ବୈଦେଶିକ ସେବାରେ ମହିଳା

Dillip Cherian

ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)ରେ ମହିଳାଙ୍କ ସଂଖ୍ୟା ୨୦୧୪ରୁ ୨୦୨୨ ମଧ୍ୟରେ ୬.୬% ବୃଦ୍ଧି ପାଇ ବର୍ତ୍ତମାନ ୩୭.୮% ରହିଛି। ଉଲ୍ଲେଖନୀୟ ଯେ, ୨୦୧୮ରୁ ୨୦୨୦ ମଧ୍ୟରେ ଆଇଏଫ୍‌ଏସ୍‌ରେ ମହିଳାଙ୍କ ନିଯୁକ୍ତି ୪୦%ରୁ ଅଧିକ ଥିଲା। ହେଲେ କୂଟନୈତିକ ବୃତ୍ତିରେ ଲିଙ୍ଗଗତ ସମାନତା ହାସଲ କରିବା ପାଇଁ ଅନେକ କିଛି କରିବାକୁ ହେବ। ଆଇଏଫ୍‌ଏସ୍‌ରେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କୁ ଚ୍ୟାଲେଞ୍ଜିଂ ନିଯୁକ୍ତିରୁ ବାଦ ଦିଆଯିବା ଏବଂ ବିବାହ ପାଇଁ ସରକାରୀ ଅନୁମୋଦନ ଆବଶ୍ୟକ ଭଳି ଅନେକ ଆହ୍ବାନର ସମ୍ମୁଖୀନ ହେଉଥିଲେ। ଏଭଳି ଅସମାନତା ବିରୋଧରେ ୧୯୭୯ରେ ସି.ବି. ମୁଥାମ୍ମା ଲଢ଼ିିଥିଲେ ଓ ୧୯୮୦ ଦଶକରେ ଏଥିରେ ଉନ୍ନତି ଆସିଥିଲା, ତଥାପି ଆଇଏଫ୍‌ଏସ୍‌୍‌ ଅପେକ୍ଷାକୃତ ଏକ କ୍ଷୁଦ୍ର ସେବା ହୋଇ ରହିଛି। ତେବେ ନିଯୁକ୍ତି ସଂଖ୍ୟା ବଢ଼ି଼ବା ଦ୍ୱାରା ମହିଳାମାନେ ଅଧିକ ସଂଖ୍ୟାରେ ସେବାରେ ଯୋଗ ଦେଉଛନ୍ତି। ଏଭଳି ସ୍ଥିତି ୨୦୧୫ରେ ଦେଖାଯାଇଥିଲା, ଯେତେବେଳେ ୧୭ ଜଣ ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସମ୍ପ୍ରତି ମହିଳାମାନେ କେବଳ ୮ଟି ଭାରତୀୟ କୂଟନୈତିକ ଦୂତାବାସର ମୁଖ୍ୟ ରହିଛନ୍ତି, କିନ୍ତୁ ପ୍ରମୁଖ ରାଜଧାନୀରେ କେହି ନାହାନ୍ତି। ୨୦୦୮ ତୁଳନାରେ ଏହା ଏକ ବଡ଼ ହ୍ରାସ, ଯେତେବେଳେ ମହିଳାମାନେ ପ୍ରମୁଖ ପଦବୀ ସମେତ ୨୫ ରୁ ଅଧିକ ଦୂତାବାସର ନେତୃତ୍ୱ ନେଇଥିଲେ। ଏବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ୭ଟି ଉଚ୍ଚସ୍ତରୀୟ ପଦବୀ ମଧ୍ୟରୁ କେବଳ ଗୋଟିଏରେ ଜଣେ ମହିଳା ଅଛନ୍ତି। ଆଇଏଫ୍‌ଏସ୍‌ରେ ପ୍ରକୃତ ଲିଙ୍ଗଗତ ସମାନତା ହାସଲ କରିବାକୁ ହେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ମହିଳାଙ୍କ ଉନ୍ନତି ଏବଂ ନେତୃତ୍ୱ ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରିବାକୁ ହେବ ଏବଂ ଏଥିପାଇଁ ଗଠନମୂଳକ ତଥା ସାଂସ୍କୃତିକ ପ୍ରତିବନ୍ଧକକୁ ଦୂର କରିବାକୁ ପଡ଼ିବ।

ତ୍ୱରିତ ନିଯୁକ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ସମୟ ନଷ୍ଟ କରୁନାହାନ୍ତି। ନୂତନ କେନ୍ଦ୍ର ମନ୍ତ୍ରୀମାନେ ଦାୟିତ୍ୱ ନେବା ପରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟକ୍ତିଗତ ସଚିବମାନଙ୍କୁ ଶୀଘ୍ର ନିଯୁକ୍ତ କରାଯାଉଛି। ନିଯୁକ୍ତିର ପ୍ରଥମ ପର୍ଯ୍ୟାୟରେ ନୀତିନ ଗଡକରୀ, ମନୋହରଲାଲ ଖଟ୍ଟର, ଗିରିରାଜ ସିଂ ଏବଂ ହରଦୀପ୍‌ ସିଂ ପୁରୀଙ୍କ ଭଳି କେନ୍ଦ୍ର ମନ୍ତ୍ରୀଙ୍କ ପାଇଁ ବ୍ୟକ୍ତିଗତ ସଚିବଙ୍କ ନାମ ଘୋଷଣା କରାଯାଇଥିଲା। ଏମାନେ ହେଉଛନ୍ତି ୨୦୧୦, ୨୦୧୧ ଏବଂ ୨୦୧୨ ଆଇଏଏସ୍‌ ବ୍ୟାଚର ସିନ୍ଦେ ଦୀପକ ଅର୍ଜୁନ, ରସାଲ ଦ୍ୱିବେଦୀ, ରମଣ କୁମାର ଏବଂ ବି.ବିଜୟ ଦତ୍ତ। କୌତୂହଳର ବିଷୟ ହେଉଛି, ମନ୍ତ୍ରୀଙ୍କଠାରୁ ଅଧିକ ତଥ୍ୟ ବା ସୂଚନା ବିନା ଏହି ନିଯୁକ୍ତି କରାଯାଇଥିଲା, ବିଶେଷକରି ଗଡ଼କରୀଙ୍କ କ୍ଷେତ୍ରରେ ମଧ୍ୟ ଏହା ଘଟିଥିଲା। ପରବର୍ତ୍ତୀ ସମୟରେ ଦ୍ୱିତୀୟ ପର୍ଯ୍ୟାୟରେ ୬ଜଣ ଅଧିକାରୀଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ କର୍ନାଟକ କ୍ୟାଡରର ଅନିରୁଦ୍ଧ ଶ୍ରବଣ ପୁଲିପାକାଙ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତି ଦିଆଯାଇଛି। ନିର୍ବାଚନ ଘୋଷଣା ହେବା ପୂର୍ବରୁ ଅମଲାତନ୍ତ୍ର ଏବଂ ନୀତି ଆୟୋଗ ଅଧିକାରୀଙ୍କ ଦ୍ୱାରା ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକ ପାଇଁ ୧୦୦ ଦିନିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିବା ଯୋଗୁ ଏହି ନିଯୁକ୍ତି ତତ୍ପରତା ପ୍ରକାଶ ପାଇଛି। ଯୋଜନାଗୁଡ଼ିକ ପାଇଁ ଆବଶ୍ୟକ ହେଉଥିବା ବୈଧାନିକ ଅନୁମୋଦନ କିମ୍ବା ପାଣ୍ଠି ଆସନ୍ତା ମାସରେ ଉପସ୍ଥାପିତ ହେବାକୁ ଥିବା ବଜେଟରେ ଜଣାପଡ଼ିବ।

ଇଏମ୍‌ଆଇରେ ଲାଞ୍ଚ
ଗୁଜରାଟର ଅଧିକାରୀମାନେ ବର୍ତ୍ତମାନ ପୀଡ଼ିତଙ୍କ ଉପରେ ବୋଝ କମାଇବା ପାଇଁ ଇଏମ୍‌ଆଇ(ଇକ୍ୱେଟେଡ୍‌ ମନ୍‌ଥଲି ଇନଷ୍ଟାଲମେଣ୍ଟ) ଆଧାରରେ ଲାଞ୍ଚ ଗ୍ରହଣ କରୁଛନ୍ତି। ଏହି ବାବୁମାନେ ବୋଧହୁଏ ବ୍ୟାଙ୍କିଙ୍ଗ ସିଷ୍ଟମରୁ ଏକ ଲିଖିତ ନିର୍ଦ୍ଦେଶ ନେଇଛନ୍ତି, ଯାହା ନାଗରିକମାନଙ୍କୁ ସହଜ କିସ୍ତିରେ ଲାଞ୍ଚ ଦେବାକୁ ଅନୁମତି ଦେଇଛି । ଆପଣଙ୍କୁ ଲାଞ୍ଚ ଦେବାକୁ ଥିଲେ ତାହାକୁ ଏକାଥରକେ ନ ଦେଇ ବର୍ତ୍ତମାନ ଅନେକ ମାସ ମଧ୍ୟରେ ଏହା ଦେଇପାରିବେ। ଉଦାହରଣ ସ୍ବରୂପ, ଚଳିତ ବର୍ଷ ପ୍ରାରମ୍ଭରେ ରାଜ୍ୟ ଜିଏସ୍‌ଟିି ବୋଗସ ବିଲିଂ ସ୍କାମ୍‌ରେ ଜଡିତ ଜଣେ ବ୍ୟକ୍ତିଙ୍କ ଠାରୁ ୨୧ ଲକ୍ଷ ଟଙ୍କା ଲାଞ୍ଚ ଦାବି କରାଯାଇଥିଲା। ଖୁସିର କଥା, ୯ ମାସ ପାଇଁ ମାସକୁ ୨ ଲକ୍ଷ ଟଙ୍କା ଦେବାର ଏକ ଇଏମ୍‌ଆଇ ଯୋଜନା ମିଳିଗଲା । ସେହିଭଳି ଜଣେ ସାଇବର କ୍ରାଇମ୍‌ ୟୁନିଟ୍‌ ଅଧିକାରୀ ଜଣଙ୍କଠାରୁ ୧୦ ଲକ୍ଷ ଟଙ୍କା ଦାବିକରି ତାହା ୪ଟି କିସ୍ତିରେ ଗ୍ରହଣ କରିଥିବା ଜଣାପଡ଼ିଥିଲା। ସୁରଟରେ ଜଣେ ଡେପୁଟି ସରପଞ୍ଚ ଏବଂ ପଞ୍ଚାୟତ ସମିତି ସଦସ୍ୟ ଜଣେ ଗ୍ରାମବାସୀଙ୍କ ଚାଷ ଜମିକୁ ସମାନ କରିବା ପାଇଁ ତାଙ୍କୁ ୮୫,୦୦୦ ଟଙ୍କା ମାଗିଥିଲେ। କିନ୍ତୁ ଗ୍ରାମବାସୀଙ୍କ ଆର୍ଥିକ ସ୍ଥିତିକୁ ଦେଖି ସେମାନେ ଏକ ଇଏମ୍‌ଆଇ ବିକଳ୍ପ ପ୍ରଦାନ କରିଥିଲେ, ଯେଉଁଥିରେ ପ୍ରଥମେ ୩୫,୦୦୦ ଟଙ୍କା ଦେଇଥିଲେ ଓ ବାକି ଟଙ୍କା ୩ଟି କିସ୍ତିରେ ଦେବାକୁ ସ୍ଥିର କରାଯାଇଥିଲା। ଏକ ନାଟକୀୟ ଘଟଣା କ୍ରମରେ ଦୁଇ ପୋଲିସ ଅଧିକାରୀ ସେମାନେ ସାବରକାନ୍ତ ଜିଲାର ଜଣେ ବାସିନ୍ଦାଙ୍କଠାରୁ ପ୍ରଥମ କିସ୍ତିରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ ଓ ତାଙ୍କ ଠାରୁ ୪ ଲକ୍ଷ ନେଇ ଅବଶିଷ୍ଟ ଟଙ୍କା ପାଇଁ ଅପେକ୍ଷା ନ କରି ପଳାଇଯାଇଥିଲେ। ବରିଷ୍ଠ ପୋଲିସ ଅଧିକାରୀମାନେ ସ୍ବୀକାର କରିଛନ୍ତି ଯେ, ଚଳିତ ବର୍ଷ ଅତି କମ୍‌ରେ ୧୦ଟି ଏମିତିକା ମାମଲା ରୁଜୁ ହୋଇଛି । ତେବେ ବର୍ତ୍ତମାନ ଦେଶର ଅବଶିଷ୍ଟ ରାଜ୍ୟଗୁଡ଼ିକ ଗୁଜରାଟ ମଡେଲର ଲୁକ୍କାୟିତ ଦିଗଗୁଡ଼ିକ ବିଷୟରେ ଜାଣିବାକୁ ପାଉଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପାଞ୍ଚ ଦିନର ପ୍ରଶିକ୍ଷଣ ପରେ ସଫଳତା ଆକାଶଛୁଆଁ। ଏକଥା ବିଶ୍ୱାସ କରି ହେଉ ନ ଥିଲେ ବି ସତ। ରାଜସ୍ଥାନର ଗୌରବ ପଚୌରି ମୁକ୍ତା ଚାଷ...

ଭକ୍ତ ପାଇବେ ସୁରକ୍ଷା

ଡ. ଗୌରୀଶଙ୍କର ସାହୁ     “ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରିବାବେଳେ ଅନୁଭବ ହୁଏ, ସେ ଗରିବଙ୍କ ଠାକୁର।“ ନବନିର୍ମିତ ସେଣ୍ଟ୍ରାଲ ହଲ୍‌ରେ ନବନିର୍ବାଚିତ ସାଂସଦମାନଙ୍କୁ...

ପୁଣ୍ୟର କରାମତି

ଡ. ପ୍ରମୋଦ କୁମାର ପଣ୍ଡା   ଜୀବନକାଳ ମଧ୍ୟରେ ଆମେ ସତ୍‌ କିମ୍ବା ଅସତ୍‌ ଉପାୟରେ ପ୍ରଚୁର ଧନ ସମ୍ପତ୍ତି ଠୁଳ କରିଛୁ। ତେବେ ଅର୍ଜିତ...

ଫ୍ରାନ୍ସ ନିର୍ବାଚନ ଓ ମାକ୍‌ରଁ

ଜନ ଓ୍ବେର୍ନର ମୁଲେର   ୟୁରୋପୀୟ ସଂସଦ ନିର୍ବାଚନରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁଙ୍କ ପାର୍ଟି ଦକ୍ଷିଣପନ୍ଥୀ ନ୍ୟାଶନାଲ ରାଲିଠାରୁ ପରାଜୟ ବରଣ କଲା ପରେ...

ସଦ୍‌ଗୁଣାବଳୀର ସକ୍ରିୟ ଚିତ୍ର

ବ୍ୟକ୍ତିତ୍ୱର ସାରବାର୍ତ୍ତା ହିଁ ଚରିତ୍ର। ଏହା ଜୀବନର ମୌଳିକ ନୀତିନିୟମର ସମନ୍ବିତ ଓ ସକ୍ରିୟ ରୂପ। ଦିଗ ନିର୍ଣ୍ଣୟ ଯନ୍ତ୍ର ପରି ଚରିତ୍ର ମଣିଷର କାର୍ଯ୍ୟଧାରାକୁ...

ଏଇ ଭାରତରେ

ହିମାଚଳପ୍ରଦେଶର ଆନି ବ୍ଲକର କାମନ୍ଦ ପଞ୍ଚାୟତର ଗାଢ଼ାରୀ ଗାଁରେ ରହନ୍ତି ୭୩ ବର୍ଷ ବୟସ୍କା ଲୁରମା ଦେବୀ। ସେ ବୁଲାପ୍ରାଣୀଙ୍କୁ ଖାଇବାକୁ ଦେଇ ଖୁବ୍‌ ଆନନ୍ଦିତ...

ସରକାରୀ ଛୁଟିରେ ପାତରଅନ୍ତର

ସାଧାରଣତଃ କେନ୍ଦ୍ର ସରକାରୀ କର୍ମଚାରୀମାନେ ବର୍ଷକୁ ଯେଉଁ ୧୭ଟି କାର୍ଯ୍ୟ ବନ୍ଦ ଦିବସକୁ ଛୁଟି ଭାବରେ ପାଇଥାନ୍ତି, ସେଥିମଧ୍ୟରୁ ୧୪ଟି ଛୁଟି ସବୁ ରାଜ୍ୟର କର୍ମଚାରୀମାନଙ୍କ...

ତାଳଗଛ

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଜୁଲାଇ ୧ରୁ ବନ ମହୋତ୍ସବ ସପ୍ତାହ ଆରମ୍ଭ ହୋଇଯାଇଛି । ଜିଲା, ବ୍ଲକ୍‌, ପଞ୍ଚାୟତ, ପୌର ପରିଷଦ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri