Posted inଖେଳ

ବଡ଼ ଅପଡେଟ୍‌: ଜାଣନ୍ତୁ ବିଶ୍ୱକପ୍‌ ଫାଇନାଲରେ ବର୍ଷା ହେଲେ କ’ଣ ହେବ

ବ୍ରିଜଟାଉନ,୨୯।୬: ଟି୨୦ କ୍ରିକେଟ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଶନିବାର ସ୍ଥାନୀୟ କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ଏହି ମହାମୁକାବିଲାରେ ପରସ୍ପରର ସମ୍ମୁଖୀନ ହେବେ ଭାରତ-ଦକ୍ଷିଣ ଆଫ୍ରିକା। ୨୦୦୭ରେ ଚାମ୍ପିୟନ ଓ ୨୦୧୪ରେ ରନରଅପ୍‌ ଭାରତ ତୃତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି। ଭାରତ ଦ୍ୱିତୀୟ ଥର ଟାଇଟଲ ହାସଲ ଲକ୍ଷ୍ୟରେ ଥିବା ବେଳେ ପ୍ରଥମ ଥର ବିଶ୍ୱପକ୍‌ ଫାଇନାଲ ମ୍ୟାଚ୍‌ ଖେଳିବ ଦକ୍ଷିଣ ଆଫ୍ରିକା। ଫଳରେ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି।

ଅନ୍ୟପକ୍ଷେ ବାରବାଡୋସରେ ବର୍ଷା ଯୋଗୁ ମ୍ୟାଚ୍‌ ପ୍ରଭାବିତ ହେବ ବୋଲି ମଧ୍ୟ ଆଶଙ୍କା କରାଯାଉଛି। ହେଲେ ସେମିଫାଇନାଲ ମ୍ୟାଚ୍‌ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମ୍ୟାଚରେ କୌଣସି ରିଜର୍ଭ ଦିନ ରଖି ନ ଥିବା ବେଳେ ୨୫୦ ମିନିଟର ଅତିରିକ୍ତ ସମୟ ସଂରକ୍ଷିତ ରହିଥିଲା। କିନ୍ତୁ ଫାଇନାଲ ମ୍ୟାଚକୁ ନେଇ ଏକ ବଡ଼ ଅପଡେଟ୍‌ ସାମ୍‌ନାକୁ ଆସିଛି। ଯଦି କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଜୁନ ୨୯ରେ ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହେଲେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ରିଜର୍ଭ ଦିନ ସଂରକ୍ଷିତ ରଖିଛି।

ଏପରିକି ଅମ୍ପାୟାରମାନେ ଅତିରିକ୍ତ ସମୟ ମଧ୍ୟ ବ୍ୟବହାର କରିପାରିବେ। ଆବଶ୍ୟକ ସ୍ଥଳେ ସେହି ଦିନ ଫଳାଫଳ ହାସଲ କରିବାକୁ ଚେଷ୍ଟା କରିବା ପାଇଁ ଓଭର ସଂଖ୍ୟା ମଧ୍ୟ ହ୍ରାସ କରି ପାରିବେ। ଏପରିକି ଅମ୍ପାୟାରମାନେ ମ୍ୟାଚ୍‌ ନିର୍ଦ୍ଧାରିତ ଦିନରେ କରିବାକୁ ନିଷ୍ପତ୍ତି ନେବେ।

ଯଦି ଉଭୟ ଦଳ ସର୍ବନିମ୍ନ ୧୦ ଓଭର ଖେଳନ୍ତି ତେବେ ଫଳାଫଳ ଆସିବାର ମଧ୍ୟ ସମ୍ଭାବନା ରହିଛି। ଯଦି ବର୍ଷା ଯୋଗୁ ମ୍ୟାଚ୍‌ ସମ୍ପୂର୍ଣ୍ଣ ବାତିଲ ହୋଇଯାଏ ତେବେ ଖେଳ ମ୍ୟାଚ୍‌ ଜୁନ୍‌ ୩୦ ତଥା ରବିବାର ଖେଳାଯିବ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପକ୍ଷରୁ ଏକ ଗାଇଡ୍‌ଲାଇନ୍‌ ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆ ପାଇଁ ଏହି ୩ ଖେଳାଳି ଆଜି କରିପାରନ୍ତି ଡେବ୍ୟୁ

ହରାରେ,୬।୭: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଶନିବାର ହରାରେଠାରେ ଖେଳାଯିବ। ଟିମ ଇଣ୍ଡିଆ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଶୁବମନ ଗିଲଙ୍କ...

ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ କି ଟିମ୍‌ ଇଣ୍ଡିଆ ? ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ, ୦୬।୦୭: ଟି-୨୦ ବିଶ଼୍ବକପ୍‌ରେ ଭାରତୀୟ ଟିମ୍‌ ଚମତ୍କାର ପ୍ରଦର୍ଶନ କରି ବିଶ଼୍ବ ଚାମ୍ପିୟନ୍‌ ହୋଇଛି । ୨୯ ଜୁନ୍‌ରେ ଖେଳା ଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ...

ଅଲମ୍ପିକ୍‌ରେ ଭାଗ ନେବେ କି କୋହଲି-ରୋହିତ୍‌ ? ମୋଦିଙ୍କୁ ରାହୁଲ କହିଲେ…

ନୂଆଦିଲ୍ଲୀ, ୦୬।୦୭: ଟିମ୍‌ ଇଣ୍ଡିଆର ପୂର୍ବତନ ମୁଖ୍ୟକୋଚ ରାହୁଲ ଦ୍ରାବିଡ଼ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ହୋଇଥିବା ସାକ୍ଷାତ ସମୟରେ ଅଲମ୍ପିକ୍‌କୁ ନେଇ କଥା...

ଆନ୍ଥୋନୀ ଓଡ଼ିଶା ଏଫ୍‌ସିର ସହକାରୀ କୋଚ୍‌

ଭୁବନେଶ୍ୱର, ୬।୭(ତପନ ସ୍ବାଇଁ): ଓଡ଼ିଶା ଏଫ୍‌ସି ଆଗାମୀ ସିଜନ ପାଇଁ ଆନ୍ଥୋନୀ ଫର୍ନାଣ୍ଡିଜ୍‌ଙ୍କୁ ସହକାରୀ କୋଚ୍‌ ନିଯୁକ୍ତ କରିଛି। ଫଳରେ ଫ୍ଲୟଡ ପିଣ୍ଟୋଙ୍କ ସ୍ଥାନରେ ସେ...

ଚେସ୍‌ ମ୍ୟାଚ୍‌ ଚାଲିଥିବାବେଳେ ହଠାତ୍‌ ଟଳିପଡିଲେ ପ୍ରସିଦ୍ଧ ଗ୍ରାଣ୍ଡମାଷ୍ଟର

ଢାକା,୬।୭: ବାଂଲାଦେଶର ଟପ ଚେସ ଗ୍ରାଣ୍ଡମାଷ୍ଟର ଖେଳ ସମୟରେ ମୃତ୍ୟୁବରଣ କରିଛନ୍ତି। ବାଂଲାଦେଶର ସବୁଠାରୁ ପ୍ରସିଦ୍ଧ ଚେସ ଗ୍ରାଣ୍ଡମାଷ୍ଟର ଜିଆଉର ରେହମାନଙ୍କ ୫୦ ବର୍ଷ ବୟସରେ...

ଟିମ ଇଣ୍ଡିଆର ବିଜୟ ପରେଡରେ ଲାଗିଲା ଚୁନା, ୬୦ରୁ ଅଧିକ ଲୋକଙ୍କ ମୋବାଇଲ ଗାଏବ

ମୁମ୍ବାଇ,୬।୭: ମୁମ୍ବାଇରେ ଭାରତୀୟ କ୍ରିକେଟ ଦଳର ଉତ୍ସବରେ ଯୋଗଦେବା ଅନେକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବର୍ତ୍ତମାନ ଆପଣ ଭାବୁଛନ୍ତି ଏହା କାହିଁକି କୁହାଯାଉଛି ।...

ରାହୁଲ ଦ୍ରାବିଡଙ୍କୁ କୋଚ କରିବା ପାଇଁ ପ୍ରସ୍ତାବ ଦେଲେ ପାକିସ୍ତାନ ସାମ୍ବାଦିକ: ଲୋକେ କହିଲେ…

ନୂଆଦିଲ୍ଲୀ,୬।୭: ଭାରତୀୟ କ୍ରିକେଟ ଦଳ ସହ କୋଚ ଭାବରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟରେ ଟିମ ଇଣ୍ଡିଆ ଟି...

କୋହଲିଙ୍କଠାରୁ ଏମିତି କଥା ଶୁଣି ଖୁସି ହୋଇଗଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୬।୭: ଟି -୨୦ ବିଶ୍ୱକପ ଟ୍ରଫି ଜିତିବା ପରେ ଟିମ ଇଣ୍ଡିଆର ଖେଳାଳିମାନେ ଭାରତରେ ପହଞ୍ଚିଥିଲେ। ଭାରତୀୟ ଖେଳାଳିଙ୍କୁ ସ୍ବାଗତ କରାଯାଇଥିଲା। ଏଥିସହ ଭାରତୀୟ ପ୍ରଧାନମନ୍ତ୍ରୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri