Posted inଖେଳ

ଟି -୨୦ ବିଶ୍ୱକପ୍‌ ଫାଇନାଲ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ଦକ୍ଷିଣ ଆଫ୍ରିକା ଅଧିନାୟକ, କହିଲେ ଯାହା ହେଇଯାଉ ପଛେ…

ନୂଆଦିଲ୍ଲୀ,୨୯।୬: ଟି -୨୦ ବିଶ୍ୱକପ୍‌ ୨୦୨୪ର ଫାଇନାଲ ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଉଭୟଙ୍କ ମଧ୍ୟରେ ଏହି ଟାଇଟଲ ଯୁଦ୍ଧ ଆଜି ଅର୍ଥାତ୍‌ ଶନିବାର ବାର୍ବଡୋସର କେନ୍ସିଙ୍ଗଟନ ଓଭାଲରେ ହେବ। ଏହି ମ୍ୟାଚ ମାଧ୍ୟମରେ ଦକ୍ଷିଣ ଆଫ୍ରିକା ଦଳ ଏହାର ପ୍ରଥମ ବିଶ୍ୱକପ୍‌ ଜିତିବାକୁ ଚାହୁଁଥିବାବେଳେ ଟିମ ଇଣ୍ଡିଆ ଦ୍ୱିତୀୟ ଟି -୨୦ ବିଶ୍ୱକପ୍‌ ହାତେଇବ। କିନ୍ତୁ ଏହି ଫାଇନାଲ ମ୍ୟାଚ ପୂର୍ବରୁ ଆଫ୍ରିକୀୟ ଅଧିନାୟକ ଆଡେନ ମାର୍କ୍ରମ ଟିମ ଇଣ୍ଡିଆକୁ ଏକ ବଡ଼ ଚେତାବନୀ ଦେଇଛନ୍ତି।

ମାର୍କ୍ରମ ଫାଇନାଲ ପୂର୍ବରୁ କହିଛନ୍ତି, ଫଳାଫଳ ଯାହା ହେଉନା କାହିଁକି ଆମେ ଦଳ ପାଇଁ ଜିତିବାକୁ ଭୋକିଲା। ଆଫ୍ରିକୀୟ ଅଧିନାୟକ ସ୍ପଷ୍ଟ କରିଛନ୍ତି ଯେ, ସେ ଟ୍ରଫି ପାଇଁ ଜାନ୍‌ ଲଗାଇ ଖେଳିବେ। ସେ କୌଣସି ମୂଲ୍ୟରେ ପ୍ରଥମ ବିଶ୍ୱକପ ଟ୍ରଫି ତାଙ୍କ ହାତରୁ ଖସିଯିବାକୁ ଦେବେ ନାହିଁ। ଆପଣଙ୍କୁ କହିରଖୁଛୁ ଯେ ଦକ୍ଷିଣ ଆଫ୍ରିକାର ଦଳ ୩୨ ବର୍ଷର ଦୀର୍ଘ ଅପେକ୍ଷା ପରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଫାଇନାଲରେ ପହଞ୍ଚିଛି।ମାର୍କ୍ରମ କହିଛନ୍ତି, ଭାରତ ଏକ ମହାନ ଦଳ। ଦକ୍ଷିଣ ଆଫ୍ରିକା ଗତ କିଛି ବର୍ଷ ହେବ ସଠିକ ଦିଗରେ ଅଗ୍ରଗତି କରୁଛି। ଏହା ଆମ ପାଇଁ ଏକ ବଡ଼ ସୁଯୋଗ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ଦଳ ବଦଳାଇବେ ଅଶ୍ୱିନ, ଧୋନୀଙ୍କ ଟିମ୍‌କୁ ଫେରିବା ନେଇ ଦେଲେ ବଡ଼ ସଙ୍କେତ…

ନୂଆଦିଲ୍ଲୀ,୬।୭: ଟିମ୍‌ ଇଣ୍ଡିଆ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଇପିଏଲ୍‌ରେ ଏବେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଛନ୍ତି। ଏହାପୂର୍ବରୁ ଅନେକ ବର୍ଷ ଯାଏ ସେ ମହେନ୍ଦ୍ର ସିଂହ...

ହୋଇଗଲା ସ୍ପଷ୍ଟ! ହାର୍ଦ୍ଦିକ-ନତାଶାଙ୍କ ସମ୍ପର୍କରେ ଫାଟ…

ନୂଆଦିଲ୍ଲୀ,୬।୭: ଟି୨୦ ବିଶ୍ୱକପ୍‌ ୨୦୨୪ରେ ସ୍ବତନ୍ତ୍ର ଯୋଗଦାନ ଦେଇଥିବା ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ। କିଛି...

ଟିମ୍‌ ଇଣ୍ଡିଆ ପାଇଁ ଏହି ୩ ଖେଳାଳି ଆଜି କରିପାରନ୍ତି ଡେବ୍ୟୁ

ହରାରେ,୬।୭: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଶନିବାର ହରାରେଠାରେ ଖେଳାଯିବ। ଟିମ ଇଣ୍ଡିଆ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଶୁବମନ ଗିଲଙ୍କ...

ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ କି ଟିମ୍‌ ଇଣ୍ଡିଆ ? ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ, ୦୬।୦୭: ଟି-୨୦ ବିଶ଼୍ବକପ୍‌ରେ ଭାରତୀୟ ଟିମ୍‌ ଚମତ୍କାର ପ୍ରଦର୍ଶନ କରି ବିଶ଼୍ବ ଚାମ୍ପିୟନ୍‌ ହୋଇଛି । ୨୯ ଜୁନ୍‌ରେ ଖେଳା ଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ...

ଅଲମ୍ପିକ୍‌ରେ ଭାଗ ନେବେ କି କୋହଲି-ରୋହିତ୍‌ ? ମୋଦିଙ୍କୁ ରାହୁଲ କହିଲେ…

ନୂଆଦିଲ୍ଲୀ, ୦୬।୦୭: ଟିମ୍‌ ଇଣ୍ଡିଆର ପୂର୍ବତନ ମୁଖ୍ୟକୋଚ ରାହୁଲ ଦ୍ରାବିଡ଼ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ହୋଇଥିବା ସାକ୍ଷାତ ସମୟରେ ଅଲମ୍ପିକ୍‌କୁ ନେଇ କଥା...

ଆନ୍ଥୋନୀ ଓଡ଼ିଶା ଏଫ୍‌ସିର ସହକାରୀ କୋଚ୍‌

ଭୁବନେଶ୍ୱର, ୬।୭(ତପନ ସ୍ବାଇଁ): ଓଡ଼ିଶା ଏଫ୍‌ସି ଆଗାମୀ ସିଜନ ପାଇଁ ଆନ୍ଥୋନୀ ଫର୍ନାଣ୍ଡିଜ୍‌ଙ୍କୁ ସହକାରୀ କୋଚ୍‌ ନିଯୁକ୍ତ କରିଛି। ଫଳରେ ଫ୍ଲୟଡ ପିଣ୍ଟୋଙ୍କ ସ୍ଥାନରେ ସେ...

ଚେସ୍‌ ମ୍ୟାଚ୍‌ ଚାଲିଥିବାବେଳେ ହଠାତ୍‌ ଟଳିପଡିଲେ ପ୍ରସିଦ୍ଧ ଗ୍ରାଣ୍ଡମାଷ୍ଟର

ଢାକା,୬।୭: ବାଂଲାଦେଶର ଟପ ଚେସ ଗ୍ରାଣ୍ଡମାଷ୍ଟର ଖେଳ ସମୟରେ ମୃତ୍ୟୁବରଣ କରିଛନ୍ତି। ବାଂଲାଦେଶର ସବୁଠାରୁ ପ୍ରସିଦ୍ଧ ଚେସ ଗ୍ରାଣ୍ଡମାଷ୍ଟର ଜିଆଉର ରେହମାନଙ୍କ ୫୦ ବର୍ଷ ବୟସରେ...

ଟିମ ଇଣ୍ଡିଆର ବିଜୟ ପରେଡରେ ଲାଗିଲା ଚୁନା, ୬୦ରୁ ଅଧିକ ଲୋକଙ୍କ ମୋବାଇଲ ଗାଏବ

ମୁମ୍ବାଇ,୬।୭: ମୁମ୍ବାଇରେ ଭାରତୀୟ କ୍ରିକେଟ ଦଳର ଉତ୍ସବରେ ଯୋଗଦେବା ଅନେକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବର୍ତ୍ତମାନ ଆପଣ ଭାବୁଛନ୍ତି ଏହା କାହିଁକି କୁହାଯାଉଛି ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri