Posted inRasifala

ରାଶିଫଳ: ଶନିବାର, ଜୁନ୍‌ ୨୯ ତାରିଖ – Daily Horoscope

ମେଷ
ଆଜି ନିଜ ପରିସରରେ ସାହାଯ୍ୟ ମାଗୁଥିବା ଲୋକଟିକୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ। ସନ୍ତାନ, ଉଚ୍ଚଶିକ୍ଷା, ଆଲୋଚନା, ସଭାସମିତି ପ୍ରଭୃତି ଚିନ୍ତାଜନକ ରହିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇପାରେ।
ବୃଷ
ବୃଷ
ବନ୍ଧୁଙ୍କ ନିକଟରୁ ଆର୍ଥିକ ସହଯୋଗ ଲାଭକରି ଚେଷ୍ଟା କରୁଥିବା କାମଟିକୁ ପୂର୍ଣ୍ଣାଙ୍ଗ କରିପାରିବେ। ଅପରାହ୍ନେ ପ୍ରିୟଜନଙ୍କ ଆଗମନ ଯୋଗୁ ମଉଜ ମଜଲିସରେ ସମୟ ଅତିବାହିତ ହେବ। ଆମଦାନୀ ବାଣିଜ୍ୟରେ ଉନ୍ନତି କରିବେ କିନ୍ତୁ ପରିବହନ ସମସ୍ୟା ବହୁଳ ହୋଇପାରେ। ପାରିବାରିକ କ୍ଷେତ୍ରରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହେବ।
ମିଥୁନ
ମିଥୁନ
ସହକର୍ମୀଙ୍କ ସାହାଯ୍ୟ ନେଇ ଆରମ୍ଭ କରିଥିବା କାର୍ଯ୍ୟ ହାସଲରେ ସମର୍ଥ ହେବେ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବାରୁ ଦୁଶ୍ଚିନ୍ତା ବଢ଼ିପାରେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି, ଯାହାକି ପରିସ୍ଥିତିକୁ ସରଳ କରିବାରେ ସହାୟକ ହେବ। ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇ ବ୍ୟସ୍ତତା ଅନୁଭବ କରିପାରନ୍ତି।
କର୍କଟ
କର୍କଟ
ଭୁଲ୍‌ ବୁଝାମଣା କାରଣରୁ ବୃଥା ସନ୍ଦେହ ଜନିତ ସାଧାରଣ କଥାରେ କଳହ ଘଟିବାର ଆଶଙ୍କା ରହିଛି। ଅସମର୍ଥିତ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ପାରିବାରିକ ଜୀବନରେ ଅସହିଷ୍ଣୁତା ଅଶାନ୍ତିର କାରଣ ହେବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଗ୍ରଣୀଭୂମିକା ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି।
ସି˚ହ
ସି˚ହ
ଭୁଲ୍‌ ବୁଝାମଣାରୁ ପରିବାରରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ଅର୍ଥସଂକଟ ଲାଗି ରହିଥିଲେ ମଧ୍ୟ ଆବଶ୍ୟକ ସମୟରେ ତାହା ପାଇବା କଷ୍ଟକର ହେବନାହିଁ। ଆଲୋଚନା ପରିସରରେ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଯେଉଁ ଜିନିଷଟିକୁ ପାଇବାକୁ ଆଶା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ।
କନ୍ୟା
ସମୟୋଚିତ ପଦକ୍ଷେପ ଗ୍ରହଣ କରି ପରିବାରର ଅସଜଡା ପରିସ୍ଥିତି ସୁଧାରିବାକୁ ଚେଷ୍ଟା କରିପାରନ୍ତି। ଶିଳ୍ପ, ସଙ୍ଗୀତ ସମାରୋହ, ସାମ୍ବାଦିକତା, ସାହିତ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ। ଜମିଜମା ବିବାଦ କିମ୍ବା ଋଣଗ୍ରସ୍ତ ସାଙ୍ଗକୁ କରଜଦାତାଙ୍କ ଚାପ ଚିନ୍ତା ବଢ଼ାଇବ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ପରିବାରରେ ଝଗଡ଼ା ଲାଗିପାରେ।
ତୁଳା
ତୁଳା
ବନ୍ଧୁଙ୍କ ନିକଟରୁ କୌଣସି ବିଭ୍ରାନ୍ତିକର ଖବର ପାଇ ବିବ୍ରତ ହୋଇପାରନ୍ତି। କ୍ରନିକ୍‌ ରୋଗପୀଡ଼ା ସାଙ୍ଗକୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ। ମନକୁ ନ ପାଇବା ହେତୁ କିଣି ଆଣିଥିବା ଜିନିଷ ବଦଳାଇବା କଷ୍ଟକର ହେବ। ତଥାପି ଯେତେ ଭଲ କାମ କଲେ କ’ଣ ହେବ, ଟିକିଏ ଟିକିଏ କଥାରେ ଚିହ୍ନା ପଡ଼ି ସମାଲୋଚିତ ହେବେ।
ବିଛା
ବିଛା
ପୂର୍ବସ୍ଥିରୀକୃତ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ପ୍ରିୟଜନଙ୍କ ପରାମର୍ଶ ନେବା ଭଲ ହେବ। ଅର୍ଥ ସମ୍ପର୍କୀୟ କାମରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ। ବୃଥାଶଙ୍କା ଓ ଅସ୍ଥିରତା ଜନିତ କର୍ମକ୍ଷେତ୍ରର ଘଟଣାଗୁଡ଼ିକ ଅସାଧାରଣ ମନେ ହେବ। ପାରିବାରିକ ସ୍ତରରେ ନିଜ ଜିଦ୍‌ରେ ଅଟଳ ରହି ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି।
ଧନୁ
ଧନୁ
ଦେବଗୁରୁଙ୍କ ପୃଷ୍ଠଦେଶରେ ପାପଯୁକ୍ତ ଅଷ୍ଟମାଧିପ ହେତୁ ସମ୍ପର୍କୀୟ ଚାହିଁଲେ ମଧ୍ୟ ଅନିଷ୍ଟ କରିପାରିବେ ନାହିଁ। ପୂର୍ବାଷାଢ଼ା ନକ୍ଷତ୍ରର କୌଣସି ଅଭାବ ନ ଥାଇ ମଧ୍ୟ ମନ ଭଲ ଲାଗିବ ନାହିଁ। ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କଷ୍ଟକର ହେବ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ। ମହିଳା କାମ ହାସଲରେ ସମର୍ଥ ହେବେ।
ମକର
ମକର
କର୍ମକ୍ଷେତ୍ରରେ ଅଟକି ରହିଥିବା ସକାଶେ ଫାଇଲ୍‌ କାମ ସମ୍ପନ୍ନ କରିବାରେ ସମର୍ଥ ହେବେ। ଆଜିର ଯାତ୍ରାର ଲକ୍ଷ୍ୟ ପୂରଣ ହେବ ମାତ୍ର ଖର୍ଚ୍ଚ ପରିମାଣ ବୃଦ୍ଧିରୁ ଅଶାନ୍ତ ରହିପାରନ୍ତି। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି। ବିବାଦର ଆଶଙ୍କା କରୁଥିବା ଘଟଣାରେ ସେମିତି କିଛି ହେବ ନାହିଁ।
କୁମ୍ଭ
କୁମ୍ଭ
ଯେତେ ସମସ୍ୟା ଆସିଲେ ମଧ୍ୟ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେବେ। ପ୍ରତିକ୍ରିୟାଶୀଳ ମନୋବୃତ୍ତି ପୋଷଣ କଲେ ଅସୁବିଧାରେ ପଡ଼ିବେ। ଆଜିର ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ ନ କଲେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ମୀନମୀନ

ପ୍ରତ୍ୟେକ ଦିଗରେ ଶୁଭଫଳ ପ୍ରଦାନ ସକାଶେ ଆଜିର ଅନୁକୂଳ ଗ୍ରହସ୍ଥିତି ରହିଛି। କିନ୍ତୁ ଦୂରଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। କଳା, ସାହିତ୍ୟ, ସାମ୍ବାଦିକତା, ଆଲୋଚନା, ସଭାସମିତି କ୍ଷେତ୍ର୍ରରେ ଉପକୃତ ହେବେ। ଜମିଜମା ସମ୍ବନ୍ଧୀୟ କେତେକ କାଗଜପତ୍ର୍ରକୁ କେନ୍ଦ୍ରକରି ଯୁକ୍ତିତର୍କର ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ପାରିବାରିକ ଓ କର୍ମକ୍ଷେତ୍ରର ସମସ୍ୟା ଆପଣଙ୍କୁ ନିରୁତ୍ସାହିତ କରିପାରେ। ପ୍ରତ୍ୟେକ କାମରେ ବିଳମ୍ବତା ଜନିତ ମନସ୍ତାପ କରିପାରନ୍ତି। ତଥାପି ଦ୍ୱିଜା ନକ୍ଷତ୍ର ପାରିପାର୍ଶ୍ୱିକ...

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୪ ତାରିଖ – Daily Horoscope

ମେଷ ବାଣୀକାରକ ବୁଧ ପାପଗ୍ରହ ପ୍ରଭାବରେ ଆପଣଙ୍କ ଆଜିର ଭୁଲ୍‌ ନିଷ୍ପତ୍ତି ସମସ୍ୟା ସୃଷ୍ଟି କରିବ। ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ ତଥାପି ସକାଳ...

ରାଶିଫଳ: ଗୁରୁବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଆଜି ଧନାଧିପ ସପ୍ତମସ୍ଥ ଯୋଗୁ ଅର୍ଥ, ସମ୍ମାନ ସହ କର୍ମକ୍ଷେତ୍ରରେ ସମ୍ମାନର ଅଧିକାରୀ ହେବେ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ଆନୁଷ୍ଠାନିକ...

ରାଶିଫଳ: ବୁଧବାର, ଅକ୍ଟୋବର ୨ ତାରିଖ – Daily Horoscope

ମେଷ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ କିନ୍ତୁ ମାନସିକ ସ୍ତରରେ ବ୍ୟସ୍ତତା ଲାଗିରହିବ। ଈର୍ଷା ପରାୟଣ ବ୍ୟକ୍ତି ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି...

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାଶିର ସନ୍ତାନ ଭାବରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ବିଭିନ୍ନ ସମସ୍ୟା ସାଙ୍ଗକୁ ଆମତ୍ୀୟଙ୍କ ହତାଦର ମାନସିକ ସ୍ଥିତିକୁ...

ରାଶିଫଳ: ସୋମବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ରାଜନୀତି, ସଭାସମିତି ପାଇଁ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ। ସମ୍ପର୍କୀୟଙ୍କ...

ରାଶିଫଳ: ରବିବାର, ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ମଙ୍ଗଳଙ୍କ ଦୁର୍ବଳତା ଓ ଶୁକ୍ରଙ୍କ ସବଳତା ହେତୁ ବାଦବିବାଦରୁ ଦୂରେଇ ରହିବା ଭଲ। ଅଟକି ରହିଥିବା କାମଗୁଡ଼ିକ ଯୋଗୁ ଶାନ୍ତି ବ୍ୟାହତ ହେବ। ପରିସ୍ଥିତିକୁ...

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ବିଚାରବୁଦ୍ଧି, ଦୂରଦର୍ଶିତା ଏବଂ ନ୍ୟାୟୋଚିତ ଦିଗ୍‌ଦର୍ଶନ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ରବିଙ୍କ ଦୁର୍ବଳତା କାରଣରୁ କୃତ୍ତିକା ନକ୍ଷତ୍ରର ମାନସିକ ସ୍ତରରେ ଏକାଧିକ ସମସ୍ୟା ଦୁଶ୍ଚିନ୍ତାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri