Posted inଖେଳ

ଆସିଲା ବଡ଼ ଖବର: ଏହି କାରଣ ଯୋଗୁ ଆଜି ଖେଳାଯିବନି ବିଶ୍ୱକପ୍‌ ଫାଇନାଲ!

ନୂଆଦିଲ୍ଲୀ,୨୯।୬: ଟି -୨୦ ବିଶ୍ୱକପ୍‌ ୨୦୨୪ର ଫାଇନାଲ ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଉଭୟଙ୍କ ମଧ୍ୟରେ ଏହି ଟାଇଟଲ ଯୁଦ୍ଧ ଆଜି ଅର୍ଥାତ୍‌ ଶନିବାର ବାର୍ବଡୋସର କେନ୍ସିଙ୍ଗଟନ ଓଭାଲରେ ହେବ। ଏହି ମ୍ୟାଚ୍‌ ପାଇଁ ପୂରା ବିଶ୍ୱର କ୍ରିକେଟ ପ୍ରେମୀ ଅପେକ୍ଷା କରି ରହିଛନ୍ତି। ଉଭୟ ଟିମ ଏ ଯାଏ ଟୁର୍ନାମେଣ୍ଟରେ ଅପରାଜେୟ ରହିଛନ୍ତି।

ଦକ୍ଷିଣ ଆଫ୍ରିକା ପ୍ରଥମ ସେମି ଫାଇନାଲରେ ଆଫଗାନିସ୍ତାନକୁ ଏକତରଫା ଭାବେ ପରାସ୍ତ କରିଥିଲା। ସେହିପରି ଗୁରୁବାର ଭାରତ ଡିଫେଣ୍ଡିଂ ଚମ୍ପିୟନ ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ତେବେ କାହାର ପଲ୍ଲା ଭାରି ରହିବ, ତାହକୁ ଦେଖିବାକୁ ବାକି ରହିଛି।

ଦକ୍ଷିଣ ଆଫ୍ରିକାର ଦଳ ୩୨ ବର୍ଷର ଦୀର୍ଘ ଅପେକ୍ଷା ପରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଫାଇନାଲରେ ପହଞ୍ଚିଥିବା ବେଳେ ଭାରତ ଗୋଟିଏ ଦଶନ୍ଧି ହେଲା ଟ୍ରଫି ପାଇଁ ଅପେକ୍ଷା କରି ରହିଛି। ତେଣୁ ଏହି ମ୍ୟାଚ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। କିନ୍ତୁ ଶନିବାର ଭାରତ ଓ ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌ ଫାଇନାଲ ହୋଇ ନ ପାରେ। କାରଣ ମହାମୁକାବିଲା ଉପରେ ବର୍ଷା ବାଧକ ସାଜିପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇଗଲା ସ୍ପଷ୍ଟ! ହାର୍ଦ୍ଦିକ-ନତାଶାଙ୍କ ସମ୍ପର୍କରେ ଫାଟ…

ନୂଆଦିଲ୍ଲୀ,୬।୭: ଟି୨୦ ବିଶ୍ୱକପ୍‌ ୨୦୨୪ରେ ସ୍ବତନ୍ତ୍ର ଯୋଗଦାନ ଦେଇଥିବା ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ। କିଛି...

ଟିମ୍‌ ଇଣ୍ଡିଆ ପାଇଁ ଏହି ୩ ଖେଳାଳି ଆଜି କରିପାରନ୍ତି ଡେବ୍ୟୁ

ହରାରେ,୬।୭: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଶନିବାର ହରାରେଠାରେ ଖେଳାଯିବ। ଟିମ ଇଣ୍ଡିଆ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଶୁବମନ ଗିଲଙ୍କ...

ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ କି ଟିମ୍‌ ଇଣ୍ଡିଆ ? ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ, ୦୬।୦୭: ଟି-୨୦ ବିଶ଼୍ବକପ୍‌ରେ ଭାରତୀୟ ଟିମ୍‌ ଚମତ୍କାର ପ୍ରଦର୍ଶନ କରି ବିଶ଼୍ବ ଚାମ୍ପିୟନ୍‌ ହୋଇଛି । ୨୯ ଜୁନ୍‌ରେ ଖେଳା ଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ...

ଅଲମ୍ପିକ୍‌ରେ ଭାଗ ନେବେ କି କୋହଲି-ରୋହିତ୍‌ ? ମୋଦିଙ୍କୁ ରାହୁଲ କହିଲେ…

ନୂଆଦିଲ୍ଲୀ, ୦୬।୦୭: ଟିମ୍‌ ଇଣ୍ଡିଆର ପୂର୍ବତନ ମୁଖ୍ୟକୋଚ ରାହୁଲ ଦ୍ରାବିଡ଼ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ହୋଇଥିବା ସାକ୍ଷାତ ସମୟରେ ଅଲମ୍ପିକ୍‌କୁ ନେଇ କଥା...

ଆନ୍ଥୋନୀ ଓଡ଼ିଶା ଏଫ୍‌ସିର ସହକାରୀ କୋଚ୍‌

ଭୁବନେଶ୍ୱର, ୬।୭(ତପନ ସ୍ବାଇଁ): ଓଡ଼ିଶା ଏଫ୍‌ସି ଆଗାମୀ ସିଜନ ପାଇଁ ଆନ୍ଥୋନୀ ଫର୍ନାଣ୍ଡିଜ୍‌ଙ୍କୁ ସହକାରୀ କୋଚ୍‌ ନିଯୁକ୍ତ କରିଛି। ଫଳରେ ଫ୍ଲୟଡ ପିଣ୍ଟୋଙ୍କ ସ୍ଥାନରେ ସେ...

ଚେସ୍‌ ମ୍ୟାଚ୍‌ ଚାଲିଥିବାବେଳେ ହଠାତ୍‌ ଟଳିପଡିଲେ ପ୍ରସିଦ୍ଧ ଗ୍ରାଣ୍ଡମାଷ୍ଟର

ଢାକା,୬।୭: ବାଂଲାଦେଶର ଟପ ଚେସ ଗ୍ରାଣ୍ଡମାଷ୍ଟର ଖେଳ ସମୟରେ ମୃତ୍ୟୁବରଣ କରିଛନ୍ତି। ବାଂଲାଦେଶର ସବୁଠାରୁ ପ୍ରସିଦ୍ଧ ଚେସ ଗ୍ରାଣ୍ଡମାଷ୍ଟର ଜିଆଉର ରେହମାନଙ୍କ ୫୦ ବର୍ଷ ବୟସରେ...

ଟିମ ଇଣ୍ଡିଆର ବିଜୟ ପରେଡରେ ଲାଗିଲା ଚୁନା, ୬୦ରୁ ଅଧିକ ଲୋକଙ୍କ ମୋବାଇଲ ଗାଏବ

ମୁମ୍ବାଇ,୬।୭: ମୁମ୍ବାଇରେ ଭାରତୀୟ କ୍ରିକେଟ ଦଳର ଉତ୍ସବରେ ଯୋଗଦେବା ଅନେକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବର୍ତ୍ତମାନ ଆପଣ ଭାବୁଛନ୍ତି ଏହା କାହିଁକି କୁହାଯାଉଛି ।...

ରାହୁଲ ଦ୍ରାବିଡଙ୍କୁ କୋଚ କରିବା ପାଇଁ ପ୍ରସ୍ତାବ ଦେଲେ ପାକିସ୍ତାନ ସାମ୍ବାଦିକ: ଲୋକେ କହିଲେ…

ନୂଆଦିଲ୍ଲୀ,୬।୭: ଭାରତୀୟ କ୍ରିକେଟ ଦଳ ସହ କୋଚ ଭାବରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟରେ ଟିମ ଇଣ୍ଡିଆ ଟି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri