ଜନସେବା କେନ୍ଦ୍ର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ: ଉତ୍ତ୍ୟକ୍ତ ହୋଇ ପୋଡ଼ି ଦେଲେ ଦୋକାନ, ବାଇକ୍‌

ହାଟଡିହୀ,୨୭l୬(ଶୁଭକାନ୍ତ ନାୟକ): ସାମାନ୍ୟ କଥାକୁ କେନ୍ଦ୍ର କରି ହାଟଡିହୀ ଥାନା ନିକଟରେ ଥିବା ଜନସେବା କେନ୍ଦ୍ରରେ କେତେକ ଲୋକ ପଶି ମାଲିକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଫଳରେ ଜନସେବା କେନ୍ଦ୍ର ମାଲିକ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣାକୁ କେନ୍ଦ୍ରକରି ଉତ୍ତ୍ୟକ୍ତ ଲୋକ ବଜାରରେ ଥିବା ଆକ୍ରମଣକାରୀ ଭାଇଙ୍କ ଏକ ଚିକେନ ଦୋକାନ ସହ ବାଇକ୍‌କୁ ପୋଡି ଦେଇଛନ୍ତି l ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତିକୁ ନଜରରେ ରଖି ସ୍ଥାନୀୟ ବଜାରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହି ଘଟଣା ଗୁରୁବାର କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ନିକଟରେ ଥିବା ମରୈଗାଁ ବଜାରରେ ଘଟିଛି l

ଥାନା ନିକଟରେ ଏକ ଜନସେବା କେନ୍ଦ୍ର କରିଥିବା ଅମର ସେଠୀଙ୍କୁ ଚଣ୍ଡିଆବିରଞ୍ଚିପୁର ଗାଁର କେତେକ ଲୋକେ ଆକ୍ରମଣ କରିଛନ୍ତି l ଏହି ଘଟଣା ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇଥିଲା l ମିଳିଥିବା ସୂଚନା ମୁତାବକ, ପୂର୍ବରୁ ଚଣ୍ଡୀଆବିରଞ୍ଚିପୁର ଗାଁର ପ୍ରତାପ ଜେନା ଙ୍କ ଏକ ପିଏଫ୍‌ ଅନଲାଇନ ଆବେଦନକୁ ନେଇ ଜନ ସେବା କେନ୍ଦ୍ରର ମାଲିକ ଅମରଙ୍କ ସହ ସକାଳ ସମୟରେ ଯୁକ୍ତିତର୍କ ହୋଇଥିଲା ।

ଅପରାହ୍ନରେ ପ୍ରତାପ ନିଜ ଗାଁ ରୁ କିଛି ଯୁବକଙ୍କୁ ସାଙ୍ଗରେ ଆଣି ଜନସେବା କେନ୍ଦ୍ରରେ ପଶି ଧାରୁଆ ଅସ୍ତ୍ରରେ ଅମରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି l ନନ୍ଦିପଦା ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ l ଥାନା ଅଧିକାରୀ ପାତ୍ର କହିଛନ୍ତି ଯେ, ସାମାନ୍ୟ କଥାକୁ ନେଇ ଏହି ଘଟଣା ଘଟିଛି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପାଇଁ ପୋଲିସ ଡିଜିଙ୍କ ସମୀକ୍ଷା:ନିୟୋଜିତ ହେବ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ, ୨ା୭(ଅଜିତ୍‌ କୁମାର ମହାନ୍ତି):ଆସନ୍ତା ୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଦୀର୍ଘ ୫୩ ବର୍ଷପରେ ଚଳିତ ବର୍ଷ ଗୋଟିଏ ଦିନରେ...

ମହିଳାଙ୍କଠାରୁ ଠକିନେଲେ କୋଟିଏ ଟଙ୍କା

ଯାଜପୁର ଟାଉନ,୨ା୭ (ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି) :ଜଣେ ଯୁବକ ପ୍ରଲୋଭନ ଦେଖାଇ ଶତାଧିକ ମହିଳାଙ୍କଠାରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌ କରିନେଇଥିବା ଅଭିଯୋଗ ହୋଇଥିଲା ା...

କଟକର ସମସ୍ତ ବେଆଇନ ହସ୍ପିଟାଲ ବନ୍ଦ ପାଇଁ ନିର୍ଦ୍ଦେଶ

କଟକ,୨ା୭ (କାର୍ତ୍ତିକ ସାହୁ) :କଟକରେ ବିନା ରେଜିଷ୍ଟ୍ରେଶନରେ ଚାଲିଥିବା ଏକ ନିର୍ଦ୍ଦିଷ୍ଟ ହସ୍ପିଟାଲ ସମେତ ଅନ୍ୟ କେତେକ ହସ୍ପିଟାଲକୁ ତୁରନ୍ତ ବନ୍ଦ କରିବାକୁ ଜାତୀୟ ମାନବିକ...

ମୃତ ବ୍ୟକ୍ତିଙ୍କ ନାମରେ ଆସୁଛି ଭତ୍ତା ଟଙ୍କା

କାଏମା,୧ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ପାଟପୁର ପଞ୍ଚାୟତରେ ଭତ୍ତା ଟଙ୍କା ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏଠାରେ ବର୍ଷ ବର୍ଷ ଧରି ମୃତବ୍ୟକ୍ତିଙ୍କ...

ଖଣି ଅଞ୍ଚଳରୁ ହଟୁଛି ଘଡ଼େଇ ପରିବାରର ପତିଆରା

କାଳିଆପାଣି,୨ା୭(ଅସିତ୍‌ ମହନ୍ତ):ଶ୍ରମିକ ସଂଘ (ସୁକିନ୍ଦା ରିଜିୟନ କ୍ରୋମାଇଟ ଖାଦାନ ମଜଦୁର ସଂଘ ବା ଏସ୍‌ଆର୍‌ସିକେଏମ୍‌ଏସ୍‌) ପକ୍ଷରୁ କାଳିଆପାଣି ଖଣି ଅଞ୍ଚଳରେ ୧୨ ଘଣ୍ଟିଆ ବନ୍ଦ ଡାକରା...

ନୂଆ ରୂପରେ ସଜେଇ ହେଉଛି ଲକ୍ଷ୍ମୀ ବସ୍‌: ଏବେ ସବୁଜ ବଦଳରେ…

ଢେଙ୍କାନାଳ,୨ା୭(ରତନ ନାୟାର):ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ପରିସରରେ ଥିବା ଲକ୍ଷ୍ମୀ ବସ୍‌ଗୁଡିକର ରଙ୍ଗ ବଦଳାଯାଉଛି। ପୂର୍ବ ବିଜେଡି ସରକାରଙ୍କ ସମୟରେ ଗତ ଜାନୁଆରୀ ୩୧ ତାରିଖରେ ଢେଙ୍କାନାଳ ଜିଲାରେ...

ଭାଜପା-ବିଜେଡି କର୍ମୀ ମାର୍‌ପିଟ୍‌

ଖୁଣ୍ଟୁଣୀ,୨ା୭(ସଚ୍ଚିଦାନନ୍ଦ ପଣ୍ଡା):କଟକ ଜିଲା ଆଠଗଡ଼ ବ୍ଲକ ଅଧୀନ ଖୁଣ୍ଟୁଣୀ ସରକାରୀ ଡାକ୍ତରଖାନାର ନୂତନ ଗୃହ ନିର୍ମାଣ ପାଇଁ ସୋମବାର ଭୂମିପୂଜାବେଳେ ଭାଜପା ନେତା ଅଭୟ ବାରିକଙ୍କ...

ରଥଯାତ୍ରାରେ ଜଗିବେ ୧୮୦ ପ୍ଲାଟୁନ ଫୋର୍ସ

ପୁରୀ,୧।୭: ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri