ଅବ୍ୟବସ୍ଥାରେ ବିଜେବି ସଙ୍ଗୀତ ବିଭାଗ

ଭୁବନେଶ୍ୱର,୨୯।୬(ଅନୁରାଧା ମହାରଣା): ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ସ୍ବୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ବିଭାଗରେ ନାନା ସମସ୍ୟାକୁ ନେଇ ଛାତ୍ର ଅସନ୍ତୋଷ ଲାଗିରହୁଛି। ତେବେ ଯୁକ୍ତ୩ ସଙ୍ଗୀତ ବିଭାଗରେ ଅବ୍ୟବସ୍ଥା ସବୁଠୁ ବଳିଯାଇଛି। ପ୍ରଥମବର୍ଷରେ ନାମଲେଖା ଠାରୁ ଏ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହୋଇପାରିନାହିଁ। ମାତ୍ର ୮ ଆସନ ବିଶିଷ୍ଟ ଏହି ବିଭାଗରେ ପିଲାଙ୍କ ସଙ୍ଗୀତ ଶିକ୍ଷା ପାଇଁ ଆନୁଷଙ୍ଗିକ ବନ୍ଦୋବସ୍ତ ନାହିଁ। ବାଦ୍ୟଯନ୍ତ୍ରର ଅଭାବ ରହିଛି। ତବଲା ହେଉ କି ତାନପୁରା, କୌଣସି ବି ବାଦ୍ୟଯନ୍ତ୍ର ବ୍ୟବହାର ଯୋଗ୍ୟ ହୋଇରହିନାହିଁ। ପୁଣି ତାହାକୁ ବଜାଇବାକୁ କେହି ନାହାନ୍ତି। ଇଲେକ୍ଟ୍ରୋନିକ୍ସ ସାଉଣ୍ଡ୍‌ବକ୍ସରେ ହିଁ କାମ ଚଳୁଛି। ଅନ୍ୟପଟେ ସଙ୍ଗୀତ ବିଭାଗରେ ଅଧ୍ୟାପକ ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଦୀର୍ଘବର୍ଷ ପରେ ଏଠାରେ ଜଣେ ସ୍ଥାୟୀ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ମାତ୍ର ହିନ୍ଦୁସ୍ତାନୀ ଭୋକାଲ ଶିକ୍ଷାଦାନ ପାଇଁ ଓଡ଼ିଶୀ ଭୋକାଲ ଡିଗ୍ରୀଧାରୀ ଅଧ୍ୟାପକଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ବିଭାଗର ବର୍ତ୍ତମାନ ତଥା ପୁରାତନ ଛାତ୍ରୀଛାତ୍ର ଉଚ୍ଚଶିକ୍ଷା ବିଭାଗ ଓ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ଛାତ୍ରୀଛାତ୍ରଙ୍କ ଅଭିଯୋଗ ଅନୁସାରେ, ଓଡ଼ିଶୀ ଭୋକାଲରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ସୁକାନ୍ତ କୁମାର ବଳଙ୍କୁ ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟରେ କନିଷ୍ଠ ଅଧ୍ୟାପକ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ। ବର୍ତ୍ତମାନ ଅଧ୍ୟାପକ ବଳଙ୍କୁ ବିଜେବି କଲେଜକୁ ବଦଳି କରାଯାଇଛି। ମାତ୍ର ବିଜେବି କଲେଜ ସଙ୍ଗୀତ ବିଭାଗରେ କେବଳ ହିନ୍ଦୁସ୍ତାନୀ ଭୋକାଲ ବିଷୟ ରହିଛି। ହିନ୍ଦୁସ୍ତାନୀ ଭୋକାଲରେ ଡିଗ୍ରୀ ନ ଥିବା ଜଣେ ଅଧ୍ୟାପକ ପିଲାଙ୍କୁ କିପରି ଶିକ୍ଷା ଦେବେ ତାହାକୁ ନେଇ ଛାତ୍ରୀଛାତ୍ର ପ୍ରଶ୍ନ କରିଛନ୍ତି। ତେଣୁ ବିଦ୍ୟାଳୟରେ ଓଡ଼ିଶୀ ଭୋକାଲ ପାଠ୍ୟକ୍ରମ ସ୍ବତନ୍ତ୍ର ଭାବେ ଖୋଲାଯାଉ କିମ୍ବା ଅଧ୍ୟାପକ ବଳଙ୍କୁ ଅନ୍ୟତ୍ର ବଦଳି କରାଯାଉ। ମାତ୍ର ହିନ୍ଦୁସ୍ତାନୀ ଭୋକାଲ ପାଠ୍ୟକ୍ରମରେ ନାମ ଲେଖାଇଥିବା ପିଲାଙ୍କୁ ଓଡ଼ିଶୀ ଶିକ୍ଷା ପ୍ରଦାନ କରା ନ ଯାଉ। ସେହିପରି ଏହି ବିଭାଗରେ ସିଟ୍‌ ସଂଖ୍ୟା ବଢ଼ାଇବାର ଆବଶ୍ୟକତା ରହିଥିବା ପୁରାତନ ଛାତ୍ରୀଛାତ୍ର ମତ ରଖିଛନ୍ତି।
ନିକଟରେ ବିଭାଗର ଛାତ୍ରୀଛାତ୍ର ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ଇତିଶ୍ରୀ ପାଢ଼ୀଙ୍କୁ ଭେଟି ଅଭିଯୋଗପତ୍ର ଦେବା ସହ ବିଭାଗର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗକୁ ଜଣାଇବେ ବୋଲି ପାଢ଼ୀ କହିଥିଲେ। ମାତ୍ର ଏ ପର୍ଯ୍ୟନ୍ତ ଅଧ୍ୟକ୍ଷା କ’ଣ ପଦକ୍ଷେପ ନେଲେ ସେ ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ କୌଣସି ତଥ୍ୟ ପ୍ରଦାନ କରାଯାଉନାହିଁ ବୋଲି ଜଣେ ଛାତ୍ର କହିଛନ୍ତି। ଅନ୍ୟପଟେ ଏ ସମ୍ପର୍କରେ ଡ. ପାଢ଼ୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଏନେଇ ସଙ୍ଗୀତ ବିଭାଗର ନବନିଯୁକ୍ତ ଅଧ୍ୟାପକ ତଥା ବିଭାଗ ମୁଖ୍ୟ ସୁକାନ୍ତ ବଳ କହିଛନ୍ତି, ତାଙ୍କ ନିଯୁକ୍ତିକୁ ଖୁବ୍‌ କମ୍‌ ସମୟ ହୋଇଛି। ଦୀର୍ଘବର୍ଷ ଧରି ବିଭାଗରେ କେଉଁ ସବୁ ସମସ୍ୟା ରହିଛି ସେସବୁ ସେ ପିଲାଙ୍କଠାରୁ ଜାଣିବାକୁ ଚାହଁୁଛନ୍ତି। ଉନ୍ନତମାନର ଶିକ୍ଷାଦାନ ପାଇଁ ସେ ତୁରନ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି। ଅନ୍ୟପଟେ ବିଭାଗୀୟ ପାଠ୍ୟକ୍ରମ ଓ ତାଙ୍କ ଡିଗ୍ରୀରେ ଭିନ୍ନତା ନେଇ ପ୍ରଶ୍ନ କରିବାରୁ ସେ କହିଛନ୍ତି, ବିଜେବି କଲେଜରେ ଭାରତୀୟ ସଙ୍ଗୀତ ପଢ଼ାଯାଉଛି। କର୍ନାଟକୀ ଭାଷାରେ ପଢ଼ାଗଲେ ଆମେ ଦକ୍ଷିଣ ଭାରତୀୟ କହିବା, ହିନ୍ଦୀରେ ପଢ଼ାଗଲେ ଭାରତୀୟ ଏବଂ ଓଡ଼ିଆରେ ପଢ଼ାଗଲେ ଓଡ଼ିଶୀ ଭୋକାଲ କହିବା। ସମସ୍ତ ପାଠ୍ୟକ୍ରମରେ ଅନେକ ସାମଞ୍ଜସ୍ୟ ରହିଛି। ସେହି ଅନ୍ତର ବିଷୟରେ ପିଲାମାନେ ଜାଣିପାରିଲେ ସଙ୍ଗୀତ ଶିକ୍ଷା ପୂର୍ଣ୍ଣ ହେବ। ବର୍ତ୍ତମାନ ଅତିଥି ଅଧ୍ୟାପକ ନିଯୁକ୍ତି କରାଯାଉଛି। ତେଣୁ ପାଠପଢ଼ା ଆରମ୍ଭ ହୋଇପାରିନାହିଁ। ଜୁଲାଇ ପହିଲାରୁ ସବୁକିଛି ଧାରାରେ ଚାଲିବ। ଯେତେବେଳେ ଯେଉଁ ସମସ୍ୟା ଆସିବ ତାହାର ତୁରନ୍ତ ସମାଧାନ କରାଯିବ ବୋଲି ବଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୩ା୭(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକ୍‌ମା ଜିଲା ପୋଲିସ ନିକଟରେ ୨ ମାଓବାଦୀ ବୁଧବାର ଆତ୍ମସମର୍ପଣ କରଛନ୍ତି । ଏ ସମ୍ପର୍କରେ ସୁକ୍‌ମା ପୋଲିସ ଦେଇଥିବା ସୂଚନା...

ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ହେବନି ସ୍ଥାୟୀ ନିର୍ମାଣ: ହାଇକୋର୍ଟ

କଟକ,୩ା୭ (କାର୍ତ୍ତିକ ସାହୁ): ପୁରୀ ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ମୁଖ୍ୟ ରାସ୍ତା ପାର୍ଶ୍ୱରେ କୌଣସି ସ୍ଥାୟୀ ନିର୍ମାଣ ହେବ ନାହିଁ। ଏପରିକି ବ୍ୟବସାୟିକ ଉଦ୍ଦେଶ୍ୟରେ...

ଗର୍ଭ ଧାରଣ କଲା ଧଳା ବାଘୁଣୀ ମୌସୁମୀ, ନନ୍ଦନକାନନ ପାଇଁ ଆଶା ସଞ୍ଚାର

ଭୁବନେଶ୍ୱର,୩।୭: ନନ୍ଦନକାନନ ପାଇଁ ନୂଆ ଅଶାର ସଞ୍ଚାର ସୃଷ୍ଟି କରିଛି ଧଳା ବାଘୁଣୀ ମୌସୁମୀ। ଅଗଷ୍ଟ ୫, ୨୦୧୬ ରେ ଜନ୍ମ ହୋଇଥିବା ମୌସୁମୀ ଗର୍ଭଧାରଣ...

ଟ୍ରେଲର ପଛରେ ପିଟିହେଲା କାର୍‌: ୨ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ଗୋପାଳପୁର,୩ା୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଧିନସ୍ଥ ୧୬ ନଂ ଜାତୀୟ ରାଜପଥ ଗୋପାଳପୁର ଓଭରବ୍ରିଜ୍‌ ନିକଟରେ ବୁଧବାର ଅପରାହ୍ନରେ ଟ୍ରେଲର ପଛରେ...

ସାଧାରଣ ଲୋକଙ୍କ ସମସ୍ୟା ଶୁଣି ସମାଧାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

ଭୁବନେଶ୍ୱର,୩।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୋଟିଏ ବହୁରାଷ୍ଟ୍ରୀୟ କମ୍ପାନୀର ବରିଷ୍ଠ ପ୍ରତିନିଧିଙ୍କୁ ଯେତିକି ଗୁରୁତ୍ୱ ଦେଉଛନ୍ତି, ଜଣେ ସାଧାରଣ ଲୋକ ମଧ୍ୟ ସେତିକି ଗୁରୁତ୍ଵ...

୮ ତାରିଖରେ ବନ୍ଦ ରହିବ ଏସବୁ ଅଫିସ, ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୩ା୭: ଚଳିତବର୍ଷ ରଥଯାତ୍ରା ଦୁଇଦିନ ଧରି ଅନୁଷ୍ଠିତ ହେବ। ଏହା ଏକ ବିରଳ ରଥଯାତ୍ରା। ତେଣୁ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୨...

ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୭(ଅସମାପିକା ସାହୁ): ମାଲକାନଗିରି ବିଧାନସଭାର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ...

ନାଗ ଗିଳି ଦେଲା କଫ ସିରପ ବୋତଲ, ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ

ଭୁବନେଶ୍ୱର,୩।୭: କଫ ସିରପ ବୋତଲ ଗିଳି ଦେଇଥିବା ଏକ ନାଗ ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପଲାଇନ୍‌। ଠିକଣା ସମୟରେ ପଦକ୍ଷେପ ପାଇଁ ଏକ ସାଧାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri