ସର୍ବଭାରତୀୟ ହାକାଥନ୍‌ରେ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟ ଚାମ୍ପିୟନ

ଭୁବନେଶ୍ୱର,୨୯।୬: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା କଟକର ଟାଙ୍ଗୀ ନିକଟସ୍ଥ ଡ୍ରିମ୍‌ସ ୟୁନିଭର୍ସିଟର ଛାତ୍ରୀଛାତ୍ରମାନେ ସର୍ବଭାରତୀୟ ହାକାଥନ୍‌ ପ୍ରତିଯୋଗିତାରେ ସାମିଲହୋଇ ଚାମ୍ପିୟନ (ପ୍ରଥମ) ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଡିପ୍ରପୋଜ୍‌ ଫାଉଣ୍ଡେଶନ ପକ୍ଷରୁ ଚେନ୍ନାଇସ୍ଥିତ ଆନ୍ନା ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ସର୍ବଭାରତୀୟ ହାକାଥନ୍‌ ପ୍ରତିଯୋଗିତାରେ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜିର ଇଏନ୍‌ଟିସି ବିଭାଗର ପ୍ରଥମ ବର୍ଷ ଛାତ୍ରୀଛାତ୍ରମାନେ ଅଂଶ ଗ୍ରହଣ କରିଥିଲେ।
ଏପରିକି ଇନ୍‌ଟିସି ବିଭାଗର ସହକାରୀ ପ୍ରଫେସର ଶୁଭ୍ରାଂଶୁ କୁମାର ସିଂହ, ଡ. ବଜ୍ର ପଞ୍ଜର ମିଶ୍ରଙ୍କ ମାର୍ଗଦର୍ଶନରେ ଡ୍ରିମ୍‌ସ ଟିମ୍‌ ଚିତ୍ତରଞ୍ଜନ ବେହେରା (ଟିମ୍‌ ଲିଡର), ସାଗରିକା ସ୍ବାଇଁ, ରଶ୍ମିରଞ୍ଜନ ସାହୁ ଏବଂ ସାଜନ କୁମାର ପ୍ରମୁଖ ଅଂଶ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ।
ସୂଚନାଯୋଗ୍ୟ, ଏହି ସର୍ବଭାରତୀୟ ପ୍ରତିଯୋଗିତାରେ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟର ୩ଟି ଟିମ୍‌ ଭାଗ ନେଇଥିଲେ। ଗୋଟିଏ ଟିମ୍‌ ଚାମ୍ପିୟନ ବା ପ୍ରଥମ ସ୍ଥାନ ଅଧିକାର କରିଥିଲାବେଳେ ଅନ୍ୟ ଦୁଇଟି ଟିମ୍‌ ଉଲ୍ଳେଖନୀୟ ପ୍ରଦର୍ଶନକରି ବିଚାରପତିଙ୍କ ପ୍ରଶଂସା ଭାଜନ ହୋଇଥିଲେ।
ସେହିଭଳି ଏହି ପ୍ରତିଯୋଗିତାରେ ଦେଶର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନରୁ ୮,୫୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲାବେଳେ ୧୦୦ଜଣ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ। ଏପରିକି ବିଜୟୀ ଦଳକୁ ପୁରସ୍କାର ସ୍ବରୂପ ୧ ଲକ୍ଷ ଟଙ୍କାର ଚେକ୍‌ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଅପରପକ୍ଷରେ ଛାତ୍ରୀଛାତ୍ରୀଙ୍କ ଏଭଳି ଗୌରବପୂର୍ଣ୍ଣ କୃତିତ୍ୱ ପାଇଁ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ.ପ୍ରମୋଦ ଚନ୍ଦ୍ର ରଥ, କୁଳପତି ପ୍ରଫେସର ଡ.ପ୍ରକାଶ କୁମାର ହୋତା, ରେଜିଷ୍ଟ୍ରାର ଡ. ଭକ୍ତଚରଣ ପ୍ରଧାନ, ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର, ବରିଷ୍ଠ ନିର୍ଦ୍ଦେଶକ ପ୍ରଦୀପ୍ତ ଚନ୍ଦ୍ର ରଥ, ସହ ଅଧ୍ୟକ୍ଷ ଇଂ ଦୁର୍ଗାପ୍ରସାଦ ରଥ, ନିର୍ଦ୍ଦେଶିକା ଚିନ୍ମୟୀ ରଥ, ଡିନ୍‌ ଡ.ନୟନ ରଞ୍ଜନ ସାମଲ, ଇଏନ୍‌ଟିସି ବିଭାଗର ମୁଖ୍ୟ ପ୍ରଫେସର ଡ. ଜୀବନାନନ୍ଦ ମେହେନା ଏବଂ ବିଭାଗର ଅଧ୍ୟାପକ, ଅଧ୍ୟାପିକା ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଏମ୍‌ଡିସି ପରିଦର୍ଶନକଲେ କେନ୍ଦ୍ର ଇସ୍ପାତ ସଚିବ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ସଂସ୍ଥା ତଥା ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ(ଏନ୍‌ଏମ୍‌ଡିସି) ଲିମିଟେଡ୍‌ର ହାଇଦ୍ରାବାଦର ପାଟନଚେରୁସ୍ଥିତ ନ୍ୟୁ ଷ୍ଟେଟ୍‌ ଅଫ୍‌ ଆର୍ଟ...

୨୦୩୧-୩୨ସୁଦ୍ଧା ୩୮୪ଜିଡ଼ବ୍ଲ୍ୟୁ ଶକ୍ତି ଚାହିଦା ଆକଳନ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ଓଡ଼ିଶା ଶଖା ପକ୍ଷରୁ ଭୁବନେଶ୍ୱର ଠାରେ ପୂର୍ବାଞ୍ଚଳରେ ବିକଳ୍ପ ଶକ୍ତି ଉସତ୍ର ସୁଚିନ୍ତିତ ତଥା...

ବଜାରରେ ବଜାଜ୍‌ର ଫ୍ରିଡମ୍‌୧୨୫

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ବଜାଜ୍‌ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କମ୍ପ୍ରେସ୍‌ଡ ନ୍ୟାଚୁରାଲ ଗ୍ୟାସ୍‌ ବା ସିଏନ୍‌ଜି ବାଇକ୍‌ ‘ଫ୍ରିଡମ...

ଇସ୍‌ରାଏର ଚାର୍ଟରିଂ ସେରିମନି

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ହିଟିଂ, ରେଫ୍ରିଜରେଟିଂ ଆଣ୍ଡ ଏୟାର କଣ୍ଡିସ୍‌ନିଂ ଇଞ୍ଜିନିୟର୍ସ (ଆଇଏସ୍‌ଏଚ୍‌ଏଆର୍‌ଏଇ ବା ଇସ୍‌ରାଏ)ର ଭୁବନେଶ୍ୱର ଚାପ୍ଟର ପକ୍ଷରୁ...

ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ମନ୍‌ସୁନ୍‌ ସେଲ୍‌

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପୂର୍ବ ଭାରତର ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ବହୁ ପ୍ରତୀକ୍ଷିତ ଅଫର ‘ମନ୍‌ସୁନ୍‌...

ବ୍ୟବସାୟ ସମ୍ପ୍ରସାରଣକୁ ସର୍ବାଧିକ ଗୁରୁତ୍ୱ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): କିସ୍‌ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲେରି ପକ୍ଷରୁ ଭୁବନେଶ୍ୱରଠାରେ ଏକ ଦିନିକିଆ ଗ୍ରାହକ ସମ୍ମିଳନୀ (ରିଟେଲ ପାର୍ଟନରମାନଙ୍କ ପାଇଁ ଏକ ବ୍ୟବସାୟିକ...

ମାଲାବାରରେ ମାଇନ ଡାଇମଣ୍ଡ ଶୋ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡର ବହୁ ପ୍ରତୀକ୍ଷିତ ‘ଡାଇମଣ୍ଡ ’ ଶୋ ସର୍ବଭାରତୀୟ ସ୍ତରରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମାଲାବାର...

ବୈଦେଶିକ ମୁଦ୍ରାଭଣ୍ଡାରରେ ୧.୭୧ ବିଲିୟନ ଡଲାର ହ୍ରାସ

ଭୁବନେଶ୍ୱର,୬।୭(ଅନୁରାଧା ମହାରଣା): ଦେଶରେ ବୈଦେଶିକ ମୁଦ୍ରାଭଣ୍ଡାରରେ ହ୍ରାସ ଘଟିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶୁକ୍ରବାର ତଥ୍ୟ ପ୍ରକାଶକରି କହିଛି, ଚଳିତବର୍ଷ ଜୁନ୍‌ ଶେଷ ସପ୍ତାହରେ ୧.୭୧୩ ବିଲିୟନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri