିଳାଙ୍କଠାରୁ ଠକିନେଲେ କୋଟିଏ ଟଙ୍କା

ଯାଜପୁର ଟାଉନ,୨ା୭ (ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି) :ଜଣେ ଯୁବକ ପ୍ରଲୋଭନ ଦେଖାଇ ଶତାଧିକ ମହିଳାଙ୍କଠାରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌ କରିନେଇଥିବା ଅଭିଯୋଗ ହୋଇଥିଲା ା...

କଟକର ସମସ୍ତ ବେଆଇନ ହସ୍ପିଟାଲ ବନ୍ଦ ପାଇଁ ନିର୍ଦ୍ଦେଶ

କଟକ,୨ା୭ (କାର୍ତ୍ତିକ ସାହୁ) :କଟକରେ ବିନା ରେଜିଷ୍ଟ୍ରେଶନରେ ଚାଲିଥିବା ଏକ ନିର୍ଦ୍ଦିଷ୍ଟ ହସ୍ପିଟାଲ ସମେତ ଅନ୍ୟ କେତେକ ହସ୍ପିଟାଲକୁ ତୁରନ୍ତ ବନ୍ଦ କରିବାକୁ ଜାତୀୟ ମାନବିକ...

ମୃତ ବ୍ୟକ୍ତିଙ୍କ ନାମରେ ଆସୁଛି ଭତ୍ତା ଟଙ୍କା

କାଏମା,୨ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ପାଟପୁର ପଞ୍ଚାୟତରେ ଭତ୍ତା ଟଙ୍କା ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏଠାରେ ବର୍ଷ ବର୍ଷ ଧରି ମୃତବ୍ୟକ୍ତିଙ୍କ...

ଖଣି ଅଞ୍ଚଳରୁ ହଟୁଛି ଘଡ଼େଇ ପରିବାରର ପତିଆରା

କାଳିଆପାଣି,୨ା୭(ଅସିତ୍‌ ମହନ୍ତ):ଶ୍ରମିକ ସଂଘ (ସୁକିନ୍ଦା ରିଜିୟନ କ୍ରୋମାଇଟ ଖାଦାନ ମଜଦୁର ସଂଘ ବା ଏସ୍‌ଆର୍‌ସିକେଏମ୍‌ଏସ୍‌) ପକ୍ଷରୁ କାଳିଆପାଣି ଖଣି ଅଞ୍ଚଳରେ ୧୨ ଘଣ୍ଟିଆ ବନ୍ଦ ଡାକରା...

ବଲେ ବଲେ ଢାବାକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ: ସିଲ୍‌ ହେବ ଢାବା

ଧର୍ମଶାଳା,୨ା୭ (ବଟକୃଷ୍ଣ ପରିଡା):ଧର୍ମଶାଳା ବ୍ଲକ ଅନ୍ତର୍ଗତ ନେଉଳପୁରସ୍ଥିତ ବଲେ ବଲେ ଢାବା ସିଲ୍‌ ହେବ ବୋଲି ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ସୋମବାର ସୂଚନା ଦେଇଛନ୍ତି।...

ନୂଆ ରୂପରେ ସଜେଇ ହେଉଛି ଲକ୍ଷ୍ମୀ ବସ୍‌: ଏବେ ସବୁଜ ବଦଳରେ…

ଢେଙ୍କାନାଳ,୨ା୭(ରତନ ନାୟାର):ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ପରିସରରେ ଥିବା ଲକ୍ଷ୍ମୀ ବସ୍‌ଗୁଡିକର ରଙ୍ଗ ବଦଳାଯାଉଛି। ପୂର୍ବ ବିଜେଡି ସରକାରଙ୍କ ସମୟରେ ଗତ ଜାନୁଆରୀ ୩୧ ତାରିଖରେ ଢେଙ୍କାନାଳ ଜିଲାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri