କଳ୍‌କୀ ପାର୍ଟ-୨’ରେ ଆସିବ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଚକ୍ରର ଝଡ଼…

ନୂଆଦିଲ୍ଲୀ,୨୯।୬: ବଡ଼ ପରଦାରେ ଦର୍ଶକଙ୍କ ମନ ଜିଣୁଛି ରିବେଲ ଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ସିନେମା ‘କଳକୀ ୨୮୯୮ ଏଡି’। ମହାଭାରତ ଯୁଦ୍ଧର ଶେଷ ମୁହୂର୍ତ୍ତରୁ ଆରମ୍ଭ ହୋଇଛି ସିନେମାର କାହାଣୀ।। ଯେତେବେଳେ ଭଗବାନ କୃଷ୍ଣ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱଥମାଙ୍କୁ ଅମର ହେବାକୁ ଅଭିଶାପ ଦେଇଥିଲେ। ଯାହାକୁ ଭିତ୍ତି କରି ସିନେମାର କାଳ୍ପନିକ ଗତିପଥକୁ ଆଗକୁ ବଢିଛି। ତେବେ କଳ୍‌କୀ ଚଳଚ୍ଚିତ୍ରରେ ପ୍ରଭୁ ଜଗନ୍ନାଥଙ୍କ ଲିଙ୍କ୍ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଅନେକ ଓଡ଼ିଆ ଦର୍ଶକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଛି।

ଭଗବାନଙ୍କର ସମୁଦାୟ ୧୦ ଅବତାର ଭିତରୁ କଳ୍‌କୀ ଅବତାର ଅନ୍ୟତମ । ଶ୍ରୀମଦ ଭାଗବତ ପୁରାଣ ଓ କଳ୍‌କୀ ପୁରାଣ ଅନୁଯାୟୀ, କଳ୍‌କୀ ଅବତାରଙ୍କ ଜନ୍ମ କଳିଯୁଗର ସମାପ୍ତି ଓ ସତ୍ୟ ଯୁଗ ଆରମ୍ଭର ସନ୍ଧି କାଳରେ ହିଁ ହେବ । ଲୋକପ୍ରିୟ ବିଶ୍ୱାସ ତଥା ଅଚ୍ୟୁତାନନ୍ଦ ଦାସଙ୍କ ଲେଖା ଅନୁଯାୟୀ ଭଗବାନ ଜଗନ୍ନାଥ ତାଙ୍କ ‘କଳ୍‌କୀ ଅବତାର’ରେ ତାଙ୍କ ଭାଇ ଏବଂ ଭଉଣୀଙ୍କ ସହ ଆସି ଛତିଆରେ ରହିବେ। ଏଠାରୁ ହିଁ କଳ୍‌କୀ କାଳର ଶେଷ ହେବ ଏବଂ ସତ୍ୟ ଯୁଗ ଆରମ୍ଭ ହେବ।

ତେବେ ନାଗ ଅଶ୍ବିନୀଙ୍କ ନିର୍ଦ୍ଦେଶିତ ଏହି ସିନେମା ମହାପ୍ରଭୁ ଜଗନ୍ନାଥଙ୍କ ସହ ଯୋଡିବାର କାରଣ ହେଉଛି, ସିନେମାର ଶେଷରେ ଖଳନାୟକ ଭୂମିକାରେ ଅଭିନୟ କରିଥିବା କମଲ ହାସନଙ୍କ ଏକ ଡାଏଲଗ। ଯେଉଁଥିରେ ସେ ଅର୍ଜୁନଙ୍କ ଧନୁ ଗାଣ୍ଡୀବ ପ୍ରାପ୍ତ କରିବା ପରେ କହୁଛନ୍ତି ଯେ, ”ଆସୁଛି ଜଗନ୍ନାଥଙ୍କ ରଥ ଚକ୍ର(ଚକ)ର ଝଡ଼, ଏହି ରଥର ଝଡ଼ ପୃଥିବୀରେ ପ୍ରଳୟ ଆଣିବ, ଏହି ରଥର ପ୍ରକମ୍ପର ଭୂମି ଥରି ଉଠିବ…”।

”କଳ୍‌କୀ ୨୮୯୮ ଏଡି” ପ୍ରଥମ ଶୋ’ରୁ ହିଁ ସିନେମାକୁ ଭଲ ପ୍ରତିକ୍ରିୟା ମିଳିଛି। ସିନେମାରେ ପ୍ରମୁଖ ଭୂମିକାରେ ପ୍ରଭାସ, ଅମିତାଭ ବଚ୍ଚନ, ଦୀପିକା ପାଦୁକନ ଆଦି ଅଭିନୟ କରିଛନ୍ତି। ପୂର୍ବପରି ପ୍ରଭାସ ତାଙ୍କ ଚିରାଚରିତ ରିବେଲ ଷ୍ଟାର ଭୂମିକାରେ ନଜର ଆସିଥିଲା ବେଳେ ବିଗ୍‌ ବି’ ଅମିତାଭ ତାଙ୍କର ବଳିଷ୍ଠ ଅଭିନୟ ବଳରେ ସିନେମାରେ ଜୀବନ୍ତ କରିଛନ୍ତି। ସେହିପରି ସିନେମାର ମୁଖ୍ୟ ଅଭିନେତ୍ରୀ ଦୀପିକା ମଧ୍ୟ ତାଙ୍କର ଅଭିନୟର ଯାଦୁ ଦେଖାଇଛନ୍ତି।

ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ଦିଶା ପାଟାନି, କମଲ ହାସନ, ଶୋଭନା ଏବଂ ବିଜୟ ଦେବରକୋଣ୍ଡା, ମୃଣାଳ ଠାକୁର, ଦିଲକର ସଲମାନ, ଏସଏସ ରଜାମୋୖଲି, ରାମ ଗୋପାଳ ବର୍ମା ଆଦିଙ୍କୁ ଅତିଥି କଳାକାର ଭୂମିକାରେ ଦେଖବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭ ଧାରଣ କଲା ଧଳା ବାଘୁଣୀ ମୌସୁମୀ, ନନ୍ଦନକାନନ ପାଇଁ ଆଶା ସଞ୍ଚାର

ଭୁବନେଶ୍ୱର,୩।୭: ନନ୍ଦନକାନନ ପାଇଁ ନୂଆ ଅଶାର ସଞ୍ଚାର ସୃଷ୍ଟି କରିଛି ଧଳା ବାଘୁଣୀ ମୌସୁମୀ। ଅଗଷ୍ଟ ୫, ୨୦୧୬ ରେ ଜନ୍ମ ହୋଇଥିବା ମୌସୁମୀ ଗର୍ଭଧାରଣ...

ଟ୍ରେଲର ପଛରେ ପିଟିହେଲା କାର୍‌: ୨ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ଗୋପାଳପୁର,୩ା୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଧିନସ୍ଥ ୧୬ ନଂ ଜାତୀୟ ରାଜପଥ ଗୋପାଳପୁର ଓଭରବ୍ରିଜ୍‌ ନିକଟରେ ବୁଧବାର ଅପରାହ୍ନରେ ଟ୍ରେଲର ପଛରେ...

ସାଧାରଣ ଲୋକଙ୍କ ସମସ୍ୟା ଶୁଣି ସମାଧାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

ଭୁବନେଶ୍ୱର,୩।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୋଟିଏ ବହୁରାଷ୍ଟ୍ରୀୟ କମ୍ପାନୀର ବରିଷ୍ଠ ପ୍ରତିନିଧିଙ୍କୁ ଯେତିକି ଗୁରୁତ୍ୱ ଦେଉଛନ୍ତି, ଜଣେ ସାଧାରଣ ଲୋକ ମଧ୍ୟ ସେତିକି ଗୁରୁତ୍ଵ...

୮ ତାରିଖରେ ବନ୍ଦ ରହିବ ଏସବୁ ଅଫିସ, ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୩ା୭: ଚଳିତବର୍ଷ ରଥଯାତ୍ରା ଦୁଇଦିନ ଧରି ଅନୁଷ୍ଠିତ ହେବ। ଏହା ଏକ ବିରଳ ରଥଯାତ୍ରା। ତେଣୁ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୨...

ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୭(ଅସମାପିକା ସାହୁ): ମାଲକାନଗିରି ବିଧାନସଭାର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ...

୨୧୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଶତ୍ରୁଘ୍ନ ସିହ୍ନା, ଝିଅ ସୋନାକ୍ଷୀଙ୍କୁ ଏଥିରୁ ଟଙ୍କାଟିଏ ଦେବାକୁ କଲେ ମନା, କାରଣ…

ମୁମ୍ବାଇ: ଆଜିକାଲି ଫିଲ୍ମ ଇଣ୍ଡଷ୍ଟ୍ରିରେ ଶତ୍ରୁଘ୍ନ ସିହ୍ନା ଏବଂ ତାଙ୍କ ପରିବାର ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଜାହିର ଇକ୍‌ବାଲଙ୍କ ସହ ଝିଅ ସୋନାକ୍ଷୀ ସିହ୍ନାଙ୍କ ବିବାହ...

ନାଗ ଗିଳି ଦେଲା କଫ ସିରପ ବୋତଲ, ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ

ଭୁବନେଶ୍ୱର,୩।୭: କଫ ସିରପ ବୋତଲ ଗିଳି ଦେଇଥିବା ଏକ ନାଗ ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପଲାଇନ୍‌। ଠିକଣା ସମୟରେ ପଦକ୍ଷେପ ପାଇଁ ଏକ ସାଧାରଣ...

ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଲାଞ୍ଚ ନେଉଥିଲେ ସବ ଇନ୍ସପେକ୍ଟର, ମାଡ଼ି ବସିଲା ଭିଜିଲାନ୍ସ

ଯାଜପୁର,୩।୭: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ସବ ଇନ୍ସପେକ୍ଟର। ଜଣେ ବ୍ୟକ୍ତିଙ୍କୁ ବ୍ୟବଚ୍ଛେଦ ରିପୋର୍ଟ ଦେବା ଲାଗି ବିଂଝାରପୁର ଥାନା ସବ ଇନ୍ସପେକ୍ଟର କେଶବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri