କୃଷି ରପ୍ତାନି କ୍ଷେତ୍ରରେ ଉନ୍ନତିର ସମ୍ଭାବନା

ଭୁବନେଶ୍ୱର,୨୯।୬: ଦେଶର ପ୍ରମୁଖ ଶିଳ୍ପ ସଙ୍ଗଠନ ତଥା କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ)ର ଦିନିକିଆ କର୍ମଶାଳା ‘ଫାର୍ମ୨ ଫର୍କ’ର ୧୦ମ ସଂସ୍କରଣ ଶୁକ୍ରବାର ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ରାଜ୍ୟର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ସାମଗ୍ରୀର ରପ୍ତାନି ବୃଦ୍ଧିର ସୁଯୋଗ ଉପରେ ଆଲୋକପାତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସମ୍ବୋଧିତକରି ସିଆଇଆଇ ଇଆର୍‌ ସରକାରୀ ଶିଳ୍ପ, ଏଗ୍ରି ଆଣ୍ଡ ଫୁଡ୍‌ ପ୍ରୋସେସିଂ ଫୋରମର ଅଧ୍ୟକ୍ଷ ତଥା ଆଇଟିସି ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବି. ସୁମନ୍ତ ଓଡ଼ିଶାରେ ଧାନ, ଗହମ ଓ ଅର୍ଗାନିକ ମସଲାର ରପ୍ତାନିକୁ ନେଇ ବ୍ୟାପକ ସମ୍ଭାବନା ଥିବା କହିଛନ୍ତି। ସିଆଇଆଇ ପୂର୍ବାଞ୍ଚଳର ଅଧ୍ୟକ୍ଷ ତଥା ଆର୍‌ଏସ୍‌ବି ଟ୍ରାନ୍ସମିସନ୍ସ (ଆଇ) ଲିମିଟେଡ୍‌ର ଉପାଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶୁଭେନ୍ଦ୍ର କୁମାର ବେହେରା କହିଛନ୍ତି, କୃଷିଜାତ ସାମଗ୍ରୀ ରପ୍ତାନି କରିବାକୁ ହେଲେ ପ୍ରଥମେ ଅନ୍ତର୍ଜାତୀୟ ବଜାରର ଆବଶ୍ୟକତାକୁ ବୁଝିବାକୁ ହେବ। ଗୁଣାତ୍ମକ ମାନ, କମ୍‌ ସାର ଓ କୀଟନାଶକ ବ୍ୟବହାର ଉପରେ ଜୋର ଦେବାକୁ ପଡ଼ିବ। ବାଂଲାଦେଶ ଡେପୁଟି ହାଇ କମିଶନର ଅନ୍ଦାଲିବ ଇଲିଆସ୍‌ ବିଶିଷ୍ଟ ବକ୍ତା ଭାବେ ଯୋଗଦେଇ ଭାରତ ଓ ବାଂଲାଦେଶ ମଧ୍ୟରେ ରେଳ ଓ ଜଳପଥରେ ପରିବହନ ସଂଯୋଗ ସ୍ଥାପନକୁ ନେଇ ରହିଥିବା ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ରପ୍ତାନି ପାଇଁ ସୁଲଭ ପରିବହନ ଓ ସଂଯୋଗ ଏକ ବଡ଼ ଆବଶ୍ୟକତା। ଆମଦାନି ସମ୍ପର୍କରେ ଆଲୋଚନା ଲାଗି ବାଂଲାଦେଶ ସର୍ବଦା ପ୍ରସ୍ତୁତ ବୋଲି ସେ କହିଛନ୍ତି। ସେ କହିଛନ୍ତି , ପରିବହନ ପାଇଁ ରେଳପଥ ପରେ ଜଳପଥ ହେଉଛି ସବୁଠାରୁ ସୁଲଭ ଯାହାକୁ ଦୁଇ ପକ୍ଷ ମଧ୍ୟରେ ବାଣିଜ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଇପାରିବ। ସେ କହିଛନ୍ତି, ଯଦିଓ ବାଂଲାଦେଶ ଚାଉଳ, ଆଳୁ ଏବଂ ମସଲାର ଏକ ପ୍ରମୁଖ ରପ୍ତାନିକାରୀ ତଥାପି ସେଥିରେ ମୂଲ୍ୟ ଯୋଡ଼ିବାରେ ଶକ୍ତିର ଅଭାବ ରହିଛି। ଏହି ସମାରୋହରେ ମତବ୍ୟକ୍ତକରି ସିଆଇଆଇ ଓଡ଼ିଶା ପରିଷଦର ଅଧ୍ୟକ୍ଷ ତଥା ସୁରେନ୍ଦ୍ର ମାଇନିଂ ଇଣ୍ଡଷ୍ଟ୍ରିଜ୍‌ ପ୍ରାଇଭେଟ ଲିମିଟେଡ୍‌ର ଅଧ୍ୟକ୍ଷ ଡା. ପ୍ରଦୀପ୍ତ ମହାନ୍ତି କହିଛନ୍ତି, ରାଜ୍ୟର ୬୦% ଶ୍ରମଶକ୍ତି କୃଷିକ୍ଷେତ୍ର ଉପରେ ନିର୍ଭରଶୀଳ ଥିବାବେଳେ କୃଷକମାନଙ୍କ ଆୟ ବଢ଼ାଇବା ଏକ ଆହ୍ବାନ ହୋଇ ରହିଛି। ଓଡ଼ିଶା ହେଉଛି ଦେଶର ଏକ ପ୍ରମୁଖ ଧାନ ଉତ୍ପାଦନ କରୁଥିବା ରାଜ୍ୟ। ଏହାସହ ଏଠାରେ ଫଳ,ପନିପରିବା ଏବଂ ଚିଙ୍ଗୁଡ଼ି ମଧ୍ୟ ବିପୁଳ ପରିମାଣରେ ଉତ୍ପାଦନ ହେଉଛି। ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଉପାଧ୍ୟକ୍ଷ ତଥା ବେଦାନ୍ତ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ ଗୁପ୍ତା କାର୍ଯ୍ୟକ୍ରମର ସମାପନକରି କହିଛନ୍ତି, ଅମଳ ପରବର୍ତ୍ତୀ ଫସଲ ଥଇଥାନ ଉପରେ କାର୍ଯ୍ୟକରି ତାହାକୁ ରପ୍ତାନି ଉପଯୋଗୀ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଏମ୍‌ଡିସି ପରିଦର୍ଶନକଲେ କେନ୍ଦ୍ର ଇସ୍ପାତ ସଚିବ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ସଂସ୍ଥା ତଥା ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ(ଏନ୍‌ଏମ୍‌ଡିସି) ଲିମିଟେଡ୍‌ର ହାଇଦ୍ରାବାଦର ପାଟନଚେରୁସ୍ଥିତ ନ୍ୟୁ ଷ୍ଟେଟ୍‌ ଅଫ୍‌ ଆର୍ଟ...

୨୦୩୧-୩୨ସୁଦ୍ଧା ୩୮୪ଜିଡ଼ବ୍ଲ୍ୟୁ ଶକ୍ତି ଚାହିଦା ଆକଳନ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ଓଡ଼ିଶା ଶଖା ପକ୍ଷରୁ ଭୁବନେଶ୍ୱର ଠାରେ ପୂର୍ବାଞ୍ଚଳରେ ବିକଳ୍ପ ଶକ୍ତି ଉସତ୍ର ସୁଚିନ୍ତିତ ତଥା...

ବଜାରରେ ବଜାଜ୍‌ର ଫ୍ରିଡମ୍‌୧୨୫

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ବଜାଜ୍‌ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କମ୍ପ୍ରେସ୍‌ଡ ନ୍ୟାଚୁରାଲ ଗ୍ୟାସ୍‌ ବା ସିଏନ୍‌ଜି ବାଇକ୍‌ ‘ଫ୍ରିଡମ...

ଇସ୍‌ରାଏର ଚାର୍ଟରିଂ ସେରିମନି

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ହିଟିଂ, ରେଫ୍ରିଜରେଟିଂ ଆଣ୍ଡ ଏୟାର କଣ୍ଡିସ୍‌ନିଂ ଇଞ୍ଜିନିୟର୍ସ (ଆଇଏସ୍‌ଏଚ୍‌ଏଆର୍‌ଏଇ ବା ଇସ୍‌ରାଏ)ର ଭୁବନେଶ୍ୱର ଚାପ୍ଟର ପକ୍ଷରୁ...

ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ମନ୍‌ସୁନ୍‌ ସେଲ୍‌

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପୂର୍ବ ଭାରତର ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ବହୁ ପ୍ରତୀକ୍ଷିତ ଅଫର ‘ମନ୍‌ସୁନ୍‌...

ବ୍ୟବସାୟ ସମ୍ପ୍ରସାରଣକୁ ସର୍ବାଧିକ ଗୁରୁତ୍ୱ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): କିସ୍‌ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲେରି ପକ୍ଷରୁ ଭୁବନେଶ୍ୱରଠାରେ ଏକ ଦିନିକିଆ ଗ୍ରାହକ ସମ୍ମିଳନୀ (ରିଟେଲ ପାର୍ଟନରମାନଙ୍କ ପାଇଁ ଏକ ବ୍ୟବସାୟିକ...

ମାଲାବାରରେ ମାଇନ ଡାଇମଣ୍ଡ ଶୋ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡର ବହୁ ପ୍ରତୀକ୍ଷିତ ‘ଡାଇମଣ୍ଡ ’ ଶୋ ସର୍ବଭାରତୀୟ ସ୍ତରରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମାଲାବାର...

ବୈଦେଶିକ ମୁଦ୍ରାଭଣ୍ଡାରରେ ୧.୭୧ ବିଲିୟନ ଡଲାର ହ୍ରାସ

ଭୁବନେଶ୍ୱର,୬।୭(ଅନୁରାଧା ମହାରଣା): ଦେଶରେ ବୈଦେଶିକ ମୁଦ୍ରାଭଣ୍ଡାରରେ ହ୍ରାସ ଘଟିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶୁକ୍ରବାର ତଥ୍ୟ ପ୍ରକାଶକରି କହିଛି, ଚଳିତବର୍ଷ ଜୁନ୍‌ ଶେଷ ସପ୍ତାହରେ ୧.୭୧୩ ବିଲିୟନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri