Posted inଜାତୀୟ

ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ୟୁଜିସି-ନେଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୯ା୬ (ପି.ଟି.): ଭାରତୀୟ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ‘ଆସିଷ୍ଟାଣ୍ଟ ପ୍ରଫେସର’ ଏବଂ ‘ଜୁନିୟର ରିସର୍ଚ୍ଚ ଫେଲୋଶିଫ୍‌ ଓ ଆସିଷ୍ଟାଣ୍ଟ ପ୍ରଫେସର’ ପଦରେ ନିଯୁକ୍ତି ପାଇଁ ୟୁଜିସି-ନେଟ୍‌ ପରୀକ୍ଷା ଜୁନ୍‌ ୧୮ରେ ଅନୁଷ୍ଠିତ ହୋଇଥିଲା। ଦେଶର ୩୧୭ ସହରରେ ୧୧.୨୧ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଓଏମ୍‌ଆର୍‌ (ପେନ୍‌ ଆଣ୍ଡ ପେପର୍‌)ରେ ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ। ଏହାର ଦିନକ ପରେ ପରୀକ୍ଷା ଆୟୋଜକ ଏନ୍‌ଟିଏ ଏହାକୁ ରଦ୍ଦ କରିଦେଇଥିଲା। ପରୀକ୍ଷାରେ ସାଲିସ କରାଯାଇଥିବାରୁ ଏହାକୁ ରଦ୍ଦ କରାଯାଇଥିବା ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଫେଇ ଦେଇଥିଲେ। ୟୁଜିସି-ନେଟ୍‌ ପରୀକ୍ଷା ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ କରାଯିବ। ସେହିପରି ଜଏଣ୍ଟ ସିଏସ୍‌ଆଇଆର୍‌-ଇଜିସି ନେଟ୍‌ ପରୀକ୍ଷା ଜୁଲାଇ ୨୫ରୁ ୨୭ ମଧ୍ୟର ହେବ। ଜୁଲାଇ ୧୦ରେ ଏନ୍‌ସିଇଟି ପରୀକ୍ଷା କରାଯିବ ବୋଲି ଶୁକ୍ରବାର ବିଳମ୍ବିତ ରାତିରେ ଏନ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସିବ ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍‌

ନୂଆଦିଲ୍ଲୀ,୬ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍‌ ଆସିବ। ଏହି ବଜେଟ୍‌ ଆସନ୍ତା ୨୩ ତାରିଖରେ ଉପସ୍ଥାପନ କରାଯିବ ବୋଲି ଶନିବାର କେନ୍ଦ୍ରୀୟ...

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସରିଲା ସିବିଆଇ ଯାଞ୍ଚ, ମୁଖ୍ୟମନ୍ତ୍ରୀଙ୍କୁ ନେଇ ଅଧିକାରୀ କହିଲେ…

ମୁମ଼୍ବାଇ, ୬।୭: ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତି ମାମଲା ଯାଞ୍ଚ କରୁଥିବା କେନ୍ଦ୍ର ତଦନ୍ତକାରୀ ସଂସ୍ଥା ସିବିଆଇ ତଦନ୍ତ ଶେଷ କରିଛି । ଶନିବାର ସିବିଆଇ...

ସଂସଦରେ ଏହିଦିନ ଉପସ୍ଥାପନ ହେବ କେନ୍ଦ୍ର ବଜେଟ, କିରେନ ରିଜିଜୁ କଲେ ଘୋଷଣା

ନୂଆଦିଲ୍ଲୀ,୬।୭: କେନ୍ଦ୍ର ବଜେଟ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଶନିବାର ତାରିଖ ଘୋଷଣା କରିଛନ୍ତି। ସେ ଆଜି ଏକ୍ସରେ ପୋଷ୍ଟ କରି...

ଅମିତ ଶାହାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ଜାଣନ୍ତୁ କେଉଁ ମାମଲାର ଚାର୍ଜଶିଟ୍‌ରୁ ହଟାଗଲା ନାଁ

ନୂଆଦିଲ୍ଲୀ,୬।୭: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମିଳିଛି ଆଶ୍ୱସ୍ତି। ତାଙ୍କ ନାଁରେ ରୁଜୁ ହୋଇଥିବା ମାମଲାର ଚାର୍ଜସିଟ୍‌ରୁ ତାଙ୍କ ନାଁ ହଟାଯାଇଛି। ମଡେଲ କୋଡ ଅଫ...

ଓଡ଼ିଆ ପୁଅ ବିମଳଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ

ନୂଆଦିଲ୍ଲୀ,୬।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାହସିକତା ଏବଂ ବିରତ୍ୱ ପାଇଁ ଓଡ଼ିଆ ପୁଅ ତଥା ନୌସେନାରେ କାର୍ଯ୍ୟରତ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନରେ...

ଗୁଜୁରାଟରୁ ମୋଦିଙ୍କୁ ବଡ଼ ଚ୍ୟାଲେଞ୍ଜ କଲେ ରାହୁଲ ଗାନ୍ଧୀ, କହିଲେ…

ଗାନ୍ଧୀନଗର,୬।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁଜୁରାଟ ଗସ୍ତରେ ଅଛନ୍ତି। ଶନିବାର ଗୁଜୁରାଟରେ ପହଞ୍ଚି ସେ ବିଧାନସଭା ନିର୍ବାଚନକୁ ନେଇ ବଡ଼ ଚ୍ୟାଲେଞ୍ଜ କରିଛନ୍ତି। ସେ...

ଗିରଫ ହେଲା କୋଟିପତି ଚୋର, ନାଁ ବଦଳାଇ କରିଥିଲା ବିବାହ

ମୁମ଼୍ବାଇ, ୬।୭: ବହୁଦିନ ଧରି ଚୋରି କରି ମୁମ଼୍ବାଇରେ ଅଏସ୍‌ କରୁଥିବା ଜଣେ କୋଟିପତି ଚୋରକୁ ଗିରଫ କରିଛି ଗୁଜୁରାଟ ପୋଲିସ । ଏହି ଚୋର...

ରୋହିତ ଶର୍ମାଙ୍କ ଅବସରକୁ ନେଇ ମା’ କଲେ ବଡ଼ ଖୁଲାସା: କହିଲେ ଏମିତି କଥା

ନୂଆଦିଲ୍ଲୀ,୬।୭: ୨୦୨୪ ଟି-୨୦ ବିଶ୍ୱକପ ଜିତିବା ପରେ ରୋହିତ ଶର୍ମା ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଥିଲେ। କିନ୍ତୁ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠିଛି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri