ବଲିଭିଆରେ ସାମରିକ ବିଦ୍ରୋହ ପଣ୍ଡ

ଲା ପାଜ୍‌,୨୯ା୬: ବଲିଭିଆ ରାଷ୍ଟ୍ରପତି ଲୁଇସ୍‌ ଆର୍‌ସେଙ୍କ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ସୈନ୍ୟବାହିନୀ ବୁଧବାର ଚଳାଇିଥିବା ବିଦ୍ରୋହ ଉଦ୍ୟମ ପଣ୍ଡ ହୋଇଯାଇଛି। ଏଥିରେ ସମ୍ପୃକ୍ତ ୧୭ ଜଣଙ୍କୁ ଗିରଫ କରାଯାଇଥିବା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସରକାର ଭାଙ୍ଗିବା ପାଇଁ ସେନାର ମେଳି ଯୋଗୁ ୧.୨ କୋଟି ଜନସଂଖ୍ୟା ବିଶିଷ୍ଟ ଦକ୍ଷିଣ ଆମେରିକୀୟ ଦେଶ ବିଚଳିତ ହୋଇପଡ଼ିଥିଲା। ସୈନ୍ୟମାନେ ସାମରିକ ଯାନରେ ଆସି ରାଜଧାନୀର ମୁଖ୍ୟ ଛକକୁ ଅକ୍ତିଆର କରିବା ସହ ରାଷ୍ଟ୍ରପତିଙ୍କ ବାସଭବନରେ ଏକ ଟ୍ୟାଙ୍କ୍‌କୁ ଧକ୍କା କରାଇଥିଲେ। ବିକ୍ଷୋଭକାରୀଙ୍କ ଉପରକୁ ସେମାନେ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲେ। ଏହାର କିଛି ଘଣ୍ଟା ପରେ ବିଦ୍ରୋହର ନେତୃତ୍ୱ ନେଉଥିବା ସେନା ଜେନେରାଲ ଜୁଆନ୍‌ ଜୋସ୍‌ ଜୁନିଗା, ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ପୂର୍ବତନ ନୌସେନା ଭାଇସ୍‌ ଆଡମିରାଲ ଜୁଆନ୍‌ ଆର୍‌ନେଜ ସାଲଭାଡୋରଙ୍କୁ ଗିରଫ କରାଯାଇଥିଲା। ଅନ୍ୟ ୧୫ ଜଣ ଗିରଫଙ୍କ ପରିଚୟ ସରକାରଙ୍କ ପକ୍ଷରୁ ପ୍ରଘଟ ହୋଇନାହିଁ। ସେମାନଙ୍କ ମଧ୍ୟରେ ବିଦ୍ରୋହର ମାଷ୍ଟରମାଇଣ୍ଡ କୁହାଯାଉଥିବା ଜଣେ ସାଧାରଣ ନାଗରିକ ମଧ୍ୟ ରହିଥିବା ବରିଷ୍ଠ କ୍ୟାବିନେଟ ସଦସ୍ୟ ଏଡୁଆର୍ଡୋ ଡେଲ୍‌ କାଷ୍ଟିଲୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀଙ୍କ ଦରମା ବଢ଼ାଇବାରୁ ଦୋକାନୀଙ୍କୁ ଜେଲ

ନେପିଡୋ,୩।୭:ମ୍ୟାନ୍‌ମାରରେ ଜଣେ ଦୋକାନୀ ତାଙ୍କ କର୍ମଚାରୀଙ୍କ ଦରମା ବୃଦ୍ଧି କରିଥିବାରୁ ତାଙ୍କୁ ଜେଲ ପଠାଯାଇଛି। ମ୍ୟାନ୍‌ମାରର ମୁଦ୍ରାସ୍ଫୀତି ବୃଦ୍ଧି ପାଉଥିବା ବେଳେ ଉକ୍ତ ଦୋକାନୀ ଜଣକ...

ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ଚାଲିଛି ବଡ଼ ଯୋଜନା

କାଠମାଣ୍ଡୁ,୩ା୭(ପି.ଟି.) : ନେପାଳ ପ୍ରଧାନମନ୍ତ୍ରୀ ପଦରୁ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଙ୍କୁ ହଟାଇବା ପାଇଁ ଦୁଇ ବୃହତ୍‌ ଦଳ ନେପାଳୀ କଂଗ୍ରେସ ଏବଂ ସିପିଏନ୍‌-ୟୁଏମ୍‌ଏଲ୍‌ ମଧ୍ୟରେ...

ପ୍ରୀତି ପାଣିଗ୍ରାହୀଙ୍କ ଫିଲ୍ମକୁ ଗ୍ରାଣ୍ଡ ଜୁରି ପୁରସ୍କାର

ଲସ୍‌ ଏଞ୍ଜେଲସ୍‌, ୩ା୭: ରିଚା ଚଢ଼ା ଓ ଅଲି ଫଜଲଙ୍କ ନିର୍ମିତ, ଶୁଚି ତଲାତିଙ୍କ ନିର୍ଦ୍ଦେଶିତ ଏବଂ ଓଡ଼ିଆ ଝିଅ ପ୍ରୀତି ପାଣିଗ୍ରାହୀଙ୍କ ଅଭିନୀତ ‘ଗର୍ଲସ୍‌...

ସାମ୍ନାକୁ ଆସିଲା ୪, ୫୦୦ ବର୍ଷ ତଳର ସହର, ପଡ଼ିରହିଛି ୩ ଶହ ମୃତଦେହ

ନୂଆଦିଲ୍ଲୀ,୨।୭: ଇତିହାସରେ ଏମିତି କିଛି ଘଟଣା ରହିଛି, ଯାହା ସମୟ ସହିତ ଅଦୃଶ୍ୟ ହୋଇଯାଇଛି । କିନ୍ତୁ ବେଳେ ବେଳେ ହଜାର ହଜାର ଘଟଣା ସାମ୍ନାକୁ...

ଲାଗୁ ହେଲା ନୂଆ ନିୟମ, ନାତୁଣୀ-ନାତିଙ୍କ ଯତ୍ନ ନେବା ପାଇଁ ଜେଜେମା-ଜେଜେଙ୍କୁ ମିଳିବ ଛୁଟି

କୋପେନହେଗନ,୨।୭: ସୋମବାର ସ୍ବିଡେନ ନୂତନ ପିତୃତ୍ୱ ନିୟମ ଲାଗୁ କରିଛି। ଏହା ଅଧୀନରେ, ଜେଜେମା-ଜେଜେବାପାମାନେ ଶିଶୁ ଜନ୍ମର ପ୍ରଥମ ବର୍ଷରେ ତିନିମାସ ପର୍ଯ୍ୟନ୍ତ ନାତି ନାତୁଣୀଙ୍କ...

ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ମୁହଁ ଖୋଲିଲା ଆମେରିକା

ଓ୍ବାଶିଂଟନ୍‌,୨।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଦୀର୍ଘ ବର୍ଷ ଧରି ବନ୍ଦ ରହିଛି। ଭାରତର ସ୍ପଷ୍ଟ ଆଭିମୁଖ୍ୟ ରହିଛି, ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ନିୟନ୍ତ୍ରଣ...

୨୮ ବର୍ଷ ବୟସରେ ଏହି ଯୁବକ ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨ା୭: ଗତ ୫ ବର୍ଷ ମଧ୍ୟରେ ବିଶ଼୍ବର ବିଭିନ୍ନ ଦେଶରେ ନିର୍ବାଚନ ହୋଇଛି । ପ୍ରାୟତଃ ରାଷ୍ଟ୍ରରେ ସରକାର ବଦଳିଛି ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ...

ନୂଆ ଟିକସ ବୃଦ୍ଧିକୁ ନେଇ ହିଂସା: ଚାଲିଗଲା ୩୯ ଜୀବନ

ନାଇରୋବି,୨।୭:ନୂଆ ଟିକସ ବୃଦ୍ଧି ବିରୋଧରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ହିଂସାରେ ଏପର୍ଯ୍ୟନ୍ତ ଅତି କମରେ ୩୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri