ବିଶ୍ୱର ସର୍ବବୃହତ୍‌ ଏଫ୍‌ଆର୍‌ପି ରିବାର ଉତ୍ପାଦକ ହେବ ଜେଏଏମ୍‌

ଭୁବନେଶ୍ୱର,୨୮।୬: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ସହାୟକ କମ୍ପାନୀ ଜିନ୍ଦଲ ଆଡ୍‌ଭାନ୍ସଡ୍‌ ମ୍ୟାଟେରିଆଲ୍ସ (ଜେଏଏମ୍‌) ର ବହୁ ପ୍ରତୀକ୍ଷିତ ତଥା ମେଗା ସମ୍ପ୍ରସାରଣ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ହାଇ ପରଫର୍ମାନ୍ସ କମ୍ପୋଜିଟ୍‌ ମ୍ୟାଟେରିଆଲ କ୍ଷେତ୍ରରେ ଅଗ୍ରଣୀ ନିର୍ମାତା ଜେଏଏମ୍‌ ୨୦୨୫ ଜୁନ୍‌ ସୁଦ୍ଧା ଫାଇବର ସଶକ୍ତ ପଲିମର ରିବାରର ବିଶ୍ୱର ସର୍ବବୃହତ୍‌ ଉତ୍ପାଦକ ହେବାକୁ ଯାଉଛି।

ଏହି ଉଚ୍ଚାଭିଳାଷୀ ବିସ୍ତାର ଯୋଜନା ଅନୁଯାୟୀ ୨୦୨୫ ଜୁନ୍‌ ସୁଦ୍ଧା ବାର୍ଷିକ ୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଫାଇବର ରେନ୍‌ଫୋର୍ସଡ୍‌ ପଲିମର ଉତ୍ପାଦନ କ୍ଷମତାରେ ୪.୫ଗୁଣା ବୃଦ୍ଧି ହେବ। ଏହି ରଣନୈତିକ ପଦକ୍ଷେପ ସ୍ଥାୟୀ ଏବଂ ଉନ୍ନତ ଏଫ୍‌ଆର୍‌ପି ସମାଧାନ ସହିତ ନିର୍ମାଣ ଶିଳ୍ପରେ ପରିବର୍ତ୍ତନ ଆଣିବା ପାଇଁ ଜେଏଏମ୍‌ ପ୍ରତିବଦ୍ଧତାକୁ ସୂଚିତ କରୁଛି। ଏ ସମ୍ପର୍କରେ ଜେଏଏମ୍‌ର ନିର୍ଦ୍ଦେଶକ ସି.ପି. ଅଗ୍ରୱାଲ କହିଛନ୍ତି, କାର୍ବନ ଷ୍ଟିଲ୍‌ ରିବାରର ବିକଳ୍ପ ଭାବେ ଏଫ୍‌ଆର୍‌ପି ରିବାର ବ୍ୟବହାର ହୋଇପାରିବ।

ଏପରିକି ଭିତ୍ତିଭୂମି ଏବଂ ରେଳ ଭିତ୍ତିଭୂମି କ୍ଷେତ୍ରରେ ବିବିଧ ପ୍ରୟୋଗ ପାଇଁ ଉପଯୁକ୍ତ ଏଫ୍‌ଆର୍‌ପି ରିବାରଗୁଡିକ ୩୫% ପର୍ଯ୍ୟନ୍ତ ଖର୍ଚ୍ଚ କମାଇବା ସହ ଏଥିରୁ ଉନ୍ନତମାନର ସୁବିଧା ମିଳେ ଏବଂ ଆମର ଏଫ୍‌ଆର୍‌ପି ରିବାର କେବଳ ବିଶ୍ୱସ୍ତରୀୟ ମାନଦଣ୍ଡ ପୂରଣ କରେ ନାହିଁ ବରଂ ଆମକୁ ସଷ୍ଟେନେବଲ୍‌ ନିର୍ମାଣ ସମାଧାନରେ ଏକ ଅଗ୍ରଣୀ କମ୍ପାନୀ ହେବାରେ ସହାୟକ ହୋଇଥାଏ। ସେହିଭଳି ସଷ୍ଟେନେବଲ୍‌ ନିର୍ମାଣରେ ଅଗ୍ରଣୀ ଏହି ସମ୍ପ୍ରସାରଣ ଯୋଜନା କ୍ଷୟ ପ୍ରତିରୋଧୀ,ହାଲୁକା ଏଫ୍‌ଆରପି ରିବାର ଉତ୍ପାଦନରେ ଅଭିନବତା ଏବଂ ଉକତ୍ର୍ଷ ପ୍ରତି ଜେଏଏମ୍‌ର ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ଅଗ୍ରୱାଲ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଏମ୍‌ଡିସି ପରିଦର୍ଶନକଲେ କେନ୍ଦ୍ର ଇସ୍ପାତ ସଚିବ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ସଂସ୍ଥା ତଥା ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ(ଏନ୍‌ଏମ୍‌ଡିସି) ଲିମିଟେଡ୍‌ର ହାଇଦ୍ରାବାଦର ପାଟନଚେରୁସ୍ଥିତ ନ୍ୟୁ ଷ୍ଟେଟ୍‌ ଅଫ୍‌ ଆର୍ଟ...

୨୦୩୧-୩୨ସୁଦ୍ଧା ୩୮୪ଜିଡ଼ବ୍ଲ୍ୟୁ ଶକ୍ତି ଚାହିଦା ଆକଳନ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ଓଡ଼ିଶା ଶଖା ପକ୍ଷରୁ ଭୁବନେଶ୍ୱର ଠାରେ ପୂର୍ବାଞ୍ଚଳରେ ବିକଳ୍ପ ଶକ୍ତି ଉସତ୍ର ସୁଚିନ୍ତିତ ତଥା...

ବଜାରରେ ବଜାଜ୍‌ର ଫ୍ରିଡମ୍‌୧୨୫

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ବଜାଜ୍‌ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କମ୍ପ୍ରେସ୍‌ଡ ନ୍ୟାଚୁରାଲ ଗ୍ୟାସ୍‌ ବା ସିଏନ୍‌ଜି ବାଇକ୍‌ ‘ଫ୍ରିଡମ...

ଇସ୍‌ରାଏର ଚାର୍ଟରିଂ ସେରିମନି

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ହିଟିଂ, ରେଫ୍ରିଜରେଟିଂ ଆଣ୍ଡ ଏୟାର କଣ୍ଡିସ୍‌ନିଂ ଇଞ୍ଜିନିୟର୍ସ (ଆଇଏସ୍‌ଏଚ୍‌ଏଆର୍‌ଏଇ ବା ଇସ୍‌ରାଏ)ର ଭୁବନେଶ୍ୱର ଚାପ୍ଟର ପକ୍ଷରୁ...

ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ମନ୍‌ସୁନ୍‌ ସେଲ୍‌

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପୂର୍ବ ଭାରତର ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ବହୁ ପ୍ରତୀକ୍ଷିତ ଅଫର ‘ମନ୍‌ସୁନ୍‌...

ବ୍ୟବସାୟ ସମ୍ପ୍ରସାରଣକୁ ସର୍ବାଧିକ ଗୁରୁତ୍ୱ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): କିସ୍‌ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲେରି ପକ୍ଷରୁ ଭୁବନେଶ୍ୱରଠାରେ ଏକ ଦିନିକିଆ ଗ୍ରାହକ ସମ୍ମିଳନୀ (ରିଟେଲ ପାର୍ଟନରମାନଙ୍କ ପାଇଁ ଏକ ବ୍ୟବସାୟିକ...

ମାଲାବାରରେ ମାଇନ ଡାଇମଣ୍ଡ ଶୋ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡର ବହୁ ପ୍ରତୀକ୍ଷିତ ‘ଡାଇମଣ୍ଡ ’ ଶୋ ସର୍ବଭାରତୀୟ ସ୍ତରରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମାଲାବାର...

ବୈଦେଶିକ ମୁଦ୍ରାଭଣ୍ଡାରରେ ୧.୭୧ ବିଲିୟନ ଡଲାର ହ୍ରାସ

ଭୁବନେଶ୍ୱର,୬।୭(ଅନୁରାଧା ମହାରଣା): ଦେଶରେ ବୈଦେଶିକ ମୁଦ୍ରାଭଣ୍ଡାରରେ ହ୍ରାସ ଘଟିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶୁକ୍ରବାର ତଥ୍ୟ ପ୍ରକାଶକରି କହିଛି, ଚଳିତବର୍ଷ ଜୁନ୍‌ ଶେଷ ସପ୍ତାହରେ ୧.୭୧୩ ବିଲିୟନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri