ସରକାରୀ ଡାକ୍ତରଖାନାରୁ ଧରାପଡ଼ିଲେ ନକଲି ଡାକ୍ତର

ରାଉରକେଲା,୨୭ା୬(ସଙ୍ଗୀତା ଜେନା): ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌)ରୁ ନକଲି ଡାକ୍ତର ପଦ୍ମନାଭ ମୁଖୀ କାରଆ(୫୩)ଙ୍କୁ ଗିରଫ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଘରୋଇ ବଜାଜ ଫାଇନାନ୍ସ ପକ୍ଷରୁ ପ୍ରାୟ ୧୬ ଲକ୍ଷ ଟଙ୍କାର ଋଣ ନେବା ସଂକ୍ରାନ୍ତରେ ଏହି ନକଲି ଡାକ୍ତର ଧରାପଡ଼ିଥିଲେ।

ଋଣ ପ୍ରଦାନକାରୀ କମ୍ପାନୀର ମ୍ୟାନେଜର ରଜତ ବେହେରା ଉକ୍ତ ଡାକ୍ତରଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ସମୟରେ ସନ୍ଦେହ ଦର୍ଶାଇ ବୁଧବାର ରଘୁନାଥପାଲି ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା (୩୩୩/୨୪) ରୁଜୁ କରି ପଦ୍ମନାଭଙ୍କୁ ପଚରାଉଚରା ପରେ ଗିରଫ କରିଥିଲା।

ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଗଣେଶ ପ୍ରସାଦ ଦାସ କହିଛନ୍ତି, ୭ ମାସ ପୂର୍ବେ ଠିକାସଂସ୍ଥା ରାହି କେୟାର ପ୍ରାଇଭେଟ୍‌ ଲିମିଟେଡ୍‌ ଜରିଆରେ ପଦ୍ମନାଭ ଡାଏଲିସିସ୍‌ କେୟାର ସେଣ୍ଟରରେ କାର୍ଯ୍ୟ କରୁଥିଲେ। ହେଲେ ସେ ଝାଡଖଣ୍ଡର ଜଣେ ଡାକ୍ତର ରମେଶ ଚନ୍ଦ୍ର ଝାଙ୍କ ନାମରେ ଉକ୍ତ କାମ କରୁଥିଲେ। ତାଙ୍କର କାଗଜପତ୍ରର ଯାଞ୍ଚ ରାହି ପକ୍ଷରୁ କରାଯାଇଥିଲା। ତେବେ ଏଥିରେ ଅନିୟମିତତା ହୋଇଥିବା ଯୋଗୁ ରାହିକୁ ମଧ୍ୟ ଏକ କାରଣ ଦର୍ଶାଅ ନୋଟିସ୍‌ ସହ ବିଲ୍‌ରୁ ୪୦ ପ୍ରତିଶତ କାଟ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହିପରି ମାମଲାର ପୁନରାବୃତ୍ତି ନ ହେବା ପାଇଁ ସ୍ବାସ୍ଥ୍ୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୂଚିତ କରାଯାଇଛି। ଏ ସମ୍ପର୍କରେ ଆରଜିଏଚ୍‌ ପକ୍ଷରୁ ଥାନାରେ ଏତଲା ପ୍ରଦାନ କରାଯିବ ବୋଲି ଡ. ଦାଶ ସୂଚନା ପ୍ରଦାନ କରିଛନ୍ତି। ଅନୁରୂପଭାବେ ଠିକାସଂସ୍ଥାର ଏରିଆ ମ୍ୟାନେଜର ମୟୂର ଅଗ୍ରୱାଲ ଏହି ମାମଲା ଲୋକଲୋଚନକୁ ଆସିବା ପରେ ନକଲି ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି ବୋଲି କହିଛନ୍ତି।

ଏସ୍‌ପି ବ୍ରିଜେଶ ରାୟ କହିଛନ୍ତି, ଏହି ମାମଲା ସମ୍ପର୍କରେ ଥାନାରେ ଏତଲା ହେବାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପଦ୍ମନାଭ ୨୦୧୦ରେ ଏହିଭଳି ନକଲି କାର୍ଯ୍ୟରେ ଲିପ୍ତ ରହିଥିଲେ। ରାଉରକେଲା ହାଇଟେକ୍‌ ହସ୍ପିଟାଲରେ ସେ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି କରିବାକୁ ଆବେଦନ କରିଥିଲେ। ସେଠାରେ ଧରାପଡ଼ିବା ପରେ ଫେରାର ହୋଇଯାଇଥିଲେ।

୨୦୧୪ରେ ବନ୍ଧମୁଣ୍ଡା ଅଞ୍ଚଳରେ ମଧ୍ୟ ସମାନ କାଣ୍ଡ ଭିଆଇଥିଲେ। ସେହିପରି ୨୦୧୯ରେ ସୁନ୍ଦରଗଡ଼ ପୋଲିସ ଜିଲା ନୂଆଗଁା ଅଞ୍ଚଳରେ ପ୍ରାଥମିକ ଚିକିତ୍ସାକେନ୍ଦ୍ରରେ ନକଲି ସାର୍ଟିଫିକେଟ୍‌ ଦେଇ ଚାକିରି କରି ଧରାପଡ଼ିଥିଲେ। ଜେଏମଏଫସି କୋର୍ଟ ପକ୍ଷରୁ ଉକ୍ତ ମାମଲା ବିଚାରଧୀନ ରହିଛି। ତେବେ ଉକ୍ତ ମାମଲାଗୁଡ଼ିକର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ବୋଲି ଏସ୍‌ପି ରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପାଇଁ ପୋଲିସ ଡିଜିଙ୍କ ସମୀକ୍ଷା:ନିୟୋଜିତ ହେବ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ, ୨ା୭(ଅଜିତ୍‌ କୁମାର ମହାନ୍ତି):ଆସନ୍ତା ୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଦୀର୍ଘ ୫୩ ବର୍ଷପରେ ଚଳିତ ବର୍ଷ ଗୋଟିଏ ଦିନରେ...

ମହିଳାଙ୍କଠାରୁ ଠକିନେଲେ କୋଟିଏ ଟଙ୍କା

ଯାଜପୁର ଟାଉନ,୨ା୭ (ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି) :ଜଣେ ଯୁବକ ପ୍ରଲୋଭନ ଦେଖାଇ ଶତାଧିକ ମହିଳାଙ୍କଠାରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌ କରିନେଇଥିବା ଅଭିଯୋଗ ହୋଇଥିଲା ା...

ମୁଖ୍ୟମନ୍ତ୍ରୀଙ୍କୁ ପାଖରୁ ପାଇ ଗୁହାରି ଜଣାଇବା ବଡ଼କଥା

ଭୁବନେଶ୍ୱର,୨ା୭(ଅନିଲ ଦାସ):ଦୀର୍ଘବର୍ଷ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣିବା ଖବର ପ୍ରସାରିତ ହେବା ପରେ ସାରା ରାଜ୍ୟରୁ ନିଜର...

କଟକର ସମସ୍ତ ବେଆଇନ ହସ୍ପିଟାଲ ବନ୍ଦ ପାଇଁ ନିର୍ଦ୍ଦେଶ

କଟକ,୨ା୭ (କାର୍ତ୍ତିକ ସାହୁ) :କଟକରେ ବିନା ରେଜିଷ୍ଟ୍ରେଶନରେ ଚାଲିଥିବା ଏକ ନିର୍ଦ୍ଦିଷ୍ଟ ହସ୍ପିଟାଲ ସମେତ ଅନ୍ୟ କେତେକ ହସ୍ପିଟାଲକୁ ତୁରନ୍ତ ବନ୍ଦ କରିବାକୁ ଜାତୀୟ ମାନବିକ...

ମୃତ ବ୍ୟକ୍ତିଙ୍କ ନାମରେ ଆସୁଛି ଭତ୍ତା ଟଙ୍କା

କାଏମା,୧ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ପାଟପୁର ପଞ୍ଚାୟତରେ ଭତ୍ତା ଟଙ୍କା ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏଠାରେ ବର୍ଷ ବର୍ଷ ଧରି ମୃତବ୍ୟକ୍ତିଙ୍କ...

ଭାଜପା ଉପରେ ବର୍ଷିଲା ବିଜେଡି: ପ୍ରତିଶ୍ରୁତି ପ୍ରଥମ ପାଳନ କରୁ…

ଭୁବନେଶ୍ୱର,୨ା୭(ଅନିଲ ଦାସ):ରାଜ୍ୟରେ କ୍ଷମତାକୁ ଆସିବା ପରେ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣକୁ ପ୍ରାଥମିକତା ଦିଆଯିବ ବୋଲି ଭାଜପା ସରକାର ସ୍ପଷ୍ଟ କରିଛନ୍ତି। ଯାହାକୁ ନେଇ ସୋମବାର...

୧୧ ଜିଲାକୁ ଝଡ଼ବର୍ଷା ନେଇ ସତର୍କ ସୂଚନା

ଭୁବନେଶ୍ୱର, ୨।୭(ଅସମାପିକା ସାହୁ):ଲଘୁଚାପ ଯୋଗୁ ରାଜ୍ୟରେ ଗତ ୩ଦିନ ହେବ ବର୍ଷା ଲାଗି ରହିଥିଲା। ସୋମବାର ବର୍ଷା କମିଛି। ମଙ୍ଗଳବାର କାଳବୈଶାଖୀ ନେଇ ବିଭିନ୍ନ ଜିଲାକୁ...

ଖଣି ଅଞ୍ଚଳରୁ ହଟୁଛି ଘଡ଼େଇ ପରିବାରର ପତିଆରା

କାଳିଆପାଣି,୨ା୭(ଅସିତ୍‌ ମହନ୍ତ):ଶ୍ରମିକ ସଂଘ (ସୁକିନ୍ଦା ରିଜିୟନ କ୍ରୋମାଇଟ ଖାଦାନ ମଜଦୁର ସଂଘ ବା ଏସ୍‌ଆର୍‌ସିକେଏମ୍‌ଏସ୍‌) ପକ୍ଷରୁ କାଳିଆପାଣି ଖଣି ଅଞ୍ଚଳରେ ୧୨ ଘଣ୍ଟିଆ ବନ୍ଦ ଡାକରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri