ପ୍ରେମ, ଏକତାର ବାର୍ତ୍ତା ଦେଉଛନ୍ତି ଏଲ୍‌ଜିବିଟିକ୍ୟୁ+

ଜୁନ୍‌ ୧ରୁ ୩୦ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ‘ପ୍ରାଇଡ୍‌ ମାସ’ ଭାବେ ପାଳନ କରାଯାଉଛି। ଏହି ସମୟରେ ବିଭିନ୍ନ ସ୍ଥାନରେ ଏଲ୍‌ଜିବିଟିକ୍ୟୁ+ କମ୍ୟୁନିଟିମାନେ ପ୍ରାଇଡ୍‌ ୱାକ୍‌, ପରେଡ୍ସ, ଆଲୋଚନା ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି। ସମାଜ ପ୍ରତି ସେମାନଙ୍କର ଥିବା ଅବଦାନ ଓ ଆବଶ୍ୟକତାକୁ ବୁଝିବା ଏବଂ ସେନେଇ ସଚେତନତା ସୃଷ୍ଟି କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ତେବେ ଜୁନ୍‌ ୨୮କୁ ଇଣ୍ଟରନ୍ୟାଶନାଲ୍‌ ପ୍ରାଇଡ୍‌ ଡେ’ ଭାବେ ପାଳନ କରାଯାଉଛି। ପ୍ରେମ, ଏକତା ବିଶେଷକରି ସମାଜରେ ଏକ ସମାନତାର ବାର୍ତ୍ତା ନେଇ ପ୍ରାଇଡ୍‌ ୱାକ୍‌ରେ ଏହି କମ୍ୟୁନିଟିର ବିଭିନ୍ନ ବର୍ଗର ବ୍ୟକ୍ତିତ୍ୱଙ୍କୁ ଦେଖିବାକୁ ମିଳେ। ତେବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏଲ୍‌ଜିବିଟିକ୍ୟୁ+ କମ୍ୟୁନିଟିର କେତେଜଣ ବ୍ୟକ୍ତିତ୍ୱଙ୍କୁ ନେଇ ପ୍ରାଇଡ୍‌ ଦିବସ ଉପଲକ୍ଷେ ଧରିତ୍ରୀର ସ୍ବତନ୍ତ୍ର ଉପସ୍ଥାପନା।

ସନିନ୍‌: ମଡେଲର ଓ ସବ୍‌ସ୍କିଲ୍‌ ଟ୍ରେନର
ଭୁବନେଶ୍ୱରରେ ରହୁଥିବା ସନିନ୍‌ ମଡେଲିଂ କରିବା ସହ ଫୁଲ୍‌ ଟାଇମ୍‌ ସବ୍‌ ସ୍କିଲ ଟ୍ରେନର। ସେ ଲୋକଙ୍କୁ ଇଂଲିଶ ଭାଷାରେ ଯୋଗାଯୋଗ କରିବାର କଳା ଶିକ୍ଷା ଦିଅନ୍ତି। ପୂର୍ବରୁ ସେ ବମ୍ବେରେ ଏଚ୍‌ଆର୍‌ ଭାବେ କାମ କରୁଥିଲେ। ତେବେ ତାଙ୍କର ଯାତ୍ରା ଓ ପ୍ଲସ୍‌ ସାଇଜ୍‌ (ମୋଟା) ମଡେଲର ହେବାର ଅନୁଭୂତି ସମ୍ପର୍କରେ ସେ କୁହନ୍ତି, ଯେତେବେଳେ ମୁଁ ମୋ ଚିହ୍ନା ପରିଚୟ ଭିତରେ କାମ ଆରମ୍ଭ କଲି, ସମସ୍ତେ ପରାମର୍ଶ ଦେଇଥିଲେ କି ତୁମେ ମଡେଲ କରିପାରିବ। ମାତ୍ର ନୂଆ ନୂଆ ଆରମ୍ଭ ସମୟରେ ପୋଷାକକୁ ନେଇ ଅନେକ କଥା ଶୁଣିବାକୁ ମିଳିଥିଲା। ଏମିତିକି ବି ଘରେ ବି ବେଳେବେଳେ କୁହନ୍ତି, ଏମିତି କ’ଣ ପିନ୍ଧୁଛ। ତେଣୁ ନିଜକୁ ସୁହାଇବା ଭଳି ଆଗକୁ ବଢ଼ିଲି। ମାତ୍ର ଧ୍ୟାନ ଦେଲି ଏଥିପାଇଁ ଯେମିତି ସମାଜରେ କେହି କଷ୍ଟ ପାଇବନି। କାରଣ ସେସବୁକୁ ମଧ୍ୟ ଆମକୁ ଧ୍ୟାନ ଦେବାକୁ ପଡ଼ିବ। ମୁଁ ବେଙ୍ଗାଲୁରୁ, ବମ୍ବେରେ ପ୍ରାଇଡ୍‌ ଆଟେଣ୍ଡ କରିଛି। ଯେଉଁମାନେ ଦିନେ ଝରକା ପାଖରୁ ଆମକୁ ଦେଖୁଥିଲେ, ଏବେ ସେମାନେ ପାଖରୁ ଦେଖି ତାଳି ମାରୁଛନ୍ତି। ତେଣୁ ଧୀରେ ଧୀରେ ଏହା ଗ୍ରହଣଯୋଗ୍ୟ ହେଉଛି।
ସିବିୟାନ୍‌: ଫ୍ୟାଶନ ଡିଜାଇନର
ସିବିୟାନ୍‌ ସାରନ୍‌ ନନ୍ଦ। ଫ୍ୟାଶନ ଡିଜାଇନର ଓ ମଡେଲ ଭାବରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି। ସମ୍ବଲପୁରରେ ଜନ୍ମ ହୋଇଥିବା ସିବିୟାନ୍‌ ଭୁବନେଶ୍ୱରରେ ଫ୍ୟାଶନ ଡିଜାଇନିଂ ବିଶେଷକରି ଷ୍ଟାଇଲିଂ, ଡ୍ରାପିଂ, କ୍ରାଫ୍ଟ କ୍ଷେତ୍ରରେ ସେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି। ବିଭିନ୍ନ ରାମ୍ପ ଶୋ’ରେ ମଧ୍ୟ ସେ କାମ କରୁଛନ୍ତି। ପୁରୁଣା କାଳରେ ସଂସ୍କୃତି ସହ ଜଡ଼ିତ ଥିବା ବିଭିନ୍ନ ଡିଜାଇନ୍‌ କାମ ତାଙ୍କ କାମରେ ଦେଖିବାକୁ ମିଳେ। ସେ କହିଛନ୍ତି, ଏକ ରକ୍ଷଣଶୀଳ ପରିବାରରେ ଜନ୍ମ ମୋର। ଯେହେତୁ ମୁଁ ଏକ ଗେ’ କମ୍ୟୁନିଟିରେ ବିଲଙ୍ଗ କରୁଛି, ତେଣୁ ଏ କ୍ଷେତ୍ରରେ ଆଗକୁ ବଢ଼ିବା ଏତେ ସହଜ ନ ଥିଲା। ଘର ଲୋକଙ୍କୁ ରାଜି କରାଇବାକୁ ସମୟ ଲାଗିଲା। କେହି ରଙ୍ଗ ତ ଆଉ କିଏ ଶରୀର ଗଠନରେ ସମସ୍ୟାର ସାମ୍ନା କରୁଛନ୍ତି। ତେଣୁ ସମସ୍ୟା ତ ଅଛି, ମାତ୍ର ଆଗକୁ ବଢ଼ିବାକୁ ପଡ଼ିବ। ତେଣୁ ମୁଁ ମୋ ହିସାବରେ ଆଗକୁ ବଢ଼ିବା ସହ ପରିବାର, ସମାଜକୁ ମଧ୍ୟ ଧ୍ୟାନ ଦେଇଥିଲି। ଏହି ଦିବସରେ ମୋର ଗୋଟିଏ ବାର୍ତ୍ତା ରହିବ, ମାନସିକ ସ୍ବାସ୍ଥ୍ୟକୁ ସମସ୍ତେ ଧ୍ୟାନ ଦେବା ଆବଶ୍ୟକ।
ମସୁଦ୍‌: ପ୍ରାଇଡ୍‌ ମଡେଲ ସହ ମେକ୍‌ଅପ୍‌ ଆର୍ଟିଷ୍ଟ
ମସୁଦ୍‌ ଖାନ୍‌ ଦୀର୍ଘ ୯ବର୍ଷ ଧରି ଭୁବନେଶ୍ୱରରେ ଜଣେ ସ୍ବାଧୀନ ମେକ୍‌ଅପ୍‌ ଆର୍ଟିଷ୍ଟ ଭାବେ କାମ କରୁଛନ୍ତି। ହୋଟେଲ ମ୍ୟାନେଜମେଣ୍ଟ କାମରେ ସେ ଓଡ଼ିଶା ଆସିଥିଲେ। ତାଙ୍କ ଘର ଆସାମରେ। ମାତ୍ର ଭୁବନେଶ୍ୱରରେ ତାଙ୍କ କମ୍ୟୁନିଟି ପ୍ରତି ଥିବା ଏକ ସୁସ୍ଥ ପରିବେଶ ଦେଖି ଏଠାରେ ସେ ତାଙ୍କ ଘର ଲୋକଙ୍କ ସହ ରହିବାକୁ ପସନ୍ଦ କଲେ। ସେଲିବ୍ରିଟି ମେକ୍‌ଅପ୍‌ ସହ ସେ ସ୍ବାଧୀନ ଭାବେ ବାହାଘର ଏବଂ ଅନେକ ଇଭେଣ୍ଟରେ ସେ କାମ କରନ୍ତି। ଏଥିସହ ଜଣେ ପ୍ରାଇଡ୍‌ ମଡେଲ ଭାବେ ମଧ୍ୟ ମଡେଲିଂରେ କାମ କରୁଛନ୍ତି। ମସୁଦ୍‌ କହିଛନ୍ତି, ବୋଧେ ଆସାମରେ ରହିଥିଲେ ମୋତେ ସେତିକି ସମ୍ମାନ କି ସୁଯୋଗ ମିଳି ନ ଥାନ୍ତା, ଯାହା ଭୁବନେଶ୍ୱରରୁ ମିଳିଛି। ସେଠି ମୋ କାମକୁ ଗ୍ରହଣ ମଧ୍ୟ କରାଯାଇ ନ ଥାନ୍ତା। ତେଣୁ ଓଡ଼ିଶା ମୋ ପାଇଁ ଏକ ବ୍ଲେସିଙ୍ଗ। ଭବିଷ୍ୟତରେ ମଧ୍ୟ ଏଠାରେ ରହି କାମ କରିବି।

-ରିପୋର୍ଟ: ଶର୍ମିଷ୍ଠା ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀଙ୍କ ଦରମା ବଢ଼ାଇବାରୁ ଦୋକାନୀଙ୍କୁ ଜେଲ

ନେପିଡୋ,୩।୭:ମ୍ୟାନ୍‌ମାରରେ ଜଣେ ଦୋକାନୀ ତାଙ୍କ କର୍ମଚାରୀଙ୍କ ଦରମା ବୃଦ୍ଧି କରିଥିବାରୁ ତାଙ୍କୁ ଜେଲ ପଠାଯାଇଛି। ମ୍ୟାନ୍‌ମାରର ମୁଦ୍ରାସ୍ଫୀତି ବୃଦ୍ଧି ପାଉଥିବା ବେଳେ ଉକ୍ତ ଦୋକାନୀ ଜଣକ...

୨୧୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଶତ୍ରୁଘ୍ନ ସିହ୍ନା, ଝିଅ ସୋନାକ୍ଷୀଙ୍କୁ ଏଥିରୁ ଟଙ୍କାଟିଏ ଦେବାକୁ କଲେ ମନା, କାରଣ…

ମୁମ୍ବାଇ: ଆଜିକାଲି ଫିଲ୍ମ ଇଣ୍ଡଷ୍ଟ୍ରିରେ ଶତ୍ରୁଘ୍ନ ସିହ୍ନା ଏବଂ ତାଙ୍କ ପରିବାର ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଜାହିର ଇକ୍‌ବାଲଙ୍କ ସହ ଝିଅ ସୋନାକ୍ଷୀ ସିହ୍ନାଙ୍କ ବିବାହ...

ସୋନାକ୍ଷୀଙ୍କ ସହ ରକ୍ତ ସମ୍ପର୍କକୁ କାଟିଲେ ଭାଇ ଲବ ସିହ୍ନା! କହିଦେଲେ ବଡ଼ କଥା…

ବମ୍ବେ: ନିକଟରେ ଦୀର୍ଘ ଦିନର ପ୍ରେମିକ ଜାହିର ଇକବାଲଙ୍କ ହାତ ଧରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଉଭୟ ଭିନ୍ନ ଧର୍ମର ହୋଇଥିବାରୁ ବେଶ ସାଧାସିଧା...

ଆଖି ପିଛୁଳାକେ ଉଡୁଥିବା ପକ୍ଷୀକୁ ଝାମ୍ପି ନେଲା ମାଛ,  ଭିଡିଓ ଦେଖିଲେ…

ସମୁଦ୍ରରେ ବିଭିନ୍ନ ପ୍ରକାରର ଜୀବ ବାସ କରନ୍ତି। ଯାହାଙ୍କର ଅନେକ ସ୍ବତନ୍ତ୍ର ଗୁଣ ରହିଛି। ବର୍ତ୍ତମାନ ଟାଇଗର ଫିସ୍‌ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି,...

ସେପ୍ଟେମ୍ବର ୧୩ରେ ରିଲିଜ୍‌ ହେବ ‘ଦି ବକିଂହାମ୍‌ ମର୍ଡର୍ସ’

ମୁମ୍ବାଇ: ହନ୍‌ସଲ ମେହତାଙ୍କ ନିର୍ଦ୍ଦେଶିତ ତଥା ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଦି ବକିଂହାମ୍‌ ମର୍ଡର୍ସ’ର ରିଲିଜ୍‌ ତାରିଖ ସୋମବାର ଘୋଷଣା କରାଯାଇଛି।...

ପାଣ୍ଡ୍ୟାଙ୍କ ଲୁହ ଛଳଛଳ ଆଖିର ଫଟୋ ପୋଷ୍ଟ କରି ଏମିତି ଲେଖିଲେ ଆନନ୍ଦ ମହିନ୍ଦ୍ରା

ଟି -୨୦ବିଶ୍ୱକପ୍‌ ୨୦୨୪ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସୋସିଆଲ ମିଡିଆରେ ମଜାକ୍‌ ଉଡା ଯାଇଥିଲା। ମାତ୍ର ୨୦୨୪ ଟି -୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି...

ଜେଜେ ବୟସର ବ୍ୟକ୍ତିଙ୍କ ସହ ହେଲା ପ୍ରେମ: ଭିଡିଓ ଶେୟାର କରି ଏପରି କହିଲେ ଯୁବତୀ, ଥରେ ଶୁଣିଲେ… 

ବର୍ତ୍ତମାନ  ସମୟରେ ଯେ କେହି ରାତାରାତି ଭାଇରାଲ ହେବାକୁ ସର୍ବଦା ଚେଷ୍ଟା  ଚଲାଇଛନ୍ତି। ଏ ନେଇ ଇନ୍‌ଷ୍ଟାଗ୍ରାମ୍‌ ରିଲ୍‌ରେ ସେମାନେ ସମ୍ପର୍କ ଯୋଡ଼ି ସେସବୁକୁ ସୋସିଆଲ...

ପ୍ରବଳ ବର୍ଷା ପରେ ରାସ୍ତାରେ ବୁଲୁଛି କୁମ୍ଭୀର, ଲୋକେ ଭୟଭୀତ

ମୁମ୍ବାଇ,୧।୭: ମୌସୁମୀ ଆସିବା ପରେ ମହାରାଷ୍ଟ୍ରର ଉପକୂଳ ଅଞ୍ଚଳ ରତ୍ନଗୀରିରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ପରେ ରାସ୍ତାରେ କୁମ୍ଭୀର ଚାଲୁଥିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri