ବିଜେଡିରେ ବଡ଼ ପରିବର୍ତ୍ତନ: ଏବେ ସାମ୍ନାକୁ ଆସି ଭାଜପାକୁ କଡ଼ା ଜବାବ ଦେଉଛନ୍ତି ବଡ଼ ନେତା

ଭୁବନେଶ୍ୱର,୨୭।୬: ୨୦୨୪ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଏବେ ବିଜେଡି ବଡ଼ ପରିବର୍ତ୍ତନ ଆଣୁଥିବାର ଦେଖିବାକୁ ମିଳୁଛି। ନିର୍ବାଚନ ପୂର୍ବରୁ ବିଜେଡିର ପୂର୍ବତନ ନେତ କାର୍ତ୍ତିକ ପାଣ୍ଡିଆନ ଏବଂ ବିଜେଡି ମୁଖପାତ୍ରଙ୍କୁ ସବୁଠି ଦେଖିବାକୁ ମିଳୁଥିଲା। କିନ୍ତୁ ଏଥର ବିଜେଡିରେ ବଡ ପରିବର୍ତ୍ତନ ହେଲା ଭଳି ମନେ ହେଉଛି । ଆଉ ସେ ପରିବର୍ତ୍ତନ ହେଲା, ବଡ ବଡ ଅନୁଭବି ନେତାଙ୍କୁ ଏବେ ସାମ୍ନାକୁ ଆଣୁଛି । ତେବେ ପ୍ରସଙ୍ଗ ଓ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଏବେ ଅଭିଜ୍ଞ ଓ ବରିଷ୍ଠ ନେତା ହିଁ ସରକାରଙ୍କୁ କାଉଣ୍ଟର କରିବେ ବୋଲି କୁହାଯାଉଛି ।

ଗୁରୁବାର ବିଜେଡିର ଖବରଦାତା ସମ୍ମିଳନୀରେ ମହାନଦୀ ପ୍ରସଙ୍ଗରେ ଭାଜପାକୁ କଡ଼ା ଜବାବ ଦେଇଛି ବିଜେଡି। ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା ଓ ପ୍ରତାପ ଦେବ ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ବରିଷ୍ଠ ନେତା ଦେବୀ ପ୍ରସାଦ କହିଛନ୍ତି, ମହାନଦୀ ଓଡ଼ିଶାର ୧୬ ଜିଲାର ଲୋକଙ୍କ ଜୀବନଧାରା। ହେଲେ ଏହା ଉପରେ ଛତିଶଗଡ ମନମାନି କରିଆସୁଛି। ହୀରାକୁଦର ଉପମୁଣ୍ଡରେ ଛତିଶଗଡ ଓ ତଳମୁଣ୍ଡରେ ଓଡ଼ିଶା କେତେ ପାଣି ବ୍ୟବହାର କରିବ, ଏନେଇ ଉଲ୍ଲେଖ ରହିଛି। ତଥାପି ଛତିଶଗଡ ମହାନଦୀ ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରି ବେଆଇନ ଭାବେ କାର୍ଯ୍ୟ କରିଚାଲିଛି।

ବିଜେଡି ନେତା ଆହୁରି କହିଛନ୍ତି ଯେ, ଛତିଶଗଡର ବେଆଇନ କାମ ବିରୋଧରେ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ଓ ସିଡବ୍ଲ୍ୟସିଙ୍କ ନିକଟରେ ବାରମ୍ବାର ନବୀନ ପଟ୍ଟନାୟକ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରିକି ତତ୍କାଳୀନ ଜଳସଂପଦ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୨୦୧୬ରେ ଦିଲ୍ଲୀରେ ବସିଥିବା ବୈଠକରେ ଛତିଶଗଡର ବେଆଇନ କାମକୁ ଅଟକାଇବା ନବୀନ ପଟ୍ଟନାୟକ ସ୍ପଷ୍ଟ ଭାବେ ଦାବି ରଖିବା ସତ୍ତ୍ୱେ ମଧ୍ୟ କୈଣସି ନିର୍ଦ୍ଦେଶ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇନଥିଲା। ସେତେବେଳେ ଓଡ଼ିଶାର ସ୍ବାର୍ଥକୁ ସଂପୂର୍ଣ୍ଣ ଅଣଦେଖା କରିଥିଲେ କେନ୍ଦ୍ର ସରକାର।

ମହାନଦୀ ପାଇଁ ଓଡ଼ିଶା ନ୍ୟାୟିକ ଲଢେଇ ଲଢିଛି, ରାଜରାସ୍ତାରେ ସଂଗ୍ରାମ କରିଛି, ଆଲୋଚନା ମଧ୍ୟରେ ସମାଧାନ ପାଇଁ ଉଦ୍ୟମ କରିଛି। ହେଲେ କେନ୍ଦ୍ର ନୀରବଦ୍ରଷ୍ଟା ସାଜି ସେତେବେଳେ ଛତିଶଗଡରେ ଥିବା ଭାଜପା ସରକାରକୁ ସୁହାଇଲା ଭଳି କାର୍ଯ୍ୟକରିଥିଲା। ତେଣୁ ମହାନଦୀକୁ ନେଇ ଓଡ଼ିଶା ସରକାର କିଛି କରିନଥିଲେ। ଏଭଳି ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରିବା ବଦଳରେ ସମସ୍ୟାର ସମାଧାନ ପାଇଁ ଭାଜପା ସରକାର ଉଦ୍ୟମ କରିବା ଦରକାର। ମହାନଦୀ ପ୍ରସଙ୍ଗରେ ବିଜେଡି ସଂପୂର୍ଣ୍ଣ ସଚେତନ ରହିଛି। ଆଉ ମହାନଦୀ ଅବବାହିକା ଅଧିବାସୀଙ୍କ ସ୍ବାର୍ଥ ହାସଲ ପାଇଁ ବିଜେଡି ସଂପୂର୍ଣ୍ଣ ସଜାଗ ରହିଛି ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକ୍ରିୟ ରହିଛି ଘୂର୍ଣ୍ଣିବଳୟ: ଆଜି ଏହି ୪ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୬।୭: ସକ୍ରିୟ ରହିଛି ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ। ପ୍ରଭାବରେ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ତେବେ ଆଜି...

ଆଜି ବସିବ ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ, କେବେ ଖୋଲିବ ରତ୍ନଭଣ୍ଡାର ହୋଇପାରେ ଘୋଷଣା

ଭୁବନେଶ୍ୱର,୬।୭: ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଆଜି ବସିବ। ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଠାରେ ଏହି ବୈଠକ ଅନୁଷ୍ଠିତ ହେବ। ପୂର୍ବତନ...

ମନ୍ଦ ଉଦ୍ଦେଶ୍ୟ ନେଇ ରତ୍ନଭଣ୍ଡାର କମିଟି ଭଙ୍ଗାଯାଇଛି: ବିଜେଡି

ଭୁବନେଶ୍ୱର,୬ା୭(ଅନିଲ ଦାସ/ସୁନିତ୍‌ ମିଶ୍ର): ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟର ନବଗଠିତ ଭାଜପା ସରକାର ଗୁରୁବାର ୧୬ଜଣିଆ କମିଟି ଗଠନ କରିଛନ୍ତି। ତେବେ ସରକାରଙ୍କ ଏହି ପଦକ୍ଷେପକୁ...

ସମସ୍ତ ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ହେଲେ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର, ୬।୭(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଶୁକ୍ରବାର ଭୁବନେଶ୍ୱର, କଟକ ସମେତ ଅନ୍ୟ ୭ ସହରର ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷଙ୍କୁ ହଟାଇଛନ୍ତି। ଗୃହନିର୍ମାଣ ଓ ନଗର...

ବିଜୟପାଲ ସିଂ ତୋମାର ଭାଜପାର ଓଡ଼ିଶା ପ୍ରଭାରୀ

ଭୁବନେଶ୍ୱର, ୬।୭(ସୁନିତ୍‌ ମିଶ୍ର): ଭାଜପା ପକ୍ଷରୁ ଶୁକ୍ରବାର ବିଭିନ୍ନ ରାଜ୍ୟ ଲାଗି ପ୍ରଭାରୀ ଏବଂ ସହପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ସେହି କ୍ରମରେ ଓଡ଼ିଶା ପାଇଁ ମଧ୍ୟ...

ଆଜିଠୁ ୪ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

ଭୁବନେଶ୍ୱର,୬ା୭(ସତ୍ୟଜିତ୍‌ ରାଉତ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାରଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମଙ୍ଗଳବାର ପର୍ଯ୍ୟନ୍ତ ସେ ଭୁବନେଶ୍ୱର ଓ ପୁରୀର ବିଭିନ୍ନ କାର୍ଯ୍ୟକ୍ରମରେ...

ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ମୋହନ, ସଚିବଙ୍କୁ ଦେଲେ ଏହି ଗରୁମନ୍ତ୍ର

ଭୁବନେଶ୍ୱର,୬।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁକ୍ରବାର ସଚିବମାନଙ୍କୁ ଡାକି ନିଜ ସରକାରର ଆଭିମୁଖ୍ୟ ଜଣାଇଛନ୍ତି। ତାଙ୍କ ଦଳ ଦେଇଥିବା ୨୧ଟି ଯାକ ନିର୍ବାଚନୀ ପ୍ରତିଶ୍ରୁତିକୁ...

ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଆଇଆଇସିଙ୍କୁ ଗଜପତି ବଦଳି

ପାରଳାଖେମୁଣ୍ଡି/କେନ୍ଦୁଝର, ୬ା୭ (ଗିରିଧାରୀ ପରିଛା/ ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଜେଡି ସରକାର ସମୟରେ କେନ୍ଦୁଝର ଜିଲା ସଦର ଥାନାରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri